ରାଜ୍ୟ |

‘ମାଗଣା କମ୍ବଳ ପାଇଁ ଉଲ୍‌ କାହିଁ’

‘ମାଗଣା କମ୍ବଳ ପାଇଁ ଉଲ୍‌ କାହିଁ’

ପିଲାଦିନେ କାହାଣୀ ଶୁଣିଥିଲୁ। ଶୀତଦିନେ ସକାଳୁ ଉଠି ରାଜା ଝରକା ବାହାରକୁ ଅନାଇଲେ। ମେଣ୍ଢାପଲ ଜାଡରେ ଚରିବାର ଦେଖି ରାଜାଙ୍କର ହୃଦୟ ବିଚଳିତ ହେଲା। ନିର୍ଦ୍ଦେଶ ଦେଲେ ସବୁ ମେଣ୍ଢାଙ୍କୁ ମାଗଣାରେ କମ୍ବଳ ଯୋଗାଇ ଦିଆଯାଉ। ଏହି ନିଷ୍ପତ୍ତିର ଖବର ଶୁଣି ମେଣ୍ଢାପଲ ଅତ୍ୟନ୍ତ ଖୁସି ହେଲେ। ମେଣ୍ଢାଙ୍କର ପ୍ରତିକ୍ରିୟା ଦେଖି ରାଜା ମଧ୍ୟ ଖୁସି ହେଲେ। ଗୋଟିଏ ବୁଢା ମେଣ୍ଢା ପଲ ଭିତରେ ଥିଲେ ମଧ୍ୟ ଚିନ୍ତା ପ୍ରକଟ କରି ପଚାରିଲା,- ‘ଆରେ ପିଲେ ଟିକେ ଚିନ୍ତା କର, ଏତେ ସଂଖ୍ୟାର ମାଗଣା କମ୍ବଳ ପାଇଁ ଆବଶ୍ୟକ ଉଲ୍‌(ମେଣ୍ଢାବାଳ) ଆସିବ କେଉଁଠୁ-’  ଏହା ପରେ ଖିଅର ହବା କଥା ବୁଝି ମେଣ୍ଢା ପଲ ପ୍ରଥମେ ନିଜ ନିଜ ଦେହକୁ ଚାହିଁଲେ, ପରେ ପରସ୍ପରର ମୁହଁ ଚାହିଁ ନୀରବ ହୋଇଗଲେ।

ଭୁବନେଶ୍ୱର,୨୦ା୧:ରାଜ୍ୟ ସରକାର ନିୟମିତ ବ୍ୟବଧାନରେ ନୂଆ ଯୋଜନା ଘୋଷଣା କରୁଛନ୍ତି।  ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବର୍ତ୍ତମାନ ସମୟରେ ଯୋଜନାର କାର୍ଯ୍ୟକାରିତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ଏସବୁ ଯୋଜନା ପାଇଁ ଅର୍ଥ କେଉଁ ସୂତ୍ରରୁ ଆସୁଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ରହୁନାହିଁ। ଏହାଦ୍ୱାରା ବିଭିନ୍ନ ଯୋଜନା ପାଇଁ ବର୍ତ୍ତମାନ ଖର୍ଚ୍ଚ କରାଯାଉଥିବା ଅର୍ଥ, ଭବିଷ୍ୟତରେ ରାଜ୍ୟ ପାଇଁ  ଘୋର ଆର୍ଥିକ ସଙ୍କଟ  ଆଣିବ ବୋଲି ସ୍ପଷ୍ଟ ଜଣାପଡୁଛି। ସାଧାରଣରେ ଚର୍ଚ୍ଚା ହେଉଛି ଯେ, ଏକ ସକାରାତ୍ମକ ପ୍ରଶାସନ କେବଳ ଅତ୍ୟଧିକ ମାତ୍ରାରେ ଲୋକାଭିମୁଖୀ ଯୋଜନା କରି ନ ଥାଆନ୍ତି। ଅନୁରୂପ ଭାବେ ସେଥିରେ ଖର୍ଚ୍ଚ ପାଇଁ ବ୍ୟବହୃତ ହୋଇଥିବା ଅର୍ଥକୁ ଭରଣା କରିବା ପାଇଁ ନିଜସ୍ବ ଆୟର ପନ୍ଥା ମଧ୍ୟ ବାହାର କରିଥାନ୍ତି। ଏବେକାର ପରିସ୍ଥିତିକୁ ଦେଖିଲେ ଓଡ଼ିଆ ଢଗ ‘ଋଣ କରି ଘିଅ ଖାଇବା’  କଥା ମନେପଡୁଛି । 

ଯୋଜନା ଉପରେ ଯୋଜନା

    • କେଉଁ ସୂତ୍ରରୁ ଅର୍ଥ ଆସୁଛି ମିଳୁନାହିଁ ସୂଚନା
    • ଆଗକୁ ଆର୍ଥିକ ସଙ୍କଟ ଜଳଜଳ
    • ମୁଣ୍ଡପିଛା ଋଣଭାର ୨୧,୩୪୦ ଟଙ୍କା
    • ଜିଏସ୍‌ଡିପିର ୩.୫% ପର୍ଯ୍ୟନ୍ତ ଋଣ ଅର୍ଥନୀତି ପାଇଁ ସ୍ବାସ୍ଥ୍ୟକର
    • ଓଡ଼ିଶାରେ ଚଳିତ ଆର୍ଥିକବର୍ଷ ଶେଷକୁ ଛୁଇଁବ ୨୩%

    ଦିନ ଗଡିବା ସହ ରାଜ୍ୟର ପ୍ରତିଟି ବ୍ୟକ୍ତି ଉପରେ ଋଣଭାରର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୁଣ୍ଡପିଛା ଋଣଭାର ପ୍ରାୟ ୨୧,୩୪୦ ଟଙ୍କା ଛୁଇଁଲାଣି। ଅର୍ଥ ବିଭାଗ ପକ୍ଷରୁ ବିଧାନସଭାରେ ୨୦୧୮ ସେପ୍ଟେମ୍ବର ୧୦ରେ ପ୍ରଶ୍ନ ନଂ ୭୧୯ର  ଦିଆଯାଇଥିବା ଉତ୍ତର ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷ ଶେଷସୁଦ୍ଧା ଏକତ୍ରୀକୃତ ଋଣର ପରିମାଣ ୭୩,୮୬୪.୬୬ କୋଟି ରହିଛି। ଯାହା ରାଜ୍ୟର ସକଳ ଘରୋଇ ଉତ୍ପାଦ(ଜିଏସ୍‌ଡିପି)ର ପ୍ରାୟ ୧୮ ପ୍ରତିଶତ। ବିଗତ ୪ ବର୍ଷରେ ଯେଉଁ ହାରରେ ଋଣ କରାଯାଇଛି, ତାହା ଚଳିତ ଆର୍ଥିକ ବର୍ଷ ଶେଷ ଆଡକୁ ପ୍ରାୟ ୯୨,୦୦୦ରୁ ୧,୦୦,୦୦୦ କୋଟି ଟଙ୍କାରେ ପହଞ୍ଚିଯିବ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା କରିଛନ୍ତି।  ୨୦୧୪-୧୫ରେ ରାଜ୍ୟ ସରକାର ୭୬୩୬.୫୪ କୋଟି ଟଙ୍କା ଏବଂ ୨୦୧୫-୧୬ରେ ୧୧୬୨୫.୩୨ କୋଟି ଟଙ୍କା ଋଣ କରିଛନ୍ତି। ଏହା ପୂର୍ବବର୍ଷ ଅପେକ୍ଷା ୩୯୮୮.୭୮ କୋଟି ଟଙ୍କା ଅଧିକ । ଅପରପକ୍ଷରେ ୨୦୧୪-୧୫ରେ ୩୦୨୯.୪୦ କୋଟି ଟଙ୍କା ଋଣ ପରିଶୋଧ କରାଯାଇଛି। ହେଲେ ୨୦୧୫-୧୬ରେ ପରିଶୋଧର ଅର୍ଥର ପରିମାଣ ୨୮୮୧.୩୭ କୋଟି ଟଙ୍କା ରହିଛି। ଯାହା ପୂର୍ବ ପରିଶୋଧ ତୁଳନାରେ ୧୧୦୭.୪୧ କୋଟି ଟଙ୍କା କମ୍‌ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ,  ଗୋଟିଏପଟେ ଋଣର ପରିମାଣ ବଢୁଥିବାବେଳେ ପରିଶୋଧର ପରିମାଣ କମିବାରେ ଲାଗିଛି। ପୂର୍ବ ବର୍ଷ ତୁଳନାରେ ଅଧିକ ଋଣ କରି କମ୍‌ ପରିମାଣର ପରିଶୋଧ ଅର୍ଥନୀତିର ନକାରାତ୍ମକ ଦିଗ ବୋଲି ଅର୍ଥନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ସେହିପରି ୨୦୧୬-୧୭ରେ ୧୩୦୮୦.୧୭ କୋଟି ଟଙ୍କା ଋଣ କରାଯାଇଛି। ସମାନ ସମୟରେ  ମାତ୍ର ୨୯୬୨.୦୫ କୋଟି ଟଙ୍କା ପରିଶୋଧ କରାଯାଇଛି।୨୦୧୭-୧୮ରେ ୧୪୪୧୯.୪୧ କୋଟି ଟଙ୍କାର ଋଣ କରାଯାଇଥିଲା। ତନ୍ମଧ୍ୟରୁ ଖୋଲା ବଜାର ସୂତ୍ରରୁ କେବଳ ୮୦୦୦ କୋଟି ଟଙ୍କା ଋଣ କରାଯାଇଛି।  ଏହା ରାଜ୍ୟ ଜିଏସ୍‌ଡିପିର ୧୮.୩୯ ପ୍ରତିଶତ। ଏହି ସମୟରେ ମାତ୍ର ୨୬୯୦.୨୧ କୋଟି ଟଙ୍କା ପରିଶୋଧ କରାଯାଇଛି। ଚଳିତ ଆର୍ଥିକ ବର୍ଷ ସମାପ୍ତ ହୋଇନାହିଁ, ହେଲେ ଗତ ଜୁଲାଇ ଶେଷ ସୁଦ୍ଧା ୩୦୭୪.୮୯ କୋଟି ଟଙ୍କା ଋଣ କରାଯାଇଛି । ଏଥିସହ ୫୧୧.୧୩ କୋଟି ଟଙ୍କା ପରିଶୋଧ କରାଯାଇଛି।  


    ବର୍ଷ ମୁଣ୍ଡ ପିଛା ଋଣଭାର (ଟଙ୍କାରେ) ଜିଏସ୍‌ଡିପିର ଋଣ ପ୍ରତିଶତ

    ୨୦୦୦-୦୧ ୫୭୦୭ ୧୨%

    ୨୦୧୮-୧୯ ୨୧,୩୪୦ ୨୩%


    ସହଜ ଭାଷାରେ କହିବାକୁ ଗଲେ, ଓଡ଼ିଶା ସରକାର ନିଜ ଉପରେ ଋଣଭାର କମ୍‌ କରିବା ପରିବର୍ତ୍ତେ   ବୃଦ୍ଧି କରିବାରେ ଲାଗିଛନ୍ତି। ଅଣାଯାଇଥିବା ଋଣକୁ ପରିଶୋଧ କରିବାରେ ଅକ୍ଷମତା ପ୍ରଦର୍ଶନ କରୁଛନ୍ତି। ଫଳରେ ଋଣ କରିବାର ପରିମାଣ ୬୨ ପ୍ରତିଶତ ବୃଦ୍ଧି ପାଇଛି।  ଅର୍ଥ ବିଭାଗର ଆକଳନ ଅନୁଯାୟୀ ଜିଏସ୍‌ଡିପି ୨୦୧୮-୧୯ ଆର୍ଥିକ ବର୍ଷରେ ୩.୪ ପ୍ରତିଶତ ନିଅଣ୍ଟ ହେବ। ବିତ୍ତୀୟ ଦାୟିତ୍ୱ ଏବଂ ବଜେଟ୍‌ ପରିଚାଳନା ନିୟମାନୁଯାୟୀ ରାଜ୍ୟ କେବଳ ଜିଏସ୍‌ଡିପି ୩.୫ ପ୍ରତିଶତ ଋଣ କରିପାରିବ।  ଏହାଠାରୁ ଅଧିକ ପରିମାଣର ଋଣ ହେବାରୁ, ତାହା ରାଜ୍ୟ ଅର୍ଥନୀତିକୁ ବିପଦରେ ପକାଉଛି। ଏବେ ଓଡ଼ିଶାର ଋଣଭାରର ପରିମାଣ ଜିଏସ୍‌ଡିପିର ୧୮ ପ୍ରତିଶତ ରହିଛି, ଯାହାକି ସୁସ୍ଥ ସୀମାଠାରୁ ୫ ଗୁଣା ଅଧିକ। ଚଳିତ ଆର୍ଥିକ ବର୍ଷ ଶେଷ ଆଡକୁ  ଏହା ୨୩ % ଛୁଇଁବ ବୋଲି ଆକଳନ କରାଯାଇଛି। ମୁଣ୍ଡ ଉପରେ ଏତେ ପରିମାଣର ଋଣ ବୋଝ ଥାଇ ସୁଦ୍ଧା ରାଜ୍ୟ ସରକାର ଯୋଜନା ପରେ ଯୋଜନା ଘୋଷଣା କରିବା ପାଇଁ କେବେ ଅନିଚ୍ଛା ପ୍ରକାଶ କରିନାହାନ୍ତି। ବର୍ତ୍ତମାନ  କାଳିଆ ଯୋଜନା(୧୦,୧୮୦ କୋଟି), ଆମ ଗାଁ ଆମ ବିକାଶ(୧୪୭୪ କୋଟି ), ବିଜୁ ଯୁବ ବାହିନୀ(୪୫୦ କୋଟି), ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(୨୨୦ କୋଟି), ଚାଷୀ ଏବଂ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ମୋବାଇଲ  ବଣ୍ଟନ ପାଇଁ ୫ କୋଟି ବ୍ୟୟବରାଦ ରଖାଯାଇଛି। 

    ଏହି ଅର୍ଥଗୁଡିକ ଜନସାଧାରଣଙ୍କ ମୌଳିିକ ଆବଶ୍ୟକତା ଯଥା- ସଡକ ନିର୍ମାଣ, ପାନୀୟ ଜଳ ଓ ଜଳସେଚନ ପ୍ରକଳ୍ପ, ଗ୍ରାମ୍ୟ  ବିଦ୍ୟୁତୀକରଣ ଇତ୍ୟାଦି କାର୍ଯ୍ୟରେ ବ୍ୟବହୃତ ହୋଇପାରିଥାନ୍ତା। ଏହାଦ୍ୱାରା ରାଜ୍ୟରେ ଅନେକ ଅଚଳ ଉଠାଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ହେବା ସହ ବିଜୁଳି ନ ଥିବା ଗାଁ ଆଲୋକ ଦେଖିପାରନ୍ତେ। ଏହା ବ୍ୟତୀତ ସର୍ବନିମ୍ନ ସ୍ବାସ୍ଥ୍ୟ ସେବା ନ ଥିବା ଅଧିକାଂଶ ଗାଁରେ ସ୍ବାସ୍ଥ୍ୟ ସୁବିଧା ପହଞ୍ଚାଇ ଦିଆଯାଇପାରନ୍ତା।  ଏହିଭଳି କାର୍ଯ୍ୟ ହେଉଛି, ନିରନ୍ତର ବିକାଶର ପ୍ରତୀକ। 

    ଚିଦାନନ୍ଦ ଜେନା


    All Right Reserved By

    ରାଜ୍ୟ |

    ପୋଲିସ ଗୁଳିରେ ୨ ମାଓବାଦୀ ନିହତ

    ପୋଲିସ ଗୁଳିରେ ୨ ମାଓବାଦୀ ନିହତ

    ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁରଠାରେ ପୋଲିସ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। 

     ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

    ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

    ପାଟଣା,୨୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବିଜେଡି ଉପସଭାପତି ଦେବାନନ୍ଦ ପୃଷ୍ଟି ରବିବାର ପଦରୁ ଇସ୍ତଫା ଦେଇଛନ୍ତି। 

      ଜଙ୍ଗଲରୁ  ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

    ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

    ନୟାଗଡ଼ ଅଫିସ,୨୧।୪: ନୟାଗଡ଼ ବ୍ଲକ ପାଣିପୋଇଲା ସାନହାମରା ଜଙ୍ଗଲରୁ ରବିବାର  ଏକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।

       ଆଡ଼ଚେରରେ ରାଜନୈତିକ ହିଂସା, ୩ ଗୁରୁତର

    ଆଡ଼ଚେରରେ ରାଜନୈତିକ ହିଂସା, ୩ ଗୁରୁତର

    ନୟାଗଡ଼ ଅଫିସ,୨୧।୪: ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଞ୍ଚାୟତ  ଆଡ଼ଚେର ଗ୍ରାମରେ ଶନିବାର ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି।

    ନିର୍ବାଚନ କାର୍ଯ୍ୟରେ ନିୟୋଜିିତ  କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

    ନିର୍ବାଚନ କାର୍ଯ୍ୟରେ ନିୟୋଜିିତ କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

    ଭୁବନ,୨୧।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ନିର୍ବାଚନମଣ୍ଡଳୀର ଭୁବନଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଷ୍ଟାଟିକ ସର୍ଭିଲାନ୍ସ ୧୨ ନଂ.  ଟିମ୍‌ଙ୍କୁ ମହୁଲପାଳ ପଞ୍ଚାୟତରେ ଶନିବାର ଦୁର୍ବ୍ୟବହାର  କରାଯାଇଥିଲା

    ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

    ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

    କେନ୍ଦୁଝର,୨୧।୪(ଡି.ଏନ୍‌.ଏ): କେନ୍ଦୁଝର ଜିଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରବିବାର ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ ଦାବିରେ କେନ୍ଦୁଝର ମାଇନିଂ ସ୍କୁଲ୍‌ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

    ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

    ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

    ଅନୁଗୋଳ ଅଫିସ,୨୧।୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହେବାକୁ ଥିବାବେଳେ  ଏ ନେଇ ଅନୁଗୋଳ ନିିର୍ବାଚନମଣ୍ଡଳୀରେ ଭାଜପା ପକ୍ଷରୁ ରୋଡ ଶୋ’ କରାଯାଇଛି। 

    ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ନିରଞ୍ଜନଙ୍କ କଡା ଆଭିମୁଖ୍ୟ: ୬ ଜଣଙ୍କୁ ବହିଷ୍କାର

    ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ନିରଞ୍ଜନଙ୍କ କଡା ଆଭିମୁଖ୍ୟ: ୬ ଜଣଙ୍କୁ ବହିଷ୍କାର

    ଭୁବନେଶ୍ୱର,୨୧।୪(ବ୍ୟୁରୋ): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରବିିବାର ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

    ବିଜୟଙ୍କ ପାଇଁ ପୁଣି ଅଗ୍ନିପରୀକ୍ଷା: ବେଦୁଙ୍କ ପରଲୋକ ଯୋଗୁ ସ୍ଥଗିତ ହେବ ପାଟକୁରା ବିଧାନସଭା ନିର୍ବାଚନ

    ବିଜୟଙ୍କ ପାଇଁ ପୁଣି ଅଗ୍ନିପରୀକ୍ଷା: ବେଦୁଙ୍କ ପରଲୋକ ଯୋଗୁ ସ୍ଥଗିତ ହେବ ପାଟକୁରା ବିଧାନସଭା ନିର୍ବାଚନ

    ଭୁବନେଶ୍ୱର,୨୧।୪(ବ୍ୟୁରୋ): ପାଟକୁରା ବିଧାୟକ ତଥା  ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ବିୟୋଗ ପରେ ଏହି ନିର୍ବାଚନମଣ୍ଡଳୀରେ ନିର୍ବାଚନ ସ୍ଥଗିତ ହେବା ନେଇ ଏକପ୍ରକାର ନିିଶ୍ଚିତ ହୋଇଯାଇଛି।

    ନୟାଗଡ଼ ନିର୍ବାଚନମଣ୍ଡଳୀ: ଏପ୍ରିଲ ୨୩ରେ ମତଦାନ, ବନ୍ଦ ଚିନିକଳ ଖୋଲିବା ସବୁ ଦଳଙ୍କ ପ୍ରମୁଖ ପ୍ରସଙ୍ଗ

    ନୟାଗଡ଼ ନିର୍ବାଚନମଣ୍ଡଳୀ: ଏପ୍ରିଲ ୨୩ରେ ମତଦାନ, ବନ୍ଦ ଚିନିକଳ ଖୋଲିବା ସବୁ ଦଳଙ୍କ ପ୍ରମୁଖ ପ୍ରସଙ୍ଗ

    ନୟାଗଡ଼ ଅଫିସ,୨୧।୪: ଏପ୍ରିଲ ୨୩ରେ ଜିଲାର ନୟାଗଡ଼ ନିର୍ବାଚନମଣ୍ଡଳୀରେ ମତଦାନ ହେବ। ଏଠାରେ କେଉଁ ପ୍ରାର୍ଥୀ ଜିତିବେ ତାହାକୁ ନେଇ ଚା ଖଟିଠୁ ଆରମ୍ଭ କରି ପାନ ଦେକାନ ଯାଏ ସବୁଠି ଚର୍ଚ୍ଚା ଚାଲିଛି।

    ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୩୫୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୩ ଜଣ କୋଟିପତି; ପିନାକୀ, ବବି ସବୁଠୁ ଧନୀ

    ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୩୫୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୩ ଜଣ କୋଟିପତି; ପିନାକୀ, ବବି ସବୁଠୁ ଧନୀ

    ଭୁବନେଶ୍ୱର,୨୧।୪(ବ୍ୟୁରୋ): ଆସନ୍ତା ୨୩  ତାରିଖରେ ରାଜ୍ୟର ୬ ଲୋକ ସଭା ଏବଂ ୪୨ଟି ବିଧାନସଭା ଆସନରେ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ। ଏହି ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳରୁ  ଓ ସ୍ବାଧୀନ ଭାବେ ୩୫୬ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି।

    ଯାଜପୁର ଲୋକ ସଭା ଆସନ: ପ୍ରାର୍ଥୀଙ୍କ ଦକ୍ଷତା ମାପୁଛନ୍ତି ଭୋଟର;  ପ୍ରାର୍ଥୀଙ୍କୁ ନିଦ ନାହିଁ କି ଖରାକୁ ଖାତିର ନାହିଁ

    ଯାଜପୁର ଲୋକ ସଭା ଆସନ: ପ୍ରାର୍ଥୀଙ୍କ ଦକ୍ଷତା ମାପୁଛନ୍ତି ଭୋଟର; ପ୍ରାର୍ଥୀଙ୍କୁ ନିଦ ନାହିଁ କି ଖରାକୁ ଖାତିର ନାହିଁ

    ଯାଜପୁର ଅଫିସ,୨୧। ୪: ଯାଜପୁର ଜିଲାରେ ୪ ପର୍ଯ୍ୟାୟରେ ନିର୍ବାଚନ ହେବ। ନିର୍ବାଚନ ପ୍ରଚାରକୁ ଆଉ ମାତ୍ର ଏକ ସପ୍ତାହ ରହିଲା। ସେଥିପାଇଁ ନେତାମାନେ ଏବେଠାରୁ ପୂରା ଦମରେ ପ୍ରଚାରରେ ଲାଗି ପଡିଛନ୍ତି। ମର୍ଯ୍ୟାଦାଜନକ ଯାଜପୁର ଲୋକ ସଭା ଆସନରେ ଏବେ ନିର୍ବାଚନୀ ପରିବେଶ ବେଶ୍‌ ସରଗରମ ହୋଇଛି।


    Model This Week

    ତୁଳସୀ ପ୍ରିୟଦର୍ଶିନୀ
    Why Dharitri