ଉପକୂଳ ଓଡିଶା

ଗ୍ୟାରେଜରେ ଅଗ୍ନିକାଣ୍ଡ: ୨ ଗାଡ଼ି ପୋଡିଗଲା

ଗ୍ୟାରେଜରେ ଅଗ୍ନିକାଣ୍ଡ: ୨ ଗାଡ଼ି ପୋଡିଗଲା

ନୂଆଗାଁ,୧୯ା୧ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଡିମିରିଝରୀ ଗ୍ରାମରେ ଥିବା ଏକ ଗ୍ୟାରେଜରେ ଶୁକ୍ରବାର ରାତି ୧୦ଟାରେ ନିଆଁ ଲାଗି ବହୁ ସାମଗ୍ରୀ ପୋଡି ଯାଇଛି। ଗ୍ରାମର ୫୭ନଂ. ଜାତୀୟ ରାଜପଥ କଡରେ ଥିବା ବ୍ରଜ ଭାଇ ଗ୍ୟାରେଜରେ ନିଆଁ ଲାଗିଯାଇ ସେଠାରେ ଥିବା ଦୁଇଟି ଗ୍ୟାସ୍‌ ସିଲିଣ୍ଡର ଫାଟି ଯାଇଥିଲା। ଅଗ୍ନିକାଣ୍ଡରେ ଗ୍ୟାରେଜରେ ମରାମତି ପାଇଁ ଥିବା ଏକ ଟ୍ରକ ଓ ଅନ୍ୟ ଏକ ଗାଡି ସହ ଅନ୍ୟାନ୍ୟ ସାମଗ୍ରୀ ପୋଡିଯାଇଛି । ଗ୍ୟାରେଜ ମାଲିକ ବ୍ରଜ କିଶୋର ସାହୁ କହିବା ମୁତାବକ ସେ ଗ୍ୟାରେଜ ବନ୍ଦ କରି ଯିବା ପରେ କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଛି। ଖବରପାଇ ନୂଆଗାଁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳକୁ ଗ୍ୟାରେଜଟି ପୋଡି ଯାଇଥିଲା। 


All Right Reserved By

ଉପକୂଳ ଓଡିଶା

ଖଣ୍ଡପଡ଼ାରେ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନାହିଁ: କଂଗ୍ରେସ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଖଣ୍ଡପଡ଼ାରେ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନାହିଁ: କଂଗ୍ରେସ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଖଣ୍ଡପଡ଼ା,୧୯ା୪(ସ୍ବ.ପ୍ର.)-ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଭିନ୍ନ ଦଳୀୟ ପ୍ରାର୍ଥୀ ଚୟନକୁ ନେଇ ସାଧାରଣ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନ ଥିବା ପରିଲକ୍ଷିତ ହୋଇଛି| 

ପୋଲିସ ଗାଡ଼ି, ବାଇକ୍‌ ଦୁର୍ଘଟଣା: ୧୯ ଘଣ୍ଟାଧରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ପୋଲିସ ଗାଡ଼ି, ବାଇକ୍‌ ଦୁର୍ଘଟଣା: ୧୯ ଘଣ୍ଟାଧରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ରଣପୁର,୧୯ା୪(ସ୍ବ.ପ୍ର.)-ନୟାଗଡ଼ ଜିଲା ଚାନ୍ଦପୁର ଥାନା କେରେଣ୍ଡାଟାଙ୍ଗୀ ପଞ୍ଚାୟତସ୍ଥ ରାଇପଡା ଛକରେ ବୁଧବାର ସନ୍ଧ୍ୟାରେ ଏକ ପୋଲିସ ବୋଲେରୋ ଗାଡି ଧକ୍କାରେ ସେହି ଗ୍ରାମର ବାଇକ୍‌ ଆରୋହୀ ସୁନୀଲ ଚମ୍ପତ୍ତି (୨୨) ଗୁରୁତର ହୋଇଥିଲେ। 

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ନୟାଗଡ଼ ଅଫିସ,୧୮।୪- ନୟାଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ସମ୍ମୁଖରେ ଗୁରୁବାର କଙ୍ଗାରୁ କୋର୍ଟ ବସିଥିବା ଜଣାପଡିଛି। କଙ୍ଗାରୁ କୋର୍ଟ ମାଧ୍ୟମରେ ୪ ଜଣ ବ୍ୟକ୍ତିଙ୍କୁ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା କରାଯାଇଛି, ଯାହା ପୋଲିସର ପାରିଲାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।  

ଜନ୍ମନେଲେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଶାବକ

ଜନ୍ମନେଲେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଶାବକ

ରାଜନଗର,୧୮ା୪(ଡି.ଏନ.ଏ):: କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ଏବେ ଚଳଚଞ୍ଚଳ ହୋଇଉଠିଛି। ଗତମାସରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ କଇଁଛ ବାବୁବାଲି ଦ୍ୱୀପରେ ସମୂହ ଅଣ୍ଡାଦାନ କରିଥିଲେ।

ନୟାଗଡ଼ରେ ଭୋଟ ବର୍ଜନ

ନୟାଗଡ଼ରେ ଭୋଟ ବର୍ଜନ

ନୟାଗଡ଼ ଅଫିସ,୧୮।୪: ନୟାଗଡ ଜିଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକ ଡ଼ିପାମାଳ ମୌଜାର ନଟି ଗଁ।ର ଲୋକମାନେ ଭୋଟ ବର୍ଜନ କରିଛନ୍ତି। 

ଦଶପଲ୍ଲାରେ  ୨୩୪ଟି ବୁଥ୍‌ରେ ଚାଲିଛି ମତଦାନ

ଦଶପଲ୍ଲାରେ ୨୩୪ଟି ବୁଥ୍‌ରେ ଚାଲିଛି ମତଦାନ

ଦଶପଲ୍ଲା,୧୮।୪(ଡି.ଏନ.ଏ): ନୟାଗଡ଼ ଦଶପଲ୍ଲା ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍‌ରେ ସକାଳୁ ଭୋଟରମାନେ ଲମ୍ବାଧାଡ଼ିରେ ଠିଆ ହୋଇ ନିଜର ମତ ସାବ୍ୟସ୍ତ କରିଛନ୍ତି।

ତାତି ଯାଉଛି ମହାନଦୀ ଜଳ, ଡହଳବିକଳ ଜଳଚର

ତାତି ଯାଉଛି ମହାନଦୀ ଜଳ, ଡହଳବିକଳ ଜଳଚର

ଖଣ୍ଡପଡ଼ା,୧୮ା୪(ସ୍ବ.ପ୍ର.)-ସମ୍ପ୍ରତି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିିଛି। ଏଥିଯୋଗୁ ମହାନଦୀର ଜଳ ତାତିଯାଉଛି । 

ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ପଞ୍ଚମ ସନ୍ଧ୍ୟା : ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ସୀତା ବିବାହ

ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ପଞ୍ଚମ ସନ୍ଧ୍ୟା : ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ସୀତା ବିବାହ

ଓଡ଼ଗାଁ,୧୮ା୪(ସ୍ବ.ପ୍ର.): ଓଡ଼ଗାଁରେ ବିଜେ ପ୍ରଭୁ ଶ୍ରୀରଘୁନାଥଜୀଉଙ୍କ ନବ ଦିନ ବ୍ୟାପୀ ଶ୍ରୀରାମନବମୀ ଯାତ୍ରା ଅନୁଷ୍ଠିତ ହେଉଛି। ଉତ୍ସବର ପଞ୍ଚମ ସନ୍ଧ୍ୟା ଅବସରରେ ଚୈତ୍ର ଶୁକ୍ଳ ଅନଙ୍ଗ ତ୍ରୟୋଦଶୀ ତିଥି, ବୁଧବାର ପ୍ରଭୁ ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ଜନକନନ୍ଦିନୀ ସୀତାଙ୍କ ସହିତ ବିବାହ ଉତ୍ସବ ସମ୍ପନ୍ନ ହୋଇଛି ।

କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ  ମଣ୍ଡଳୀରେ ଜମୁଛି ପ୍ରଚାର

କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରେ ଜମୁଛି ପ୍ରଚାର

କେନ୍ଦ୍ରାପଡ଼ା ଅଫିସ୍‌, ୧୭।୪: ଆସନ୍ତା ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଗତ ୧୬ ତାରିଖରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। 

ବରାଦୋ ପଞ୍ଚାୟତରେ ବିଜେଡି କର୍ମୀ ସମାବେଶ: ଭୋଟ ଲାଗି ନିବେଦନ

ବରାଦୋ ପଞ୍ଚାୟତରେ ବିଜେଡି କର୍ମୀ ସମାବେଶ: ଭୋଟ ଲାଗି ନିବେଦନ

ନିଶ୍ଚିନ୍ତକୋଇଲି,୧୭।୪(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନ ବରାଦୋ ପଞ୍ଚାୟତରେ ବିଜେଡି କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। 

ଓଡ଼ଗାଁ ରାମ ନବମୀ ଯାତ୍ରାର ଚତୁର୍ଥ ସନ୍ଧ୍ୟା: ଧନୁଭଗ୍ନ ପାଇଁ ଶ୍ରୀରାମଙ୍କ ଗଙ୍ଗା ପାର

ଓଡ଼ଗାଁ ରାମ ନବମୀ ଯାତ୍ରାର ଚତୁର୍ଥ ସନ୍ଧ୍ୟା: ଧନୁଭଗ୍ନ ପାଇଁ ଶ୍ରୀରାମଙ୍କ ଗଙ୍ଗା ପାର

ଓଡ଼ଗାଁ,୧୭ା୩(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ଶ୍ରୀରଘୁନାଥଜୀଉଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ମଙ୍ଗଳବାର ହେଉଛି ଚତୁର୍ଥ ସନ୍ଧ୍ୟା|

ଧରାପଡିଲା ଆନ୍ତଃରାଜ୍ୟ ଚୋର ରାଜୁ: ୧୬ ବାଇକ, ୨୨ ମୋବାଇଲ, ଲାପଟପ ଉଦ୍ଧାର

ଧରାପଡିଲା ଆନ୍ତଃରାଜ୍ୟ ଚୋର ରାଜୁ: ୧୬ ବାଇକ, ୨୨ ମୋବାଇଲ, ଲାପଟପ ଉଦ୍ଧାର

କେନ୍ଦ୍ରାପଡା ଅଫିସ, ୧୬ା୪- ଆନ୍ତଃରାଜ୍ୟ ଚୋରି ସହ ସମ୍ପୃକ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ସଦର ଥାନା ପୋଲିସ ମଙ୍ଗଳବାର  ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ବଡବାରଙ୍ଗ ଗ୍ରାମର  ରାଜକିଶୋର ମଲ୍ଲିକ ଓରଫ ରାଜୁ। ତାଙ୍କ ନିକଟରୁ ୧୬ ବାଇକ, ୨୨ ମୋବାଇଲ ଓ  ଗୋଟିଏ ଲାପଟପ୍‌  ଉଦ୍ଧାର କରାଯାଇଛି।


Model This Week

କ୍ରିଷ୍ଣା
Why Dharitri