ରାଜ୍ୟ |

ବିଜେଡି ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଛି: ଧର୍ମେନ୍ଦ୍ର

ବିଜେଡି ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୦-୧(ବ୍ୟୁରୋ):ଅତୀତରେ ଅଞ୍ଜନା ମିଶ୍ର ମାମଲାରେ ରାଜ୍ୟର ଜନମତ ଏପରି ତୀବ୍ର ହେଲା ଯେ ତାହା ସରକାରରେ ପରିବର୍ତ୍ତନ ଆଣିଦେଲା। ଆଜି ବି ରାଜ୍ୟରେ ମହିଳା ଅସୁରକ୍ଷିତ ଓ ଅପମାନିତ । ସାରା ରାଜ୍ୟରେ ବିଜେଡି ସରକାର ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଛି। ଓଡ଼ିଆ ଲୋକମାନେ ରାଜ୍ୟ ସରକାରଙ୍କଠାରୁ ଜବାବ ମାଗୁଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ଗତ କିଛିଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲୁଛି। ଜନସାଧାରଣଙ୍କ ସହ ସିଧାସିଧା କଥା ହେଉଛି। ଗତ କିଛିଦିନ ତଳର କିଛି ଘଟଣା ରାଜ୍ୟର ଜନମାନସକୁ ଆନ୍ଦୋଳିତ କରୁଛି। ରାଜ୍ୟ ସରକାରଙ୍କ ବିରୋଧରେ ଲୋକମାନଙ୍କ ମନରେ ନିଆଁ କୁହୁଳିବା ପରି ଜନବିରୋଧ ତୀବ୍ର ହେଉଛି। ପିସିି ନ ଦେଇ ପାରିବାରୁ ଖୋର୍ଦ୍ଧାର ଲକ୍ଷ୍ମୀଧର ବେହେରାଙ୍କ ଆତ୍ମହତ୍ୟା ଓ ରାଜ୍ୟରେ ସରକାରୀ ଆବାସିକ ବିଦ୍ୟାଳୟରେ ଝିଅମାନେ  ଗର୍ଭବତୀ ହେବା ଓ ସନ୍ତାନ ପ୍ରସବ ଘଟଣାଗୁଡିକ ସାଧାରଣ ଓଡିଆମାନଙ୍କ ପରି ମୋତେ ବ୍ୟସ୍ତ  ଓ ବିବ୍ରତ କରୁଛି। 

ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଘରଠାରୁ ମାତ୍ର ୫୦ କିଲୋମିଟର ଦୂରର ବିଏ ପାସ୍‌ କରି ଚାଷ କରୁଥିବା ଲକ୍ଷ୍ମୀଧର ବେହେରା ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବାର କିଛିଦିନ ପୂର୍ବରୁ ଲକ୍ଷ୍ମୀଧର ଏକ ଭିଡିଓ ଭାଇରାଲ କରିଥିଲେ, ଯେଉଁଥିରେ ସରକାରଙ୍କ ଯୋଜନାରେ ପକ୍କାଘରଟିଏ ମିଳିବା ପାଇଁ ବ୍ଲକର ଅଧିକାରୀମାନେ ୧୫ରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗୁଥିବାର ଅଭିଯୋଗ ଥିଲା। ନବୀନ ସରକାର, ବିଜେଡି ଓ ସ୍ଥାନୀୟ ସରପଞ୍ଚଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନ ଥିବା ଭାଇରାଲ ଭିଡିଓରେ ଲକ୍ଷ୍ମୀଧର କହିଥିଲେ। ଧର୍ମେନ୍ଦ୍ର ପୁଣି ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ସରକାର ଥ୍ରୀ-ଟି’ର କ’ଣ ବ୍ୟବହାର କରୁଛନ୍ତି ଜଣାନାହିଁ। ଲକ୍ଷ୍ମୀଧରଙ୍କ ଭିଡିଓ ସରକାରଙ୍କ ନଜରକୁ ଆସିଲା ନାହିଁ। ମାତ୍ର ତାଙ୍କ ମୃତ୍ୟୁ ପରେ ପକ୍କାଘରର କାର୍ଯ୍ୟାଦେଶ ଧରି ସରକାରୀ କର୍ମଚାରୀମାନେ ଲକ୍ଷ୍ମୀଧରଙ୍କ ଘରେ ପହଞ୍ଚିଲେ। ସରକାରୀ ଯୋଜନାର ଲାଭ ପାଇବା ପାଇଁ କ’ଣ ଓଡିଶାର ସାଧାରଣ ଗରିବ ଲୋକଙ୍କ ପରିବାର ମୁଖିଆଙ୍କ  ମୃତ୍ୟୁକୁ ଅପେକ୍ଷା କରିବାକୁ ପଡିବ ବୋଲି ସେ ପ୍ରଶ୍ନ କରିଛନ୍ତି। 

