ସମ୍ପାଦକୀୟ |

ଡ୍ୟାନ୍ସ ବାର୍‌ ସଂସ୍କୃତି

ଡ୍ୟାନ୍ସ ବାର୍‌ ସଂସ୍କୃତି

ଆକାର ପଟେଲ

ଡ୍ୟାନ୍ସ ବାର୍‌ ସଂସ୍କୃତି ମୁମ୍ବାଇରୁ, ବିଶେଷତଃ କେନ୍ଦ୍ରୀୟ ମୁମ୍ବାଇ ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଏହି ପରମ୍ପରା ସହ ସମ୍ଭବତଃ ଲାଓ୍ବଣୀର ସମ୍ପର୍କ ଅଛି। ଢୋଲକୀ ବାଜାର ତାଳେ ତାଳେ ନାଚ-ଗୀତକୁ ଲାଓ୍ବଣୀ କହନ୍ତି, ଯାହା ହେଉଛି ମହାରାଷ୍ଟ୍ରର ଏକ ପ୍ରାଚୀନ ଲୋକନୃତ୍ୟ। ପୁରୁଷମାନଙ୍କର ଛୋଟ ଛୋଟ ଦଳ ଏବଂ ବେଳେବେଳେ ସେମାନଙ୍କ ପରିବାର ଟେବୁଲରେ ବସି ଏକ ଖୋଲା ସ୍ଥାନ ଆଡ଼କୁ ଚାହିଁଥାନ୍ତି, ଯେଉଁଠି ଅଧ ଡଜନ ମହିଳା ହିନ୍ଦୀ ଗୀତର ତାଳେ ତାଳେ ନୃତ୍ୟ କରୁଥାନ୍ତି। ନୃତ୍ୟାଙ୍ଗନାମାନେ ସମ୍ପୂର୍ଣ୍ଣ ଦେହକୁ ଆବୃତ କଲାଭଳି ବସ୍ତ୍ର ପନ୍ଧିଥାନ୍ତି। ପରିଚାରିକାମାନେ ଦର୍ଶକମାନଙ୍କ ଟେବୁଲ ଉପରେ ମଦ ପରଷନ୍ତି। ଏଠାରେ ଏପରି କି ମୃଦୁ ପାନୀୟ ପାଇଁ ମଧ୍ୟ ବିୟର ଭଳି ମୂଲ୍ୟ ନିଆଯାଏ। କିଛି ପୁରୁଷ ଟେବୁଲ ଛାଡ଼ି ଖୋଲା ସ୍ଥାନ ଆଡ଼କୁ ଯାଆନ୍ତି ଓ ନୃତ୍ୟାଙ୍ଗନାମାନଙ୍କ ଉପରକୁ ଟଙ୍କା ବୃଷ୍ଟି କରନ୍ତି। କିନ୍ତୁ ସେମାନେ ମହିଳାମାନଙ୍କୁ ଛୁଇଁବା ମନା। ଯଦି କେହି କିଛି ବିଶୃଙ୍ଖଳା ସୃଷ୍ଟି କରନ୍ତି, ସେମାନଙ୍କୁ ନିୟନ୍ତ୍ରଣ କରିବା ଏବଂ ଦରକାର ହେଲେ ସେଠାରୁ ହଟାଇବା ପାଇଁ କିଛି ଲୋକ ନିଯୁକ୍ତ ହୋଇଥାନ୍ତି। ଯେଉଁ ଟଙ୍କା ବୃଷ୍ଟି ହୁଏ, ତାକୁ ପରସ୍ପର ଭିତରେ ବାଣ୍ଟି ନେବା ପାଇଁ କିଛି ଗୋଟାଏ ସରଳ ବ୍ୟବସ୍ଥା ଥିବ, ଯାହା ମୋତେ ଜଣାନାହିଁ। ସମ୍ପୃକ୍ତ ନୃତ୍ୟାଙ୍ଗନାମାନେ ସେହି ଟଙ୍କା ଗୋଟାନ୍ତି ନାହିଁ, ତାକୁ ଅନ୍ୟ ଜଣେ ଗୋଟାନ୍ତି।  ଡ୍ୟାନ୍ସ ବାର୍‌ଗୁଡ଼ିକରେ ନୃତ୍ୟ ପାଇଁ ଅନେକ ସ୍ଥାନ ଥାଏ ଏବଂ ଉପର ମହଲାଗୁଡ଼ିକ ଦାମୀ ଗ୍ରାହକଙ୍କ ପାଇଁ ସଂରକ୍ଷିତ ଥାଏ, ଯେଉଁମାନେ ଏକାନ୍ତତା ପାଇଁ ଅଧିକ ଟଙ୍କା ଦେବାକୁ ପ୍ରସ୍ତୁତ ଥାନ୍ତି। କିଛି ଗୀତ ଓ ନାଚ ସରିବା ପରେ ନୃତ୍ୟାଙ୍ଗନାମାନେ ସେ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିଯାନ୍ତି, ଯଦି ନିର୍ଦ୍ଦିଷ୍ଟ କୌଣସି ଜଣଙ୍କୁ ଅଧିକ ଟଙ୍କା ଦେଇ କେହି ସେଠି ରହିବାକୁ ଅନୁରୋଧ ନ କରନ୍ତି। 

