ରାଜ୍ୟ |

ଜେଇଇ ମେନ୍‌ ୨୦୧୯: ଓଡ଼ିଶା ଟପ୍ପର ହେଲେ ଶିବାଶିଷ

ଜେଇଇ ମେନ୍‌ ୨୦୧୯:  ଓଡ଼ିଶା ଟପ୍ପର ହେଲେ ଶିବାଶିଷ

ଭୁବନେଶ୍ୱର, ୨୦|୧(ବ୍ୟୁରୋ)- ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ୨୦୧୯ର ପେପର-୧ ଫଳ ଶନିବାର ପ୍ରକାଶ ପାଇଛି। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ଏହି ପରୀକ୍ଷାରେ ମୋଟ ୮,୭୪,୪୬୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୫ଜଣ ୧୦୦ ଏନ୍‌ଟିଏ ସ୍କୋର୍‌ କରିଛନ୍ତି। ଓଡ଼ିଶାର ସମ୍ବିତ ବେହେରା ଅନ୍ୟ ୧୪ଜଣଙ୍କ ସହ ଶତ ପ୍ରତିଶତ ସ୍କୋର୍‌ କରିବାରେ ସଫଳ ହୋଇଛନ୍ତି। ରାଜସ୍ଥାନର କୋଟାରେ ରହି କୋଚିଂ ନେଉଥିବା ସମ୍ବିତ ସେଠାରେ ପରୀକ୍ଷା ଦେଇଥିବା ବେଳେ ସେ ୧୫ଜଣଙ୍କ ମଧ୍ୟରେ ୫ମ ସ୍ଥାନରେ ରହିବାରେ ସଫଳ ହୋଇଛନ୍ତି। ତେବେ ‘ଷ୍ଟେଟ୍‌ କୋଡ୍‌ ଅଫ୍‌ ଏଲିଜିବିଲିଟି’ରେ ସମ୍ବିତଙ୍କର ରାଜସ୍ଥାନ ରହିଥିବାବେଳେ ଓଡ଼ିଶାର ଟପ୍ପର ହୋଇଛନ୍ତି ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ୍‌ର ଦ୍ୱାଦଶ ଶ୍ରେଣୀ ଛାତ୍ର ଶିବାଶିଷ ନାୟକ। ୯୯.୯୮% ମାର୍କ ସହ ଶିବାଶିଷ ରାଜ୍ୟ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ସେ ଫିଜିକ୍ସରେ ୯୯.୯୯, କେମିଷ୍ଟ୍ରିରେ ୯୯.୯୨ ଓ ମ୍ୟାଥ୍‌ମେଟିକ୍ସରେ ୯୯.୯୪ ପ୍ରତିଶତ ମାର୍କ ରଖିଛନ୍ତି।

ଶିବାଶିଷ ପୂର୍ବରୁ ଆଷ୍ଟ୍ରୋ ଅଲିମ୍ପିଆଡ୍‌ ୨୦୧୮ରେ ରାଜ୍ୟ ଟପ୍ପର ହେବାସହ ଫିଜିକ୍ସ ଅଲମ୍ପିଆଡ୍‌ ୨୦୧୮ରେ ମଧ୍ୟ ରାଜ୍ୟ ଟପ୍ପର ହୋଇଥିଲେ। ସେହିଭଳି କେମେଷ୍ଟ୍ରି ଅଲିମ୍ପିଆଡ୍‌ ୨୦୧୮ରେ ଦ୍ୱିତୀୟ ର଼୍ୟାଙ୍କ ହାସଲ କରିଥିଲେ। ଏହାସହ ସେ କେଭିପିୱାଇ ୨୦୧୮ରେ ୧୧ତମ ର଼୍ୟାଙ୍କ୍‌ ଅକ୍ତିଆର କରିଥିଲେ। ଶିବାଶିଷଙ୍କ ଘର ବାଲେଶ୍ୱର ଜିଲାର ନୂଆଗଁା ଓ  ତାଙ୍କ ପିତା ଗୋପୀନାଥ ନାୟକ ଭୁବନେଶ୍ୱର ପାଣିପାଗ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଅନ୍ୟପକ୍ଷରେ ଶତ ପ୍ରତିଶତ ସ୍କୋର୍‌ କରିଥିବା ୧୭ବର୍ଷୀୟ ସମ୍ବିତ ପରୀକ୍ଷା ପାଇଁ ଦିନକୁ ୬ଘଣ୍ଟା ପଢିବା ସହ ପ୍ରତିଦିନ କଠିନ ଅଭ୍ୟାସ କରୁଥିଲେ। ସମ୍ବିତଙ୍କ ବାପା ଚନ୍ଦ୍ରମଣି ବେହେରା କୋରାପୁଟ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ମ୍ୟାନେଜର ଭାବେ କାମ କରୁଥିବାବେଳେ ମା’ ଜଣେ ଅପ୍‌ଥାମୋଲୋଜିଷ୍ଟ। 

ସୂଚନାଯୋଗ୍ୟ, ଚଳିତ ବର୍ଷ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଜେଇଇ ମେନ୍‌ ପରୀକ୍ଷା ଦୁଇ ଥର ଦେବାପାଇଁ ସୁଯୋଗ ଦିଆଯାଇଛି। ପେପର-୧ ପାଇଁ ମୋଟ ୯ଲକ୍ଷ ୨୯ ହଜାର ଛାତ୍ରୀଛାତ୍ର ଆବେଦନ କରିଥିବାବେଳେ ୮,୭୪,୪୬୯ଜଣ ପରୀକ୍ଷା ଦେଇଥିଲେ। ଏନ୍‌ଟିଏ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପ୍ରଥମଥର ପାଇଁ କମ୍ପ୍ୟୁଟର୍‌ ବେସ୍‌ଡ ଟେଷ୍ଟ(ସିବିଟି) ମୋଡ୍‌ରେ ହୋଇଥିଲା। ଦେଶର ମୋଟ ୨୫୮ଟି ସହରର ୪୬୭ଟି କେନ୍ଦ୍ରରେ ଜାନୁୟାରୀ ୮ରୁ ୧୨ ତାରିଖ ମଧ୍ୟରେ ପରୀକ୍ଷା ହୋଇଥିଲା। ଓଡ଼ିଶାର ୯ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ରାଜ୍ୟରୁ ପ୍ରାୟ ୩୯ ହଜାର ପରୀକ୍ଷାର୍ଥୀ ଜେଇଇ ମେନ୍‌ ପାଇଁ ପଞ୍ଜୀକରଣ କରିଥିଲେ। ଜେଇଇ ମେନ୍‌ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୬ରୁ ୨୦ ତାରିଖ ମଧ୍ୟରେ ହେବ। ଏଥିପାଇଁ ଛାତ୍ରୀଛାତ୍ରମାନେ ଫେବୃୟାରୀ ୮ରୁ ମାର୍ଚ୍ଚ ୭ ମଧ୍ୟରେ ଆବେଦନ କରିପାରିବେ। ଏହି ପର୍ଯ୍ୟାୟ ରେଜଲ୍ଟ ବାହାରିବା ପରେ ର଼୍ୟାଙ୍କ୍‌ ଘୋଷଣା କରାଯିବ।

All Right Reserved By

ରାଜ୍ୟ |

 ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ବେଗୁନିଆ/ବୋଲଗଡ଼,୧୮।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ ଅଧୀନ ଦେଉଳି ଗ୍ରାମରେ ସୋମବାର ଏକ ଭିଭତ୍ସ ହତ୍ୟାକାଣ୍ଡ ଘଟିଛି।

 ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ଖୋର୍ଦ୍ଧା ଅଫିସ,୧୮।୨: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲା ବ୍ୟବସାୟ ପ୍ରତିଷ୍ଠାନ ସୋମବାର ବନ୍ଦ ରହଛି।

ଶହୀଦଙ୍କ ସ୍ମୃତିରେ ଦୋକାନ ବଜାର ବନ୍ଦ

ଶହୀଦଙ୍କ ସ୍ମୃତିରେ ଦୋକାନ ବଜାର ବନ୍ଦ

କେନ୍ଦୁଝର (ସ୍ବ.ପ୍ର.) ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ମୃତ ଶହୀଦଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। 

କ୍ୟାଣ୍ଡେଲ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଲିରେ ସାମିଲ ହେଲେ ସଂଖ୍ୟାଧିକ ମୁସଲିମ ଯୁବକ

କ୍ୟାଣ୍ଡେଲ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଲିରେ ସାମିଲ ହେଲେ ସଂଖ୍ୟାଧିକ ମୁସଲିମ ଯୁବକ

ପାଟଣା,୧୮।୨(ସ୍ବ.ପ୍ର.):ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣକୁ ନେଇ ସାରା ଦେଶରେ କ୍ଷୋଭ ଏବଂ ଶୋକର ମାହୋଲ ଦେଖାଦେଇଛି। ସବୁଆଡୁ ଘଟଣାକୁ ନିନ୍ଦା କରାଯାଉଛି। 

ମହୋଦଧିରେ ବିସର୍ଜନ ହେଲା ଶହୀଦଙ୍କ ଚିତାଭସ୍ମ

ମହୋଦଧିରେ ବିସର୍ଜନ ହେଲା ଶହୀଦଙ୍କ ଚିତାଭସ୍ମ

ପୁରୀ ଅଫିସ,୧୮।୨: ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଦୁଇ ଓଡ଼ିଆ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରାଙ୍କ ଚିତାଭସ୍ମ ମହୋଦଧିରେ ବିସର୍ଜନ ହୋଇଛି। 

 ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ରହ୍ମପୁରର ୩୦ଟି ବଜାର ବନ୍ଦ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ରହ୍ମପୁରର ୩୦ଟି ବଜାର ବନ୍ଦ

ବ୍ରହ୍ମପୁର ଅଫିସ,୧୮ା୨: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଛନ୍ତି।   ଏହି ଆକ୍ରମଣକୁ ନେଇ ସାରା ଦେଶରେ କ୍ଷୋଭ ଏବଂ ଶୋକର ମାହୋଲ ଦେଖାଦେଇଛି। ସବୁଆଡୁ ଘଟଣାକୁ ନିନ୍ଦା କରାଯାଉଛି। 

୩ ଜିଲାରେ ବର୍ଷା ସମ୍ଭାବନା

୩ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୮ା୨(ବ୍ୟୁରୋ): ଥଣ୍ଡା କମିବାରେ ଲାଗିଥିବାବେଳେ ଦିନରେ ତାପମାତ୍ରା ବଢ଼ି ଚାଲିଛି। ସକାଳେ ଅଧିକାଂଶ ସ୍ଥାନରେ କୁହୁଡ଼ି ଦେଖାଯାଉଛି। ଏପରିସ୍ଥଳେ ଦୁଇଦିନ ହେଲା ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ସାମାନ୍ୟ ବର୍ଷା ସହ ପବନ ବହୁଛି। 

ଆଶାୟୀଙ୍କୁ ଅଡ଼ୁଆ ଏକାଧିକ ଚୟନ

ଆଶାୟୀଙ୍କୁ ଅଡ଼ୁଆ ଏକାଧିକ ଚୟନ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ସାଧାରଣ ନିର୍ବାଚନ ଘୋଷଣାକୁ ଅଳ୍ପ କିଛିଦିନ ବାକି ରହିଛି। ଏହାପୂର୍ବରୁ କଂଗ୍ରେସ ଦଳ ହିଁ ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରଥମେ ଅଣ୍ଟା ଭିଡ଼ିଛି। ଇତିମଧ୍ୟରେ ୧୧ ଲୋକ ସଭା ଓ ୭୭ ବିଧାନସଭା ଆସନ ନେଇ ସ୍କ୍ରିନିଂ କମିଟି ବୈଠକ ସରିଯାଇଛି। 

ଅନିଶ୍ଚିତତା ଭିତରେ ମହାମେଣ୍ଟ

ଅନିଶ୍ଚିତତା ଭିତରେ ମହାମେଣ୍ଟ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଓ ଭାଜପାକୁ ଶାସନ ଗାଦିରେ ବସାଇ ନ ଦେବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ ମିଳିବା ପରେ ରାଜ୍ୟର ସମଭାବାପନ୍ନ ଦଳଗୁଡିକ ସହ ମେଣ୍ଟ କରିବାକୁ ଯୋଜନା ଚାଲିଛି। 

ଭଦ୍ରକରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ:‘ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇନି’

ଭଦ୍ରକରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ:‘ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇନି’

ଭଦ୍ରକ ଅଫିସ, ୧୮ା୨:ଓଡ଼ିଶାରେ ୧୯ ବର୍ଷର ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇପାରିନାହିଁ। ରାଜ୍ୟର ବିକାଶ ନ ହେଲେ ଦେଶର ବିକାଶ ଅସମ୍ଭବ। ଭାଜପା ହିଁ ଏହାର ଏକମାତ୍ର ବିକଳ୍ପ। ଏଣୁ ବୁଥ୍‌ସ୍ତରରୁ ଦଳୀୟ ସୈନିକମାନେ ସଂକଳ୍ପ ନେବା ଆବଶ୍ୟକ। ମୋଦିଙ୍କ ବିକାଶମୂଳକ ଯୋଜନା ଘରେ ଘରେ ପହଞ୍ଚାଇବା ଆବଶ୍ୟକ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ରବିବାର ଭଦ୍ରକ ଜିଲା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି।  

ଅତି ଚାଲାକି ମହଙ୍ଗା ପଡିଲା

ଅତି ଚାଲାକି ମହଙ୍ଗା ପଡିଲା

ବାମରା, ୧୮।୨ (ସ୍ବ.ପ୍ର.):ବିହାରରେ ନିଜ କାକାକୁ ହତ୍ୟା କରି ଫେରାର ଥିବା ଜଣେ ଅଭିଯୁକ୍ତ ନିଜର ଅତି ଚାଲାକି ଯୋଗୁଁ ଗୋବିନ୍ଦପୁର ଥାନା ପୋଲିସ ହାତରେ ଧରା ପଡିଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ଅଭିଯୁକ୍ତଙ୍କୁ ନେବା ପାଇଁ ବିହାର ପୋଲିସ ଆସି ପହଞ୍ଚତ୍ଛି । 

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ବୀରମହାରାଜପୁର, ୧୮ା୨(ଡି.ଏନ୍‌.ଏ.):ସମ୍ପ୍ରତି ଇଣ୍ଟରନେଟର ପ୍ରସାର ଯୋଗୁଁ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନର ବ୍ୟବହାର ବଢି ଚାଲିଥିବା ବେଳେ ଏହାର ଦୁରୂପଯୋଗ ଅନେକ କ୍ଷେତ୍ରରେ କ୍ଷତି ଘଟାଇ ଚାଲିଛି।