ଫୁରସତ |

ଯେଉଁଠି ସମ୍ବେଦନଶୀଳ ଅଙ୍ଗର ହୁଏ ନାମକରଣ

ଯେଉଁଠି ସମ୍ବେଦନଶୀଳ ଅଙ୍ଗର ହୁଏ ନାମକରଣ

ପ୍ରଥା ପରମ୍ପରାକୁ ନେଇ ଶୁଣିବାକୁ ମିଳେ କେତେ କ’ଣ କଥା। ଆମେରିକାର ହାଓ୍ବାଇରେ ରହିଥିବା ଏମିତି ଏକ ପରମ୍ପରା ଅଜବ ଲାଗୁଥିଲେ ମଧ୍ୟ ଲୋକେ ଆଜିବି ଏହାକୁ ପାଳନ କରି ଆସୁଛନ୍ତି। ଏଠାକାର ଲୋକେ ନିଜ ନିଜର ସମ୍ବେଦନଶୀଳ ଅଙ୍ଗର ନାମକରଣ କରିଥାଆନ୍ତି। କେବଳ ସେତିକି ନୁହେଁ ଏହି ନାଁକୁ ନେଇ ଅନେକ ଲୋକ କବିତା ମଧ୍ୟ ରଚନା କରନ୍ତି। ଆଉ ଏହି କବିତାକୁ ସର୍ବ ସମ୍ମୁଖରେ ପାଠ କରାଯାଇଥାଏ। ହାଓ୍ବାଇର ଅଧିବାସୀ ଡ. ମିଲଟନ ଡାୟମଣ୍ଡନେ କୁହନ୍ତି ଏଠାରେ ଥିବା ରାଣୀ ଲିଲି ୟୁକୁଲାନି ପ୍ରଥମେ ତାଙ୍କ ସମ୍ବେଦନଶୀଳ ଅଙ୍ଗର ନାମକରଣ କରିଥିଲେ। ଆଉ ଏହା ଉପରେ ମଧ୍ୟ ଏକ ସୁନ୍ଦର କବିତା ରଚନା କରିଥିଲେ। ଏହା ସେଠାକାର ଲୋକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଯଦିଓ ଏହା ଏକ ଅଜବ ପ୍ରଥା ତଥାପି ଲୋକେ ଆଜିବି ଏହି ପ୍ରଥାକୁ ପାଳନ କରି ଆସୁଛନ୍ତି। 

All Right Reserved By

ଫୁରସତ |

ଏହି ଗଛକୁ ଯିଏ ବି କାଟିବାକୁ ଯାଇଛିି ତା’ର ମୃତ୍ୟୁ ହୋଇଛି...

ଏହି ଗଛକୁ ଯିଏ ବି କାଟିବାକୁ ଯାଇଛିି ତା’ର ମୃତ୍ୟୁ ହୋଇଛି...

ପୃଥିବୀରେ ରହିଛି ଅନେକ ଅଜଣା ରହସ୍ୟ। ଯାହା ଆଧୁନିକ ବିଜ୍ଞାନ ମଧ୍ୟ ସମାଧାନ କରି ପାରିନି। ଜାପାନର ଟୋକିଓରେ ରହିଛି ଏକ ୭ଶହ ବର୍ଷର ପୁରୁଣା କର୍ପୂର ଗଛ। ଏହି ଗଛକୁ ନେଇ ସ୍ଥାନୀୟ ଲୋକେ ଅନେକ କଥା କହିଥାନ୍ତି। 

ଏମିତି ଗାଁ ଯେଉଁଠି ଦୁଇ ଦଶକ ହେବ ହୋଇ ପାରୁନାହିଁ ବାହାଘର

ଏମିତି ଗାଁ ଯେଉଁଠି ଦୁଇ ଦଶକ ହେବ ହୋଇ ପାରୁନାହିଁ ବାହାଘର

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁହନ୍ତୁ ଅବା ଆଧୁନିକ ସହର ସବୁଠି ବିବାହ ସୁରୁଖୁରୁରେ ହେଉଥିବା ଦେଖାଯାଏ। କିନ୍ତୁ ବିହାରରେ ଏମିତି ଏକ ଗାଁ ରହିଛି ଯେଉଁଠି ଦୁଇ ଦଶକ ହେବ ଶାହାନାଇ ବାଜିନାହିଁ ଅର୍ଥାତ୍‌ କାହାର ବାହାଘର ହୋଇନାହିଁ। 

କାହିଁକି ଏ ଶୁକ୍ରଦଶା

କାହିଁକି ଏ ଶୁକ୍ରଦଶା

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ନିରାପଦ ସୀମା ୩୫୦ପିପିଏମ୍‌ ଥିବା ବେଳେ ବର୍ତ୍ତମାନ ଏହା ୪୦୦ ପିପିଏମ୍‌କୁ ଛୁଇଁଲାଣି। ୨୦୦୧ ମସିହା ପରେ ଏହି ବାଷ୍ପର ମାତ୍ରା ଅସ୍ବାଭାବିକ ଭାବରେ ବୃଦ୍ଧି ପାଇଛି।

ଜନବସତିମୁହାଁ ତୁଷାର ଭାଲୁ

ଜନବସତିମୁହାଁ ତୁଷାର ଭାଲୁ

ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ମେରୁ ଅଞ୍ଚଳରେ ଥିବା ପ୍ରାଣୀ ତଥା ଉଦ୍ଭିଦ ଜଗତ ପ୍ରଭାବିତ ହେବାରେ ଲାଗିଛି। ଏଠାରେ ଲଗାତର ବରଫ ପାହାଡ଼ ତରଳିବାରେ ଲାଗିଛି। ଫଳରେ ଆବଶ୍ୟକ ତାପମାତ୍ରା ଅଭାବ ଏବଂ ଖାଦ୍ୟ ସଙ୍କଟ ଯୋଗୁ ଏଠାରେ ବାସ କରୁଥିବା ତୁଷାର ଭାଲୁ ସ୍ଥାନାନ୍ତର ହେବାରେ ଲାଗିଛନ୍ତି। 

ଆଉ ଅଧିକ  ବୋଝ ଦେବା ନାହିଁ

ଆଉ ଅଧିକ ବୋଝ ଦେବା ନାହିଁ

ସାଧାରଣ ଭାବରେ ବର୍ଷକୁ ୧-୫ ଭିତରେ ଜୀବଜାତି ଲୁପ୍ତ ହୋଇଥାଏ। କିନ୍ତୁ ଗତ କିଛିବର୍ଷ ମଧ୍ୟରେ ଏହା ୧୦୦୦-୧୦,୦୦୦ ଗୁଣ ବୃଦ୍ଧି ପାଇଛି, ଯାହା ପରିବେଶବିତ୍‌ମାନଙ୍କର ଚିନ୍ତାର କାରଣ ହୋଇଛି। 

ଏହି ବ୍ୟକ୍ତି କରନ୍ତି ଏମିତି କାମ, ଜାଣିଲେ କରିବେ ତାରିଫ

ଏହି ବ୍ୟକ୍ତି କରନ୍ତି ଏମିତି କାମ, ଜାଣିଲେ କରିବେ ତାରିଫ

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି,  କେବେ କାହାକୁ ସେମାନେ ସାହାଯ୍ୟ କରିବାକୁ ଆସନ୍ତି ନାହିଁ। ମାତ୍ର ଜଣେ ଜଣେ ଅଛନ୍ତି, ଯିଏ କି ସାହାଯ୍ୟକାରୀ। ସେହି ବ୍ୟକ୍ତି ଜଣକ ହେଉଛନ୍ତି କେରଳର ଅଖିଳେଶ କୁମାର। 

ଜୀବ ସଂରକ୍ଷଣ

ଜୀବ ସଂରକ୍ଷଣ

ଧରିତ୍ରୀ ମା’କୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ପ୍ରତି ବର୍ଷ ଏପ୍ରିଲ ୨୨ ତାରିଖରେ ‘ବିଶ୍‌ ଧରିତ୍ରୀ ଦିବସ’ ପାଳିତ ହୋଇଥାଏ। ପ୍ରଥମେ ୧୯୭୦ ମସିହାରେ ଏହି ଦିବସ ପାଳିତ ହୋଇଥିବା ବେଳେ ୧୯୯୦ରେ ଆହୁରି ବ୍ୟାପକ ହୋଇଥିଲା।

ତରଳୁଛି ବରଫ ପାହାଡ଼

ତରଳୁଛି ବରଫ ପାହାଡ଼

ବିଭିନ୍ନ ପ୍ରଦୂଷଣ ଯୋଗୁ ବିପଦ ମାଡି ଆସୁଛି। ମେରୁ ଅଞ୍ଚଳରେ ଥିବା ବରଫ ପାହାଡ଼ ତରଳିବାରେ ଲାଗିଛି। ଏହାଦ୍ୱାରା ବିଭିନ୍ନ ମହାସାଗର ତଥା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ସୁମେରୁ ତୁଷାରହୀନ ହେବାର ଆଶଙ୍କା ବଢ଼ିବାରେ ଲାଗିଛି।

ଯେଉଁ ମରୁଭୂମିର ଉତ୍ତପ୍ତ ବାଲିରେ ପୋତି ହେବାକୁ ଦେଶବିଦେଶରୁ ଆସନ୍ତି ପର୍ଯ୍ୟଟକ...

ଯେଉଁ ମରୁଭୂମିର ଉତ୍ତପ୍ତ ବାଲିରେ ପୋତି ହେବାକୁ ଦେଶବିଦେଶରୁ ଆସନ୍ତି ପର୍ଯ୍ୟଟକ...

ମରୁଭୂମିର ଉତ୍ତପ୍ତ ବାଲିରେ ପୋତି ହେବାକୁ ଦେଶବିଦେଶରୁ ପର୍ଯ୍ୟଟକ ଆସିବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ ଏଭଳି ଏକ ମରୁଭୂମି ରହିଛି ସୌଦିରେ। ଏଠାରେ ବିଭିନ୍ନ ଆଣ୍ଠୁଗଣ୍ଠି ସମସ୍ୟାର ଚିକିତ୍ସା ପାଇଁ ଦେଶବିଦେଶରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ରୋଗୀଙ୍କ ପୋଷାକ ଓହ୍ଲାଇ ତାଙ୍କୁ ଉତ୍ତପ୍ତ ବାଲିରେ ବେକ ପର୍ଯ୍ୟନ୍ତ ପୋତି ଦିଆଯାଏ। ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ଏଭଳି ରହିବା ପରେ ରୋଗୀଙ୍କୁ ବାହାରକୁ କଢ଼ାଯାଇଥାଏ। ଏହି ଚିକିତ୍ସା ୩ରୁ୯ ଦିନ ପର୍ଯ୍ୟନ୍ତ କରାଯାଇଥାଏ। ରୋଗୀଙ୍କୁ ଚିକିତ୍ସା ସମୟ ମଧ୍ୟରେ ଗାଧୋଇବାକୁ ବାରଣ କରାଯାଇଥାଏ। ବାଲିରେ କ୍ୟାଲସିୟମ୍‌ ସହିତ ଅନ୍ୟ କେତେକ ଖଣିଜ ଦ୍ରବ୍ୟ ରହିଥାଏ। ଏହା ଆଣ୍ଠୁଗଣ୍ଠି ସମସ୍ୟାକୁ ଭଲ କରିଥାଏ। ଏହି ଚିକିତ୍ସା ପାଇଁ ଅଢ଼େଇରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ।

ଯେଉଁଠି ମୃତ ଶରୀରକୁ କାଟି ଶାଗୁଣାଙ୍କୁ ଖାଇବାକୁ ଦିଆଯାଏ

ଯେଉଁଠି ମୃତ ଶରୀରକୁ କାଟି ଶାଗୁଣାଙ୍କୁ ଖାଇବାକୁ ଦିଆଯାଏ

ତିବ୍ବତର ଲାରୁଙ୍ଗଓ୍ବେଲିରେ ରହୁଥିବା ବୌଦ୍ଧ ଭିକ୍ଷୁ ଓ ନନ୍‌ ମାନେ ଏକ ଅଜବ ପ୍ରଥାକୁ ଆପଣେଇ ନେଇଛନ୍ତି। କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେହି ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ସେମାନେ ଶାଗୁଣାଙ୍କୁ ଖାଇବାକୁ ଦେଇଥାଆନ୍ତି।

ମଣିଷଙ୍କ ପରି ସେଲ୍‌ଫି ନେଉଛି ଗରିଲା

ମଣିଷଙ୍କ ପରି ସେଲ୍‌ଫି ନେଉଛି ଗରିଲା

ଆଜିକାଲି ଯାହାକୁ ଦେଖ ସେଲ୍‌ଫି ନେବାରେ ବ୍ୟସ୍ତ। ସାଧାରଣତଃ ମଣିଷ ସେଲ୍‌ଫି ନେବାର ଦେଖିଛନ୍ତି। କିନ୍ତୁ କେବେ ଜୀବଜନ୍ତୁ ସେଲ୍‌ଫି ନେବାର ଦେଖିଛନ୍ତି କି? ବିଶ୍ୱାସ ନ ହେଲେ ବି ସତ। ଆଜି ଏମିତି ଦୁଇ ଗରିଲା ସମ୍ପର୍କରେ କହିବୁ ସେମାନେ ବି ସେଲ୍‌ଫି ନେବାରେ ବ୍ୟସ୍ତ।

ନିଆରା ପ୍ରାର୍ଥୀ: ପ୍ରତିଦିନ ୬୦ କିମି ସାଇକେଲ ଚଲାଇ କରୁଛନ୍ତି ପ୍ରଚାର, ପ୍ରଦୂଷଣ ମୁକ୍ତ ପାଇଁ ମୋତେ ଦିଅନ୍ତୁ ଭୋଟ

ନିଆରା ପ୍ରାର୍ଥୀ: ପ୍ରତିଦିନ ୬୦ କିମି ସାଇକେଲ ଚଲାଇ କରୁଛନ୍ତି ପ୍ରଚାର, ପ୍ରଦୂଷଣ ମୁକ୍ତ ପାଇଁ ମୋତେ ଦିଅନ୍ତୁ ଭୋଟ

ପୁଣେ, ୨୧।୪: ଦେଶରେ ଏବେ ନିର୍ବାଚନୀ ମାହୋଲ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର। ପ୍ରାର୍ଥୀମାନେ ସୁସଜ୍ଜିତ ଗାଡିରେ ବସି ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri