ସମ୍ପାଦକୀୟ |

ଈଶ୍ୱର କେତେବେଳେ ହସନ୍ତି

ଈଶ୍ୱର କେତେବେଳେ ହସନ୍ତି
ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ପ୍ରତି ମୁହୂର୍ତ୍ତରେ ବିଶ୍ୱର ଆର୍ତ୍ତଜନମାନଙ୍କର ଅପରିମିତ ଦୁଃଖ ଶୁଣି ଶୁଣି ଦୁଃଖହାରୀ ଈଶ୍ୱର ନିଜେ କିଛି କମ୍‌ ଦୁଃଖରେ ନ ଥିବେ! ଆଉ ଦୁଃଖରେ ଥିବା ଲୋକ ମନଖୋଲି ହସିପାରନ୍ତେ ବା କିପରି? ତଥାପି ଦୁଃଖୀ ଈଶ୍ୱର ବେଳେବେଳେ ହସନ୍ତି। ବିଜ୍ଞଜନେ କହିଛନ୍ତି, ମୁଣ୍ଡରେ ଦିବ୍ୟଜ୍ଞାନର ବରଦାନ ନେଇ ସୃଷ୍ଟିକୁ ଆସିଥିବା ମଣିଷ ଯେତେବେଳେ ଅଜ୍ଞାନ ଭଳି ଆଚରଣ କରେ, ସେତେବେଳେ ଈଶ୍ୱର ହସନ୍ତି। ପୁଣି ମୃତ୍ୟୁ ସୁନିଶ୍ଚିତ ଜାଣି ମଧ୍ୟ ନିବିଡ ଆଶ୍ଳେଷରେ ଜୀବନକୁ ଜଡାଇ ଧରୁଥିବା ପ୍ରାଣୀର ଆକୁଳତା ଯେତେବେଳେ ଦେଖନ୍ତି, ସେତେବେଳେ ବି ଈଶ୍ୱର ହସନ୍ତି। ଏମିତି ଦିନେ ହସିଥିଲେ ଈଶ୍ୱର ଏଇ ଅଳ୍ପ କେଇଦିନ ତଳେ। ଭୁବନେଶ୍ୱରରୁ ପୁରୀ ଯାଉଥିଲା ବସ୍‌ଟିଏ। ମଝି ବାଟରେ କୌଣସି ଏକ ରହଣିସ୍ଥଳରେ ବସ୍‌ ରହିଲା। କିଛି ଯାତ୍ରୀ ଓହ୍ଲାଇଲେ ଓ କିଛି ଚଢିଲେ। ଦୁଇଜଣ ଯୁବକ ଏମିତି ଏକ ସ୍ଥାନକୁ ଯିବା ପାଇଁ ବସ୍‌ରେ ଉଠିଲେ, ଯେଉଁଠି ଦ୍ରୁତଗାମୀ ବୋଲାଉଥିବା ସେଇ ବସ୍‌ଟି ରହେନାହିଁ। କଣ୍ଡକ୍ଟର ମନାକଲେ। ଯୁବକ ଦୁହିଁଙ୍କର ଜିଦ୍‌, ସେମାନେ ନିଶ୍ଚୟ ଯିବେ। କିଛି ସମୟ ଉଚ୍ଚବାଚ ପରେ ବସ୍‌ର ଟୋକା ହେଲ୍‌ପର ବଳପ୍ରୟୋଗ କରି ଯୁବଯାତ୍ରୀଦ୍ୱୟଙ୍କୁ ତଳକୁ ଓହ୍ଲାଇ ଦେଲା ପରେ ବସ୍‌ ଚାଲିଲା। ଉତ୍‌କ୍ଷିପ୍ତ ଯାତ୍ରୀଦ୍ୱୟ ଚିତ୍କାର କରି ଭବିଷ୍ୟବାଣୀ ଶୁଣାଇଲେ, ଏ ଗାଡି ପୁରୀ ପହଞ୍ଚିବ ନାହିଁ। ଜଗନ୍ନାଥ ଯଦି ଠିକ୍‌ ଥିବେ ଆମ କଥା ଫଳିବ। ଶୂନ୍ୟକୁ କିଛି ଅଶ୍ରାବ୍ୟ ଅପଶବ୍ଦ ଫିଙ୍ଗି ହେଲ୍‌ପର ତାଙ୍କ ଚେତାବନୀର ଜବାବ ଦେଲା, ଯାହା ଭବିଷ୍ୟବକ୍ତାଙ୍କ କାନରେ ପହଞ୍ଚିପାରିଲା ନାହିଁ। କିଛି ଅନ୍ଧବିଶ୍ୱାସୀ ଯାତ୍ରୀ ଶଙ୍କିତ ହୋଇଉଠିଲେ ଏକ ଅନାଗତ ବିପଦର ଆଶଙ୍କାରେ। ମାତ୍ର ବୃଦ୍ଧ ଯାତ୍ରୀ ଜଣେ ଉଚ୍ଚସ୍ବରରେ ହସିଉଠି କହିଲେ, ”ଦୁଇଜଣଙ୍କ ମାଗୁଣି ପୂରଣ ହେଲାନି ବୋଲି ଷାଠିଏ ଜଣଙ୍କ ମୃତ୍ୟୁ କାମନା କରୁଥିବା ଅଜ୍ଞାନ ଯୁବକଙ୍କ ଅଭିଶାପ ଶୁଣି ସେଠି ଜଗନ୍ନାଥ ବି ହସୁଥିବେ। ସାରା ଜଗତର ପ୍ରାଣସତ୍ତା ବୋଲି ତାଙ୍କ ନାମ ପରା ଜଗନ୍ନାଥ! ତହିଁରେ ଦୁଇଜଣଙ୍କ ଡାକ ଶୁଣି ଷାଠିଏ ଜଣଙ୍କୁ ମାରିବା ପାଇଁ ସେ ଆଗେଇ ଆସିବେ କିପରି?“ କହିବା ବାହୁଲ୍ୟ, ବସ୍‌ଟି ସେଦିନ ନିରାପଦରେ ଯାଇ ପୁରୀରେ ପହଞ୍ଚିଥିଲା। ଈଶ୍ୱର ଏମିତି ହସନ୍ତି। ତାଙ୍କ ନାଁ ନେଇ ନିଜ ସ୍ବାର୍ଥ ହାସଲ କରିବା ପାଇଁ ଅନ୍ୟମାନଙ୍କୁ ଶୋଷଣ କରୁଥିବା ତଥା ତାଙ୍କ ପାଖଲୋକ ବୋଲାଇ ମିଛମହାତ୍ମା ରୂପରେ ଧନଯୌବନର ସୌଦାଗର ସାଜିଥିବା ଭଣ୍ଡ ପାମରମାନଙ୍କ ଶେଷଗତି ଦେଖିଲେ ସେ ହସନ୍ତି। ଏଇ ଯେମିତି ଅଳ୍ପଦିନ ତଳେ ଡେରା ସଚ୍ଚା ସୌଦା ମୁଖ୍ୟ ବାବା ଗୁରୁମିତ୍‌ ରାମରହିମ ସିଂ ଯେତେବେଳେ କାନ୍ଦି କାନ୍ଦି ନିଜ ଦଣ୍ଡ କୋହଳ କରିବାକୁ ହାତଯୋଡି ବିଚାରପତିଙ୍କୁ ଅନୁନୟ ହେଉଥିଲେ, ସେତେବେଳେ ନିଶ୍ଚୟ ମନଖୋଲି ହସିଥିବେ ଆମ ଅଦୃଷ୍ଟ ଈଶ୍ୱର। ପୁଣି ନିଶ୍ଚୟ ହସିଥିବେ ସେଇଦିନ, ଯେଉଁଦିନ ପ୍ରବଳ ପ୍ରତାପୀ ରାମପାଲ, ଆଶାରାମ ବାପୁ, ନାରାୟଣ ସାଇ ଅବା ଆମ ରାଜ୍ୟର ସୁର, ସାରଥିମାନେ ସେମାନଙ୍କ ସମୁଚିତ ପ୍ରାପ୍ୟ ଲାଭକରି କାରାଗାରର କାଳକକ୍ଷରେ ନିକ୍ଷିପ୍ତ ହୋଇଥିଲେ। ଈଶ୍ୱର ଆଉ ଏକ କାରଣ ପାଇଁ ବି ହସନ୍ତି, ଯେତେବେଳେ ତାଙ୍କ ନାଁ ନେଇ ମଣିଷ ପୁଳାଏ ଧନ ଅର୍ଜନ କରିବାର ସହଜ ମାର୍ଗଟିଏ ଆପଣେଇନିଏ ଅବା ପଶୁସୁଲଭ ଯୌନ ଜୀବନର ନିଷିଦ୍ଧ ଇଲାକାରେ ସ୍ବଚ୍ଛନ୍ଦରେ ବିଚରଣ କରେ। ମାତ୍ର ସବୁଠୁଁ ବେଶି ହସନ୍ତି, ଯେତେବେଳେ ମଣିଷ ନିଜକୁ ଈଶ୍ୱର ବୋଲି ଘୋଷଣା କରେ ଓ ସେଇ ମିଥ୍ୟା ଈଶ୍ୱରଙ୍କୁ ନିଜ ତ୍ରାଣକର୍ତ୍ତା ବିଚାରି ଆଉ ଥୋକେ ନିର୍ବୋଧ ମଣିଷ ତାଙ୍କ ପାଦତଳେ ନିଃସଙ୍କୋଚରେ ସେମାନଙ୍କ ଧନଯୌବନ ସମର୍ପଣ କରିଦିଅନ୍ତି। ମହାନ୍‌ ସାଧକ ସନ୍ନ୍ୟାସୀ ବିବେକାନନ୍ଦ ଏହି ଭଣ୍ଡ ଭଗବାନମାନଙ୍କ ଶଠତାପୂର୍ଣ୍ଣ କଳୁଷିତ ବ୍ୟକ୍ତିତ୍ୱ ବିରୋଧରେ ଯୁଦ୍ଧ ଘୋଷଣା କରି ଆହ୍ବାନ ଜଣାଇଥିଲେ,”ପ୍ରତ୍ୟେକ ମଣିଷ ଜଣେ ଜଣେ ଈଶ୍ୱର। ମଣିଷ ଭିତରେ ଥିବା ଅନ୍ତର୍ନିହିତ ଈଶ୍ୱରତ୍ୱର ବିକାଶ କରିବା ପରିବର୍ତ୍ତେ ଯେଉଁମାନେ ନିଜକୁ ଈଶ୍ୱର ବୋଲି ଦାବିକରି ଧର୍ମ ଚେତନାକୁ ଭୁଲ୍‌ ରାସ୍ତାରେ ପରିଚାଳିତ କରନ୍ତି ସେମାନେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର ସଦୃଶ। ଏହି ଭଣ୍ଡମାନଙ୍କୁ ଧକ୍କାମାରି ନିକାଲି ନ ଦେବା ଯାଏ ଏ ସଂସାରରେ ଐଶ୍ୱରୀୟ ଚେତନାର ବ୍ୟାପକ ବିଭ୍ରାନ୍ତି ଘଟି ଚାଲିଥିବ। ବିଡମ୍ବନାର ବିଷୟ, ସ୍ବାମିଜୀ ଏ ସଂସାରରୁ ବାହୁଡିଯିବାର ଶହେବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ବି ଭଣ୍ଡ ଭଗବାନମାନଙ୍କୁ ନିକାଲିବା ଦୂରେ ଥାଉ, ସେମାନଙ୍କୁ ଆପଣେଇବା ପାଇଁ ଆମ ସମାଜରେ ଏକ ପାଗଳ ପ୍ରତିଯୋଗିତା ଚାଲିଛି। ତାହା ହୋଇ ନ ଥିଲେ ରାମପାଲଙ୍କୁ ନିକାଲିବା ପାଇଁ ଏକ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା କି ରାମରହିମ ସିଂଙ୍କୁ ଦଣ୍ଡ ଶୁଣାଇବା ଦିନ ଅଶ୍ରୁତପୂର୍ବ ଭାବେ ଚାରିଶହ ଗାଡି ପଟୁଆରରେ ଆସି ନ ଥାନ୍ତେ କି ହରିୟାଣାର ଛୋଟ ସହରରେ ଦେଢଲକ୍ଷ ବାହାର ଲୋକଙ୍କର ସମାଗମ ହୋଇ ନ ଥାନ୍ତା ଏବଂ ପରେ ପରେ ଅଡ଼ତିରିଶଟି ଅମୂଲ୍ୟ ଜୀବନର ଅକାଳ ଅବସାନ ଘଟି ନ ଥାନ୍ତା। ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି, ସମଗ୍ର ବିଶ୍ୱଭୂଖଣ୍ଡରେ ପରିବ୍ୟାପ୍ତ ୬ କୋଟି ଡେରା ଭକ୍ତଙ୍କର ଭଗବାନ ଗୁର୍‌ମିତ୍‌ ସିଂ ୭ ଲକ୍ଷ ଟଙ୍କିଆ ବାଇକ ଚଳାଉଥିଲେ। ୬୦ ଲକ୍ଷ ଟଙ୍କିଆ ୬ଟିରୁ ଊର୍ଦ୍ଧ୍ୱ କାରରେ ବସି ଯାତାୟାତ କରୁଥିଲେ, ରଙ୍ଗବେରଙ୍ଗର ପୋଷାକ ପିନ୍ଧି ରଙ୍ଗିନ ମିଜାଜରେ ଗୀତ ଗାଇ ନିଶାର୍ଦ୍ଧରେ ହଜାର ହଜାର ଲଳନାଙ୍କୁ ନଚାଉଥିଲେ, ପ୍ରତିଦିନ ଭିନ୍ନ ଭିନ୍ନ ମହିଳାଙ୍କ ସହ ରାତ୍ରିଯାପନ କରୁଥିଲେ। ନିଜକୁ ନାୟକ କରି ବ୍ୟବସାୟିକ ସିନେମା ତିଆରି କରୁଥିଲେ ଏବଂ ସର୍ବୋପରି ତାଙ୍କର ଏହି ଅଭିନବ, ଆଧ୍ୟାତ୍ମିକ ଜୀବନର ରସାଳ କାହାଣୀକୁ ଲୋକଲୋଚନକୁ ଆଣିବାର ଦୁଃସାହସ କରିଥିବା ନିଜ ସଂସ୍ଥାର ମ୍ୟାନେଜର ଓ ‘ପୂରା ସଚ୍ଚ’ ପତ୍ରିକାର ପତ୍ରକାର ରାମଚନ୍ଦ୍ର ଛତ୍ରପତିଙ୍କୁ ହତ୍ୟା କରାଇପାରୁଥିଲେ। କେବଳ ଏତିକି ନୁହେଁ, ତାଙ୍କ ସୁଡଙ୍ଗ ତଳର ଗୋପନ ଗୃହରୁ ଉଦ୍ଧାର କରାଯାଇଥିଲା ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଯୌନ ବ୍ୟଭିଚାରର କିଛି ଆନୁଷଙ୍ଗିକ ସାଜସରଞ୍ଜାମ। ରାଜକୀୟ ଐଶ୍ୱର୍ଯ୍ୟ, ଅସରନ୍ତି ପ୍ରାଚୁର୍ଯ୍ୟ ଓ ଦେହଭୋଗର ଶୀର୍ଷତମ ସୋପାନରେ ଅଧିଷ୍ଠିତ ବାବା ରାମରହିମ୍‌ ତଥାପି ଥିଲେ କୋଟି କୋଟି ଭକ୍ତଙ୍କ ଭଗବାନ। ଭକ୍ତ ଓ ଭଗବାନଙ୍କର ଏହି ଭିନ୍ନ ପରିଭାଷା ମଧ୍ୟରେ ଲାଳିତ ହେଉଥିବା ଶଠତା, ଧର୍ମାନ୍ଧତା ଓ ବ୍ୟଭିଚାରର ଲମ୍ବା କାହାଣୀ ଆମ ସାମାଜିକ ଜୀବନକୁ ଯେମିତି କଳୁଷିତ କରୁଛି, ସେଥିପାଇଁ ଆମେ ଦୋଷ ଦେବା କାହାକୁ? ଖବର ପ୍ରକାଶ ପାଇଥିଲା, ହରିୟାଣା ଓ ଅନ୍ୟ କେତେକ ରାଜ୍ୟର କିଛି ପ୍ରତିଷ୍ଠିତ ରାଜନେତା ଏହି ବ୍ୟଭିଚାରୀ ବାବାଙ୍କ ପାଦତଳେ ଲୋଟିପଡି ତାଙ୍କ ଆଶୀର୍ବାଦ ଭିକ୍ଷା କରୁଥିଲେ। ବାବାଙ୍କ ପାଦ ଓ ନେତାଙ୍କ ନଇଁପଡୁଥିବା ମୁଣ୍ଡ ମଧ୍ୟରେ ଥିଲା ପାରସ୍ପରିକ ସହଯୋଗର ସମ୍ପର୍କ। ନେତାଙ୍କୁ ମିଳୁଥିଲା ବାବାଙ୍କ କଥାକୁ ବେଦବାକ୍ୟ ବିଚାରୁଥିବା ଭକ୍ତମାନଙ୍କ ଭୋଟ ଓ ବାବାଙ୍କୁ ମିଳୁଥିଲେ ଆଉ କିଛି ନୂଆ ଭକ୍ତ। ବିଶ୍ୱାସ ଅବିଶ୍ୱାସର ସୀମାରେଖାରେ ଥିବା ସାଧାରଣ ଧର୍ମଭୀରୁ ଲୋକଟିଏ ଭାବୁଥିଲା, ରାଜ୍ୟର ଶାସକଙ୍କ ମୁଣ୍ଡ ଯାହାଙ୍କ ପାଖରେ ଅବନତ, ସିଏ କି କେବେ ହୋଇପାରନ୍ତି ମିଛମହାତ୍ମା! ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ବଳାତ୍କୃତା ଦୁହିଁଙ୍କୁ ଅପେକ୍ଷା କରିବାକୁ ପଡେ ଦୀର୍ଘ ପନ୍ଦରବର୍ଷ। କେବଳ ଗୁର୍‌ମିତ୍‌ ସିଂ ନୁହେଁ, ରାଜନୈତିକ ପୃଷ୍ଠପୋଷକତା ଲାଭ କରି ଆମ ରାଜ୍ୟର ଜଣେ ଦରିଦ୍ର ବ୍ରାହ୍ମଣ ପୂଜକ ଭବିଷ୍ୟବକ୍ତା ଭଗବାନ ହୋଇ ଯେଉଁ ଅକଳନୀୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ଓ ଉତ୍ତୀର୍ଣ୍ଣ ବୟସରେ ବି ସୁନ୍ଦରୀମାନଙ୍କ ସହ ରାସଲୀଳା କରୁଥିଲେ, ତାହାର ଶେଷ ଗତି ଆଉ କାହା ନିକଟରେ ଅଛପା ହୋଇ ରହିନାହିଁ। ନିଜେ ନିଜ କୁ ଭଗବାନ ବୋଲାଇ କାରାକକ୍ଷରେ କାଳ କାଟୁଥିବା ମାନ୍ୟବରମାନଙ୍କ ପାଇଁ ଶେଷ ପରୀକ୍ଷାଟି ଏଯାଏ ବି ବାକି ଅଛି। ସିମେଣ୍ଟ ଗାଈଠୁ କ୍ଷୀର ଝରାଇବା ଭଳି ଚମତ୍କାର ପ୍ରଦର୍ଶନ କରି ଭକ୍ତମାନଙ୍କୁ ଭଣ୍ଡୁଥିବା ଏହି ତଥାକଥିତ ଭଗବାନମାନେ ଯଦି ପ୍ରକୃତରେ ଈଶ୍ୱର, ତେବେ ମାତୃଗର୍ଭରୁ ଭୂମିଷ୍ଠ ହେଲାମାତ୍ରେ ଭଗବାନ କୃଷ୍ଣ ବନ୍ଦୀଶାଳାରୁ ବାହାରିଆସିଲା ପରି ନିଜ ନିଜର କାରାଗୃହରୁ ବାହାରି ଆସୁନାହାନ୍ତି କାହିଁକି? ଏମିତି ହେଲେ ସେମାନଙ୍କ ପ୍ରଭୁପଣର ପରିଚୟ ସାରା ଜଗତ ଜାଣନ୍ତା! ଅନ୍ୟଥା ଏଇ ଭଣ୍ଡ ପାମରମାନଙ୍କ ଶଠତା ଦେଖି ଓ ଏମାନଙ୍କୁ ଭଗବାନ ମାନି ହୃଦୟରେ ବସାଇଥିବା ବାଚାଳ ଭକ୍ତମାନଙ୍କ ମୂର୍ଖତା ଦେଖି ଅଦୃଷ୍ଟ ଈଶ୍ୱର ହସିଚାଲିଥିବେ ଅନନ୍ତ କାଳ ଯାଏ। ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫
All Right Reserved By

ସମ୍ପାଦକୀୟ |

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...