ବହୁବର୍ଷ ତଳେ କୌତୂହଳବଶତଃ ମୁଁ ଗୋଟିଏ ଡ୍ୟାନ୍ସ ବାର୍‌କୁ ଯାଇଥିଲି। ସେତେବେଳେ ମୁମ୍ବାଇରେ ମୁଁ ଏକ ଖବରକାଗଜର ସମ୍ପାଦନା ଦାୟିତ୍ୱରେ ଥାଏ। ସେଠି ମୋର ଅନୁଭୂତି ଅପ୍ରୀତିକର ବା ନିରାନନ୍ଦମୟ ନ ଥିଲା। ଥାଇଲାଣ୍ଡ ଓ ଜାପାନ ପରି ବିଶ୍ୱର ଅନ୍ୟ ସ୍ଥାନରେ ବି ଅନୁରୂପ ଡ୍ୟାନ୍ସ ବାର୍‌ ରହିଛି। କିନ୍ତୁ ସେଗୁଡ଼ିକ ସେସବୁ ଦେଶର ସରକାରଙ୍କ ଆକ୍ରୋଶର ଶିକାର ହୋଇ ନାହାନ୍ତି, ଯେପରି ଭାରତରେ ଘଟୁଛି। ୧୫ ବର୍ଷ ତଳେ ମୁମ୍ବାଇରେ ବିଳାସରାଓ ଦେଶମୁଖଙ୍କ କଂଗ୍ରେସ ସରକାର ଅମଳରେ ଡ୍ୟାନ୍ସ ବାର୍‌ଗୁଡ଼ିକୁ ନିଷିଦ୍ଧ କରାଯାଇଥିଲା। ଏହା ସ୍ବରାଷ୍ଟ୍ରମନ୍ତ୍ରୀ ଆର୍‌.ଆର୍‌. ପାଟିଲଙ୍କ ସମୟରେ ହୋଇଥିଲା, ଯିଏ ମଫସଲ ଅଞ୍ଚଳରୁ ଆସିଥିଲେ ଏବଂ ବଡ଼ ସହରର ଏସବୁ କାରବାର ତାଙ୍କୁ ଭଲ ଲାଗୁ ନ ଥିଲା। ତାଙ୍କର ଅଭିଯୋଗ ଥିଲା ଯେ ମହିଳାମାନେ ରାତିରେ କାମ କରୁଛନ୍ତି ଏବଂ ସେମାନଙ୍କ ନିରାପତ୍ତା ପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି ବୋଲି ଦାବି କରିଥିଲେ। ବାର୍‌ ନର୍ତ୍ତକୀମାନେ ଏହାର ପ୍ରତିବାଦ କରିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଏହାପରେ ଡ୍ୟାନ୍ସ ବାର୍‌ଗୁଡ଼ିକ ଅଣ୍ଡରଗ୍ରାଉଣ୍ଡ ହୋଇଗଲା (ଲୁଚାଛପାରେ ଚାଲିଲା) କିନ୍ତୁ କେନ୍ଦ୍ରୀୟ ମୁମ୍ବାଇର ପ୍ରସିଦ୍ଧ ଡ୍ୟାନ୍ସ ବାର୍‌ଗୁଡ଼ିକ ବନ୍ଦ ହୋଇଗଲା କିମ୍ବା ସେମାନଙ୍କ କାର୍ଯ୍ୟଧାରା ବଦଳିଗଲା। କାରଣ ସେହି ସଂସ୍ଥାଗୁଡ଼ିକ ଆଇନଗତ ଭାବେ ଚାଲୁଥିଲା। ଏହି ନିଷେଧାଦେଶ ଯୋଗୁ ନିର୍ବାଚନ କ୍ଷେତ୍ର ଉପରେ ବିଶେଷ ପ୍ରଭାବ ପଡ଼ିଲା ନାହିଁ କିମ୍ବା ଜନସାଧାରଣଙ୍କର ମଧ୍ୟ ସେମାନଙ୍କ ପ୍ରତି ବିଶେଷ ସମବେଦନା ଦେଖାଗଲା ନାହିଁ। ତେଣୁ ରାଜନୈତିକ ଦଳଗୁଡ଼ିକ ନିଷେଧାଦେଶକୁ ବଳବତ୍ତର ରଖିବାକୁ ଚାହିଁଲେ। 

ନିକଟରେ ସୁପ୍ରିମ୍‌କୋର୍ଟ ଏହି ନିଷେଧାଦେଶକୁ ବେଆଇନ ଘୋଷଣା କରିଛନ୍ତି। ସରକାର ଏହାକୁ ନିୟନ୍ତ୍ରଣ କରିପାରିବେ, ମାତ୍ର ବନ୍ଦ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ବିଚାରପତିମାନେ କହିଛନ୍ତି ଯେ, ସାମାଜିକ ମାନଦଣ୍ଡ ଅନୁସାରେ ଯେଉଁ ପରମ୍ପରା ଅନୈତିକ ନୁହେଁ, ତାକୁ ସରକାର ନୈତିକତାର ନିଜସ୍ବ ଅବବୋଧ ଅନୁସାରେ ଅନୈତିକ ବୋଲି କହିପାରିବେ ନାହିଁ। ଏକ ସମାଜରେ ନୈତିକତାର ମାନଦଣ୍ଡ ସମୟକ୍ରମେ ବଦଳିପାରେ। କୋର୍ଟ କହିଲେ ଯେ, ଡ୍ୟାନ୍ସ ବାର୍‌ରେ ମଦ ନିଷେଧ କରିବା ସମ୍ପୂର୍ଣ୍ଣ ଅସଙ୍ଗତ, ଅଯୌକ୍ତିକ ଓ ମନମୁଖି। ଲାଇସେନ୍ସ ଦେବା ପାଇଁ ‘ଭଲ ଚରିତ୍ର’କୁ ଯେଉଁ ମାନଦଣ୍ଡ ଭାବେ ରଖାଯାଇଛି, ତାହା ଅସ୍ପଷ୍ଟ। ପୁଣି କୋର୍ଟ କହିଲେ ଯେ, ଏସବୁ ସ୍ଥାନରେ ସିସିଟିଭି ଲଗାଇବା ପାଇଁ ସରକାର ବାଧ୍ୟ କରିବା ମଧ୍ୟ ଠିକ୍‌ ନୁହେଁ, କାରଣ ଏହା ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରୁଛି। ନୃତ୍ୟାଙ୍ଗନାଙ୍କ ଉପରେ ମୁଦ୍ରା ବା ନୋଟ୍‌ ବୃଷ୍ଟି କରିବାକୁ ସରକାର ଯାହା ନିଷିଦ୍ଧ କରିଛନ୍ତି, ତାହା ଠିକ୍‌ କାରଣ ଏହାକୁ ନେଇ ଅବାଞ୍ଛିତ ଘଟଣା ଘଟିପାରେ। କିନ୍ତୁ ବ୍ୟକ୍ତିଗତଭାବେ ନୃତ୍ୟାଙ୍ଗନାମାନଙ୍କ ହାତରେ ନେଇ ଟଙ୍କା ଦେବାରେ କୌଣସି ଅସଙ୍ଗତି ନାହିଁ। ତେବେ କୋର୍ଟଙ୍କ ଏହି ମତକୁ ନେଇ ମୁଁ ଆଶ୍ଚର୍ଯ୍ୟ ହେଲି କାରଣ କାହାରି ପ୍ରଦର୍ଶନ ଉପରେ ଖୁସି ହୋଇ ଟଙ୍କା ବୃଷ୍ଟି କରିବା ଭାରତୀୟ ପରମ୍ପରାରେ ଅଛି। ଏପରି କି ବାହାଘର ବେଳେ ବି ଟଙ୍କା ବୃଷ୍ଟି କରାଯାଏ। 

ମୋଟ ଉପରେ କୋର୍ଟଙ୍କ ରାୟ ଖୁବ୍‌ ଉଦାର ଥିଲା। ଏବେ ଏହି ରାୟ ପରେ ମୁମ୍ବାଇରେ କ’ଣ ଘଟୁଛି, ତାହା ଦେଖିବାକୁ ବାକି ରହିଲା। ନର୍ତ୍ତକୀମାନଙ୍କୁ ମାସିକ ଦରମା ଦେବା କଥାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି କାରଣ ଏହାଦ୍ୱାରା ସମ୍ପୃକ୍ତ ମହିଳାମାନେ ନିର୍ଦ୍ଦିଷ୍ଟ ଡ୍ୟାନ୍ସ ବାର୍‌ ଛଡ଼ା ଅନ୍ୟତ୍ର କାମ କରିବାର ସ୍ବାଧୀନତା ହରାଇବେ। ଆମ ମଧ୍ୟରୁ ଅନେକେ ଡ୍ୟାନ୍ସ ବାର୍‌ ରହୁ ବୋଲି ଚାହାନ୍ତି ନାହିଁ, କାରଣ ସେମାନଙ୍କ ବିଚାରରେ ଏହା ସମାଜ ଉପରେ ଖରାପ ପ୍ରଭାବ ପକାଇବ। ଏହାଦ୍ୱାରା ମହିଳାମାନଙ୍କୁ ଶୋଷଣ କରାଯାଉଛି ବୋଲି ଅନେକେ ମନେ କରନ୍ତି। କିନ୍ତୁ ଆମେ କେହି ଏ ସମ୍ପର୍କରେ ସମ୍ପୃକ୍ତା ମହିଳାଙ୍କ ମତାମତ ଜାଣିବାକୁ ଚେଷ୍ଟା କରି ନ ଥାଉ। ଆମେ ଅନେକେ ଭାବୁ ମହିଳାମାନେ ଘରେ ରହି ଘରକାମ କରିବା ଉଚିତ, ବାହାରେ ଯାଇ କାମ କରିବା ଉଚିତ ନୁହେଁ, ଡ୍ୟାନ୍ସ ବାର୍‌ କଥା ଦୂରେ ଥାଉ। ତେଣୁ ସୁପ୍ରିମ୍‌କୋର୍ଟଙ୍କ ରାୟ ଅନେକଙ୍କୁ ଖରାପ ଲାଗିଲେ ବି କୋର୍ଟ ଯାହା କହିଛନ୍ତି, ମୋ ମତରେ ତାହା ଯଥାର୍ଥ।   

Email: aakar.patel@gmail.com

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 


ଭାଷଣ ଓ ଭୋଟ

ଭାଷଣ ଓ ଭୋଟ

ଆକାର ପଟେଲ

କୋଡ଼ିଏ ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ମୁମ୍ବାଇରେ ନିର୍ବାଚନ ଲଢ଼ୁଥିଲେ। ସମାଜବାଦୀ ପାର୍ଟି ଟିକେଟରେ ଠିଆହୋଇ ସେ ଶିବସେନା ନେତା ତଥା ବାନ୍ଦ୍ରା ଇଷ୍ଟ୍‌ର ବିଧାୟକ  ମଧୁକର ସାର୍ପୋଟଦାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ୨୦୧୦ରେ ପରଲୋକ ଗମନ କରିଥିବା ସାର୍ପୋଟଦାର ବାବ୍ରି ମସ୍‌ଜିଦ ଭଙ୍ଗା ଘଟ..

ପ୍ରତିଶ୍ରୁତି ଓ ପ୍ରତାରଣାର ଖେଳ

ପ୍ରତିଶ୍ରୁତି ଓ ପ୍ରତାରଣାର ଖେଳ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ପ୍ରଥମରୁ ସପ୍ତମ ଯାଏ ପ୍ରାୟ ଦୁଇମାସ ଧରି ଚାଲିଛି ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ସବୁଠୁଁ ମହତ୍ତ୍ୱପୂର୍ଣ୍ଣ ଉତ୍ସବ। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟ ଡୋରି ହାତକୁ ନେବା ପାଇଁ ଏଇ ବଳ କଷାକଷିର ପର୍ବ ଆରମ୍ଭ ହୋଇଗଲାଣି କେବେଠୁଁ। ନିର୍ବାଚନରେ ଭୋଟ ଦେବା ଭଳି ନାଗରିକର ପବିତ୍ର କର୍ତ୍ତବ୍ୟ ସମ୍ପାଦନ କରି ପାଞ୍ଚବର୍ଷ ହେଲା ନିଘୋଡ ନିଦରେ ଶୋଇ ପଡିଥିବା ଜ..

‘ଦି ଓଭରଷ୍ଟୋରି’ ଔପନ୍ୟାସିକ

‘ଦି ଓଭରଷ୍ଟୋରି’ ଔପନ୍ୟାସିକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ଆମେରିକାରେ ଖବରକାଗଜ, ପତ୍ରିକା, ଅନ୍‌ଲାଇନ୍‌ ସାମ୍ବାଦିକତା, ସାହିତ୍ୟ ଏବଂ ସଙ୍ଗୀତ ରଚନା କ୍ଷେତ୍ରରେ ଉତ୍କର୍ଷ ଲାଭ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଥାଏ। ହଙ୍ଗେରି ଜନ୍ମିତ ଆମେରିକୀୟ ଯୋଶେଫ୍‌ ଫୁଲିଜର ୧୯୧୭ରେ ଏହି ସମ୍ମାନ ପ୍ରତିଷ୍ଠା କରିଥିଲେ। ପ୍ରତିବର୍ଷ ୨୧ଟି କ୍ଷେତ୍ରରେ ଏହି ମର୍ଯ୍ୟାଦାଜନକ ପୁରସ୍କାର ଦିଆଯାଇ ଆସୁଥିବାରୁ ନୂଆ ବିଜେତାଙ୍କ ଉପରେ ସମସ୍ତଙ୍କ ଲକ୍ଷ୍ୟ ଥାଏ। ଚଳିତବର୍ଷ ସାହିତ୍ୟ କ୍ଷେତ୍ରରେ ରିଚାର୍ଡ ..

ଏଇ ଭାରତରେ

ଏଇ ଭାରତରେ


ଅଙ୍ଗଦାନ ମହାପୁଣ୍ୟ। ଜଣଙ୍କ ମୃତ୍ୟୁ ପରେ ତା’ର ବିଭିନ୍ନ ଅଙ୍ଗ ଦାନ କରାଯାଇପାରିବ। ତେଣୁ କୌଣସି ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ପାଇଁ ଶପଥ ନେଇଥିଲେ ଏହା ସମ୍ଭବ ହୋଇପାରିବ। ଜଣଙ୍କର କିଡ୍‌ନୀ, ଚକ୍ଷୁ, ହୃତ୍‌ପିଣ୍ଡ ଭଳି ବିଭିନ୍ନ ଅଙ୍ଗ ଏକାଧିକ ଲୋକଙ୍କଠାରେ ପ୍ରତିରୋପଣ କରାଯାଇପାରେ।   ତେବେ ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏହି ମର୍ମରେ ଛ..


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri