ସମ୍ପାଦକୀୟ |

ଅସତ୍ୟ ସହରର ରାତି

ଅସତ୍ୟ ସହରର ରାତି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

କେଇଦିନ ପୂର୍ବରୁ ଆମ ରାଜଧାନୀ ସହରର ଚେହେରା ଦେଖିଥିବା ଲୋକ ଏ ସହରର ବାସିନ୍ଦା ହୋଇ ନ ପାରିଥିବାର ଦୁଃଖରେ ନିଜ ଭାଗ୍ୟକୁ ନିନ୍ଦିବାର କାରଣ ଥିଲା ବେଶ୍‌ ଯୁକ୍ତିଯୁକ୍ତ। ବିଶ୍ୱକପ୍‌ ହକି ଅନୁଷ୍ଠିତ  ହେଉଥିବାର ବିରଳ ଗୌରବବୋଧ ନେଇ ଏ ସ୍ମାର୍ଟ ସହର ଯେମିତି ସୁସଜ୍ଜିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳାରେ ଆକର୍ଷଣୀୟ ରୂପରେ ସଜେଇ ହୋଇଥିଲା, ତହିଁରେ ଏଠାରେ ରହୁ ନ ଥିବା ଯେ କୌଣସି ଲୋକ ମନରେ ଈର୍ଷାର ଅସୁରଟିଏ ମୁଣ୍ଡ ଟେକିବା ସ୍ବାଭାବିକ। ମାତ୍ର ସ୍ମାର୍ଟ ସିଟିର କେନ୍ଦ୍ରସ୍ଥଳ ଓ ପ୍ରମୁଖ ସ୍ଥାନ କେତୋଟିକୁ ଛାଡିଦେଲେ ରାଜଧାନୀ ଯେ ଏକ ବିଶାଳ ଇଲାକା ଯାଏଁ ପରିବ୍ୟାପ୍ତ ଓ ସେ ସବୁ ଇଲାକା ଏ ସବୁ ସ୍ଥାନ ପରି ଏତେ ଉଜ୍ଜ୍ୱଳ ଓ ଆକର୍ଷଣୀୟ ନୁହେଁ, ଏହା ବୁଝୁଥିଲେ ଏହାକୁ ନେଇ ଗର୍ବିତ ହେବାର କି ମନଊଣା କରିବାର କିଛି କାରଣ ନ ଥାନ୍ତା।

ବହୁ ଦୃଷ୍ଟିରୁ ବଡ଼ ଅସତ୍ୟ ଆମ ସ୍ମାର୍ଟ ସହର। ଆଲୋକ ଅନ୍ତରାଳର କଳାଛାୟାକୁ ଏତେ ସହଜରେ ଦେଖି ନ ପାରିବା ଭଳି ଏହି ସହରର ଔଜ୍ଜ୍ୱଲ୍ୟ ମଧ୍ୟରେ ବହୁ କଳଙ୍କର କାଳିମା ଲୋକଲୋଚନକୁ ଆସିପାରେ ନାହିଁ। ଏଠି ଐଶ୍ୱର୍ଯ୍ୟଶାଳୀ ଧନପତି ଜଣେ ଦରିଦ୍ର କାଙ୍ଗାଳ ପରି ହାତ ପତାଇ ଅନ୍ୟ କାହାର କୃପାଦାନକୁ ଅପେକ୍ଷା କରି ବସିଥାଏ ତ ଅନ୍ୟପଟେ ସମ୍ଭ୍ରାନ୍ତ ମହିଳା ଜଣେ ମଦ ନିଶାରେ ନିମ୍ନତମ ସଂଭ୍ରମତା ଭୁଲି ରାସ୍ତା ଉପରେ ନାଟ କରୁଥାଏ। ଏଠି ବିଳମ୍ବିତ ରାତି ଯାଏଁ ଆଧୁନିକତାର ଖୋଳପା ମଧ୍ୟରେ ଯାବତୀୟ ଆଦିମ ପ୍ରବୃତ୍ତି ଚରିତାର୍ଥ ହେଉଥାଏ ତ ସେ ପଟରେ ହାଡ଼ଭଙ୍ଗା ଜାଡ଼ରେ ଛିଣ୍ଡା ଗାମୁଛାଟି ଘୋଡି କୁଙ୍କୁଡ଼ି କାଙ୍କୁଡ଼ି କାକୁସ୍ଥ ଭାବେ କେଉଁଠି ଷ୍ଟେଶନ ପ୍ଲାଟ୍‌ଫର୍ମର ଶେଷମୁଣ୍ଡରେ ତ ଅନ୍ୟ କେଉଁଠି କେବେ ବି ଚାବି ଫିଟୁ ନ ଥିବା ସରକାରୀ ଆଶ୍ରୟ ଗୃହ ବାହାରେ ଶୋଇ ରହିଥାଏ ବାସହୀନ ଭିକାରିଟିଏ।

ସତ୍ୟକୁ ଘୋଡାଇ ପକାଇବାର ଅନୈତିକ ପ୍ରବଣତାରୁ ମୁକ୍ତ ନୁହେଁ ଏ ଅସତ୍ୟ ସହର। ଏଠି ସାମାଜିକ ଜୀବନ ଭାରି ଅସଂଲଗ୍ନ, ଚିନ୍ତାଜନକ ଭାବେ ଅସଂପୃକ୍ତ। ଏଠି କାହା ଘରେ ଡକାୟତି ହେଲେ ପଡିଶା ଘରର ନିଦ ଭାଙ୍ଗିଲେ ବି ମଧ୍ୟ କେହି ଉଠନ୍ତି ନାହିଁ କି ସେପଟ ଘରର ଲୋକ କେହି ମରିଗଲେ ତାଙ୍କ ପୁଅନାତିମାନେ ଲଣ୍ଡା ନ ହେବା ଯାଏଁ ଏ ପଟ ଘରର କେହି ଜାଣନ୍ତି ନାହିଁ। ଏଠି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରାସ୍ତାକଡ଼ରେ ଛଟପଟ ହେଉଥିବା ମୁମୂର୍ଷୁଙ୍କୁ ଡାକ୍ତରଖାନା ବୋହିନେବା ପାଇଁ ଗାଡିଟିଏ ଆଗେଇ ଆସେ ନାହିଁ। ଯଦିଓ ଅହରହ ମାଳ ମାଳ ଗାଡି ଦୌଡ଼ରେ ରାଜଧାନୀ ସର୍ବଦା ଅସ୍ତବ୍ୟସ୍ତ। ଏଠାରେ କୋଡିଏ ଜଣ ଆନ୍ଦୋଳନକାରୀଙ୍କୁ ଆବଶ୍ୟକ ସ୍ଥଳେ ସାବାଡ଼ କରିବାକୁ ନିୟୋଜିତ ଥାଆନ୍ତି ଶହ ଶହ ପୋଲିସ। ମୁଖ୍ୟଙ୍କଠୁଁ ଆରମ୍ଭ କରି ସାମନ୍ତଙ୍କ ସେବାରେ ସଦା ତତ୍ପର ପୋଲିସଙ୍କ ସାମାନ୍ୟ ସେବା କିନ୍ତୁ ଏଠି ସାଧାରଣଙ୍କ ପାଇଁ ସ୍ବର୍ଗର ପାରିଜାତଠାରୁ ଆହୁରି ମହଙ୍ଗା। ରାଜଧାନୀର ଔଜ୍ଜ୍ୱଲ୍ୟ ବୋଧହୁଏ କେବଳ ଆଲୋକିତ ଜୀବନର ଅଧିକାରୀ ଉଜ୍ଜ୍ୱଳ ଅସାମାନ୍ୟଙ୍କ ପାଇଁ। ସାମାନ୍ୟ, ସାଧାରଣଙ୍କ ପାଇଁ ତ ଏହା ଘନ ଘୋର ଅନ୍ଧକାରଠାରୁ ଆହୁରି ଭୟଙ୍କର, ଅଧିକ ଅଭିଶପ୍ତ। ଗତ କୋଡିଏ ବର୍ଷ ଧରି ରାଜଧାନୀର ଏକ ଉପାନ୍ତ ଅଞ୍ଚଳରେ ରହୁଥିବା ଜଣେ ସାଧାରଣ ଲୋକର ନିଜସ୍ବ ଅନୁଭବ ଏ ପ୍ରକାର ବିଚାର ସପକ୍ଷରେ ଏକ ବଳିଷ୍ଠ ପ୍ରମାଣ।

ରାତି ଠିକ୍‌ ତିନିଟାରେ ଷ୍ଟେଶନରେ ଟ୍ରେନ୍‌ ପହଞ୍ଚିଲା। ରାକେଶ ଗାଡିରୁ ଓହ୍ଲାଇପଡି ପ୍ଲାଟ୍‌ଫର୍ମର ଚାରିଆଡ଼କୁ ଚାହିଁ ଦେଖିଲା କୋଳାହଳଶୂନ୍ୟ ନୀରବ ନିଥର ପରିବେଶ। ଏହା ପୂର୍ବରୁ ସେ ତିନି ଚାରିଥର ଭୁବନେଶ୍ୱର ଆସିଥିଲେ ବି ତା’ ଭାଇର ନୂଆ ଘରର ଠିକଣା ତାକୁ ଜଣାନାହିଁ। ସବୁଠାରୁ ଅସୁବିଧା ହେଲା ସେ ଓଡ଼ିଆ କହି ଜାଣିନି। ରାତି ପାହିବାକୁ ଅପେକ୍ଷା କରିବାର ନିଷ୍ପତ୍ତି ନେଇ ସେ ଷ୍ଟେଶନ ବାହାରକୁ ଆସିଲା ଓ ଖଣ୍ଡେ ଦୂରରେ ଖୋଲାଥିବା ଚା ଦୋକାନକୁ ଯାଇ ଗରମ ଚା କପେ ପିଇ ଶୀତରାତିରେ ନିଜକୁ ଟିକିଏ ଉଷୁମ କରିବାକୁ ଚେଷ୍ଟା କଲା। ଚା ପିଇସାରି ପୁଣି ପ୍ଲାଟଫର୍ମ ଭିତରକୁ ପଶୁଛି, ଦେଖିଲା ରାତି ପାଟ୍ରୋଲିଂ କରୁଥିବା ପୋଲିସ କନ୍‌ଷ୍ଟେବଳ ଜଣେ ତାକୁ ଅଟକିବାକୁ ଇଶାରା ଦେଲେ। ରାକେଶ ଖୁସି ହେଲା। ଅଚିହ୍ନା ଅଜଣା ବେସରକାରୀ ଲୋକଙ୍କୁ ଭାଇଙ୍କ ଠିକଣା ପଚାରିବା ଅପେକ୍ଷା ସରକାରୀ ପୋଲିସ ବାବୁଙ୍କୁ ପଚାରିବା ବେଶି ନିରାପଦ ଭାବି ସେ ଠିକଣାଟି ପକେଟରୁ ବାହାର କରିବାକୁ ଯାଉଛି। ପୋଲିସ ବାବୁ ତାଙ୍କ ସନ୍ଧାନୀ କାଇଦାରେ ଆରମ୍ଭ କରିଦେଲେ- କୁଆଡୁ ଆସିଲ, କୁଆଡେ ଯିବ, ଏ ବ୍ୟାଗ୍‌ ଭିତରେ କ’ଣ ଅଛି? ଏକାଥରେ ମେଞ୍ଚାଏ ପ୍ରଶ୍ନ।

ମୋ ଘର ମେଦିନୀପୁର। ମୋ ବଡ଼ଭାଇ ଏଠାରେ କାମ କରନ୍ତି। ଘରେ ମାଆଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ନେବା ପାଇଁ ଆସିଛି। କେଇଦିନ ତଳେ ସେ ବସା ବଦଳାଇ ଥିବାରୁ ତାଙ୍କ ନୂଆ ଠିକଣା ଜାଣିନାହିଁ। କେମିତି ସେଠାକୁ ଯିବି, ଟିକିଏ ବତାଇ ଦିଅନ୍ତୁ। ରାକେଶ ତା’ ମାତୃଭାଷା ବଙ୍ଗଳାରେ କହି ନିଜ ଭାଇର ନୂଆ ଠିକଣା କାଗଜଟି ବଢ଼ାଇଦେଲା। ରାକେଶର ବଙ୍ଗଳା ଭାଷା ଶୁଣି ତାତି ଉଠିଲେ ପୋଲିସ ବାବୁ। ତା’ର ଭାଷା ଓ ପ୍ରଦେଶ ପ୍ରତି ଅଶାଳୀନ ଭାଷାରେ ନିଜର ସମ୍ମାନ ଜଣାଇ ଚଢ଼ାଗଳାରେ କହିଲେ ଆମକୁ ଯେମିତି ସରକାର ରଖିଛି ତୋ ଭଳି ରାତି ଟ୍ରେନ୍‌ରୁ ଓହ୍ଲାଉଥିବା ନୂଆ ଲୋକମାନଙ୍କୁ ତାଙ୍କ ଠିକଣା ବତାଇବା ପାଇଁ! ଆବେ ହେ! ଏ ଇଲାକାରେ ମୋର ତିନିବର୍ଷ ହୋଇଗଲାଣି। ବଙ୍ଗଳାରୁ ଆସି ଏଠାରେ ଚୋରି ଡକାୟତି କରି ଷ୍ଟେଶନରେ ଘୂରି ବୁଲୁଥିବା ତୁମ ଭଳି ନିଶାଚରମାନଙ୍କୁ ମୁଁ ଠିକ୍‌ ଚିହ୍ନିଛି। ଖୋଲ୍‌ ତୋ ବ୍ୟାଗ୍‌। ଦେଖା କ’ଣ ଅଛି। ଚାଲ୍‌ ଥାନାକୁ।

ଅଚାନକ ଘଟଣା ଏମିତି ମୋଡ଼ ନେବ ବୋଲି ରାକେଶ କେବେ ଆଶା କରି ନ ଥିଲା। ସେ ତଟସ୍ଥ ହୋଇ ପୁଣିଥରେ ନିଜ ଭାଷାରେ ବୁଝାଇବାକୁ ଚେଷ୍ଟା କଲା ଓ କାନ୍ଧରେ ଥିବା ଏୟାର ବ୍ୟାଗ୍‌ଟି ଖୋଲି ତା’ ଭିତରେ ଥିବା ନିଜ ବ୍ୟବହାର୍ଯ୍ୟ ସାମଗ୍ରୀ ଦେଖାଇଦେଲା। କିନ୍ତୁ ରାତିରେ ପାଟ୍ରୋଲିଂ ଡ୍ୟୁଟି କରି କ୍ଳାନ୍ତ ହୋଇପଡିଥିବା ପୋଲିସ କନ୍‌ଷ୍ଟେବଳଙ୍କ ନିଦୁଆ ଆଖି ଦୁଇଟି ଏସବୁ ବାସ୍ତବତାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥିଲେ। ସେ ବ୍ୟାଗ୍‌ ଛାଡି ରାକେଶର ପକେଟ ଦରାଣ୍ଡିବା ଆରମ୍ଭ କରିଦେଲେ ଓ ପକେଟରୁ ପର୍ସ କାଢି ସମ୍ବଳର ପରିମାଣ ଦେଖିନେଲେ। କିଛିକ୍ଷଣ ମଧ୍ୟରେ ପର୍ସରେ ଥିବା ପାଞ୍ଚଶହ ଟଙ୍କାର ନୋଟ୍‌ଟି ପକେଟ ପରିବର୍ତ୍ତନ କରି କନଷ୍ଟେବଳଙ୍କ ପକେଟକୁ ଚାଲି ଆସିଲା। ଦାରୁଭୂତ ମୁରାରି ପରି ନିର୍ବାକ୍‌ ହୋଇ ନିଜର ନିର୍ଯାତନା ପ୍ରତ୍ୟକ୍ଷ କରୁଥିବା ରାକେଶକୁ ସେଇଠି ସେଇ ଅବସ୍ଥାରେ ଛାଡି ରାତ୍ରିର ପ୍ରହରୀ ଜଣକ ନିଜ ରାସ୍ତାରେ ଚାଲିଗଲେ।

କିଛି ସମୟ ପୂର୍ବରୁ ସରକାରୀ ଲୋକଙ୍କୁ ସାହାଯ୍ୟ ମାଗିବାକୁ ନିରାପଦ ମଣିଥିବା ବଙ୍ଗାଳି ଯୁବକ ତା’ର ଏ ଦାରୁଣ ଦୁର୍ଦ୍ଦଶା ପରେ ଆଉ କାହାକୁ ନିଜ ଭାଇର ଠିକଣା ପଚାରିବାକୁ ସାହସ କରିପାରିଲାନି। ସେ ରାତି ପାହିବାକୁ ଅପେକ୍ଷା କରି ପ୍ଲାଟ୍‌ଫର୍ମରେ ବସି ରହିଲା। ସକାଳେ ଭାଇ ସହ ଯୋଗାଯୋଗ କରି କୌଣସି ପ୍ରକାରେ ତାଙ୍କ ବସାରେ ପହଞ୍ଚିଗଲା ଓ ନିଜ ଦୁର୍ଭାଗ୍ୟର କାହାଣୀ ବଖାଣିଲା। ରାକେଶର ଭାଇ ରାଜଧାନୀ ନଗରୀରେ ବେଶ୍‌ ପୁରୁଣା। ସୁତରାଂ ତାଙ୍କ ନଗରୀର ରୂପ ରାତିରେ ଏମିତି ବଦଳିଯାଏ ବୋଲି ସେ ସହଜରେ ବିଶ୍ୱାସ କରିପାରୁ ନ ଥିଲେ। ଏହା ସହ ତାଙ୍କ କୋଡିଏ ବର୍ଷର ସମ୍ପର୍କକୁ ପୁଞ୍ଜିକରି ସେ ଏହାର ପ୍ରତିବାଦ କରିବାକୁ ନିଜ ଭାଇ ସହ ସମ୍ପୃକ୍ତ ଥାନା ଆଡ଼କୁ ମୁହାଁଇଲେ।

ଥାନା ବାବୁ ସବୁ ଶୁଣିଲେ ସିନା ବିଶ୍ୱାସ କଲେ ନାହିଁ। ଶୁଣିବା ଓ ଶୁଣାକଥାକୁ ବିଶ୍ୱାସ କରିବା ଏକା କଥା ନୁହେଁ ନିଶ୍ଚୟ। କିନ୍ତୁ ଶୁଣିବା ଓ ବିଶ୍ୱାସ କରିବା ମଝିରେ ଅନୁସନ୍ଧାନ କରିବା ଭଳି ପୋଲିସ ପ୍ରଶାସନରେ ଯେଉଁ ବ୍ୟବସ୍ଥା ଅଛି, ତାହା କରିବାକୁ ସେ ଉଚିତ ମଣିଲେ ନାହିଁ। ମାତ୍ର ବଡ଼ଭାଇ ଜଣକ ପ୍ରତିବାଦ କଲେ। ସମାଜର ସାଧାରଣ ବର୍ଗଙ୍କ ସହାୟତା କରିବାକୁ ଯେଉଁ ପୋଲିସ ନିଯୁକ୍ତ, ସେ ଯେମିତି ପାହାନ୍ତା ପହରରେ ତାଙ୍କ ଅସହାୟ ଭାଇଟିର କଅଁଳ ମନକୁ ହତ୍ୟା କରିଛନ୍ତି, ତାହା ବିରୋଧରେ ଏକ ଲିଖିତ ଅଭିଯୋଗ କରିବା ପାଇଁ ସେ ଅଡ଼ି ବସିଲେ। ପରିଣାମ ହେଲା ଅତ୍ୟନ୍ତ ପ୍ରତ୍ୟାଶିତ। ସାଧାରଣ ଅପରାଧୀଙ୍କ ବିରୋଧରେ ଅଭିଯୋଗ ଲେଖିବାକୁ ଯେତେବେଳେ ତଳହାତିଆ ପନ୍ଥାର ଆଶ୍ରୟ ନେବାକୁ ହୁଏ, ସେତେବେଳେ ଖୋଦ୍‌ ପୋଲିସ ବିରୋଧରେ ଅଭିଯୋଗ ରେକର୍ଡ କରିବା ଯେ ଏକ ଦୁରୂହ ବ୍ୟାପାର, ଏ କଥା ବୁଝିପାରି ନ ଥିବାରୁ ଦୁଇ ଭାଇଙ୍କୁ ଯଥେଷ୍ଟ ମୂଲ୍ୟ ଦେବାକୁ ପଡିଲା। ପ୍ରାୟ ଛଅ ଘଣ୍ଟା କାଳ ଥାନା ଭିତରେ କାକୁସ୍ଥ ଭାବରେ ବସି ରହିବା ପରେ ଶେଷରେ ଯେତେବେଳେ ସେମାନଙ୍କୁ ମୁକ୍ତି ମିଳିଲା, ସେତେବେଳେ ନିଜ ଅବାସ୍ତବ ଜିଦ୍‌ ଆଗରେ ସେମାନେ ହାରି ସାରିଥିଲେ। ନିଜ ଅସହାୟତାକୁ ପ୍ରଚଣ୍ଡ ଅଭିଶାପ ଦେଇ ଫେରିଯାଇଥିଲେ ନୀରବରେ।

ଆମ ସ୍ମାର୍ଟ ସହରର ଔଜ୍ଜ୍ୱଲ୍ୟ ମଧ୍ୟରେ ରହି ରହି ମୁହଁ ଦେଖାଉଥିବା କଳାଛାୟାମାନଙ୍କ ଭୟଙ୍କର ଚେହେରାର ଉପରୋକ୍ତ ଘଟଣାଟି ଏକ ସାଙ୍କେତିକ ପ୍ରତିବେଦନ ମାତ୍ର। ଏଠାକାର ବିଚିତ୍ର ବ୍ୟବସ୍ଥା ମଧ୍ୟରେ ଦୁଇ ପ୍ରକାର ନାଗରିକଙ୍କ ପାଇଁ ଦୁଇ ଭିନ୍ନ କିସମର ଆଚାର ସଂହିତା। ପ୍ରଥମ ବର୍ଗର ଆଗଧାଡିର ନାଗରିକମାନଙ୍କ ପାଇଁ ଆଗପଛ ଚାରିଆଡେ ପୋଲିସର ନିରାପତ୍ତା ବଳୟ। ଏମାନଙ୍କ ଦେହ ସହ ଅନ୍ୟ କାହା ଦେହର ସାମାନ୍ୟ ସ୍ପର୍ଶକୁ ବିବେଚନା କରାଯାଏ ଏକ ସ୍ପର୍ଦ୍ଧା ଭାବେ। ଅଥଚ ଦ୍ୱିତୀୟ ବର୍ଗର ଶେଷଧାଡିର ନାଗରିକ ସବୁଆଡୁ ସବୁ ପ୍ରକାରେ ଲୁଣ୍ଠିତ, ଲାଞ୍ଛିତ ଓ ନିର୍ଯାତିତ, ଠିକ୍‌ ରାକେଶ ଓ ତାଙ୍କ ବଡ଼ଭାଇଙ୍କ ପରି।

ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 


ଭାଷଣ ଓ ଭୋଟ

ଭାଷଣ ଓ ଭୋଟ

ଆକାର ପଟେଲ

କୋଡ଼ିଏ ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ମୁମ୍ବାଇରେ ନିର୍ବାଚନ ଲଢ଼ୁଥିଲେ। ସମାଜବାଦୀ ପାର୍ଟି ଟିକେଟରେ ଠିଆହୋଇ ସେ ଶିବସେନା ନେତା ତଥା ବାନ୍ଦ୍ରା ଇଷ୍ଟ୍‌ର ବିଧାୟକ  ମଧୁକର ସାର୍ପୋଟଦାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ୨୦୧୦ରେ ପରଲୋକ ଗମନ କରିଥିବା ସାର୍ପୋଟଦାର ବାବ୍ରି ମସ୍‌ଜିଦ ଭଙ୍ଗା ଘଟ..

ପ୍ରତିଶ୍ରୁତି ଓ ପ୍ରତାରଣାର ଖେଳ

ପ୍ରତିଶ୍ରୁତି ଓ ପ୍ରତାରଣାର ଖେଳ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ପ୍ରଥମରୁ ସପ୍ତମ ଯାଏ ପ୍ରାୟ ଦୁଇମାସ ଧରି ଚାଲିଛି ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ସବୁଠୁଁ ମହତ୍ତ୍ୱପୂର୍ଣ୍ଣ ଉତ୍ସବ। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟ ଡୋରି ହାତକୁ ନେବା ପାଇଁ ଏଇ ବଳ କଷାକଷିର ପର୍ବ ଆରମ୍ଭ ହୋଇଗଲାଣି କେବେଠୁଁ। ନିର୍ବାଚନରେ ଭୋଟ ଦେବା ଭଳି ନାଗରିକର ପବିତ୍ର କର୍ତ୍ତବ୍ୟ ସମ୍ପାଦନ କରି ପାଞ୍ଚବର୍ଷ ହେଲା ନିଘୋଡ ନିଦରେ ଶୋଇ ପଡିଥିବା ଜ..

‘ଦି ଓଭରଷ୍ଟୋରି’ ଔପନ୍ୟାସିକ

‘ଦି ଓଭରଷ୍ଟୋରି’ ଔପନ୍ୟାସିକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ଆମେରିକାରେ ଖବରକାଗଜ, ପତ୍ରିକା, ଅନ୍‌ଲାଇନ୍‌ ସାମ୍ବାଦିକତା, ସାହିତ୍ୟ ଏବଂ ସଙ୍ଗୀତ ରଚନା କ୍ଷେତ୍ରରେ ଉତ୍କର୍ଷ ଲାଭ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଥାଏ। ହଙ୍ଗେରି ଜନ୍ମିତ ଆମେରିକୀୟ ଯୋଶେଫ୍‌ ଫୁଲିଜର ୧୯୧୭ରେ ଏହି ସମ୍ମାନ ପ୍ରତିଷ୍ଠା କରିଥିଲେ। ପ୍ରତିବର୍ଷ ୨୧ଟି କ୍ଷେତ୍ରରେ ଏହି ମର୍ଯ୍ୟାଦାଜନକ ପୁରସ୍କାର ଦିଆଯାଇ ଆସୁଥିବାରୁ ନୂଆ ବିଜେତାଙ୍କ ଉପରେ ସମସ୍ତଙ୍କ ଲକ୍ଷ୍ୟ ଥାଏ। ଚଳିତବର୍ଷ ସାହିତ୍ୟ କ୍ଷେତ୍ରରେ ରିଚାର୍ଡ ..

ଏଇ ଭାରତରେ

ଏଇ ଭାରତରେ


ଅଙ୍ଗଦାନ ମହାପୁଣ୍ୟ। ଜଣଙ୍କ ମୃତ୍ୟୁ ପରେ ତା’ର ବିଭିନ୍ନ ଅଙ୍ଗ ଦାନ କରାଯାଇପାରିବ। ତେଣୁ କୌଣସି ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ପାଇଁ ଶପଥ ନେଇଥିଲେ ଏହା ସମ୍ଭବ ହୋଇପାରିବ। ଜଣଙ୍କର କିଡ୍‌ନୀ, ଚକ୍ଷୁ, ହୃତ୍‌ପିଣ୍ଡ ଭଳି ବିଭିନ୍ନ ଅଙ୍ଗ ଏକାଧିକ ଲୋକଙ୍କଠାରେ ପ୍ରତିରୋପଣ କରାଯାଇପାରେ।   ତେବେ ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏହି ମର୍ମରେ ଛ..


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri