ରାଜ୍ୟ |

ଲୋକଙ୍କ ନିକଟତର ହୋଇ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଲୋକଙ୍କ ନିକଟତର ହୋଇ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦|୧ (ବ୍ୟୁରୋ)- ଗୁରୁବାରଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ ଶନିବାର ଶେଷ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପୋଲିସ ଅଧିକାରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଆଗାମୀ ଦିନରେ ପଦର ମର୍ଯ୍ୟାଦାକୁ ଆହୁରି ଉଚ୍ଚକୁ ନେବାକୁ କାର୍ଯ୍ୟ କରିବାକୁ ହେବ। ଏଥିପାଇଁ ଲୋକଙ୍କ ନିକଟତର ହୋଇ ସେମାନଙ୍କ ସମସ୍ୟା ବୁଝି ତୁରନ୍ତ ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଲେ, ଲୋକମାନେ ପୋଲିସଠାରୁ କ’ଣ ଚାହୁଁଛନ୍ତି, ସେଥିପ୍ରତି ଯତ୍ନବାନ ହୁଅ। ଉତ୍ତମ ବାତାବରଣରେ ପୋଲିସ କାମ କରିବାକୁ ଆମ ସରକାର ସର୍ବଦା ପ୍ରାଥମିକତା ଦେଇ ଆସିଛି। ୨୦୧୮ ପୁରୁଷ ହକି ବିଶ୍ୱକପ୍‌ ଓ ବିଭିନ୍ନ ସମୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ସେ ପୋଲିସକୁ ଧନ୍ୟବାଦ ଜଣାଇବା ସହ ନାବାଳିକାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ରୋକିବାକୁ ପୋଲିସ ବିଭାଗ ପକ୍ଷରୁ ହୋଇଥିତ୍ବା ‘ପରୀ ରଥ’ ପରିକ୍ରମା ଅଭିଯାନକୁ ପ୍ରଶଂସା କରିଥିଲେ। ସେ କହିଲେ,  ପୋଲିସ ରାଜ୍ୟ ମହିଳା ଓ ଶିଶୁ ଏବଂ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଯୋଗାଇ ଦେଉଛି।  ମହିଳା ଓ ଶିଶୁଙ୍କ ସମସ୍ୟାର ସମାଧାନ ପାଇଁ ୧୯ ଜିଲାରେ କାଉନ୍‌ସେଲିଂ ସେଣ୍ଟର ଖୋଲାଯାଇଛି। ଅନ୍ୟସବୁ ଜିଲାରେ  ତୁରନ୍ତ ଏହି ସେଣ୍ଟର ଖୋଲିବାକୁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଏସ୍‌ପିମାନଙ୍କୁ କହିଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆରକ୍ଷୀ’ ମୋବାଇଲ୍‌ ଆପ୍‌ ଶୁଭାରମ୍ଭ କରିଥିଲେ। ଏହି ଆପ୍‌ ପୋଲିସ ଅଧିକାରୀଙ୍କ ପାଇଁ ଅନେକ ସହାୟକ ହେବ। ପେପରଲେସ୍‌ କାର୍ଯ୍ୟ କରିବାକୁ ଏହି ଆପର ମୁଖ୍ୟ ଉଦ୍ଦେଶ୍ୟ। ପୋଲିସ ବିଭାଗକୁ ସମ୍ପୂର୍ଣ୍ଣ ଡିଜିଟାଇଜେଶନ କରିବା ଏହି ଆପ୍‌ର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ। ବିଶେଷକରି ତଦନ୍ତକାରୀ ଅଧିକାରୀ ଘଟଣା ସ୍ଥଳର ଫଟୋ, ତଦନ୍ତ ରିପୋର୍ଟ, ସିଜର ଲିଷ୍ଟ  ଓ ସମୟ ଆଦି ଉକ୍ତ ଆପ୍‌ରେ ଲୋଡ୍‌ କରିପାରିବେ। 

ଏହି ଅବସରରେ ଉତ୍ତମ ପ୍ରଦର୍ଶନ କରିଥିବା ଆଇପିଏସ୍‌ ଅଫିସରମାନଙ୍କୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ପୁରସ୍କୃତ କରିଥିଲେ। ମାଓବାଦୀ ଦମନ କ୍ଷେତ୍ରରେ ମାଲକାନଗିରି ଏସ୍‌ପିଙ୍କୁ  ପୁରସ୍କୃତ କରାଯାଇଥିଲା। ଏନ୍‌ଡିପିଏସ୍‌ରେ ଭଲ ପ୍ରଦର୍ଶନ ସହ ଆଦର୍ଶ ଥାନା ପାଇଁ କୋରାପୁଟ ଏସ୍‌ପି, ରୋଡ୍‌ ସେପ୍ଟି ପାଇଁ କେନ୍ଦୁଝର ଏସ୍‌ପି ଓ ସିସିଟିଏନ୍‌ଏସ୍‌ ପାଇଁ ସମ୍ବଲପୁର ଏସ୍‌ପିଙ୍କୁ ପୁରସ୍କୃତ କରାଯାଇଛି। ସେହିଭଳି ଭଲ କାର୍ଯ୍ୟ କରିଥିବା କେତେଜଣ ଆଇପିଏସ୍‌ ଅଧିକାରୀଙ୍କୁ ମଧ୍ୟ  ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। 

ପୋଲିସ ଡିଜି ଡା.ରାଜେନ୍ଦ୍ର ପ୍ରସାଦ ଶର୍ମା କହିଲେ, ପୋଲିସ ଅନେକ ଭଲ କାମ କରୁଛି, ଆହୁରି ଭଲ କରିବା ପାଇଁ ବାକି ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ପାଇଁ ଆମେ ବହୁତ ଖୁସି ଅଛୁ। ଦ୍ୱିତୀୟ ଦିନରେ ଫରେନସିକ୍‌ ଟେଷ୍ଟ୍‌ ରିପୋର୍ଟ ଆଧାରରେ ତଦନ୍ତ ଓ ସାଧାରଣ ନିର୍ବାଚନ ଉପରେ ଆଲୋଚନା ହୋଇଥିଲା। ୩ ଦିନରେ ବରିଷ୍ଠ ପୋଲିସ ଅଧିକାରୀମାନେ ବହୁତ କିଛି ଶିଖିବାକୁ ପାଇଲେ। ଆଗାମୀ ସାଧାରଣ ନିର୍ବାଚନକୁ କିଭଳି ଅବାଧ ଓ ଶାନ୍ତିଶୃଙ୍ଖଳାରେ ଶେଷ କରାଯିବ, ସେନେଇ ଏହି ସମ୍ମିଳନୀରେ ନିର୍ବାଚନ କମିଶନରଙ୍କ ସହ ଆଲୋଚନା ହୋଇଥିଲା।  ନିର୍ବାଚନ କମିଶନର ସୁରେନ୍ଦ୍ର କୁମାର କହିଲେ, ସାଧାରଣ ନିର୍ବାଚନରେ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଆଗାମୀ ଦିନରେ ଏକ ଟ୍ରେନିଂ ହେବ ବୋଲି ସେ କହିଛନ୍ତି। ସମ୍ମିଳନୀରେ ଅତିଥି ଭାବେ ଯୋଗଦେଇଥିବା ଗୁଜରାଟ ଗାନ୍ଧୀନଗରର ବୈଜ୍ଞାନିକ ଏସ୍‌ଏଫ୍‌ଏସ୍‌ର ହିତେଶ ତ୍ରିଭେଦୀ କହିଲେ, ଆଗାମୀ ଦିନରେ ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ପାଇଁ ଫରେନସିକ୍‌ ଟେଷ୍ଟ୍‌କୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ। ଏହାଦ୍ୱାରା ଦଣ୍ଡବିଧାନ ଓ ନ୍ୟାୟ ଠିକ୍‌ ଭାବେ  ମିଳିପାରିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହବିଭାଗ) ଅସୀତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

All Right Reserved By

ରାଜ୍ୟ |

ଧର୍ମେନ୍ଦ୍ରଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ  ସିଇଓଙ୍କୁ ଫେରାଦ ହେଲା ବିଜେଡି

ଧର୍ମେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ହିଂସା ବୃଦ୍ଧି ପାଇବାରେ ଲାଗିଛି। ରବିବାର ରାତିରେ ବିଭିନ୍ନ ସ୍ଥାନରେ ତିନୋଟି ରାଜନୈତିକ ହିଂସାକାଣ୍ଡ ଘଟିଛି।

ଭାଜପା ଓ ବିଜେଡି ମୁହଁ।ମୁହିଁ:ଭାଜପା ଯୁବମୋର୍ଚ୍ଚା ସଭାପତିଙ୍କୁ ମରଣାତ୍ମକ ଆକ୍ରମଣ,ଗିରଫ ଦାବିରେ ଥାନା ଘେରାଉ

ଭାଜପା ଓ ବିଜେଡି ମୁହଁ।ମୁହିଁ:ଭାଜପା ଯୁବମୋର୍ଚ୍ଚା ସଭାପତିଙ୍କୁ ମରଣାତ୍ମକ ଆକ୍ରମଣ,ଗିରଫ ଦାବିରେ ଥାନା ଘେରାଉ

ପୁରୀ ଅଫିସ,୨୩।୪ : ପୁରୀ ଭାଜପା ଯୁବମୋର୍ଚ୍ଚା ଜିଲା ସଭାପତି ଜୟନ୍ତ କୁମାର ଦାଶଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ଆସୁଛନ୍ତି ମୋଦି, ୨୬ରେ ଆସିବେ ରାହୁଲ

ଭୁବନେଶ୍ୱର, ୨୩।।୪(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୯ରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଉଭୟ ଭାଜପା ଓ କଂଗ୍ରେସର କେନ୍ଦ୍ରୀୟ ନେତା ପ୍ରଚାର ପାଇଁ ଆସିବେ। ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଆସନ ପାଇଁ ଭୋଟ୍‌ ହେବ। ଭାଜପା ଏଥର ଓଡ଼ିଶାର ଲୋକ ସଭା ଆସନ ଉପରେ ବିଶେଷ ନଜର ରଖିଛି।

ଇଲେକ୍ସନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌କୁ ମାଡ଼ ଘଟଣା: ଜେଲରୁ ଡାକ୍ତରଖାନା ଗଲେ ମହାରଥୀ

ଭୁବନେଶ୍ୱର (ବ୍ୟୁରୋ)/ପୁରୀ ଅଫିସ/ ପିପିଲି (ଡି.ଏନ.ଏ.),୨୩।୪: ଇଲେକ୍ସନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ସୋମବାର ମହାରଥୀଙ୍କୁ ଗିରଫ କରାଯାଇ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା।

କାଳବୈଶାଖୀ: ତୋଫାନରେ ଉଡ଼ିଲା ଛପର  ଅମଳ ଚିନାବାଦାମ ନଷ୍ଟ, ଚିନ୍ତାରେ ଚାଷୀ

କାଳବୈଶାଖୀ: ତୋଫାନରେ ଉଡ଼ିଲା ଛପର ଅମଳ ଚିନାବାଦାମ ନଷ୍ଟ, ଚିନ୍ତାରେ ଚାଷୀ

କୃଷ୍ଣପ୍ରସାଦ,୨୩ା୪(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ସୋମବାର ସନ୍ଧ୍ୟା ୫ଟାରେ କାଳବୈଶାଖୀଜନିତ ବର୍ଷା, ତୋଫାନ ଜନ ସାଧାରଣଙ୍କୁ ଆତଙ୍କିତ କରିଛି ।

ଅସୁରଗଡ଼ରୁ ମିଳିଲା ଟେରାକୋଟା କୂଅ: ଲୌହଯୁଗୀୟ ସଭ୍ୟତା ଉପସ୍ଥିତି ଅନୁମାନ

ଅସୁରଗଡ଼ରୁ ମିଳିଲା ଟେରାକୋଟା କୂଅ: ଲୌହଯୁଗୀୟ ସଭ୍ୟତା ଉପସ୍ଥିତି ଅନୁମାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ପକ୍ଷରୁ କଳାହାଣ୍ଡି ଜିଲା ନର୍ଲା ତହସିଲ ଅନ୍ତର୍ଗତ ଅସୁରଗଡ଼ ଦୁର୍ଗ ଅଞ୍ଚଳରେ ଚାଲିଥିବା ଉତ୍‌ଖନନ ଇତିମଧ୍ୟରେ ଶେଷ ହୋଇଥିବା ବେଳେ ଏଥିରୁ ଏଏସ୍‌ଆଇ ହାତକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆସିଛି।

ଆଜି ବିଶ୍ୱ ପୁସ୍ତକ ଦିବସ  ଡିଜିଟାଲ ଯୁଗରେ ପୁସ୍ତକର ସଂଘର୍ଷ

ଆଜି ବିଶ୍ୱ ପୁସ୍ତକ ଦିବସ ଡିଜିଟାଲ ଯୁଗରେ ପୁସ୍ତକର ସଂଘର୍ଷ

ଭୁବନେଶ୍ୱର,୨୩।୪(ସସ୍ମିତା ପାଇକରାୟ): ପୁସ୍ତକ, କାହା ପାଇଁ ମନୋରଞ୍ଜନର ମାଧ୍ୟମ ତ କାହା ପାଇଁ ଜ୍ଞାନର ପରିଭାଷା। ଭାଷା ଓ ବିଷୟ ଯାହା ହୋଇଥାଉ ନା କାହିଁକି, ମଣିଷ ପାଇଁ ଏହା ସୁଖଦୁଃଖର ସାଥୀ। ହେଲେ ସମୟ ସହ ତାଳଦେଇ ବଦଳିଛି ପୁସ୍ତକର ପରିଭାଷା। 

ଆଜି ୭ ଜିଲାକୁ ସତର୍କ ସୂଚନା

ଆଜି ୭ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତ ଦୁଇଦିନ ହେବ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ରହୁଥିବା ବେଳେ ସୋମବାର ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୧ଡିଗ୍ରୀ ରେକର୍ଡ କରାଯାଇଛି।

ବୋମାମାଡ଼ ପରେ ରାଜଧାନୀରେ ସୁରକ୍ଷା କଡ଼ାକଡ଼ି:  ଜଗନ୍ନାଥ, ଅନନ୍ତଙ୍କୁ ପୋଲିସ ଏସ୍‌କର୍ଟ

ବୋମାମାଡ଼ ପରେ ରାଜଧାନୀରେ ସୁରକ୍ଷା କଡ଼ାକଡ଼ି: ଜଗନ୍ନାଥ, ଅନନ୍ତଙ୍କୁ ପୋଲିସ ଏସ୍‌କର୍ଟ

ଭୁବନେଶ୍ୱର,୨୩।୪ (ବ୍ୟୁରୋ)- ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଘଟିଛି। ରବିବାର ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରକୁ ବୋମା ମାଡ଼ ହୋଇଛି।

ଦଳୀୟ ପତାକା ପୋଡ଼ି, ଭଙ୍ଗାରୁଜା

ଦଳୀୟ ପତାକା ପୋଡ଼ି, ଭଙ୍ଗାରୁଜା

ଚାନ୍ଦବାଲି, ୨୩।୪ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ରାଜନୈତିକ ବିବାଦକୁ ନେଇ ବିଜେଡି ଓ ଭାଜପା ସମର୍ଥକମାନେ ମୁହଁାମୁହିଁ ହେବା ସହ ସୋମବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଯାଇଥିଲା। ଦଳୀୟ ପତାକା ପୋଡ଼ି ସାଙ୍ଗକୁ ଅସ୍ଥାୟୀ ଟୁଙ୍ଗୀକୁ ଭଙ୍ଗାରୁଜା କରାଯାଇଛି। ଏହାକୁ ନେଇ ଘଣ୍ଟେଶ୍ୱର ଅଞ୍ଚଳରେ ରାସ୍ତାରୋକୋ କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ସହର ସୌନ୍ଦର୍ଯ୍ୟକରଣ ପ୍ରୀତି ଅଢେଇ ଦିନିଆ:  ରାଜନୈତିକ ପୋଷ୍ଟରରେ ବିକୃତ ରାଜଧାନୀ

ସହର ସୌନ୍ଦର୍ଯ୍ୟକରଣ ପ୍ରୀତି ଅଢେଇ ଦିନିଆ: ରାଜନୈତିକ ପୋଷ୍ଟରରେ ବିକୃତ ରାଜଧାନୀ

ଭୁବନେଶ୍ୱର, ୨୩।୪(ବ୍ୟୁରୋ)- ହକି ବିଶ୍ୱକପ୍‌ ଲାଗି ଭୁବନେଶ୍ୱରକୁ ନୂଆ ରୂପରେ ଦେଖିବାକୁ ମିଳିଥିଲା। ଖୁବ୍‌ କମ୍‌ ସମୟ ମଧ୍ୟରେ ବିଶ୍ୱକପ୍‌ ଆୟୋଜନ ସହ ସହରର ନବୀକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। 

ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ, ରାଜ୍ୟପାଳଙ୍କୁ ଚିଠି

ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ, ରାଜ୍ୟପାଳଙ୍କୁ ଚିଠି

ଭୁବନେଶ୍ୱର, ୨୩।୪(ବ୍ୟୁରୋ)- ପାଠ୍ୟକ୍ରମ ଶେଷ ହୋଇନି। କିନ୍ତୁ ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ସ୍ନାତକ କଲେଜଗୁଡ଼ିକରେ ମେ’ ୪ରୁ ଏହି ପରୀକ୍ଷା ଆରମ୍ଭ ହୋଇ ୧୦ ତାରିଖରେ ସରିବ ବୋଲି ବିଜ୍ଞପ୍ତିରୁ ଜଣାପଡିଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri