
ଓ୍ବାସିଂଟନ୍, ୧୯।୧: ଆମେରିକାର ଗୁଇନ୍ଦା ବିଭାଗ କର୍ମଚାରୀଙ୍କୁ ପିଜା ବାଣ୍ଟିଛନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍। ପିଜା ବାଣ୍ଟୁଥିବାବେଳର ଏକ ଫଟୋ ବୁଶ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଆମେରିକା ସୀମାନ୍ତରେ ପ୍ରାଚୀର ନିର୍ମାଣ ପାଇ ୫ ବିଲିୟନ ଡଲାର ମଞ୍ଜୁର କରିବା ଦାବିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଅଟଳ ରହିବାରୁ ବିଭିନ୍ନ ସରକାରୀ ବିଭାଗରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସିନେଟରେ ପ୍ରସ୍ତାବ ପାରିତ ହୋଇ ନ ପାରିବାରୁ ବିଭିନ୍ନ ବିଭାର କର୍ମଚାରୀମାନେ ଦରମା ପାଇପାରୁନାହାନ୍ତି। ତେଣୁ ସରକାରୀ କର୍ମଚାରୀଙ୍କୁ ଛୁଟିରେ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିନା ବେତନରେ କାମ କରୁଥିବା କର୍ମଚାରୀଙ୍କୁ ମୁହଁରେ ହସ ଫୁଟାଇବା ପାଇଁ ସେମାନଙ୍କୁ ପିଜା ବାଣ୍ଟିଛନ୍ତି।