ଫୁରସତ |

ଚିତ୍ରକର କଲା ବ୍ରେନ୍‌ଷ୍ଟ୍ରୋକ୍‌

ଚିତ୍ରକର କଲା ବ୍ରେନ୍‌ଷ୍ଟ୍ରୋକ୍‌

ଷ୍ଟ୍ରୋକ୍‌କୁ ସମସ୍ତେ ଡରନ୍ତି। କାରଣ ଷ୍ଟ୍ରୋକ୍‌ ହେବା ପରେ ହୁଏତ ବଞ୍ଚତ୍ବା ସମ୍ଭବ ନୁହେଁ। ମାତ୍ର କେନ୍‌ ଓ୍ବାଲଟର୍ସଙ୍କ ପାଇଁ ବ୍ରେନ୍‌ଷ୍ଟ୍ରୋକ୍‌ ଆଶୀର୍ବାଦ ସାବ୍ୟସ୍ତ ହୋଇଛି। ଘଟଣାଟି ଏହିପରି। କେନ୍‌ ଓ୍ବାଲଟର୍ସଙ୍କୁ ୧୯ ବର୍ଷ ହୋଇଥିବା ବେଳେ ତାଙ୍କର ବ୍ରେନ୍‌ଷ୍ଟୋ୍ରକ୍‌ ହେଲା। ଷ୍ଟ୍ରୋକ୍‌ ଲାଗିବା ପରେ ସେ ପଢ଼ିପାରିଲେ ନାହିଁି। ଏମିତିରେ ପାଞ୍ଚ ଦଶବର୍ଷ ବିତିଗଲା। ହଠାତ୍‌ ଦିନେ ସେ ପେଣ୍ଟିଂ କରିବାକୁ ଲାଗିଲେ। ଆଗରୁ ନା ପେଣ୍ଟିଂ ଶିଖିଥିଲେ ନା ପେଣ୍ଟିଂ ପ୍ରତି ତାଙ୍କର ରୁଚି ଥିଲା। କିନ୍ତୁ ସେ ମନକୁ ମନ ଚିତ୍ର ଆଙ୍କିବାକୁ ଲାଗିଲେ। ସେ କମ୍ପ୍ୟୁଟରରେ ନୂଆ ନୂଆ ଡିଜାଇନ୍‌ କଲେ। ତାଙ୍କ ଡିଜିଟାଲ ଆର୍ଟଗୁଡ଼ିକୁ ଯିଏ ଦେଖିଲେ ପ୍ରଶଂସା କଲେ। ପରୀକ୍ଷାରୁ ଜଣାପଡ଼ିଥିଲା ଯେ, ଷ୍ଟ୍ରୋକ୍‌ ପରେ ତାଙ୍କ ମସ୍ତିଷ୍କରେ ସୁପ୍ତ ହୋଇ ରହିଥିବା ଚିତ୍ରକଳା ଦକ୍ଷତା ସକ୍ରିୟ ହୋଇଉଠିଥିଲା। ଫଳରେ ସେ ଜଣେ ସ୍ବୟଂସମ୍ପନ୍ନ ଚିତ୍ରକର ବନି ଯାଇଥିଲେ।

All Right Reserved By

ଫୁରସତ |

ମୃତ୍ୟୁ ପରେ କାହିଁକି ବେଳେବେଳେ ଫେରି ଆସେ ଜୀବନ...

ମୃତ୍ୟୁ ପରେ କାହିଁକି ବେଳେବେଳେ ଫେରି ଆସେ ଜୀବନ...

ମୃତ୍ୟୁ ପରେ ଶରୀରରେ କେତେକ ଜୈବିକ ପରିବର୍ତ୍ତନ ଘଟିଥାଏ। ମୃତ୍ୟୁ ପରେ ହୃଦୟର ସ୍ପନ୍ଦନ ବନ୍ଦ ହେବା ଯୋଗୁ ରକ୍ତ ସଞ୍ଚାଳନ ସମ୍ଭବ ହୋଇ ନ ଥାଏ। ଫଳରେ ଶରୀରର ସମସ୍ତ କୋଷିକା ଅମ୍ଲଜାନ ଅଭାବରୁ ମରି ଯାଇଥାନ୍ତି। 

ଏଥର କମ୍ପାନୀ ଦେବ ଡେଟିଂ ପାଇଁ ଛୁଟି

ଏଥର କମ୍ପାନୀ ଦେବ ଡେଟିଂ ପାଇଁ ଛୁଟି

ବିଭିନ୍ନ କମ୍ପାନୀରେ କାମ କରୁଥିବା ବ୍ୟକ୍ତିଙ୍କୁ ଛୁଟି ମିଳିବା କାଠିକର ପାଠ। ହେଲେ ଏବେ ଚାଇନାର ୨ଟି କମ୍ପାନୀ କେବଳ ତା’ର ମହିଳା କର୍ମଚାରୀଙ୍କୁ ଡେଟିଂ ଲିଭ୍‌ ଦେବ ବୋଲି ଯୋଜନା କରିଛି। 

ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ମହିଳାମାନେ ଆଜି ପୁରୁଷଙ୍କର ସମକକ୍ଷ ହୋଇପାରିଛନ୍ତି। ବିମାନ ଚଳାଇବା, କ୍ରିକେଟ ଖେଳିବାଠାରୁ ଆରମ୍ଭ କରି ଏଭରେଷ୍ଟ ଚଢ଼ିବା ଯାଏ ସବୁ କାମ କରିପାରୁଛନ୍ତି।

ଛୁଇଁଦେଲେ ଦେବେ ଜରିମାନା...

ଛୁଇଁଦେଲେ ଦେବେ ଜରିମାନା...

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏହା ସମ୍ପର୍କରେ ଜାଣି ନ ଥିବା ବିଦେଶୀ ଲୋକଙ୍କୁ ବେଳେ ବେଳେ ନୂଆ ନୂଆ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ହିମାଚଳପ୍ରଦେଶରେ ଥିବା ମଲାଣା ଗାଁ  ବେଶ୍‌ ରହସ୍ୟମୟ। 

କଟକଣା ପରେ ଟୁଇଟରରେ ଟ୍ରେଣ୍ଡ  କରୁଛି #tiktokban: ବ୍ୟବହାରକାରୀ କହିଲେ ‘ଜୀବନ ବର୍ବାଦ  ହୋଇଗଲା’

କଟକଣା ପରେ ଟୁଇଟରରେ ଟ୍ରେଣ୍ଡ କରୁଛି #tiktokban: ବ୍ୟବହାରକାରୀ କହିଲେ ‘ଜୀବନ ବର୍ବାଦ ହୋଇଗଲା’

ନୂଆଦିଲ୍ଲୀ: ଭାରତରେ ଆଧିକାରୀକ ଭାବେ ‘ଟିକଟକ୍‌’ ଭିଡିଓ ଆପ୍‌କୁ ଡାଉନଲୋଡ୍‌ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଆପ୍‌କୁ ଗୁଗୁଲ ଓ ଆପଲ୍‌ ପ୍ଲେ ଷ୍ଟୋରରୁ ହଟାଇବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। 

ପକ୍ଷୀ ନେଲା ମାଲିକଙ୍କ ଜୀବନ

ପକ୍ଷୀ ନେଲା ମାଲିକଙ୍କ ଜୀବନ

ଗୋଟିଏ ପକ୍ଷୀ ମାଲିକଙ୍କ ଜୀବନ ନେଇଯାଇଛି। ଏବେ ମନରେ ପ୍ରଶ୍ନ ଉଠୁଥିବ ମାଲିକ ଏମିତି କ’ଣ କଲେ ଯେ ସାମାନ୍ୟ ପକ୍ଷୀଟି ଜୀବନ ନେବାକୁ ପଛାଇଲାନି। ପକ୍ଷୀଟି ରାଗିଯିବାରୁ ତା’ ମାଲିକଙ୍କ ଜୀବନ ନେଇଗଲା। 

