Dharitri News
ଅନ୍ତର୍ଜାତୀୟ |

ପିଓକେରେ ପାକିସ୍ତାନ ବିରୋଧୀ ପ୍ରଦର୍ଶନ

ପିଓକେରେ ପାକିସ୍ତାନ ବିରୋଧୀ ପ୍ରଦର୍ଶନ ମୁଜାଫରବାଦ୍‌, ୫।୧୧: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ସରକାରୀ କର୍ମଚାରୀମାନେ ପାକିସ୍ତାନ ବିରୋଧୀ ପ୍ରଦର୍ଶନ କରିଛନ୍ତି। ଅନେକ ମାସ ଧରି ସେମାନେ ଦରମା ପାଇ ନ ଥିବାରୁ ଏହା କରିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସାଧାରଣ ସ୍ବାସ୍ଥ୍ୟ, ଶିକ୍ଷା ଓ ଅନ୍ୟ ସରକାରୀ ବିଭାଗର କର୍ମଚାରୀମାନେ ଏଥିରେ ସାମିଲ୍‌ ହୋଇଛନ୍ତି।

ଅନ୍ତର୍ଜାତୀୟ |

ଚାଇନା ନିର୍ମାଣ କଲା ବିଶ୍ୱର ସର୍ବବୃହତ୍‌ ବାୟୁ ବିଶୋଧକ

ଚାଇନା ନିର୍ମାଣ କଲା ବିଶ୍ୱର ସର୍ବବୃହତ୍‌ ବାୟୁ ବିଶୋଧକ

ବେଜିଂ,୧୬।୧: ବେଶ୍‌ କିଛିଦିନ ହେବ ଚାଇନା ବାୟୁ ପ୍ରଦୂଷଣର ଶିକାର ହୋଇଛି। ଏମିତିକି ଧୂଆଁର ପରିମାଣ ଏତେ ବଢିଯାଇଛି ଯେ ଘରୁ ବାହାରିବା ବିପଜ୍ଜନକ ବୋଲି କିଛିଦିନ ତଳେ ଚାଇନା ସରକାର ଘୋଷଣା କରିଥିଲେ। ଏ ଦିଗରେ ଏବେ ଚାଇନା ଏକ ବଡ ପଦକ୍ଷେପ ନେଉଛି।

କାବୁଲସ୍ଥିତ ଭାରତୀୟ ଦୂତାବାସ ପରିସରରେ ଖସିଲା ରକେଟ୍‌

କାବୁଲସ୍ଥିତ ଭାରତୀୟ ଦୂତାବାସ ପରିସରରେ ଖସିଲା ରକେଟ୍‌

କାବୁଲ,୧୬।୧: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଭାରତୀୟ ଦୂତାବାସ ପରିସରରେ ସୋମବାର ବିଳମ୍ବିତ ରାତିରେ ଏକ ରକେଟ୍‌ ଖସିଥିବା ଜଣାପଡିଛି। ଦୂତାବାସର ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି।

ନିର୍ମାଣାଧୀନ ପୋଲ ଭୁଶୁଡି ୧୦ ମୃତ

ନିର୍ମାଣାଧୀନ ପୋଲ ଭୁଶୁଡି ୧୦ ମୃତ

ବୋଗୋଟା,୧୬।୧: ସେଣ୍ଟ୍ରାଲ କଲମ୍ବିଆର ଏକ ନିର୍ମାଣାଧୀନ ପୋଲ ଭୁଶୁଡି ପଡିବା ଫଲରେ ଅତି କମରେ ୧୦ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିରେ ଆହୁରି କିଛି ଶ୍ରମିକ ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 ୨ ବର୍ଷ ମଧ୍ୟରେ ଘର ବାହୁଡ଼ିବେ ରୋହିଙ୍ଗ୍ୟା

୨ ବର୍ଷ ମଧ୍ୟରେ ଘର ବାହୁଡ଼ିବେ ରୋହିଙ୍ଗ୍ୟା

ଢ଼ାକା, ୧୬।୧: ଆସନ୍ତା ୨ ବର୍ଷରେ ବାଂଲାଦେଶରେ ଶରଣ ନେଇଥିବା ସମସ୍ତ ରୋହିଙ୍ଗ୍ୟା ଘର ବାହୁଡ଼ିବେ। ଏନେଇ ମ୍ୟାନ୍‌ମାର୍‌ର ପ୍ରସ୍ତାବ ଉପରେ ମଙ୍ଗଳବାର ବାଂଲାଦେଶ ରାଜି ହୋଇଛି।

 ଜଳିଗଲା ତିନି ମହଲା ବିଲ୍ଡିଂ

ଜଳିଗଲା ତିନି ମହଲା ବିଲ୍ଡିଂ

ବ୍ରସେଲ୍ସ, ୧୬।୧: ବେଲଜିୟମ୍‌ ଏଣ୍ଟବର୍ପ ସହରରେ ଥିବା ଏକ ୩ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ୨୨ ଜଣ ଗୁରୁତର ଆହତ ହୋଇଛନ୍ତି। ସମ୍ପୃକ୍ତ ବିଲ୍ଡିଂରେ ବିସ୍ଫୋରଣ ପରେ ଏପରି ହୋଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚିତ କରାଯାଇଛି।

୩୨ ତାଲିବାନ ଆତଙ୍କବାଦୀ ନିହତ

୩୨ ତାଲିବାନ ଆତଙ୍କବାଦୀ ନିହତ

କାବୁଲ, ୧୬।୧: ଆଫଗାନୀସ୍ତାନରେ ବାୟୁସେନା ଯୁଦ୍ଧ ବିମାନ ଆକ୍ରମଣରେ ୩୨ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ପଶ୍ଚିମ ଫାରହା ପ୍ରଦେଶର ଖାକି ସେଫଡ୍‌ ଜିଲାରେ ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଆକ୍ରମଣରେ ଏହା ହୋଇଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ଚାଇନା ସାଗରରେ ବୁଡ଼ିଲା ଇରାନ ଟ୍ୟାଙ୍କର: ୩୨ ମୃତ

ଚାଇନା ସାଗରରେ ବୁଡ଼ିଲା ଇରାନ ଟ୍ୟାଙ୍କର: ୩୨ ମୃତ

ହଂକଂ,୧୫।୧: ଚାଇନା ଉପକୂଳରେ ଏକ ସପ୍ତାହ ତଳେ ଏକ ମାଲବାହୀ ଜାହାଜ ସହ ଧକ୍କା ହେବା ଫଳରେ ଇରାନର ଏକ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ରବିବାର ଏହି ଟ୍ୟାଙ୍କରଟି ସମୁଦ୍ରରେ ବୁଡି ଯାଇଥିବା ସୂଚନା ମିଳିଛି।

ଟ୍ବିନ୍‌ ବୋମା ବିସ୍ଫୋରଣ: ୧୬ ମୃତ

ଟ୍ବିନ୍‌ ବୋମା ବିସ୍ଫୋରଣ: ୧୬ ମୃତ

ବାଗ୍‌ଦାଦ,୧୫।୧: ଇରାନର ରାଜଧାନୀ ବାଗ୍‌ଦାଦରେ ସୋମବାର ଯମଜ ଆତ୍ମଘାତୀ ବୋମା ବିସ୍ଫୋରଣରେ ଅତିକମ୍‌ରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ବାଗ୍‌ଦାଦର ତାୟରାନ୍‌ ସ୍କୋୟାରରେ ଏହି ବିସ୍ଫୋରଣ ଘଟିଛି, ଯେଉଁଠି ଶ୍ରମିକମାନେ କାମ ପାଇଁ ଅପେକ୍ଷା କରିଥାନ୍ତି।

ଏମିତି ବି ହୁଏ ଦୁର୍ଘଟଣା

ଏମିତି ବି ହୁଏ ଦୁର୍ଘଟଣା

କାଲିଫର୍ନିଆ,୧୫।୧: ଆମେରିକାର କାଲିଫର୍ନିଆରେ ଥିବା ସାନ୍ତା ଏନାରେ ଘଟିଥିବା ଏକ କାର ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦ୍ରୁତ ଗତିରେ ଯାଉଥିବା ଏକ ଧଳା ରଙ୍ଗର କାର ଡିଭାଇଡରରେ ପିଟିହୋଇ ନିକଟରେ ଥିବା ଏକ ଦୁଇମହଲା କୋଠାର ଉପର ମହଲାରେ ଲଟକି ରହିଥିଲା।

ସମୁଦ୍ରରେ ନିଆଁ

ସମୁଦ୍ରରେ ନିଆଁ

ପୁର୍ଟୋରିକୋ,୧୫।୧: ଫ୍ଲୋରିଡାର ଟାମ୍ପା ସମୁଦ୍ର କୂଳରେ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ କ୍ୟାସିନୋ ବୋଟରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ରବିବାର ସନ୍ଧ୍ୟାରେ ଏହି ନିଆଁ ଲାଗିଥିବା ଜାଣିବା ପରେ ତୁରନ୍ତ ବୋଟରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି।

ରନ୍‌ଓ୍ବେରୁ ଖସିଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ରନ୍‌ଓ୍ବେରୁ ଖସିଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଇସ୍ତାନବୁଲ,୧୫।୧: ତୁର୍କୀର ତ୍ରାଜବୋନ୍‌ ବିମାନ ବନ୍ଦରରେ ଶନିବାର ୧୬୮ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ରନ୍‌ଓ୍ବେରେ ବିମାନଟି ଯାଉଥିବା ସମୟରେ ହଠାତ୍‌ ଖସିଯିବାରୁ ବ୍ଲାକ୍‌ ସିରେ ପଡିବା ପୂର୍ବରୁ ଏହା କଡରେ ଥିବା କାଦୁଅରେ ଫସିଯାଇଥିଲା।

ମୁତ୍ତାହିଦା କ୍ୱାମି ମୁଭ୍‌ମେଣ୍ଟ ନେତାଙ୍କ ସନ୍ଦେହ ଜନକ ମୃତ୍ୟୁ

ମୁତ୍ତାହିଦା କ୍ୱାମି ମୁଭ୍‌ମେଣ୍ଟ ନେତାଙ୍କ ସନ୍ଦେହ ଜନକ ମୃତ୍ୟୁ

କରାଚି,୧୫।୧: ମୁତ୍ତାହିଦା କ୍ୱାମି ମୁଭ୍‌ମେଣ୍ଟ(ଏମ୍‌କ୍ୟୁଏମ୍‌) ନେତା ଡ. ହସନ ଜାଫର ଆରିଫଙ୍କ ମୃତଦେହ କରାଚିର ଇଲିୟାସ ଗୋଠ୍‌ ଅଞ୍ଚଳରୁ ରବିବାର ଏକ କାର୍‌ ଭିତରୁ ଉଦ୍ଧାର କରାଯାଇଛି। ସେ ଏମ୍‌କ୍ୟୁଏମ୍‌ ଲଣ୍ଡନର ଡେପ୍ୟୁଟି କନ୍‌ଭେନର ଥିଲେ।