ଏହି ଆତ୍ମହତ୍ୟା ପରେ ସରକାର ପିସିରେ ପେଷିହୋଇ ଓଡ଼ିଶାର ଶିକ୍ଷିତ ବେକାର ଯୁବକ ଲକ୍ଷ୍ମୀଧରଙ୍କ ପରି ମାନସିକ ଚାପରେ କେତେ ପ୍ରଭାବିତ ସେଥିରୁ ଶିକ୍ଷା ଗ୍ରହଣ କରି କାର୍ଯ୍ୟ କରୁନାହାନ୍ତି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅତି ଆପଣାର ଖୋର୍ଦ୍ଧା ବିଧାୟକ କଟା ଘା’ରେ ଚୂନ ଦେବା ପାଇଁ ପଛାଇ ନାହାନ୍ତି। ଏହି ପିସି କାରଣରୁ ଆତ୍ମହତ୍ୟାକୁ ସ୍ବୀକାର କରିବା ବଦଳରେ ଓଡିଶାର ଲକ୍ଷ୍ମୀଧରଙ୍କ ନିଚ୍ଛକ ନିଷ୍ଠୁର ସତ୍ୟକୁ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ କରିଥିବା ଲୋକଙ୍କୁ ଧମକାଇ ଓ ପୋଲିସ ଲଗାଇ ଦମନ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ରାଜ୍ୟ ସରକାରଙ୍କ ବିଫଳତା କାନ୍ଥରେ ଲେଖାହେଲାଣି। ଲୋକଙ୍କୁ ଡରାଇ ଧମକାଇ ସତ୍ୟକୁ ଲୁଚାଯାଇ ପାରିବ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ ପୁଣି  କହିଛନ୍ତି ଯେ, ବେବିନାଙ୍କୁ ନ୍ୟାୟ ମିଳିଲା ନାହିଁ। ସେତେବେଳର ମନ୍ତ୍ରୀ ପ୍ରଦୀପ ମହାରଥୀ ବେବିନା ମାମଲାରେ ଦୁଇ ଦୁଇଥର ଇସ୍ତଫା ଦେଲେଣି। ଥରେ ୨୦୧୨ରେ ଇସ୍ତଫା ଦେବା ପରେ ପୁଣି ୨୦୧୪ ନିର୍ବାଚନରେ ବିଧାୟକ ଟିକେଟ ମିଳିଲା। ନବୀନ ବାବୁଙ୍କ ମହିଳା ସମ୍ମାନରେ ଦୋମୁହାଁ ନୀତି ଯୋଗୁ ପୁଣି ତାଙ୍କୁ ସସମ୍ମାନେ ମନ୍ତ୍ରୀ ପଦ ମିଳିଲା। ଲୋକଙ୍କ କ୍ରୋଧକୁ ସାମ୍ନା କରି ନ ପାରି ୨୦୧୯ରେ ପୁଣି ବେବିନା ମାମଲାରେ ମହାରଥୀଙ୍କୁ ଇସ୍ତଫା ଦେବାକୁ ପଡିଲା। ଗତ କିଛିବର୍ଷ ଧରି କମ୍‌ ବୟସର ଝିଅମାନଙ୍କ ଉପରେ ବଳାତ୍କାର ବଢ଼ିଚାଲିଛି। ସରକାରୀ ଆବାସିକ ଆଦିବାସୀ ଆଶ୍ରମ ସ୍କୁଲରେ ଝିଅମାନେ ଗର୍ଭବତୀ  ଓ ପ୍ରସବ କରିବା ଭଳି ଘଟଣା ଓଡ଼ିଆମାନଙ୍କୁ ଲଜ୍ଜିତ କରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

All Right Reserved By

ରାଜ୍ୟ |

 ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ବେଗୁନିଆ/ବୋଲଗଡ଼,୧୮।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ ଅଧୀନ ଦେଉଳି ଗ୍ରାମରେ ସୋମବାର ଏକ ଭିଭତ୍ସ ହତ୍ୟାକାଣ୍ଡ ଘଟିଛି।

 ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ଖୋର୍ଦ୍ଧା ଅଫିସ,୧୮।୨: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲା ବ୍ୟବସାୟ ପ୍ରତିଷ୍ଠାନ ସୋମବାର ବନ୍ଦ ରହଛି।

ଶହୀଦଙ୍କ ସ୍ମୃତିରେ ଦୋକାନ ବଜାର ବନ୍ଦ

ଶହୀଦଙ୍କ ସ୍ମୃତିରେ ଦୋକାନ ବଜାର ବନ୍ଦ

କେନ୍ଦୁଝର (ସ୍ବ.ପ୍ର.) ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ମୃତ ଶହୀଦଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। 

କ୍ୟାଣ୍ଡେଲ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଲିରେ ସାମିଲ ହେଲେ ସଂଖ୍ୟାଧିକ ମୁସଲିମ ଯୁବକ

କ୍ୟାଣ୍ଡେଲ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଲିରେ ସାମିଲ ହେଲେ ସଂଖ୍ୟାଧିକ ମୁସଲିମ ଯୁବକ

ପାଟଣା,୧୮।୨(ସ୍ବ.ପ୍ର.):ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣକୁ ନେଇ ସାରା ଦେଶରେ କ୍ଷୋଭ ଏବଂ ଶୋକର ମାହୋଲ ଦେଖାଦେଇଛି। ସବୁଆଡୁ ଘଟଣାକୁ ନିନ୍ଦା କରାଯାଉଛି। 

ମହୋଦଧିରେ ବିସର୍ଜନ ହେଲା ଶହୀଦଙ୍କ ଚିତାଭସ୍ମ

ମହୋଦଧିରେ ବିସର୍ଜନ ହେଲା ଶହୀଦଙ୍କ ଚିତାଭସ୍ମ

ପୁରୀ ଅଫିସ,୧୮।୨: ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଦୁଇ ଓଡ଼ିଆ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରାଙ୍କ ଚିତାଭସ୍ମ ମହୋଦଧିରେ ବିସର୍ଜନ ହୋଇଛି। 

 ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ରହ୍ମପୁରର ୩୦ଟି ବଜାର ବନ୍ଦ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ରହ୍ମପୁରର ୩୦ଟି ବଜାର ବନ୍ଦ

ବ୍ରହ୍ମପୁର ଅଫିସ,୧୮ା୨: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଛନ୍ତି।   ଏହି ଆକ୍ରମଣକୁ ନେଇ ସାରା ଦେଶରେ କ୍ଷୋଭ ଏବଂ ଶୋକର ମାହୋଲ ଦେଖାଦେଇଛି। ସବୁଆଡୁ ଘଟଣାକୁ ନିନ୍ଦା କରାଯାଉଛି। 

୩ ଜିଲାରେ ବର୍ଷା ସମ୍ଭାବନା

୩ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୮ା୨(ବ୍ୟୁରୋ): ଥଣ୍ଡା କମିବାରେ ଲାଗିଥିବାବେଳେ ଦିନରେ ତାପମାତ୍ରା ବଢ଼ି ଚାଲିଛି। ସକାଳେ ଅଧିକାଂଶ ସ୍ଥାନରେ କୁହୁଡ଼ି ଦେଖାଯାଉଛି। ଏପରିସ୍ଥଳେ ଦୁଇଦିନ ହେଲା ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ସାମାନ୍ୟ ବର୍ଷା ସହ ପବନ ବହୁଛି। 

ଆଶାୟୀଙ୍କୁ ଅଡ଼ୁଆ ଏକାଧିକ ଚୟନ

ଆଶାୟୀଙ୍କୁ ଅଡ଼ୁଆ ଏକାଧିକ ଚୟନ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ସାଧାରଣ ନିର୍ବାଚନ ଘୋଷଣାକୁ ଅଳ୍ପ କିଛିଦିନ ବାକି ରହିଛି। ଏହାପୂର୍ବରୁ କଂଗ୍ରେସ ଦଳ ହିଁ ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରଥମେ ଅଣ୍ଟା ଭିଡ଼ିଛି। ଇତିମଧ୍ୟରେ ୧୧ ଲୋକ ସଭା ଓ ୭୭ ବିଧାନସଭା ଆସନ ନେଇ ସ୍କ୍ରିନିଂ କମିଟି ବୈଠକ ସରିଯାଇଛି। 

ଅନିଶ୍ଚିତତା ଭିତରେ ମହାମେଣ୍ଟ

ଅନିଶ୍ଚିତତା ଭିତରେ ମହାମେଣ୍ଟ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଓ ଭାଜପାକୁ ଶାସନ ଗାଦିରେ ବସାଇ ନ ଦେବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ ମିଳିବା ପରେ ରାଜ୍ୟର ସମଭାବାପନ୍ନ ଦଳଗୁଡିକ ସହ ମେଣ୍ଟ କରିବାକୁ ଯୋଜନା ଚାଲିଛି। 

ଭଦ୍ରକରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ:‘ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇନି’

ଭଦ୍ରକରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ:‘ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇନି’

ଭଦ୍ରକ ଅଫିସ, ୧୮ା୨:ଓଡ଼ିଶାରେ ୧୯ ବର୍ଷର ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇପାରିନାହିଁ। ରାଜ୍ୟର ବିକାଶ ନ ହେଲେ ଦେଶର ବିକାଶ ଅସମ୍ଭବ। ଭାଜପା ହିଁ ଏହାର ଏକମାତ୍ର ବିକଳ୍ପ। ଏଣୁ ବୁଥ୍‌ସ୍ତରରୁ ଦଳୀୟ ସୈନିକମାନେ ସଂକଳ୍ପ ନେବା ଆବଶ୍ୟକ। ମୋଦିଙ୍କ ବିକାଶମୂଳକ ଯୋଜନା ଘରେ ଘରେ ପହଞ୍ଚାଇବା ଆବଶ୍ୟକ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ରବିବାର ଭଦ୍ରକ ଜିଲା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି।  

ଅତି ଚାଲାକି ମହଙ୍ଗା ପଡିଲା

ଅତି ଚାଲାକି ମହଙ୍ଗା ପଡିଲା

ବାମରା, ୧୮।୨ (ସ୍ବ.ପ୍ର.):ବିହାରରେ ନିଜ କାକାକୁ ହତ୍ୟା କରି ଫେରାର ଥିବା ଜଣେ ଅଭିଯୁକ୍ତ ନିଜର ଅତି ଚାଲାକି ଯୋଗୁଁ ଗୋବିନ୍ଦପୁର ଥାନା ପୋଲିସ ହାତରେ ଧରା ପଡିଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ଅଭିଯୁକ୍ତଙ୍କୁ ନେବା ପାଇଁ ବିହାର ପୋଲିସ ଆସି ପହଞ୍ଚତ୍ଛି । 

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ବୀରମହାରାଜପୁର, ୧୮ା୨(ଡି.ଏନ୍‌.ଏ.):ସମ୍ପ୍ରତି ଇଣ୍ଟରନେଟର ପ୍ରସାର ଯୋଗୁଁ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନର ବ୍ୟବହାର ବଢି ଚାଲିଥିବା ବେଳେ ଏହାର ଦୁରୂପଯୋଗ ଅନେକ କ୍ଷେତ୍ରରେ କ୍ଷତି ଘଟାଇ ଚାଲିଛି।