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଯେଉଁଠି ପିଆଯାଏ ସାପ ରକ୍ତ

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଯେଉଁଠି ପିଆଯାଏ ସାପ ରକ୍ତ

ସବୁଠାରୁ ଭୟଙ୍କର ଜୀବ ମଧ୍ୟରେ ସାପ ଅନ୍ୟତମ। ଯେକେହି ଏହାକୁ ଦେଖିବା ମାତ୍ରେ ଡରିଯାଇଥାନ୍ତି। ମାତ୍ର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ କୋବ୍ରା ରକ୍ତ ପିଇବାର ପରମ୍ପରା ରହିଛି। ଏହା ପଛରେ କାରଣ ମଧ୍ୟ ରହିଛି। 

ପ୍ରେମୀଯୁଗଳ ମଜାରେ କଲେ ଡିଏନ୍‌ଏ ଟେଷ୍ଟ: ପରିଣାମ ହେଲା ଭୟଙ୍କର

ପ୍ରେମୀଯୁଗଳ ମଜାରେ କଲେ ଡିଏନ୍‌ଏ ଟେଷ୍ଟ: ପରିଣାମ ହେଲା ଭୟଙ୍କର

ସୋସିଆଲ ମିଡିଆରେ ଜଣେ ଯୁବକ ଏମିତି ଏକ ପୋଷ୍ଟ କରିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ୨୬ ବର୍ଷୀୟ ଯୁବକ ଜଣେ ୨୭ ବର୍ଷୀୟା ଯୁବତୀଙ୍କୁ ପ୍ରେମ କରୁଥିଲେ। ଦୁଇଜଣ ଥଟ୍ଟାମଜାରେ ଡିଏନ୍‌ଏ ଟେଷ୍ଟ ପାଇଁ ଚାହିଁଲେ। ଉତ୍କଣ୍ଠାର ସହିତ ରେଜଲ୍ଟକୁ ଅପେକ୍ଷା ବି କଲେ। ଯେତେବେଳେ ରେଜଲ୍ଟ ଆସିଲା ତା’ର ପରିଣାମ ସ୍ବରୁପ କ’ଣ ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଜାଣନ୍ତୁ ଏ ସମ୍ପର୍କରେ ...

ଓଜନ କମ୍‌ କରିବା ପାଇଁ ମହିଳା କରିଥିଲେ ଏମିତି କିଛି, ଯେଉଁଥିରେ ସବୁଦିନ ପାଇଁ ଅକାମୀ ହୋଇଗଲା ଏହି ଅଙ୍ଗ

ଓଜନ କମ୍‌ କରିବା ପାଇଁ ମହିଳା କରିଥିଲେ ଏମିତି କିଛି, ଯେଉଁଥିରେ ସବୁଦିନ ପାଇଁ ଅକାମୀ ହୋଇଗଲା ଏହି ଅଙ୍ଗ

ବର୍ତ୍ତମାନ ସମୟରେ ମେଦବହୁଳତା ଏକ ଜଟିଳ ସମସ୍ୟା ପାଲଟିଛି। ଏହି ସମସ୍ୟା ଦେଇ ଗତିକରୁଛନ୍ତି ବିଶ୍ୱର ଅଧିକାଂଶ ଲୋକ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଯିଏ ଯାହା କହିଥାଏ, ଆମେ କରିଥାଉ। କେହି କେହି ଏଥିରୁ ମୁକ୍ତି ପାଇବା ପାଇଁ ଲିକ୍ୱିଡ୍‌ ଡାଏଟ ଆପଣାଇଥାନ୍ତି। 

ଗୋଲଡେନ୍‌ ବ୍ଲଡ୍‌ ଗ୍ରୁପ୍‌ ଅତି ବିରଳ: ପୃଥିବୀରେ ରହିଛନ୍ତି ମାତ୍ର ୪୩ ଜଣ

ଗୋଲଡେନ୍‌ ବ୍ଲଡ୍‌ ଗ୍ରୁପ୍‌ ଅତି ବିରଳ: ପୃଥିବୀରେ ରହିଛନ୍ତି ମାତ୍ର ୪୩ ଜଣ

ସାଧାରଣତଃ ୪ ଟି ବ୍ଲଡ୍‌ ଗ୍ରୁପ୍‌ର ଲୋକ ପୃଥିବୀରେ ରହିଥାନ୍ତି। ସେଥି ମଧ୍ୟରେ ଏ, ବି, ଏବି ତଥା ଓ ବ୍ରୁପ୍‌ ରହିଥାଏ। ଏହା ସହିତ ଅନ୍ୟ ଏକ ବିରଳ ଗ୍ରୁପ୍‌ ରହିଛି ତାହା ହେଉଛି ଆର୍‌ ଏଚ୍‌ ନଲ୍‌ ବ୍ଲଡ୍‌ ଗ୍ରୁପ୍‌। ଏହାକୁ ଗୋଲଡେନ୍‌ ବ୍ଳଡ୍‌ ଗ୍ରୁପ୍‌ କୁହାଯାଇଥାଏ।

ଚିଠି ଲେଖି ଭଗବାନଙ୍କ ନିକଟରେ ଗୁହାରି କରୁଛନ୍ତି ଯୁବତୀ

ଚିଠି ଲେଖି ଭଗବାନଙ୍କ ନିକଟରେ ଗୁହାରି କରୁଛନ୍ତି ଯୁବତୀ

ମଧ୍ୟ ପ୍ରଦେଶର ମନ୍ଦସୋରରେ ଥିବା ଭଗବାନ ପଶୁପତିନାଥ ମହାଦେବଙ୍କ ଦାନ ବାକ୍ସରୁ ମିଳୁଛି ଏମିତି କିଛି ପତ୍ର ଯାହାକୁ ପଢିଲେ ଆଶ୍ଚର୍ଯ୍ୟ ଲାଗୁଛି। କିଛି ବର୍ଷ ପୂର୍ବେ ଏଠାରେ ଦାନବାକ୍ସ ଖୋଲିବା ବେଳେକୁ ସାଦା କାଗଜରେ ଲେଖାଥିବା କିଛି ପତ୍ର ମିଳିଥିଲା। 

ଏହି ଜନଜାତି ମହିଳା ଜଙ୍ଗଲୀ ପ୍ରାଣୀ ଶାବକଙ୍କୁ କରାନ୍ତି ସ୍ତନ୍ୟପାନ...

ଏହି ଜନଜାତି ମହିଳା ଜଙ୍ଗଲୀ ପ୍ରାଣୀ ଶାବକଙ୍କୁ କରାନ୍ତି ସ୍ତନ୍ୟପାନ...

ମଣିଷ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ତ ସାଧାରଣ କଥା। ତେବେ ପୃଥିବୀରେ କେତେକ ଜନଜାତି ଅଛନ୍ତି ସେମାନେ ଜଙ୍ଗଲୀ ପ୍ରାଣୀ ଶାବକଙ୍କୁ ସ୍ତନ୍ୟପାନ କରାନ୍ତି। ବଡ଼ ହେଲେ ଏହି ପ୍ରାଣୀ ପୋଷାମାନି ଉଚ୍ଚ ଗଛ ଡାଳରୁ ଫଳ ତୋଳିବାରେ ସହାୟତା କରିଥାନ୍ତି।


Model This Week

କ୍ରିଷ୍ଣା
Why Dharitri