
ଅନୁଗୋଳ ଅଫିସ,୧୯।୧: ଅନୁଗୋଳ ଜିଲା କୋର୍ଟରେ ଶୁକ୍ରବାର ଫ୍ୟାମିଲି ଓ ଭିଜିଲାନ୍ସ କୋର୍ଟ ଉଦ୍ଘାଟନ କରାଯାଇଛି। ଏହା ସହ କୋର୍ଟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଉଦ୍ଘାଟନ କରାଯାଇଛି। ଏହାକୁ ଓଡ଼ିଶା ହାଇକୋର୍ଟ ବିଚାରପତି ବିଶ୍ବନାଥ ରଥ ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଜିଲା ଜଜ୍ ଅଶାନ୍ତ କୁମାର ଦାସ, ଓକିଲ ସଂଘ ସଭାପତି ଦିଲୀପ କୁମାର ଦାସ, ସମ୍ପାଦକ ଜିତେନ୍ଦ୍ର ସହୁ, ଜିଲାପାଳ ଅନିଲ କୁମାର ସାମଲ ପ୍ରମୁଖ ଉପସ୍ଥିତ ଅଛନ୍ତି।