ସମ୍ପାଦକୀୟ |

କୁଷ୍ଠରୋଗୀଙ୍କ ସାହାରା

କୁଷ୍ଠରୋଗୀଙ୍କ ସାହାରା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ

ବିଶ୍ୱକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଆଦର୍ଶକୁ ସ୍ମରଣୀୟ ରଖିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ୧୯୯୫ରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଆସୁଛି। ମହାତ୍ମାଙ୍କ ୧୨୫ତମ ଜନ୍ମବାର୍ଷିକୀରୁ ସଂସ୍ଥାପିତ ଏହି ସମ୍ମାନ ଅହିଂସା ଓ ଗାନ୍ଧୀବାଦ ଜରିଆରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ରୂପାନ୍ତରଣ ଆଣିପାରୁଥିବା ବ୍ୟକ୍ତି ଓ ସଙ୍ଗଠନକୁ ଦିଆଯାଉଛି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ବିପ୍ଳବୀ ନେଲ୍‌ସନ ମଣ୍ଡେଲା, ଭାରତର ‘ଚିପ୍‌କୋ’ ଆନ୍ଦୋଳନର ପୁରୋଧା ଚଣ୍ଡିପ୍ରସାଦ ଭଟ୍ଟଙ୍କଠାରୁ ଆରମ୍ଭ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଭଳି ସଙ୍ଗଠନ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ୨୦୧୯ ଜାନୁୟାରୀ ୧୬ରେ ଶେଷ ୪ ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ୨୦୧୫ ପାଇଁ କନ୍ୟାକୁମାରୀସ୍ଥିତ ବିବେକାନନ୍ଦ ଫାଉଣ୍ଡେଶନ, ୨୦୧୬ ଲାଗି ଅକ୍ଷୟ ପାତ୍ର ଫାଉଣ୍ଡେଶନ ଓ ସୁଲଭ ଇଣ୍ଟରନ୍ୟାଶନାଲ, ୨୦୧୭ ସକାଶେ ଏକଲ ଅଭିଯାନ ଟ୍ରଷ୍ଟ ଏବଂ ୨୦୧୮ ନିମନ୍ତେ କୁଷ୍ଠ ନିରାକରଣ ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଗୁଡ୍‌ଉଇଲ୍‌ ଆମ୍ବାସାଡର ବା ସଦିଚ୍ଛା ଦୂତ ଥିବା ୟୋହେଇ ସାସାକାଓ୍ବାଙ୍କୁ ଚୟନ କରାଯାଇଛି। ବିଜେତାଙ୍କୁ ଏକ କୋଟି ଟଙ୍କା ସହ ଫଳକ ପ୍ରଦାନ କରାଯିବ। ଏହି ସମ୍ମାନ ଘୋଷଣା ପରେ ସାସାକାଓ୍ବାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଥିବାରୁ ତାଙ୍କ ଆଦର୍ଶ ଓ ଲକ୍ଷ୍ୟ ବିଷୟରେ ଜାଣିବାକୁ ପ୍ରତ୍ୟେକଙ୍କ ଆଗ୍ରହ ରହିବା ସ୍ବାଭାବିକ।

୧୯୩୯ ଜାନୁୟାରୀ ୮ରେ ଜନ୍ମଗ୍ରହଣ କରିଥିବା ସାସାକାଓ୍ବା ଜାପାନର ସର୍ବବୃହତ୍‌ ଦାତବ୍ୟ ଅନୁଷ୍ଠାନ ‘ନିପନ୍‌ ଫାଉଣ୍ଡେଶନ’ର ଅଧ୍ୟକ୍ଷ ଅଛନ୍ତି। କୁଷ୍ଠ ନିରାକରଣ ଲାଗି ଡବ୍ଲ୍ୟୁଏଚ୍‌ଓର ସଦିଚ୍ଛା ଦୂତ ରହିଥିବା ଏହି ବ୍ୟକ୍ତି ଟୋକିଓସ୍ଥିତ ମୈଜି ୟୁନିଭର୍ସିଟିଜ୍‌ ସ୍କୁଲ ଅଫ୍‌ ପଲିଟିକାଲ ସାଇନ୍ସ ଆଣ୍ଡ୍‌ ଇକନମିକ୍ସରୁ ଡିଗ୍ରୀ ଅର୍ଜନ କରିବା ପରେ ଜଣେ ସାମାଜିକ ଉଦ୍ୟୋଗୀ ଭାବେ ପରିଚିତ ହେବାକୁ ଲକ୍ଷ୍ୟ ରଖିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଜାପାନ ମୋଟରବୋଟ୍‌ ରେସିଂ ଆସୋସିଏଶନ ଅଧ୍ୟକ୍ଷ ଓ ଜାପାନ ଫାଉଣ୍ଡେଶନ ଫର୍‌ ଶିପ୍‌ବିଲ୍ଡିଂ ଆଡ୍‌ଭାନ୍ସମେଣ୍ଟର ନିର୍ଦ୍ଦେଶକ ହୋଇଥିଲେ। ତେବେ ୧୯୮୯ରେ ନିପନ୍‌ ଫାଉଣ୍ଡେଶନର ସେ ସଭାପତି ହୋଇ କାଳକ୍ରମେ ଏହାର ଅଧ୍ୟକ୍ଷ ହୋଇପାରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ସାମାଜିକ କ୍ଷେତ୍ରରେ ଏକ ସ୍ବାତନ୍ତ୍ର୍ୟ ବଜାୟ ରଖିବାକୁ ଯାଇ ସେ ବିଭିନ୍ନ ପ୍ରସଙ୍ଗରେ କାର୍ଯ୍ୟ କରିଚାଲିଛନ୍ତି। ବିଶେଷକରି ଖାଦ୍ୟ ସୁରକ୍ଷା, ସ୍ବାସ୍ଥ୍ୟସେବା ଏବଂ ଶିକ୍ଷାର ବିକାଶ ହେଉଛି ତାଙ୍କ ଚିନ୍ତନର ୩ ପ୍ରମୁଖ କ୍ଷେତ୍ର। ଚେର୍ନୋବିଲ୍‌ ଆଣବିକ ପାଓ୍ବାର ପ୍ଲାଣ୍ଟ ଦୁର୍ଘଟଣାରେ ପୀଡ଼ିତ ୨ ଲକ୍ଷ ପିଲାଙ୍କ ଚିକିତ୍ସା ଦିଗରେ ତାଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ ହୋଇପାରିଛି। ଉଭୟ ଜାପାନ ଓ ଅନ୍ତର୍ଜାତୀୟ ସ୍ତରରେ ଯେଉଁଠାରେ ବିପର୍ଯ୍ୟୟ ଦେଖାଦେଇଥାଏ, ସେଠାକୁ ସାସାକାଓ୍ବା ମାନବୀୟ ସହାୟତା ଦେବା ପାଇଁ ଆଗେଇ ଯାଇଥାଆନ୍ତି। କେବଳ ଫାଉଣ୍ଡେଶନ ପକ୍ଷରୁ ପାଣ୍ଠି ଯୋଗାଣ ନୁହେଁ, ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଜନକଲ୍ୟାଣ କରିବା ତାଙ୍କ ଅଙ୍ଗିକାରବଦ୍ଧତାର ପରିଚୟ ଦେଇଛି। ତେବେ ବିଶ୍ୱବ୍ୟାପୀ ତାଙ୍କ ପରିଚୟ କହିଲେ କୁଷ୍ଠ ନିରାକରଣ ନିମନ୍ତେ ତାଙ୍କ ଏକନିଷ୍ଠତା ସର୍ବାଗ୍ରେ ରହିଛି। ଏଭଳି ରୋଗୀଙ୍କ ପ୍ରତି ସମବେଦନା ଆସିବା ପଛରେ ତାଙ୍କ ପିତାଙ୍କ ଅବଦାନକୁ ସେ ମନେପକାଇଥାଆନ୍ତି। ୧୯୬୫ ମସିହାରେ ତାଙ୍କ ପିତା ଦକ୍ଷିଣ କୋରିଆରେ କୁଷ୍ଠରୋଗୀଙ୍କ ସେବା କରୁଥିବା ବେଳେ ସେ ସେଥିରେ ସାମିଲ ହୋଇଥିଲେ। ଏଭଳି ରୋଗୀଙ୍କୁ ସେତେବେଳେ ସମାଜରୁ ବାସନ୍ଦ କରି ଦିଆଯାଉଥିଲା। ପିତାଙ୍କଠାରୁ ପ୍ରେରଣା ପାଇବା ପରେ କୁଷ୍ଠ ଆରୋଗ୍ୟଯୁକ୍ତ ବୋଲି ରୋଗୀଙ୍କ ମନରେ ଆଶ୍ୱାସନା ଭରି ଦେଇଥିଲେ। ତେଣୁ ବିଭିନ୍ନ ଦେଶରେ ସରକାର,  ନେତା, ଗଣମାଧ୍ୟମ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର ସାହାରା ନେଇ କୁଣ୍ଠ ନିରାକରଣ ଦିଗରେ ସମ୍ପୂର୍ଣ୍ଣ ଅଭିଯାନ ଆରମ୍ଭ କରିଥିଲେ। ୧୯୯୦ରେ କୁଷ୍ଠ ନିରାକରଣ ଦିଗରେ ମଲ୍ଟିଡ୍ରଗ୍‌ ଥେରାପି (ଏମ୍‌ଡିଟି) ବଣ୍ଟନ ଦିଗରେ ବିଶେଷ ଗୁରୁତ୍ୱ ଦେଇଥିଲେ। ଇତିମଧ୍ୟରେ ଭାରତ ସମେତ ବିଶ୍ୱର ସମସ୍ତ ଦେଶରେ ଏହି ରୋଗ ଦୂରେଇ ଯିବାରେ ଲାଗିଛି। ଫଳସ୍ବରୂପ ୨୦୦୧ରୁ ଡବ୍ଲ୍ୟୁଏଚ୍‌ଓର ଗୁଡ୍‌ଉଇଲ୍‌ ଆମ୍ବାସାଡର ହୋଇପାରିଛନ୍ତି। ସେବାକୁ ମହାତ୍ମା ଗାନ୍ଧୀ ଜୀବନର ବ୍ରତ ଭାବେ ଗ୍ରହଣ କରି ନେଇଥିଲେ। ଆଜି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ସାସାକାଓ୍ବା ସମଗ୍ର ମାନବ ଜାତିର ଉତ୍ଥାନ ଲାଗି ଯେଉଁ ଦିଗଟିକୁ ଧରି ସେବାରତ ଅଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଯୁଗଯୁଗ ଧରି ପ୍ରେରଣାଦାୟୀ ହୋଇ ରହିବ।

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 


ଭାଷଣ ଓ ଭୋଟ

ଭାଷଣ ଓ ଭୋଟ

ଆକାର ପଟେଲ

କୋଡ଼ିଏ ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ମୁମ୍ବାଇରେ ନିର୍ବାଚନ ଲଢ଼ୁଥିଲେ। ସମାଜବାଦୀ ପାର୍ଟି ଟିକେଟରେ ଠିଆହୋଇ ସେ ଶିବସେନା ନେତା ତଥା ବାନ୍ଦ୍ରା ଇଷ୍ଟ୍‌ର ବିଧାୟକ  ମଧୁକର ସାର୍ପୋଟଦାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ୨୦୧୦ରେ ପରଲୋକ ଗମନ କରିଥିବା ସାର୍ପୋଟଦାର ବାବ୍ରି ମସ୍‌ଜିଦ ଭଙ୍ଗା ଘଟ..

ପ୍ରତିଶ୍ରୁତି ଓ ପ୍ରତାରଣାର ଖେଳ

ପ୍ରତିଶ୍ରୁତି ଓ ପ୍ରତାରଣାର ଖେଳ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ପ୍ରଥମରୁ ସପ୍ତମ ଯାଏ ପ୍ରାୟ ଦୁଇମାସ ଧରି ଚାଲିଛି ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ସବୁଠୁଁ ମହତ୍ତ୍ୱପୂର୍ଣ୍ଣ ଉତ୍ସବ। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟ ଡୋରି ହାତକୁ ନେବା ପାଇଁ ଏଇ ବଳ କଷାକଷିର ପର୍ବ ଆରମ୍ଭ ହୋଇଗଲାଣି କେବେଠୁଁ। ନିର୍ବାଚନରେ ଭୋଟ ଦେବା ଭଳି ନାଗରିକର ପବିତ୍ର କର୍ତ୍ତବ୍ୟ ସମ୍ପାଦନ କରି ପାଞ୍ଚବର୍ଷ ହେଲା ନିଘୋଡ ନିଦରେ ଶୋଇ ପଡିଥିବା ଜ..

‘ଦି ଓଭରଷ୍ଟୋରି’ ଔପନ୍ୟାସିକ

‘ଦି ଓଭରଷ୍ଟୋରି’ ଔପନ୍ୟାସିକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ଆମେରିକାରେ ଖବରକାଗଜ, ପତ୍ରିକା, ଅନ୍‌ଲାଇନ୍‌ ସାମ୍ବାଦିକତା, ସାହିତ୍ୟ ଏବଂ ସଙ୍ଗୀତ ରଚନା କ୍ଷେତ୍ରରେ ଉତ୍କର୍ଷ ଲାଭ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଥାଏ। ହଙ୍ଗେରି ଜନ୍ମିତ ଆମେରିକୀୟ ଯୋଶେଫ୍‌ ଫୁଲିଜର ୧୯୧୭ରେ ଏହି ସମ୍ମାନ ପ୍ରତିଷ୍ଠା କରିଥିଲେ। ପ୍ରତିବର୍ଷ ୨୧ଟି କ୍ଷେତ୍ରରେ ଏହି ମର୍ଯ୍ୟାଦାଜନକ ପୁରସ୍କାର ଦିଆଯାଇ ଆସୁଥିବାରୁ ନୂଆ ବିଜେତାଙ୍କ ଉପରେ ସମସ୍ତଙ୍କ ଲକ୍ଷ୍ୟ ଥାଏ। ଚଳିତବର୍ଷ ସାହିତ୍ୟ କ୍ଷେତ୍ରରେ ରିଚାର୍ଡ ..

ଏଇ ଭାରତରେ

ଏଇ ଭାରତରେ


ଅଙ୍ଗଦାନ ମହାପୁଣ୍ୟ। ଜଣଙ୍କ ମୃତ୍ୟୁ ପରେ ତା’ର ବିଭିନ୍ନ ଅଙ୍ଗ ଦାନ କରାଯାଇପାରିବ। ତେଣୁ କୌଣସି ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ପାଇଁ ଶପଥ ନେଇଥିଲେ ଏହା ସମ୍ଭବ ହୋଇପାରିବ। ଜଣଙ୍କର କିଡ୍‌ନୀ, ଚକ୍ଷୁ, ହୃତ୍‌ପିଣ୍ଡ ଭଳି ବିଭିନ୍ନ ଅଙ୍ଗ ଏକାଧିକ ଲୋକଙ୍କଠାରେ ପ୍ରତିରୋପଣ କରାଯାଇପାରେ।   ତେବେ ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏହି ମର୍ମରେ ଛ..


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri