ଅନଗୁଳ-ଢେଙ୍କାନାଳ

ଅନୁଗୋଳରେ ଯୁବ ଶିଳ୍ପ ଉଦ୍ୟୋଗୀ ମଣ୍ଡଳୀ: ଜେଏସ୍‌ପିଏଲ୍‌ ଇସ୍ପାତ କାରଖାନା ପରିଦର୍ଶନ

ଅନୁଗୋଳରେ ଯୁବ ଶିଳ୍ପ ଉଦ୍ୟୋଗୀ ମଣ୍ଡଳୀ: ଜେଏସ୍‌ପିଏଲ୍‌ ଇସ୍ପାତ କାରଖାନା ପରିଦର୍ଶନ

ଅନୁଗୋଳ ଅଫିସ, ୨୦।୧- ଯୁବ ଶିଳ୍ପ ଉଦ୍ୟୋଗୀଙ୍କ ଚେନ୍ନାଇ ଶାଖାର ଏକ ପ୍ରତିନିଧି ମଣ୍ଡଳୀ ଶନିବାର ଜେଏସ୍‌ପିଏଲ୍‌ର ଅନୁଗୋଳ ସ୍ଥିତ ଇସ୍ପାତ କାରଖାନା ପରିଦର୍ଶନରେ ଆସିଥିଲେ। ଏହି ଦଳରେ ଭାରତର ୨୬ଟି ଅଗ୍ରଣୀ ଶିଳ୍ପ ଉଦ୍ୟୋଗର ଯୁବ ଶିଳ୍ପ ଉଦ୍ୟୋଗୀଙ୍କ ସହ ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ ଓ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନର ସହ ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଉପସ୍ଥିତ ଥିଲେ। ପରିଦର୍ଶନକାରୀ ଦଳ ଜେଏସ୍‌ପିଏଲ୍‌ର ଇସ୍ପାତ କାରଖାନାରେ ଥିବା ବିଭିନ୍ନ ୟୁନିଟ ତଥା ଭାରତର ସର୍ବବୃହତ୍ତ ବ୍ଲାଷ୍ଟ ଫର୍ନେସ, ସିଣ୍ଟର ପ୍ଲାଣ୍ଟ, ବିଲେଟ କାଷ୍ଟର୍ସ, ଡିଆର୍‌ଇ ପ୍ଲାଣ୍ଟ, କୋଲ ଗ୍ୟାସିଫିକେସନ ପ୍ଲାଣ୍ଟ, ବାର୍‌ ମିଲ ପରିଦର୍ଶନ କରିଥିଲେ। ଏଥିସହ ଭାରତର ସର୍ବାଧୁନିକ ବେସିକ ଅକ୍ସିଜେନ ଫର୍ନେସ, ନିଉ ଇଲେକ୍ଟ୍ରିକ ଅକ୍ସିଜେନ ଫର୍ନେସ, ପ୍ଲେଟ ମିଲ, କୋକ ଓଭେନ ବୁଲି ଦେଖିଥିଲେ। ପ୍ରତିନିଧି ମଣ୍ଡଳୀ ଜିନ୍ଦଲ ନଗର ସ୍ଥିତ ଦେବଭୂମିରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିଦର୍ଶନ କରିବା ସହ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ଦ୍ୱାରା ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଗୁଡ଼ିକର ପ୍ରଶଂସା କରିଥିଲେ। ଏହି ଉଦ୍ୟୋଗୀ ମଣ୍ଡଳୀ ଜେଏସ୍‌ପିଏଲ୍‌ର ବୈଷୟିକ ଜ୍ଞାନ କୌଶଳ ଓ ଏହାର ଉପତ୍ାଦନ ଗୁଡ଼ିକର ଗୁଣବତ୍ତାକୁ ମଧ୍ୟ ପ୍ରଶଂସା କରିଥିଲେ। ଦଳରେ ଏମ୍‌ଆର୍‌ଏଫ, କୋଠାରି ସୁଗର୍ସ ଆଣ୍ଡ କେମିକାଲ୍ସ, କରମେନ ଗ୍ରୁପ, ଭାରତ ମାଟ୍ରିମନି, ଇଆଇଡ଼ି ପାରି, ଶ୍ରବଣା ମିଲ୍ସ, ରାଜଶ୍ରୀ ଅଟୋମୋଟିଭ, ଆଇଷ୍ଟିଲ, ଶିବ୍ରୋସ, ବେଷ୍ଟ କର୍ପୋରେସନ ଲିମିଟେଡ଼, ପିପୁଲ କାପିଟାଲ, ଡ. ଅଗ୍ରୱାଲ ଆଇ ହସ୍ପିଟାଲ, ବହ୍ଲା କେମିକାଲ, ଶିବ୍ରୋସ ହୋଟେଲ, ବିବିସିଆଇ କନଷ୍ଟ୍ରକଶନ, ଶିଳ୍ପା ଆର୍‌କିଟେକ୍ଟସ, ଏଭିଟି ନାଚୁରାଲ ପ୍ରଡ଼କ୍ଟ, କେଜି ଗ୍ରୁପ, ସ୍ପେରୋ ରିଆଲିଟି, ମାରିଶ ସ୍ପିନର୍ଶ ଲିମିଟେଡ଼, ଇଣ୍ଡିୟମ ସଫ୍ଟୱାର, ନିର୍ମାଣ ରିଆଲିଟି, କୁମାର ଗୁରୁ ଇନଷ୍ଟିଚ୍ୟୁସନ, ଏଆର୍‌ ଫାଉଣ୍ଡେସନ, ସୁମଙ୍ଗଳା ଷ୍ଟିଲ୍ସ, ରେବାର ଡିଜାଇନ ଓ ଆଇଚେନ ଗ୍ରୁପ ସାମିଲ ଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

ମହିମା ବ୍ରହ୍ମଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

ମହିମା ବ୍ରହ୍ମଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

ଢେଙ୍କାନାଳ ଅଫିସ, ୨୦ା୩: ମହିମାଧର୍ମର ମୌଳିକ ତତ୍ତ୍ୱକୁ ଜନମାନସରେ ପ୍ରଚାର କରିବା ଉଦ୍ଦେଶ୍ୟରେ  କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ପଞ୍ଚାୟତର କମଗରାପାଟଣା ମହିମା ଟୁଙ୍ଗିରୁ ବାହାରିଥିବା ମହିମା ବ୍ରହ୍ମଜ୍ୟୋତିକୁ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।  

ସ୍ବୟଂସହାୟିକା ସଭାନେତ୍ରୀଙ୍କଠାରୁ ଲୁଟ୍‌

ସ୍ବୟଂସହାୟିକା ସଭାନେତ୍ରୀଙ୍କଠାରୁ ଲୁଟ୍‌

ବଇଣ୍ଡା, ୨୦।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ପୋଖରୀ ନିକଟରେ ଥିବା ସାହୁ ଲେଡିଜ୍‌ କନର୍ର୍ର ନିକଟରୁ ଜଣେ ମହିଳାଙ୍କଠାରୁ ବୁଧବାର ଅପରାହ୍ନରେ ୧ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଆନନ୍ଦମୁଣ୍ଡା ଗ୍ରାମ ମା’ ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଲକିନ୍‌ ସାହୁ(୨୪)। 

ଓଡିଶାକୁ କେନ୍ଦ୍ର କରିଛି ଅବହେଳା: ଛାତ୍ର ଓ ଯୁବ ବିଜେଡି ନେତା

ଓଡିଶାକୁ କେନ୍ଦ୍ର କରିଛି ଅବହେଳା: ଛାତ୍ର ଓ ଯୁବ ବିଜେଡି ନେତା

ପରଜଙ୍ଗ,୨୦।୩(ଡି.ଏନ.ଏ): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ୩ ନଂ ଜୋନ୍‌ର ସାଆନ୍ଦା ପଞ୍ଚାୟତ ସାଆନ୍ଦା ହାଟ ପଡ଼ିଆରେ ବୁଧବାର ପରଜଙ୍ଗ ବ୍ଲକ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ  "ହକ୍‌ ମାଗୁଛି ଓଡିଶା"ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। 

ଢେଙ୍କାନାଳ ଲୋକ ସଭା : ବିଜେଡିରୁ  କେପିଙ୍କ ପୁତ୍ରବଧୂ ପ୍ରାର୍ଥୀ ହେବା ଚର୍ଚ୍ଚା

ଢେଙ୍କାନାଳ ଲୋକ ସଭା : ବିଜେଡିରୁ କେପିଙ୍କ ପୁତ୍ରବଧୂ ପ୍ରାର୍ଥୀ ହେବା ଚର୍ଚ୍ଚା

ଢେଙ୍କାନାଳ ଅଫିସ, ୨୦ା୩: ବିଜେଡିର ଅନ୍ୟତମ ହେଭିଓ୍ବେଟ ନେତା ତଥା ୪ ଥର ଏମ୍‌ପି ରହି ଆସିଥିବା ତଥାଗତ ସତପଥୀ ୨୦୧୯ ନିର୍ବାଚନରେ ଭାଗ ନେବେନାହିଁ ବୋଲି କହିବା ପରେ ଢେଙ୍କାନାଳରୁ ଶାସକ ଦଳରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଲାଗିରହିଛି କଳ୍ପନାଜଳ୍ପନା। ସହରର ଜନଗହଳିପୂର୍ଣ୍ଣ ସ୍ଥାନ, ଖଟି ପଏଣ୍ଟ ସବୁଠି ଏବେ ଗୋଟିଏ ପ୍ରସଙ୍ଗ, ତଥାଗତଙ୍କ ବିକଳ୍ପ ହେବେ କିଏ।

ଘୋଷିତ ପ୍ରାର୍ଥୀ ତାଲିକାକୁ ନେଇ ଆଗୁଆ ଅଙ୍କକଷା: ଅନୁଗୋଳ ରାଜନୀତି ପାଣିପାଗ ସରଗରମ

ଘୋଷିତ ପ୍ରାର୍ଥୀ ତାଲିକାକୁ ନେଇ ଆଗୁଆ ଅଙ୍କକଷା: ଅନୁଗୋଳ ରାଜନୀତି ପାଣିପାଗ ସରଗରମ

ଅନୁଗୋଳ ଅଫିସ, ୨୦।୩- ରାଜ୍ୟରେ ହେବାକୁ ଥିବା ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।

ଟ୍ରକ୍‌ ଲୁଟ୍‌ ଉଦ୍ୟମ, ୨ ଗିରଫ

ଟ୍ରକ୍‌ ଲୁଟ୍‌ ଉଦ୍ୟମ, ୨ ଗିରଫ

ଛେଣ୍ଡିପଦା,୨୦ା୩(ଡି.ଏନ.ଏ.)(ସ୍ବ.ପ୍ର.)- ଛେଣ୍ଡିପଦା-ଅନୁଗୋଳ ପୂର୍ତ୍ତ ରାସ୍ତାର ପଳାଶବଣିଆ ଗ୍ରାମ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ୍‌ ଲୁଟ୍‌ ଉଦ୍ୟମ କରିଥିବା ଦୁଇ ରାଜପଥ ଲୁଟେରାଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି। ଏଥିସହ ଜଙ୍ଗଲ ମଧ୍ୟରେ ଲୁଚା ଯାଇଥିବା ଟ୍ରକ୍‌କୁ ପୋଲିସ ଉଦ୍ଧାର କରିଛି।

ନିର୍ବାଚନ ପାଇଁ ପୋଲିସର ବ୍ଲକିଂ: ବେଆଇନ ଅର୍ଥ, ଅପରାଧ ରୋକିବା ଉପରେ ନଜର

ନିର୍ବାଚନ ପାଇଁ ପୋଲିସର ବ୍ଲକିଂ: ବେଆଇନ ଅର୍ଥ, ଅପରାଧ ରୋକିବା ଉପରେ ନଜର

ଅନୁଗୋଳ ଅଫିସ, ୨୦।୩- ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁଗୋଳ ପୋଲିସ ପକ୍ଷରୁ ମଙ୍ଗଳବାରଠାରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ ଆରମ୍ଭ ହୋଇଛି।

ବାଙ୍କୁଆଳ ଘରପୋଡ଼ି ମାମଲା: ନ୍ୟାୟ ଦାବିରେ ଗ୍ରାମବାସୀ ଏସ୍‌ପିଙ୍କ ଦ୍ୱାରସ୍ଥ

ବାଙ୍କୁଆଳ ଘରପୋଡ଼ି ମାମଲା: ନ୍ୟାୟ ଦାବିରେ ଗ୍ରାମବାସୀ ଏସ୍‌ପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଅଫିସ,୨୦।୩- ଢେଙ୍କାନାଳ ସଦର ଥାନା ବାଙ୍ଗୁଆଳ ଗ୍ରାମରେ ଟଙ୍କା ଧାର ନେବାକୁ କେନ୍ଦ୍ର କରି ସଙ୍ଗଠିତ ଘରପୋଡ଼ି ମାମଲାରେ ଛନ୍ଦି ହୋଇପଡ଼ିଥିବା ଗ୍ରାମବାସୀ ନ୍ୟାୟ ଦାବି କରିଛନ୍ତି। ଏ ନେଇ ସେମାନେ ମଙ୍ଗଳବାର ଏସ୍‌ପିଙ୍କୁ ଭେଟି ଗୁହାରି କରିଛନ୍ତି।

୬ଷ୍ଠ ମହିମା ଜ୍ୟୋତିଯାତ୍ରା: 'ବିଶ୍ୱକଲ୍ୟାଣ ମହିମାଧର୍ମର ମୂଳମନ୍ତ୍ର’

୬ଷ୍ଠ ମହିମା ଜ୍ୟୋତିଯାତ୍ରା: 'ବିଶ୍ୱକଲ୍ୟାଣ ମହିମାଧର୍ମର ମୂଳମନ୍ତ୍ର’

ଢେଙ୍କାନାଳ ଅଫିସ, ୨୦।୩- ଢେଙ୍କାନାଳ ଜିଲା ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମରେ ସୋମବାର ମଧ୍ୟାହ୍ନରେ ୬ଷ୍ଠ ମହିମା ଜ୍ୟୋତିଯାତ୍ରା ଅନୁଷ୍ଠିତ ହୋଇଯାଇଛି। 

ବଢୁଛି ଚୋରା କାଠ ଚାଲାଣ:ଜିଲାପାଳଙ୍କୁ ଅଭିଯୋଗ କଲା ନାଗରିକ ମଞ୍ଚ

ବଇଣ୍ଡା,୨୦।୩(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ ଥିବା ମଇମୁରା, କେଞ୍ଚୁଆନାଳୀ, ବିପ୍ରଡ଼ିହ, କଂସାବ ଜଙ୍ଗଲରୁ କିଛି ମାସ ହେବ ମୂଲ୍ୟବାନ କାଠ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି।

ଚାଳକଙ୍କୁ ମାଡ଼ମାରି ଟ୍ରକ୍‌ ଲୁଟ୍‌

ଚାଳକଙ୍କୁ ମାଡ଼ମାରି ଟ୍ରକ୍‌ ଲୁଟ୍‌

ତାଳଚେର,୧୯ା୩(ନି.ପ୍ର.)- ତାଳଚେର ବ୍ଲକ ଚାଇଁପାଳ ଗ୍ରାମ ନିକଟରୁ ସୋମବାର ରାତିରେ ଏକ କୋଇଲା ବୋଝେଇ ଟ୍ରକ୍‌ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ଶହେ ପେଟି ମଦ ଜବତ, ୨ ଗିରଫ

ଶହେ ପେଟି ମଦ ଜବତ, ୨ ଗିରଫ

ତାଳଚେର,୧୯ା୩(ନି.ପ୍ର.)- କଲିୟାରୀ ପୋଲିସ ସୋମବାର ରାତିରେ ତାଳଚେର ବ୍ଲକ ଡଅଁରା ଗ୍ରାମରୁ ଏକ ଗାଡ଼ି ସହ ଶହେ ପେଟି ବିଦେଶୀ ମଦ ଜବତ କରିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା