ସମ୍ବଲପୁର

ବିଶ୍ୱବାସୀଙ୍କ ପାଇଁ ଗାନ୍ଧୀବାଦର ପ୍ରାସଙ୍ଗିକତା ରହିଛି

ବିଶ୍ୱବାସୀଙ୍କ ପାଇଁ ଗାନ୍ଧୀବାଦର ପ୍ରାସଙ୍ଗିକତା ରହିଛି

ସୋନପୁର, ୨୦।୧(ନି.ପ୍ର.)- ଅହିଂସାର ପୂଜାରୀ ଥିଲେ ମହାତ୍ମାଗାନ୍ଧୀ। ସେ ରାମ ରାଜ୍ୟର ସ୍ବପ୍ନ ଦେଖିଥିଲେ। ଗାଁର ବିକାଶ ହେଲେ ଦେଶର ବିକାଶ ହେବ ବୋଲି କହୁଥିଲେ। ନିଶା ନିବାରଣ ଓ ଗ୍ରାମ୍ୟ ସ୍ବରାଜର ବାର୍ତ୍ତା ଦେଉଥିଲେ। ସ୍ବଚ୍ଛତା ପ୍ରତି ଗାନ୍ଧୀ ଗୁରୁତ୍ୱ ଦେଉଥିଲେ। ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ କଲ୍ୟାଣ ପାଇଁ ଚିନ୍ତା କରୁଥିଲେ। ଆବଶ୍ୟକ ଅନୁସାରେ ଉପଯୋଗ କରିବାକୁ କହୁଥିଲେ। ତେଣୁ ବିଶ୍ୱବାସୀଙ୍କ ପାଇଁ ଗାନ୍ଧୀବାଦର ପ୍ରାସଙ୍ଗିକତା ଆଜି ବି ରହିଛି ବୋଲି ସୁବର୍ଣ୍ଣପୁର ପୁସ୍ତକ ଓ ସାହିତ୍ୟ ମେଳା ଇଙ୍କ୍‌ଫେଷ୍ଟ୍‌ର ତୃତୀୟ ସନ୍ଧ୍ୟାରେ ଅତିଥି ବୃନ୍ଦ ମତପ୍ରକାଶ କରିଛନ୍ତି। ଶନିବାର ସମକାଳୀନ ବିଶ୍ୱରେ ଗାନ୍ଧୀ ବିଚାରର ପ୍ରାସଙ୍ଗିକତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଓଡିଶା ଗାନ୍ଧୀବାଦୀ ଫୋରମର ଅଧ୍ୟକ୍ଷା ଡ. ରୀନା ରାଉତରାୟ ଆଲୋଚକଭାବେ ଯୋଗଦେଇ କହିଥିଲେ ଯେ, ଭାଗବତ ଗୀତାକୁ ଗାନ୍ଧୀ ନିଜର ଗାଇଡ୍‌ ଭାବେ ବିବେଚନା କରିଥିଲେ। ସେ ସତ୍ୟର ଉପାସକ ଥିଲେ। ପଡୋଶୀଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା ଉପରେ ଗୁରୁତ୍ୱ ଦେଉଥିଲେ। ଗାନ୍ଧୀ ଏକ ଚେତନା। ତାଙ୍କ ଦର୍ଶନ ଓ ଆଦର୍ଶରେ ଯୁବସମାଜ ଅନୁପ୍ରାଣୀତ ହେବା ଉଚିତ ବୋଲି ଡ. ରାଉତରାୟ କହିଥିଲେ। ଭାରତୀୟ ସାଧାରଣ ପ୍ରଶାସନ ପ୍ରତିଷ୍ଠାନ ଦିଲ୍ଳୀର ପ୍ରାଧ୍ୟାପକ ଡ. ସୁଜିତ କୁମାର ପୃଷେଠ ଅନ୍ୟତମ ଆଲୋଚକଭାବେ ଯୋଗଦେଇ କହିଥିଲେ ଯେ, ଗାନ୍ଧୀ ବିଚାରଧାରା ଜୀବନର ଏକ ଅଂଶ। ବିଶ୍ୱରେ ଏବେ ଅନିଶ୍ଚିତତାବାଦ ରହିଛି। ତେଣୁ ଗାନ୍ଧୀ ବିଚାର ପ୍ରତି ସାରା ବିଶ୍ୱରେ ଆଗ୍ରହ ବଢୁଛି। ୧୯୩୭ରେ ଗାନ୍ଧିଜୀ ଆଦର୍ଶ ଗ୍ରାମର ପରିଭାଷା କହିଥିଲେ। ସ୍ବାଧିନତାର ୭୦ ବର୍ଷ ପରେ ଆମେ ଗ୍ରାମର ବିକାଶ କଥା ଚିନ୍ତା କରୁଛୁ। ଗଙ୍ଗାନଦୀକୁ ପରିସ୍କାର ରଖିବା ପାଇଁ ଗାନ୍ଧୀ କୁମ୍ଭମେଳାରେ ବୁଡ ପକାଉଥିଲେ। ଗାନ୍ଧୀ ଧର୍ମ କଥା କହୁଥିଲେ। କିନ୍ତୁ ଆଜିର ରାଜନୀତି ଧର୍ମ ଅଲଗା। ଗଣତନ୍ତ୍ର ପ୍ରତି ମଧ୍ୟ ଗାନ୍ଧୀବାଦର ପ୍ରାସଙ୍ଗିକତା ରହିଛି ବୋଲି ଡ. ପୃଷେଠ ମତପ୍ରକାଶ କରିଥିଲେ। ଶିକ୍ଷାବିତ୍‌ ହରପ୍ରସାଦ ରଥ ସଭାରେ ଅଧ୍ୟକ୍ଷତା କରି ବିଶ୍ୱରେ ଗାନ୍ଧୀ ବିଚାରର ପ୍ରାସଙ୍ଗିକତା ସମ୍ପର୍କରେ  ଆଲୋଚନା କରିଥିଲେ।  

All Right Reserved By

ସମ୍ବଲପୁର

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବଲାଙ୍ଗୀର ଅଫିସ,୨୧।୩ : ବଲାଙ୍ଗୀର ମାଲଗୋଦାମପଡ଼ାରୁ ଚାଲାଣ ହେଉଥିବା ବିପୁଳ ପରିମାଣର ବେଆଇନ କଫ୍‌ ସିରପ୍‌କୁ ଗୁରୁବାର ବଲାଙ୍ଗୀର ପୋଲିସ ଜବତ କରିବା ସହ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।

ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼, ଅଫିସ ୨୧ା୩ : ବରଗଡ଼ ଜିଲା ଭଟ୍‌ଲି ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀ ତଥା ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଆବାସ ଯୋଜନାରୁ ବଁଚିତ ଭିନ୍ନକ୍ଷମ ଧୁବା

ଆବାସ ଯୋଜନାରୁ ବଁଚିତ ଭିନ୍ନକ୍ଷମ ଧୁବା

ଲୋଇସିଂହା,୨୧।୩ (ଡି.ଏନ.ଏ)  ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଖଲିଆପାଲି ଗାଁର ଧୁବା ଝାଙ୍କର(୬୫)। ମାଏକିନା ଆରପାରକେ ଚାଲିଯାଇଥିଲା ବେଲେ ଧୁବା ପୁଓ ବହ ପାସେ ରହୁଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲା ବେଲେ ସରକାରୀ ଯୋଜ୍‌ନାରେ ଘରଖଁଡ଼େ ପାଏବାର ଲାଗି କେଭ୍‌ଠାନୁ ଚାହିଁ ରହିଛନ୍‌। 

୯ ମାସ ହେଲା ଅନ୍ଧାରରେ ପେଣ୍ଡ୍ରାବନ୍ଦବାସିନ୍ଦା:  ଜିଲାପାଳଙ୍କୁ ଫେରାଦ ହେଲେ;  ବିଜୁଳୀ ନ ହେଲେ ଭୋଟ ଦେବୁନାହିଁ

୯ ମାସ ହେଲା ଅନ୍ଧାରରେ ପେଣ୍ଡ୍ରାବନ୍ଦବାସିନ୍ଦା: ଜିଲାପାଳଙ୍କୁ ଫେରାଦ ହେଲେ; ବିଜୁଳୀ ନ ହେଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୧ା୩: ସରକାର ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ କରି ଜିଲା ତଥା ପଡୋଶୀ ବଲାଙ୍ଗୀର ଜିଲାବାସୀଙ୍କୁ ଜଳ ସେଚନର ସୁବିଧା ଯୋଗାଇଦେବାକୁ ଯୋଜନା କଲେ। 

ପାନୀୟ ଜଳଯୋଗାଣ ଦାବିରେ ମହିଳା ଜିଲାପାଳଙ୍କ ଦ୍ୱାରସ୍ଥ

ପାନୀୟ ଜଳଯୋଗାଣ ଦାବିରେ ମହିଳା ଜିଲାପାଳଙ୍କ ଦ୍ୱାରସ୍ଥ

ଦେବଗଡ଼,୨୧।୩(ସ୍ବ.ପ୍ର.) -ବାରକୋଟ ବ୍ଲକ କାଉଁସିବାହାଳ ପଞ୍ଚାୟତ ମାଝିଚାକୁଣ୍ଡାପାଳ ଗ୍ରାମରେ ଗଭୀର ନଳକୂଅ ଖୋଳା ଯାଇଛି। ବର୍ଷେ ହେଲା ଏକ ପାଣି ଟାଙ୍କି ମଧ୍ୟ ନିର୍ମାଣ ସରିଛି। ହେଲେ ବିଭାଗୀୟ ଅବହେଳା ଯୋଗୁ ସମ୍ପୃକ୍ତ ଗ୍ରାମବାସୀ ପିଇବା ପାଣି ପାଇଁ ଡହଳବିକଳ ହେଉଥିବା ଜଣାପଡିଛି। 

ବିଶ୍ୱ ଘରଚଟିଆ ଦିବସ ପାଳିତ : ଛାତ୍ରୀ ଛାତ୍ରଙ୍କ ସଚେତନତା ଶୋଭାଯାତ୍ରା, ସଭା

ବିଶ୍ୱ ଘରଚଟିଆ ଦିବସ ପାଳିତ : ଛାତ୍ରୀ ଛାତ୍ରଙ୍କ ସଚେତନତା ଶୋଭାଯାତ୍ରା, ସଭା

ସୁନ୍ଦରଗଡ଼, ୨୧।୩ (ଡି.ଏନ୍‌.ଏ) -ସୁନ୍ଦରଗଡ଼ରେ ବିଶ୍ୱ ଘରଚଟିଆ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବୁଧବାର ସୁନ୍ଦରଗଡ ପବ୍ଲିକ ସ୍କୁଲ, ବନବିଭାଗ ଓ ଏନ୍‌ଟିପିସିର ମିଳିତ ଆନୁକୂଲ୍ୟରେ ସ୍କାଉଟ ତଥା ବିଭିନ୍ନ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। 

ପ୍ଲାଷ୍ଟିକ୍‌ ସାମାନ ଲାଗି ମାଡ଼ଖାଉଛେ ବେଉସା:  ଜୀବ୍‌କା ହରଉଛନ୍‌ ବାଉଁଶ କାରିଗର

ପ୍ଲାଷ୍ଟିକ୍‌ ସାମାନ ଲାଗି ମାଡ଼ଖାଉଛେ ବେଉସା: ଜୀବ୍‌କା ହରଉଛନ୍‌ ବାଉଁଶ କାରିଗର

ଲାଠୋର, ୨୧ା୩ (ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଁଚେତ୍‌ର ଝଲିଆଲିଟି ଗାଁରେ ୯ ଘର ବାଉଁଶ କାରିଗର ପରିବାର ରହୁଛନ୍‌। ସେମାନେ ବାଉଁଶରେ ଭୁଗା, ଟୁପା, ଟୁପଲି, ଚଂଘରା, ଡଲା, କୁଲା, ଘରି ତିଆରି ବିକାଭଂଗା କରବାର ସଂଗେ ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। 

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧ,୨୦।୩(ସ୍ବ.ପ୍ର): ସାରା ରାଜ୍ୟରେ ଟିକେଟ ବଣ୍ଟନ ନେଇ କସରତ ଚାଲିଥିବା ବେଳେ ବୌଦ୍ଧରେ କଂଗ୍ରେସର ଟିକେଟ ବଣ୍ଟନ ନେଇ କର୍ମୀ ଓ ନେତାଙ୍କ ଅସନ୍ତେ।ଷ ବୃଦ୍ଧି ପାଇଛି । 

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

ସୋନପୁର,୨୦।୩(ନି.ପ୍ର.): ସୋନପୁର ଥାନା ଏସ୍‌ କଳାପଥର ଡାକ ପିଅନ ଶତୃଘ୍ନ ଷାଣ୍ଢ(୫୫)ଙ୍କୁ ବୁଧବାର ଭୋର ସମୟରେ କେହି ନିର୍ମମ ଭାବେ ହତ୍ୟା କରିଛନ୍ତି ।   ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । 

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଲୋଇସିଂହା,୨୦।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। 

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ରିଆମାଳ,୨୦।୩ (ଡି.ଏନ.ଏ.): ଦେବଗଡ଼ ଜିଲା ରିଆମାଳ ହାଟ ପଡ଼ିଆଠାରେ ବିଜେଡି ପକ୍ଷରୁ ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା