ଅନ୍ତର୍ଜାତୀୟ |

ଟ୍ରେନ୍‌ ବିଳମ୍ବ ହେଲେ ବୁଣୁଥିଲେ ସ୍କାର୍ଫ: ବିକ୍ରିହେଲା ୬ଲକ୍ଷରେ

ଟ୍ରେନ୍‌ ବିଳମ୍ବ ହେଲେ ବୁଣୁଥିଲେ ସ୍କାର୍ଫ: ବିକ୍ରିହେଲା ୬ଲକ୍ଷରେ

ଲଣ୍ଡନ,୧୯।୧: ଟ୍ରେନ୍‌ରେ ଯାତାୟତ କରୁଥିବା ଲୋକେ ବିଳମ୍ବକୁ ସାମ୍ନା କରିବା ଏକ ସାଧାରଣ ଘଟଣା। ହେଲେ ଏହି ସମୟକୁ ଦେଖି ଜର୍ମାନୀର ଜଣେ ମହିଳା ସ୍କାର୍ଫ ବୁଣିବା କାମ କରୁଥିଲେ। ଆଉ ଏହି ସ୍କାର୍ଫ ଏବେ ବିକ୍ରି ହୋଇଛି ୭୫୫୦ ୟୁରୋ ଯାହା ଭାରତୀୟ ମୁଦ୍ରାରେ  ପାଖାପାଖି ୬ଲକ୍ଷ ଟଙ୍କା। କ୍ଲାଉଡିଆ ଓ୍ବେବର ନାମକ ଉକ୍ତ ମହିଳା ଜଣକ ଏକ କମ୍ପାନୀରେ କାମ କରୁଥିବା ବେଳେ ତାଙ୍କୁ ଟ୍ରେନ୍‌ରେ ଯାତ୍ରା କରିବାକୁ ପଡୁଥିଲା। କେବେ କେବେ ଟ୍ରେନ୍‌ ବିଳମ୍ବକୁ ମଧ୍ୟ ସେ ସାମ୍ନା କରୁଥିଲେ। ଆଉ ଘରକୁ ଫେରିବା ପରେ ଟ୍ରେନ୍‌ ସମୟର ବିଳମ୍ବକୁ ଲକ୍ଷ୍ୟ କରି ସେ ସ୍କାର୍ଫ ବୁଣୁଥିଲେ। ଅର୍ଥାତ୍‌ ଯେଉଁଦିନ ଟ୍ରେନ୍‌ ୫ ମିନିଟ୍‌ ବିଳମ୍ବରେ ଆସୁଥିଲା ସେଦିନ କ୍ଲାଉଡିଆ ଇସତ୍‌ ବ୍ଲୁ ରଙ୍ଗର ଉଲ୍‌ରେ ସ୍କ୍ରାର୍ଫ ବୁଣୁଥିଲେ। ସେହିପରି  ଅଧଘଣ୍ଟା ବିଳମ୍ବ ହେଲେ ଗୋଲାପି ରଙ୍ଗ, ଅଧଘଣ୍ଟାରୁ ଅଧିକ ବିଳମ୍ବ ହେଲେ ଲାଲ ରଙ୍ଗ ଓ ଠିକ୍‌ ସମୟରେ ଆସିଲେ ଧଳା ରଙ୍ଗର ଉଲ୍‌ରେ ମହିଳା ଜଣକ ସ୍କାର୍ଫ ବୁଣୁଥିଲେ। କିଛିଦିନ ପରେ ତାଙ୍କ ଖବରଦାତା ଝିଅ ସେହି ସ୍କାର୍ଫର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ଆଉ ଏହି ସ୍କାର୍ଫର ନାଁ ରଖାଯାଇଥିଲା ‘ରେଲ୍‌ ଡିଲେ ସ୍କାର୍ଫ’। ଫଟୋଟିକୁ ସୋସିଆଲ ମିଡିଆରେ ୨୩ ହଜାରରୁ ଅଧିକ ଲୋକ ଲାଇକ୍‌ କରିବା ପରେ କ୍ଲାଉଡିଆ ଏହାକୁ ବିକ୍ରି କରିବାକୁ ଚାହିଁଥିଲେ। ଆଉ ଏବେ ଏହି ସ୍କାର୍ଫ ପ୍ରାୟ ୬ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଜଣାପଡିଛି। ଅନ୍ୟପଟେ ଯାହା ଲୋକଙ୍କର ଧାରଣା ଥିଲା ଯେ ଜର୍ମାନୀରେ କେବେ ଟ୍ରେନ୍‌ ବିଳମ୍ବ ହୁଏ ନାହିଁ ତାହା ଭୁଲ୍‌ ବୋଲି କ୍ଲାଉଡିଆ କହିଛନ୍ତି। ଯେଉଁଥିପାଇଁ ସ୍କାର୍ଫଟିର ମୂଲ୍ୟ ଏତେ ବୋଲି ସେ ଉଲ୍ଲେଖ କରିଛନ୍ତି।  

All Right Reserved By

ଅନ୍ତର୍ଜାତୀୟ |

ରୋବୋକୁ ପ୍ରେମ କରୁଛନ୍ତି ୨୯ ବର୍ଷ ବୟସ୍କ ଯୁବକ: ଖୁବ୍‌ଶୀଘ୍ର କରିବେ ବିବାହ

ରୋବୋକୁ ପ୍ରେମ କରୁଛନ୍ତି ୨୯ ବର୍ଷ ବୟସ୍କ ଯୁବକ: ଖୁବ୍‌ଶୀଘ୍ର କରିବେ ବିବାହ

ଓ୍ବାଶିଂଟନ,୧୮।୪: ମଣିଷ ରୋବୋ ମଧ୍ୟରେ ପ୍ରେମ। ଏହା ସାଧାରଣତଃ ଫିଲ୍ମରେ ଦେଖିବାକୁ ମିଳିଥାଏ। ତେବେ ଆମେରିକାରେ ଜଣେ ୨୯ ବର୍ଷ ବୟସ୍କ ଯୁବକ ଟ୍ରୋଲ୍‌ ନାମକ ଏକ ରୋବୋ ପ୍ରେମରେ ପଡ଼ିଛନ୍ତି।

ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ମହିଳାମାନେ ଆଜି ପୁରୁଷଙ୍କର ସମକକ୍ଷ ହୋଇପାରିଛନ୍ତି। ବିମାନ ଚଳାଇବା, କ୍ରିକେଟ ଖେଳିବାଠାରୁ ଆରମ୍ଭ କରି ଏଭରେଷ୍ଟ ଚଢ଼ିବା ଯାଏ ସବୁ କାମ କରିପାରୁଛନ୍ତି।

ଗୋବି ମରୁଭୂମିରେ ମଙ୍ଗଳ ଗ୍ରହ ମଡେଲ: ଅନୁଧ୍ୟାନ କରିହେବ ଲାଲ୍‌ ଗ୍ରହରେ କିପରି ହେବ ଜୀବନ

ଗୋବି ମରୁଭୂମିରେ ମଙ୍ଗଳ ଗ୍ରହ ମଡେଲ: ଅନୁଧ୍ୟାନ କରିହେବ ଲାଲ୍‌ ଗ୍ରହରେ କିପରି ହେବ ଜୀବନ

ବେଜିଂ,୧୮।୪: ଚାଇନାର ଜିଚ୍ନାଙ୍ଗ୍‌ ସହରଠାରୁ ୪୦ କିଲୋମିଟର ଦୂରରେ ଥିବା ଗୋବି ମରୁଭୂମିରେ ମଙ୍ଗଳ ଗ୍ରହର ଏକ ମଡେଲ ନିର୍ମାଣ କରାଯାଇଛି। ଏହାର ନାମକରଣ ମାର୍ସ ବେସ୍‌-୧ ଭାବେ କରାଯାଇଛି। 

ମତଦାନ କେନ୍ଦ୍ରରେ ସ୍ପାଇଡର୍‌ମ୍ୟାନ

ମତଦାନ କେନ୍ଦ୍ରରେ ସ୍ପାଇଡର୍‌ମ୍ୟାନ

ଜାକର୍ତ୍ତା, ୧୮।୪: ଇଣ୍ଡୋନେସିଆରେ ରାଷ୍ଟ୍ରପତି ଓ ସଂସଦୀୟ ପ୍ରତିନିଧି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। 

ଏଠି ଏଭିଏମ୍‌ ନୁହେଁ ବାଲଟ୍‌ ପେପରରେ ହେବ ମତଦାନ

ଏଠି ଏଭିଏମ୍‌ ନୁହେଁ ବାଲଟ୍‌ ପେପରରେ ହେବ ମତଦାନ

ଜାକର୍ତ୍ତା,୧୮।୪: ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଚାଲିଥିବା ବେଳେ ଏଠାରେ ଇଭିଏମ୍‌କୁ ନେଇ ବିବାଦ ସରୁନି। ବିରୋଧି ଇଭିଏମକୁ ଭାଜପାର ମେଶିନ୍‌ କହୁଥିବା ବେଳେ ଏହାକୁ ନେଇ ତୁତୁ ମେମେ ଲାଗି ରହିଛି।

ଥରିଲା ତାଇଓ୍ବାନ

ଥରିଲା ତାଇଓ୍ବାନ

ତାଇପେ,୧୮।୪: ଉତ୍ତର ପଶ୍ଚିମ ତାଇଓ୍ବାନରେ ଏକ ବଡ ଭୂକମ୍ପ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୬.୪। 

ବସ  ରୋକି ଯାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ଅଜଣା ବ୍ୟକ୍ତି

ବସ ରୋକି ଯାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ଅଜଣା ବ୍ୟକ୍ତି

ଇସଲାମାବାଦ୍‌,୧୮।୪: ପାକିସ୍ତାନରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବାଲୁଚିସ୍ତାନ ରାଜମାର୍ଗରେ ୫-୬ ଯାତ୍ରୀବାହୀ ବସ୍‌କୁ କେତେକ ଅଜଣା ବ୍ୟକ୍ତି ଅଟକାଇଥିଲେ।

୧୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର କରିଥିବା ୭୧ବର୍ଷୀୟ ବୃଦ୍ଧ ଗିରଫ

୧୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର କରିଥିବା ୭୧ବର୍ଷୀୟ ବୃଦ୍ଧ ଗିରଫ

ଲୁଇସିୟାନା, ୧୮।୪: ବଳାତ୍କାର ଅଭିଯୋଗରେ ଜଣେ ୭୧ବର୍ଷୀୟ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି।

ପାକିସ୍ତାନରେ ଘୂର୍ଣିଝଡର ତାଣ୍ଡବ: ୩୯ ମୃତ

ପାକିସ୍ତାନରେ ଘୂର୍ଣିଝଡର ତାଣ୍ଡବ: ୩୯ ମୃତ

ଇସଲମାବାଦ, ୧୮।୪: ପାକିସ୍ଥାନର ବିଭିନ୍ନ ଜିଲାରେ ଘୂର୍ଣ୍ଣିଝଡ ସହ ବର୍ଷାର ତାଣ୍ଡବ। ଏଥିରେ ୩୯ଜଣଙ୍କ ମୃତ୍ୟୁ ଘଟିଛି। ୧୩୫ରୁ ଅଧିକ ଆହତ ହୋଇଛନ୍ତି।

ଆଝାର ପ୍ରସଙ୍ଗରେ ସମୟସୀମାକୁ ଚାଇନାର ଅଗ୍ରାହ୍ୟ

ଆଝାର ପ୍ରସଙ୍ଗରେ ସମୟସୀମାକୁ ଚାଇନାର ଅଗ୍ରାହ୍ୟ

ବେଜିଂ,୧୮ା୪(ପି.ଟି): ପାକିସ୍ତାନଭିତ୍ତିକ ଜେଇଏମ୍‌ ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ଚାଇନା ବିଳମ୍ବ କରୁଛି। 

ସୌଦିରେ ୨ ଭାରତୀୟଙ୍କ ମୁଣ୍ଡକାଟ

ସୌଦିରେ ୨ ଭାରତୀୟଙ୍କ ମୁଣ୍ଡକାଟ

ରିୟାଦ୍‌,୧୭।୪: ସୌଦିରେ ୨ ଭାରତୀୟଙ୍କ ମୁଣ୍ଡ କାଟ କରାଯାଇଛି। ସେମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ହୋଇଥିଲା।

ନ୍ୟୁୟର୍କ ଟାଇମ୍ସ, ଓ୍ବାଲଷ୍ଟ୍ରିଟ୍‌ ଜର୍ନାଲକୁ ପୁଲିଜର ପୁରସ୍କାର

ନ୍ୟୁୟର୍କ ଟାଇମ୍ସ, ଓ୍ବାଲଷ୍ଟ୍ରିଟ୍‌ ଜର୍ନାଲକୁ ପୁଲିଜର ପୁରସ୍କାର

ନ୍ୟୁୟର୍କ,୧୭ା୪(ଏଏଫ୍‌ପି): ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାର ସମ୍ପର୍କରେ ପୃଥକ୍‌ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରସ୍ତୁତ କରିଥିବାରୁ ‘ଦି ନ୍ୟୁୟର୍କ ଟାଇମ୍ସ’ ଏବଂ ‘ଦି ଓ୍ବାଲ୍‌ଷ୍ଟ୍ରିଟ୍‌ ଜର୍ନାଲ’କୁ ମଙ୍ଗଳବାର ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି।


Model This Week

କ୍ରିଷ୍ଣା
Why Dharitri