ଅନଗୁଳ-ଢେଙ୍କାନାଳ

ପବିତ୍ରନଗର କପ୍‌: ସମ୍ବଲପୁର ଚାମ୍ପିୟନ

ପବିତ୍ରନଗର କପ୍‌: ସମ୍ବଲପୁର ଚାମ୍ପିୟନ


ପବିତ୍ରନଗର, ୨୦ା୧(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ପବିତ୍ରନଗରଠାରେ ୭ ଦିନ ଧରି ଚାଲିଥିବା ପବିତ୍ରନଗର କପ୍‌ କ୍ରିକେଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ସମ୍ବଲପୁରର ଏମ୍‌ସିସି ଓ ଅନୁଗୋଳର ଏସିସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଅନୁଗୋଳ ବ୍ୟାଟିଂ କରି ୧୭୭ ରନ୍‌ କରିଥିଲା। ଜବାବରେ ସମ୍ବଲପୁର ୧୮୦ ରନ୍‌ କରି ବିଜୟୀ ସହ ଟୁର୍ନାମେଣ୍ଟ ଚାମ୍ପିୟନ ହୋଇଛି। ପ୍ରବୀଣ ଲୋହା ମ୍ୟାନ ଅଫ୍‌ ଦି ମ୍ୟାଚ ଓ ଓ୍ବାଲ୍ଟର ଟପୋ ମ୍ୟାନ ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ। ଅମ୍ପାୟାର ଭାବେ ସବ୍ୟସାଚୀ ସାହା, ରମେଶ ମହାରଣା, ସୁବାସ ବେହେରା, ଲିପୁନ ପ୍ରଧାନ, ଜିତେନ୍ଦ୍ର ବିଶ୍ୱାଳ, ଶୁଭ୍ରାଂଶୁ ଗଡନାୟକ ପ୍ରମୁଖ ସହଯୋଗ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପାଲଲହଡ଼ା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ମହେଶ ସାହୁ, ମୁଖ୍ୟବକ୍ତା ସାମାଜିକ କର୍ମୀ ମାନସ ରଞ୍ଜନ ପ୍ରଧାନ, ସମ୍ମାନିତ ଅତିଥି କ୍ରୀଡ଼ାବିତ୍‌ ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରକାଶ ଗଡନାୟକ, ଶିକ୍ଷାବିତ୍‌ ଲମ୍ବୋଦର ପ୍ରଧାନ, ପୁରୁଷୋତ୍ତମ ବେହେରା, ଅନାଥବନ୍ଧୁ ସାହୁ, ସୁଧାକର ସାହୁ, ବ୍ରହ୍ମାନନ୍ଦ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। କ୍ଲବ ସଭାପତି ଶାନ୍ତନୁ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ଦେବବ୍ରତ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।


All Right Reserved By

ଅନଗୁଳ-ଢେଙ୍କାନାଳ

ମହିମା ବ୍ରହ୍ମଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

ମହିମା ବ୍ରହ୍ମଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

ଢେଙ୍କାନାଳ ଅଫିସ, ୨୦ା୩: ମହିମାଧର୍ମର ମୌଳିକ ତତ୍ତ୍ୱକୁ ଜନମାନସରେ ପ୍ରଚାର କରିବା ଉଦ୍ଦେଶ୍ୟରେ  କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ପଞ୍ଚାୟତର କମଗରାପାଟଣା ମହିମା ଟୁଙ୍ଗିରୁ ବାହାରିଥିବା ମହିମା ବ୍ରହ୍ମଜ୍ୟୋତିକୁ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।  

ସ୍ବୟଂସହାୟିକା ସଭାନେତ୍ରୀଙ୍କଠାରୁ ଲୁଟ୍‌

ସ୍ବୟଂସହାୟିକା ସଭାନେତ୍ରୀଙ୍କଠାରୁ ଲୁଟ୍‌

ବଇଣ୍ଡା, ୨୦।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ପୋଖରୀ ନିକଟରେ ଥିବା ସାହୁ ଲେଡିଜ୍‌ କନର୍ର୍ର ନିକଟରୁ ଜଣେ ମହିଳାଙ୍କଠାରୁ ବୁଧବାର ଅପରାହ୍ନରେ ୧ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଆନନ୍ଦମୁଣ୍ଡା ଗ୍ରାମ ମା’ ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଲକିନ୍‌ ସାହୁ(୨୪)। 

ଓଡିଶାକୁ କେନ୍ଦ୍ର କରିଛି ଅବହେଳା: ଛାତ୍ର ଓ ଯୁବ ବିଜେଡି ନେତା

ଓଡିଶାକୁ କେନ୍ଦ୍ର କରିଛି ଅବହେଳା: ଛାତ୍ର ଓ ଯୁବ ବିଜେଡି ନେତା

ପରଜଙ୍ଗ,୨୦।୩(ଡି.ଏନ.ଏ): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ୩ ନଂ ଜୋନ୍‌ର ସାଆନ୍ଦା ପଞ୍ଚାୟତ ସାଆନ୍ଦା ହାଟ ପଡ଼ିଆରେ ବୁଧବାର ପରଜଙ୍ଗ ବ୍ଲକ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ  "ହକ୍‌ ମାଗୁଛି ଓଡିଶା"ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। 

ଢେଙ୍କାନାଳ ଲୋକ ସଭା : ବିଜେଡିରୁ  କେପିଙ୍କ ପୁତ୍ରବଧୂ ପ୍ରାର୍ଥୀ ହେବା ଚର୍ଚ୍ଚା

ଢେଙ୍କାନାଳ ଲୋକ ସଭା : ବିଜେଡିରୁ କେପିଙ୍କ ପୁତ୍ରବଧୂ ପ୍ରାର୍ଥୀ ହେବା ଚର୍ଚ୍ଚା

ଢେଙ୍କାନାଳ ଅଫିସ, ୨୦ା୩: ବିଜେଡିର ଅନ୍ୟତମ ହେଭିଓ୍ବେଟ ନେତା ତଥା ୪ ଥର ଏମ୍‌ପି ରହି ଆସିଥିବା ତଥାଗତ ସତପଥୀ ୨୦୧୯ ନିର୍ବାଚନରେ ଭାଗ ନେବେନାହିଁ ବୋଲି କହିବା ପରେ ଢେଙ୍କାନାଳରୁ ଶାସକ ଦଳରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଲାଗିରହିଛି କଳ୍ପନାଜଳ୍ପନା। ସହରର ଜନଗହଳିପୂର୍ଣ୍ଣ ସ୍ଥାନ, ଖଟି ପଏଣ୍ଟ ସବୁଠି ଏବେ ଗୋଟିଏ ପ୍ରସଙ୍ଗ, ତଥାଗତଙ୍କ ବିକଳ୍ପ ହେବେ କିଏ।

ଘୋଷିତ ପ୍ରାର୍ଥୀ ତାଲିକାକୁ ନେଇ ଆଗୁଆ ଅଙ୍କକଷା: ଅନୁଗୋଳ ରାଜନୀତି ପାଣିପାଗ ସରଗରମ

ଘୋଷିତ ପ୍ରାର୍ଥୀ ତାଲିକାକୁ ନେଇ ଆଗୁଆ ଅଙ୍କକଷା: ଅନୁଗୋଳ ରାଜନୀତି ପାଣିପାଗ ସରଗରମ

ଅନୁଗୋଳ ଅଫିସ, ୨୦।୩- ରାଜ୍ୟରେ ହେବାକୁ ଥିବା ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।

ଟ୍ରକ୍‌ ଲୁଟ୍‌ ଉଦ୍ୟମ, ୨ ଗିରଫ

ଟ୍ରକ୍‌ ଲୁଟ୍‌ ଉଦ୍ୟମ, ୨ ଗିରଫ

ଛେଣ୍ଡିପଦା,୨୦ା୩(ଡି.ଏନ.ଏ.)(ସ୍ବ.ପ୍ର.)- ଛେଣ୍ଡିପଦା-ଅନୁଗୋଳ ପୂର୍ତ୍ତ ରାସ୍ତାର ପଳାଶବଣିଆ ଗ୍ରାମ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ୍‌ ଲୁଟ୍‌ ଉଦ୍ୟମ କରିଥିବା ଦୁଇ ରାଜପଥ ଲୁଟେରାଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି। ଏଥିସହ ଜଙ୍ଗଲ ମଧ୍ୟରେ ଲୁଚା ଯାଇଥିବା ଟ୍ରକ୍‌କୁ ପୋଲିସ ଉଦ୍ଧାର କରିଛି।

ନିର୍ବାଚନ ପାଇଁ ପୋଲିସର ବ୍ଲକିଂ: ବେଆଇନ ଅର୍ଥ, ଅପରାଧ ରୋକିବା ଉପରେ ନଜର

ନିର୍ବାଚନ ପାଇଁ ପୋଲିସର ବ୍ଲକିଂ: ବେଆଇନ ଅର୍ଥ, ଅପରାଧ ରୋକିବା ଉପରେ ନଜର

ଅନୁଗୋଳ ଅଫିସ, ୨୦।୩- ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁଗୋଳ ପୋଲିସ ପକ୍ଷରୁ ମଙ୍ଗଳବାରଠାରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ ଆରମ୍ଭ ହୋଇଛି।

ବାଙ୍କୁଆଳ ଘରପୋଡ଼ି ମାମଲା: ନ୍ୟାୟ ଦାବିରେ ଗ୍ରାମବାସୀ ଏସ୍‌ପିଙ୍କ ଦ୍ୱାରସ୍ଥ

ବାଙ୍କୁଆଳ ଘରପୋଡ଼ି ମାମଲା: ନ୍ୟାୟ ଦାବିରେ ଗ୍ରାମବାସୀ ଏସ୍‌ପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଅଫିସ,୨୦।୩- ଢେଙ୍କାନାଳ ସଦର ଥାନା ବାଙ୍ଗୁଆଳ ଗ୍ରାମରେ ଟଙ୍କା ଧାର ନେବାକୁ କେନ୍ଦ୍ର କରି ସଙ୍ଗଠିତ ଘରପୋଡ଼ି ମାମଲାରେ ଛନ୍ଦି ହୋଇପଡ଼ିଥିବା ଗ୍ରାମବାସୀ ନ୍ୟାୟ ଦାବି କରିଛନ୍ତି। ଏ ନେଇ ସେମାନେ ମଙ୍ଗଳବାର ଏସ୍‌ପିଙ୍କୁ ଭେଟି ଗୁହାରି କରିଛନ୍ତି।

୬ଷ୍ଠ ମହିମା ଜ୍ୟୋତିଯାତ୍ରା: 'ବିଶ୍ୱକଲ୍ୟାଣ ମହିମାଧର୍ମର ମୂଳମନ୍ତ୍ର’

୬ଷ୍ଠ ମହିମା ଜ୍ୟୋତିଯାତ୍ରା: 'ବିଶ୍ୱକଲ୍ୟାଣ ମହିମାଧର୍ମର ମୂଳମନ୍ତ୍ର’

ଢେଙ୍କାନାଳ ଅଫିସ, ୨୦।୩- ଢେଙ୍କାନାଳ ଜିଲା ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମରେ ସୋମବାର ମଧ୍ୟାହ୍ନରେ ୬ଷ୍ଠ ମହିମା ଜ୍ୟୋତିଯାତ୍ରା ଅନୁଷ୍ଠିତ ହୋଇଯାଇଛି। 

ବଢୁଛି ଚୋରା କାଠ ଚାଲାଣ:ଜିଲାପାଳଙ୍କୁ ଅଭିଯୋଗ କଲା ନାଗରିକ ମଞ୍ଚ

ବଇଣ୍ଡା,୨୦।୩(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ ଥିବା ମଇମୁରା, କେଞ୍ଚୁଆନାଳୀ, ବିପ୍ରଡ଼ିହ, କଂସାବ ଜଙ୍ଗଲରୁ କିଛି ମାସ ହେବ ମୂଲ୍ୟବାନ କାଠ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି।

ଚାଳକଙ୍କୁ ମାଡ଼ମାରି ଟ୍ରକ୍‌ ଲୁଟ୍‌

ଚାଳକଙ୍କୁ ମାଡ଼ମାରି ଟ୍ରକ୍‌ ଲୁଟ୍‌

ତାଳଚେର,୧୯ା୩(ନି.ପ୍ର.)- ତାଳଚେର ବ୍ଲକ ଚାଇଁପାଳ ଗ୍ରାମ ନିକଟରୁ ସୋମବାର ରାତିରେ ଏକ କୋଇଲା ବୋଝେଇ ଟ୍ରକ୍‌ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ଶହେ ପେଟି ମଦ ଜବତ, ୨ ଗିରଫ

ଶହେ ପେଟି ମଦ ଜବତ, ୨ ଗିରଫ

ତାଳଚେର,୧୯ା୩(ନି.ପ୍ର.)- କଲିୟାରୀ ପୋଲିସ ସୋମବାର ରାତିରେ ତାଳଚେର ବ୍ଲକ ଡଅଁରା ଗ୍ରାମରୁ ଏକ ଗାଡ଼ି ସହ ଶହେ ପେଟି ବିଦେଶୀ ମଦ ଜବତ କରିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା