Dharitri News
ଫୁରସତ |

ଇମୋଜି: ଶବ୍ଦର ଛୁଟି

ଇମୋଜି: ଶବ୍ଦର ଛୁଟି ଦିନକୁ ଦିନ ସୋସିଆଲ୍‌ ସାଇଟ୍‌ରେ ମେସେଜ୍‌, ଷ୍ଟାଟସ୍‌ ହେଉ ଅବା କମେଣ୍ଟ ଲାଗି ଶବ୍ଦର ସ୍ଥାନ ମାଡି ବସୁଛି ଇମେଜି । ତେବେ ଏହି ଭିଜୁଆଲ୍‌ ଶର୍ଟକଟ୍‌ ନା କେବଳ ଲମ୍ବା ବାକ୍ୟ ଲେଖିବାର ସ୍ପେଶ୍‌ କମାଉଛି ବରଂ ଅଧିକ ଏକ୍ସପ୍ରେସିଭ୍‌, ଆଇକ୍ୟାଚି ଏବଂ ଫନି ମଧ୍ୟ ଲାଗୁଛି...   ଇମୋଜି। ପ୍ରଥମେ ଜାପାନର ଜଣେ ମୋବାଇଲ କମ୍ପାନୀ କର୍ମଚାରୀ ଶିଗେଟାକା କୁରିଟାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ତାଙ୍କୁ ଇମୋଜିର ଜନକ ବୋଲି ମଧ୍ୟ କୁହାଯାଇଥାଏ। ସେ ଏହି ଶବ୍ଦଟି ଇ+ମୋଜି ଅର୍ଥାତ୍‌ ପିକ୍ଚର+କ୍ୟାରେକ୍ଟର ବା ଚିତ୍ର+ଚରିତ୍ରକୁ ନେଇ ଆରମ୍ଭ କରିଥିଲେ। ସେ ଖବରକାଗଜ ଏବଂ ଟେଲିଭିଜନରେ ପାଣିପାଗ ସୂଚନା ଲାଗି ଶବ୍ଦ ବଦଳରେ ଦିଆଯାଉଥିବା ସିମ୍ବଲଗୁଡିକୁ ଦେଖି ମଣିଷର ଭାବକୁ ଶବ୍ଦ ବଦଳରେ ଚିତ୍ର ମାଧ୍ୟମରେ ପ୍ରକାଶ କରିବାକୁ ଉଦ୍ୟମ କରିଥିଲେ। ଏଥିଲାଗି ସେ ନିଜର ଏକ ଟିମ୍‌ଙ୍କ ସହାୟତାରେ ପ୍ରଥମେ ୧୭୬ଟି ଇମୋଜି ପ୍ରସ୍ତୁତ କରିଥିଲେ। ପ୍ରଥମେ କେବଳ ମୁହଁରେ ବିଭିନ୍ନ ଭାବ ଥିବା  ଚିତ୍ରକୁ ନିଆଯାଇଥିଲା। ଏହାବ୍ୟତୀତ ପୋଲିସ ଓ କନ୍‌ଷ୍ଟ୍ରକ୍ସନ କର୍ମଚାରୀମାନଙ୍କ ସିମ୍ବଲକୁ ପୁରୁଷ ଏବଂ ମହିଳା ଅଧିକ ଶପିଂ ଏବଂ ବିୟୁଟିପାର୍ଲର ଯାଉଥିବାରୁ ସେମାନଙ୍କ ଚରିତ୍ରରେ କେଶ କାଟୁଥିବା କିମ୍ବା ମସାଜ ନେଉଥିବାର ଚିତ୍ର ଦିଆଯାଉଥିଲା। ଧିରେ ଧିରେ ଶବ୍ଦ ପରିବର୍ତ୍ତେ ଏସବୁ ସିମ୍ବଲ ଲୋକାଦ୍ରୁତ ହେବାକୁ ଲାଗିଲା। ଆରମ୍ଭରେ ଏହା ଡୋକୋମୋ ଏବଂ ପରେ ୨୦୦୭ରେ ମୋବାଇଲ୍‌ ଟେକ୍ନୋଲୋଜିରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଏବଂ ଏକାଧିକ ଟେଲିକମ୍‌ କମ୍ପାନୀର ନେଟଓ୍ବର୍କ ସାଙ୍ଗକୁ ସ୍ମାର୍ଟଫୋନ୍‌ର ବ୍ୟବହାର ଆରମ୍ଭ ହେବା ଦ୍ୱାରା ବିଭିନ୍ନ ପ୍ରକାର ଇମୋଜି ମଧ୍ୟ ପ୍ରସ୍ତୁତ କରାଗଲା। ବିଶେଷ କରି ୨୦୧୧ରେ ଆପ୍‌ଲ ଦ୍ୱାରା ଇମୋଜି କିବୋର୍ଡ ଆରମ୍ଭ ହେବା ପରଠୁ ଏହା ଅଧିକ ବ୍ୟବହାର ହେଲା। ବର୍ତ୍ତମାନ  ମଣିଷର ପ୍ରତ୍ୟେକ କାର୍ଯ୍ୟ ଠାରୁ ଆରମ୍ଭ କରି ଭାବ ପର୍ଯ୍ୟନ୍ତ ସିମ୍ବଲର ଉଭୟ ମେଲ୍‌ ଏବଂ ଫିମେଲ୍‌ ଭର୍ସନ ସହିତ ଏକାଧିକ ସ୍କିନ୍‌ଟୋନ ମଧ୍ୟ ଉପଲବ୍ଧ। କେବଳ ଏତିକି ନୁହେଁ ଏଥିରେ ପିଲା, ଯୁବାବସ୍ଥା, ବୃଦ୍ଧାବସ୍ଥା ସହିତ ପରିବାର, ବନ୍ଧୁ ଇତ୍ୟାଦି ଭଳି ବିଭିନ୍ନ ସିମ୍ବଲ ମଧ୍ୟ ଆସୁଛି। ପ୍ରତ୍ୟେକ ଜିନିଷର ମଧ୍ୟ ଇମୋଜି ଆସୁଥିବାରୁ ଶବ୍ଦର ବ୍ୟବହାର ସୋସିଆଲ ମିଡିଆରେ କ୍ରମଶଃ କମିବାରେ ଲାଗୁଛି।    ଇମୋଜି କଞ୍ଜୁମର ସାଇନ୍ସ ଟିମ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟ ମୁତାବକ ବର୍ତ୍ତମାନ ସମସ୍ତ ସୋସିଆଲ ସାଇଟ୍‌ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରାୟ ୯୨ ଭାଗ ଇମୋଜି ବ୍ୟବହାର କରୁଛନ୍ତି। ଯେଉଁମାନଙ୍କ ମଧ୍ୟରେ ୧୮ରୁ ୨୯ ବର୍ଷ ବୟସର ବ୍ୟବହୃତାଙ୍କ ସଂଖ୍ୟା ସର୍ବାଧିକ ଅର୍ଥାତ୍‌ ପ୍ରାୟ ୭୦%। ତେବେ ପ୍ରାୟ ୭୦% ମହିଳା ଇମେଜୀ ବ୍ୟହାର କରୁଥିବା ବେଳେ ପୁରୁଷଙ୍କ ସଂଖ୍ୟା ୫୦%। ସୋସିଆଲ୍‌ ସାଇଟ୍‌ ବିଶେଷ କରି ଫେସ୍‌ବୁକ୍‌, ଟ୍ବିଟର, ହ୍ବାଟ୍ସଆପ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ଏହାର ବ୍ୟବହାର ସର୍ବାଧିକ। ତେବେ ସୋସିଆଲ ସାଇଟ୍‌ରେ ଇମୋଜିର ବ୍ୟବହାର ବୃଦ୍ଧିପାଇବା ପଛରେ ରହିଛି ଏକାଧିକ କାରଣ।    ଯଥା: - ଶବ୍ଦ ତୁଳନାରେ ଚିତ୍ର ସାହାଯ୍ୟରେ ନିଜର ଭାବ ପ୍ରକାଶ କରିବା ଅଧିକ ସହଜ ହେଉଥିବାରୁ ଇମେଜି ଶବ୍ଦର ସ୍ଥାନ ଗ୍ରହଣ କରୁଛି। ଟକ୍‌ଟକ୍‌ ଆଣ୍ଡ ବ୍ୟାଙ୍ଗର୍‌ ୟୁନିଭର୍ସିଟିର ଲିଙ୍ଗୁଇଷ୍ଟିକ୍‌ ବିଭିଗର ପ୍ରଫେସର ଭିଭ୍‌ ଇଭାନ୍ସଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟ ମୁତାବକ ଗତବର୍ଷକୁ ତୁଳନା କଲେ ମାତ୍ର ଏକ ବର୍ଷ ମଧ୍ୟରେ ଚଳିତ ବର୍ଷ ହାରାହାରି ୬୨% ଇମୋଜି ବ୍ୟବହାର ବୃଦ୍ଧିପାଇଛି।    - ମୋବାଇଲ୍‌ ଫୋନ୍‌ ହେଉ ଅବା କମ୍ପ୍ୟୁଟରରେ ଅନ୍ୟ ପର୍ଯ୍ୟନ୍ତ ନିଜର କଥା କିମ୍ବା ଭାବ ପହଞ୍ଚାଇବା ଲାଗି ଲମ୍ବା ଲମ୍ବା ବାକ୍ୟ ଟାଇପ୍‌ କରିବା ଦ୍ୱାରା ସମୟ ମଧ୍ୟ ଅଧିକ ଯାଉଥିଲା। ହେଲେ ଇମୋଜି ବ୍ୟବହାର ଦ୍ୱାରା ଏହି ସମୟ ମଧ୍ୟ କମିଯାଇଛି।    - ଆପ୍‌ଲ ଦ୍ୱାରା ‘ଟ୍ୟାପ୍‌ ଟୁ ରିପ୍ଲେସ୍‌ ଇମୋଜି ଇନ୍‌ ଆଇଓଏସ୍‌’ ଫିଚର ଦ୍ୱାରା ମଧ୍ୟ ଏହାର ବ୍ୟବହାର ଆହୁରି ସହଜ ଏବଂ ସରଳ ହୋଇପାରିଛି।    - ଅନ୍ୟର ପୋଷ୍ଟ କିମ୍ବା ପ୍ରୋଫାଇଲ୍‌, ଷ୍ଟାଟସ୍‌ ଆଦିରେ କିଛି କମେଣ୍ଟ ଦେବା ଲାଗି ବ୍ୟବହାର କରୁଥିବା ଶବ୍ଦର ବେଳେ ବେଳେ ସଠିକ୍‌ ଅର୍ଥ ସମସ୍ତେ ବୁଝି ପାରନ୍ତି ନାହିଁ ଏବଂ ତା’କୁ ନେଇ ଅଯଥା ସମସ୍ୟା ସୃଷ୍ଟି ହୋଇଥାଏ। ଏମିତିକି ଏହାକୁ ନେଇ ଅନ୍ୟର ମନ କଷ୍ଟ ହେବା, ଝଗଡା କିମ୍ବା ସମ୍ପର୍କ ଭାଙ୍ଗିଯିବାର ମଧ୍ୟ ଦେଖିବାକୁ ମିଳିଥାଏ। ଏମିତିରେ ଇମୋଜି ବ୍ୟବହାର ଦ୍ୱାରା ଏଭଳି ସମସ୍ୟା ମଧ୍ୟ ଦୂର କରାଯାଇପାରୁଛି।    - ବଡ ବଡ ବାକ୍ୟରେ ଯେତେବି ଗୁରୁତ୍ୱପୂର୍ଣ୍ଣ କଥା ଥାଉ ନା କାହିଁକି ସମୟ ଅଭାବରୁ ଅନେକେ ତାକୁ ମିସ୍‌ କରି ଆଗକୁ ବଢିଯାଆନ୍ତି। ଏମିତିରେ ଇମୋଜି ଅଳ୍ପକେ ଭାବ ପ୍ରକାଶ କରିବା ସହ ଆଇକ୍ୟାଚି ଏବଂ ଫନି ମଧ୍ୟ ଲାଗୁଥିବାରୁ ଏହାର ବ୍ୟବହାର ବୃଦ୍ଧି ପାଉଛି।   ସୋସିଆଲ ସାଇଟ୍‌ ସର୍ବାଧିକ ବ୍ୟବହୃତ ଇମୋଜି  ଅନ୍ୟ ସୋସିଆଲ ସାଇଟ୍‌ ତୁଳନାରେ ଟ୍ବିଟର, ଫେସ୍‌ବୁକ୍‌ , ଇନ୍‌ଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପ୍‌ରେ ଇମୋଜି ବ୍ୟବହାର ସର୍ବାଧିକ। ତେବେ ସମସ୍ତ ଇମୋଜି ମଧ୍ୟରୁ ହାପି ଫେସ୍‌ ୪୪ %, ସ୍ୟାଡ୍‌ ଫେସ୍‌ ୧୪ %, ହାର୍ଟ ଶେପ୍‌ ୧୩%, ହ୍ୟାଣ୍ଡ ସିମ୍ବଲ ୫% ଅଧିକ ବ୍ୟବହାର କରାଯାଉଛି।   କ’ଣ କରନ୍ତି ଏମାନେ... ବିଶ୍ୱଜିତା ସ୍ବାଇଁ(ଯୁକ୍ତ ୩, ଶେଷ ବର୍ଷ ବାଣିଜ୍ୟ, ଉଦୟନାଥ କଲେଜ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଅଡଶପୁର, କଟକ)- ଇମୋଜି ହେଉଛି ଭିଜୁଆଲ୍‌ ସର୍ଟ କଟ୍‌, ଯାହାକି ସ୍ପେଶ୍‌ କମାଇଥାଏ। ଅଧିକ ଶବ୍ଦ ଟାଇପ୍‌ କରିବାରେ ଯାଉଥିବା ସମୟକୁ ମଧ୍ୟ କମାଇଥାଏ। ତା’ ଛଡା ମଝିରେ ମଝିରେ ଇମୋଜି ପଠାଇବାରେ କିମ୍ବା ଇମୋଜିର ଉତ୍ତର ଇମୋଜିରେ ଦେବାରେ ଯେଉଁ ମଜା ଅଛି ତାହା ଶବ୍ଦରେ ନାହିଁ।   ପ୍ରଭାତ ବେହେରା( ଯୁକ୍ତ ୩ ପ୍ରଥମ ବର୍ଷ, ଦେବୀ କନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟ, ଏରଞ୍ଚ, କଟକ)- ସୋସିଆଲ୍‌ ସାଇଟ୍‌ରେ ମନର ଭାବ ପ୍ରକାଶ କରିବା ଲାଗି ଇମୋଜି ବେଷ୍ଟ ଅପ୍ସନ। ଏହାଦ୍ୱାରା କେଉଁ ଶବ୍ଦ କାହାକୁ ଖରାପ ଲାଗିବାର ଟେନ୍‌ଶନ୍‌ ବି ନାହିଁ। ସବୁଠୁ ମଜା କଥା ହେଉଛି ଇମୋଜିରେ କଥା ବେଶି ଏକ୍ସପ୍ରେସିଭ୍‌ ଏବଂ ଫନି ବି ଲାଗିଥାଏ।

ଫୁରସତ |

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ଚଳଚ୍ଚିତ୍ର ‘ ପ୍ୟାର କିୟା ତୋ ଡରନା କ୍ୟା’ରେ ବଲିଉଡ ଅଭିନେତା ଅରବାଜ ଖାନ ସଲମାନଙ୍କୁ ଦଣ୍ଡ ଦେଉଥିବାର ଏକ ଦୃଶ୍ୟ ଦେଖାଯାଇଥିଲା। ଦୃଶ୍ୟରେ ଅରବାଜ୍‌ ସଲମାନଙ୍କୁ ଘୋଡା ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଠିକ୍‌ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚାଇନାର ଦକ୍ଷିଣ-ପଶ୍ଚିମରେ ଥିବା ୟୁନ୍ନାନ ଅଞ୍ଚଳ ଜାଓଟାଙ୍ଗ ସହର ରାସ୍ତାରେ। ଗୁରୁବାର ଚାଇନାର ଜଣେ ମା’ ନିଜ ଶିଶୁକୁ ଦଣ୍ଡ ଦେବାପାଇଁ ନିଜ ସ୍କୁଟର ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଥରେ ଅଥବା ଦିନେ ନୁହେଁ ବରଂ ମା’ ଲଗାତାର ତିନିଦିନ ଧରି ଏପରି କରିଆସୁଥିଲେ।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ଓ୍ବାଶିଂଟନ: ପୁରୁଷଙ୍କ ତୁଳନାରେ ମହିଳା ସ୍ବାସ୍ଥ୍ୟରେ ସମ୍ପ୍ରତି ଏକ ନିଦ୍ଦିଷ୍ଟ ବୟସ ପରେ ଅବନତି ଦେଖାଯାଉଛି। ଏସମ୍ପର୍କରେ ଗବେଷକ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ୨୫ରୁ ୩୦ ବର୍ଷ ପରେ ମହିଳାଙ୍କ ସ୍ବାସ୍ଥ୍ୟ କ୍ରମଶଃ ଖରାପ ହେଉଥିବାରୁ ଗବେଷକ ସୂଚିତ କରିଛନ୍ତି।

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

ଲକ୍ଷ୍ନୌ: ଛୋଟବେଳେ ପାଠପଢ଼ା ଆରମ୍ଭ କରିବା ବେଳେ ସମସ୍ତେ ପଣିକିଆ ବା ଇଂରାଜୀରେ‘ମଲଟିପ୍ଲିକେସନ ଟେବୁଲ’ ପଢ଼ିଥିବେ ତ ନିଶ୍ଚୟ। କେହି କେହି ଏହାର ୨୫ଟି ଖନ୍ଦା ମନେରଖିଥାନ୍ତି ତ କେହି ଏହାର କେବଳ ୧୦ ଖନ୍ଦା। ବାକି ଗୁଣନ କରି ମାଲୁମ କରାଯାଇପାରେ। ତେବେ ଥରେ ଭାବି ଦେଖନ୍ତୁ ତ ୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମନେରଖିବା କଥାକୁ। ଅସମ୍ଭବ ତ ନିଶ୍ଚୟ ଲାଗିବ। ହେଲେ ଜଣେ ଶିଶୁ ଏପରି କରି ଦେଖାଇଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଶାହାରନ୍‌ପୁରରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ‘ଚିରାଗ’।

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଓ୍ବାଶିଂଟନ: ଛୋଟ ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ ବୋଲି ଗବେଷକ ସୂଚିତ କରିଛନ୍ତି। ସେମାନଙ୍କ ମସ୍ତିଷ୍କରେ ସ୍ବତଃ ଏହି ଧାରଣା ସୃଷ୍ଟି ହୋଇଥାଏ। ଗବେଷକ ଦୀର୍ଘଦିନ ଧରି କିଭଳି ଶିଶୁମାନେ ଚିନ୍ତା କରିଥାନ୍ତି ସେ ନେଇ ଅଧ୍ୟୟନ କରୁଥିଲେ।

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

ଓ୍ବାଶିଂଟନ: ସାଧାରଣ ମହିଳାଙ୍କ ଅପେକ୍ଷା କର୍ମଜୀବୀ ମହିଳା ପରିବାର ପ୍ରତି ଅଧିକ ଯତ୍ନଶୀଳା ରହିଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି। ସେମାନେ ପରିବାରର ପ୍ରତିଟି ଦାୟିତ୍ୱ ଭଲ ଭାବେ ତୁଲାଉଥିବାବେଳେ ଯେ କୌଣସି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ କରିବା ପରେ ନିଷ୍ପତ୍ତି ନେଇଥାନ୍ତି।

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଓ୍ବାଶିଂଟନ: ଏବେ ଆଧୁନିକତାର ସ୍ପର୍ଶରେ ଯୌଥ ପରିବାର ସଂଖ୍ୟା ହ୍ରାସ ପାଇବା ସହିତ ଦମ୍ପତିଙ୍କର ସନ୍ତାନ ସଂଖ୍ୟା ଗୋଟିଏରେ ସୀମିତ ରହୁଛି। ଏହାଦ୍ୱାରା ସନ୍ତାନର ଯତ୍ନ ନେବା ସହଜ ହେଉଛି ଓ ତାହାର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରୁଛି।

ମକରର ମହକ

ମକରର ମହକ

ମାଘର ଶୀତରେ ଆସେ ମକର। ଆଉ ମକର ଆସିଲେ, ଚାରିଆଡେ ଖେଳିଯାଏ ଖୁସିର ଲହରି। ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ବା ସେମାନଙ୍କ ନୂଆ ବର୍ଷ ଭାବେ ପାଳନ କରୁଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ମକରକୁ ନେଇ ପାଳନ ହୋଇଥାଏ ଭିନ୍ନ ଭିନ୍ନ ପରମ୍ପରା। କେଉଁଠି ମକର ଚାଉଳ, ପିଠା ଓ ମିଠାରେ ମକରକୁ ସ୍ବାଗତ କରାଯାଏ ତ କେଉଁଠି କୁକୁଡ଼ା ଲଢେଇ ମକରର ମାହୋଲକୁ ସରଗରମ କରୁଥିବାବେଳେ ଆଉ କେଉଁଠି ଗୁଡ଼ିଉଡ଼ାରେ ସ୍ବାଗତ କରାଯାଏ ମକରକୁ....

ଅଟ୍ରି

ଅଟ୍ରି

ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ଖୋର୍ଦ୍ଧାର ଅଟ୍ରି ଉଷ୍ଣପ୍ରସ୍ରବଣ ପ୍ରସିଦ୍ଧି ଲାଭ କରିଛି। ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଯା’ଆସ ଲାଗି ରହୁଥିଲେ ହେଁ ମକର ସଂକ୍ରାନ୍ତିରେ ଏଠି ଅଧିକ ଭିଡ଼ ଜମିଥାଏ।

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଅନୁବାଦିକା ମିନତି ପଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା କୁହୁଡିରେ ଆମ ଗାଁ। କୁହୁଡି ଜନତା ହାଇସ୍କୁଲ୍‌ରୁ ୮ମ ପଢିବା ପରେ ରାଉରକେଲାସ୍ଥିତ ଉଦିତ୍‌ନଗର ହାଇସ୍କୁଲ୍‌ରେ ନାଁ ଲେଖାଇଥିଲି। କାରଣ ରାଉରକେଲାରେ ବାପା ଚାକିରି କରୁଥିଲେ। ୧୯୬୫ରେ ସେଠାରୁ ଏକାଦଶ ପାସ୍‌ କରିବା ପରେ ସମ୍ବଲପୁର ମହିଳା ମହାବିଦ୍ୟାଳୟରୁ ପି.ୟୁ ସାରି ପୁରୀ ମହିଳା ମହାବିଦ୍ୟାଳୟରେ ବି.ଏ. ପଢିଥିଲି।

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ଲଣ୍ଡନ: ମହାକାଶ ଯାତ୍ରା ପରେ ପୃଥିବୀକୁ ଫେରୁଥିବା ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀମାନେ ଜାଣିପାରିଛନ୍ତି। ମହାକାଶର ମାଇକ୍ରୋଗ୍ରାଭିଟିରେ ମସ୍ତିଷ୍କର ଉପର ସ୍ତରରେ ସେରିବ୍ରୋସ୍ପାଇନାଲ୍‌ ଫ୍ଲୁଇଡ୍‌ ପହଞ୍ଚିପାରି ନ ଥାଏ।

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଓ୍ବାଶିଂଟନ: ଆଧୁନିକ ସମାଜରେ ହିଂସା ବଢ଼ୁଛି ବୋଲି ଗେବଷକ କହିଛନ୍ତି। ସଭ୍ୟ ମାନବ ପ୍ରତିଟି କ୍ଷେତ୍ରରେ ବିଭିନ୍ନ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଥାଏ। ଏହାର ମୁକାବିଲା ପାଇଁ ଅନେକ ସମୟରେ ହିଂସାକାଣ୍ଡ ଘଟୁଥାଏ।

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ମେଲବୋର୍ଣ୍ଣ : ମନୁଷ୍ୟ ମଧ୍ୟରେ ଏକ ନୂତନ ପ୍ରକାର ସ୍ବାଦ ଯୋଗୁ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି ହୋଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଏହା ହେଉଛି ସପ୍ତମ ପ୍ରକାର ସ୍ବାଦ ଯାହାକି ମନୁଷ୍ୟଠାରେ ରହିଥିବା ଗବେଷକ ଜାଣି ପାରିଛନ୍ତି।