ଅନଗୁଳ-ଢେଙ୍କାନାଳ

ଉଜୁଡ଼ା ସାତକୋଶିଆର ସଜଡ଼ା ଆରମ୍ଭ

ଉଜୁଡ଼ା ସାତକୋଶିଆର ସଜଡ଼ା ଆରମ୍ଭ

ବନ୍ତଳା, ୧୯।୧ (ଡି.ଏନ.ଏ.) ବାଘୁଣୀ ସୁନ୍ଦରୀ ମଣିଷ ମାରିବା ପ୍ରତିବାଦରେ ହୋଇଥିବା ପୋଡ଼ାଜଳା, ହିଂସାକାଣ୍ଡ ଓ ଯୁବ ମହାବଳ ମହାବୀରର ମୃତ୍ୟୁ ପରେ ଅନୁଗୋଳ ଜିଲାର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଏକପ୍ରକାର ଉଜୁଡ଼ି ଯାଇଛି। ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକଙ୍କ ଗହଳିରେ ଉଚ୍ଛୁଳି ଉଠୁଥିବା ଏହି ଅଭୟାରଣ୍ୟ ଚଳିତବର୍ଷ ସମ୍ପୂର୍ଣ୍ଣ ଖାଁ ଖାଁ ହୋଇଯାଇଛି। କେତେବେଳେ କେମିତି ହାତଗଣତି କେତେଜଣ ପର୍ଯ୍ୟଟକଙ୍କ ପାଦ ଏଠାରେ ପଡ଼ୁଥିଲେ ବି ସୁବିଧା ସୁଯୋଗ ନ ଥିବାରୁ ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ବିଶେଷକରି ସାତକୋଶିଆ ଗଣ୍ଡ ବୁଲିବାକୁ ଆସୁଥିବା ଲୋକେ ବୋଟ୍‌ ନ ଥିବାରୁ ବିପଦପୂର୍ଣ୍ଣ ଭାବେ ହୁଲି ଡଙ୍ଗାରେ ବୁଲିବାକୁ ବାଧ୍ୟ ହେଉଛନ୍ତି। ସେମାନେ ନାଉରିଆଙ୍କୁ ଅଧିକ ଟଙ୍କା ଦେବାର ପ୍ରଲୋଭନ ଦେଖାଇ ନଦୀମଧ୍ୟକୁ ଯାଉଥିବାରୁ ଦୁର୍ଘଟଣା ଆଶଙ୍କା ରହୁଛି। ତେବେ ଉଜୁଡ଼ା ସାତକୋଶିଆର ସଜଡ଼ା ପ୍ରକ୍ରିୟା ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ନୂଆ ବୋଟ୍‌ର ବ୍ୟବସ୍ଥା କରାଯାଉଥିବା ବେଳେ ବ୍ୟାଘ୍ର ପ୍ରକଳ୍ପକୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ୨ଟି ସ୍ବତନ୍ତ୍ର ଗାଡ଼ି ଅଣାଯାଉଛି। ସେହିପରି ପ୍ରଶିକ୍ଷଣ ପାଇଥିବା ୫ଟି ହାତୀ ପାଇଁ ବିଭିନ୍ନ ରାଜ୍ୟକୁ ଚିଠି କରାଯାଇଥିବା ବନ ବିଭାଗ ପକ୍ଷରୁ ଜଣାପଡ଼ିଛି। 

ମିଳିଥିବା ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧୨ରେ ପୁରୁଣାକୋଟ ଥାନା ଟିକରପଡ଼ା ପଞ୍ଚାୟତ ହାତୀବାରି ଗ୍ରାମର କୈଳାସ ସାଇଅଙ୍କ ବାଘୁଣୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଟିକରପଡ଼ା ରେଞ୍ଜରେ ଲଙ୍କାକାଣ୍ଡ ଭିଆଇଥିଲେ। ରେଞ୍ଜ କାର୍ଯ୍ୟାଳୟ, ବିଟ୍‌ ଘର, କର୍ମଚାରୀ ଆବାସ ଘର, ବନବିଭାଗର ୪ଟି ବଙ୍ଗଳା ଓ ୬ଟି ବୋଟ୍‌ ପୋଡ଼ି ଦେଇଥିଲେ। ସେବେଠାରୁ ବନ ବିଭାଗ ପର୍ଯ୍ୟଟକଙ୍କ ପାଇଁ ଏହାକୁ ସଜାଡ଼ି ପାରି ନାହିଁ। ଏପରି କି ଗଣ୍ଡରେ ବୁଲିବାକୁ ଗୋଟିଏ ବି ବୋଟ୍‌ ନାହିଁ। ଏହା ସାତକୋଶିଆ ପର୍ଯ୍ୟଟନ ପ୍ରକଳ୍ପକୁ କ୍ଷତି ପହଞ୍ଚାଉଥିବା ବେଳେ ରାଜ୍ୟ ସରକାରଙ୍କ ରାଜସ୍ବ ମଧ୍ୟ ହାନି କରୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଏବେ ବୋଟ୍‌ ବ୍ୟବସ୍ଥା କରାଯାଉଛି। ୪୦ ଲକ୍ଷ ଟଙ୍କାରେ ୪ଟି ବୋଟ୍‌ ଖୁବ୍‌ଶୀଘ୍ର ଟିକରପଡ଼ାରେ ପହଞ୍ଚିବ। ସାତକୋଶିଆ ବନଖଣ୍ଡ ତରଫରୁ ୨ଟି ଓ ବନ ବିଭାଗ ହେଡ୍‌ କ୍ବାର୍ଟର୍ସରୁ ୨ଟି ବୋଟ୍‌ ଯୋଗାଇ ଦିଆଯିବ। ସେହିପରି ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଏନ୍‌ଟିସିଏ ଗାଇଡ ଲାଇନ ଅନୁଯାୟୀ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ୨ଟି ସ୍ବତନ୍ତ୍ର ଗାଡ଼ି ଅଣାଯିବ। ସାତକୋଶିଆରେ ବାଘ ସ୍ଥାନାନ୍ତର କିମ୍ବା ଅସୁସ୍ଥ ପ୍ରାଣୀଙ୍କୁ ସୁସ୍ଥ କରିବା ପାଇଁ ସେପରି କିଛି ସରଞ୍ଜାମ ନ ଥିବାରୁ ଏନ୍‌ଟିସିଏଙ୍କ ନିର୍ଦ୍ଦେଶକ୍ରମେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ଏକ ଅଟୋମେଟିକ ବାଘ ସ୍ଥାନାନ୍ତର ସୁରକ୍ଷା ଗାଡ଼ି ଅଣାଯାଉଛି। ଏଥିସହିତ ଚିକିତ୍ସା ସୁବିଧା, ଔଷଧ, ଟ୍ରାଙ୍କୁଲାଇଜର ବନ୍ଧୁକ, ଯନ୍ତ୍ରପାତି ଆଦି ଥିବା ଗାଡ଼ି ମଧ୍ୟ କାହ୍ନା ଅଭୟାରଣ୍ୟରୁ କିଣାଯାଇଛି। ଏହାଛଡ଼ା ସାତକୋଶିଆ ପ୍ରକଳ୍ପକୁ ୫ଟି ପ୍ରଶିକ୍ଷଣପ୍ରାପ୍ତ ହାତୀ ଆଣିବାକୁ ବିଭାଗ ପକ୍ଷରୁ ବିଭିନ୍ନ ରାଜ୍ୟକୁ ଚିଠି କରିଥିବା ଜଣାପଡ଼ିଛି। 

ଏ ସମ୍ପର୍କରେ ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ଡ. ସୁଦର୍ଶନ ପଣ୍ଡା କୁହନ୍ତି, କାହ୍ନାରୁ ସ୍ବତନ୍ତ୍ର ଗାଡ଼ି, ଭେଟେରେନାରୀ ପାଇଁ ସ୍ବତନ୍ତ୍ର ଯନ୍ତ୍ରପାତି, ଔଷଧ ଓ ୪ଟି ବୋଟ୍‌ ଅଣାଯାଉଛି। ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଜରିଆରେ ଏହାର ବ୍ୟବସ୍ଥା ହେଉଛି। ଅଧିକ ତଥ୍ୟ ଦେଇହେବ ନାହିଁ।

All Right Reserved By

ଅନଗୁଳ-ଢେଙ୍କାନାଳ

ସାଢେ ୪ କୋଟି ଓଡ଼ିଆ ମୋ ପରିବାର: ମୁଖ୍ୟମନ୍ତ୍ରୀ

ସାଢେ ୪ କୋଟି ଓଡ଼ିଆ ମୋ ପରିବାର: ମୁଖ୍ୟମନ୍ତ୍ରୀ

ଛେଣ୍ଡିପଦା,ପବିତ୍ରନଗର ୨୦।୪(ସ୍ବ.ପ୍ର)/(ଡି.ଏନ.ଏ)ମାଧପୁର -ଅନୁଗୋଳ ଜିଲା ଛେଣ୍ଡିପଦା ବିଧାନସଭା କ୍ଷେତ୍ରର ଛେଣ୍ଡିପଦା ଷ୍ଟାଡିୟମ ନିକଟରେ ଶନିବାର ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନିର୍ବାଚନୀ ପ୍ରଚାର କରିଛନ୍ତି।

ତାଳଚେରରେ ନବୀନଙ୍କ ନିର୍ବାଚନୀ ପ୍ରଚାର ସଭା: ବିଧାୟକ ପ୍ରାର୍ଥୀ କ୍ଷୀରୋଦ ସାହୁ ହାତ ଛାଡ଼ି ଧରିଲେ ଶଙ୍ଖ

ତାଳଚେରରେ ନବୀନଙ୍କ ନିର୍ବାଚନୀ ପ୍ରଚାର ସଭା: ବିଧାୟକ ପ୍ରାର୍ଥୀ କ୍ଷୀରୋଦ ସାହୁ ହାତ ଛାଡ଼ି ଧରିଲେ ଶଙ୍ଖ

ତାଳଚେର,୨୦।୪(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ନିର୍ବାଚନମଣ୍ଡଳୀ ଘଣ୍ଟପଡା ହାଇସ୍କୁଲ ପଡିଆଠାରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିିର୍ବାଚନୀ ପ୍ରଚାର କରିଛନ୍ତି।

ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ସାନଭାଇ ମାଡ଼ରେ ବଡଭାଇ ଗୁରୁତର

ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ସାନଭାଇ ମାଡ଼ରେ ବଡଭାଇ ଗୁରୁତର

ପରଜଙ୍ଗ,୨୦।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଆଳୋ ପଞ୍ଚାୟତ ଦଲକ ସାହିରେ ଶନିବାର ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି।

ମହାଶ୍ୱେତା, ଶ୍ରୀତମଙ୍କ ରୋଡ୍‌ ଶୋ

ମହାଶ୍ୱେତା, ଶ୍ରୀତମଙ୍କ ରୋଡ୍‌ ଶୋ

ପାଲଲହଡ଼ା, ୨୦ା୪(ଡି.ଏନ.ଏ.)- ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ଅଶୋକ ମହାନ୍ତିଙ୍କ ପାଇଁ ଶୁକ୍ରବାର ରୋଡ୍‌ ଶୋ କରିଛନ୍ତି ଓଲିଉଡ କଳାକାର ମହାଶ୍ୱେତା ରାୟ ଓ ଶ୍ରୀତମ ଦାସ।

ଆଜି ଅନୁଗୋଳ ଆସିବେ ମୁଖ୍ୟମନ୍ତ୍ରୀ: ୪ ନିର୍ବାଚନମଣ୍ଡଳୀରେ କରିବେ ମାରାଥନ ପ୍ରଚାର

ଆଜି ଅନୁଗୋଳ ଆସିବେ ମୁଖ୍ୟମନ୍ତ୍ରୀ: ୪ ନିର୍ବାଚନମଣ୍ଡଳୀରେ କରିବେ ମାରାଥନ ପ୍ରଚାର

ଅନୁଗୋଳ ଅଫିସ/ବଇଣ୍ଡା/ଛେଣ୍ଡିପଦା ୨୦।୪ (ଡି.ଏନ୍‌.ଏ/ସ୍ବ.ପ୍ର.)- ନିର୍ବାଚନୀ ପ୍ରଚାର ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁଗୋଳ ଜିଲା ଗସ୍ତରେ ଆସୁଛନ୍ତି।

ନଦୀ ପାର ଦନ୍ତାର ନରସଂହାର

ନଦୀ ପାର ଦନ୍ତାର ନରସଂହାର

ଅନୁଗୋଳ ଜିଲାରେ ଅନେକ ସମୟରେ ହାତୀକୁ ନେଇ ଆତଙ୍କ ଦେଖାଯାଉଛି। କେତେବେଳେ ହାତୀ ଗଁ। ନିକଟକୁ ଆସି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି ତ ପୁଣି କେବେ ସହର ମଧ୍ୟକୁ ପଶି ଭୟର ବାତାବରଣ ଖେଳାଇ ଦେଉଛନ୍ତି। 

ବିଜେଡି, ଭାଜପା ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ବିଜେଡି, ଭାଜପା ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

କାମାକ୍ଷାନଗର, ୨୦।୪(ଡି.ଏନ୍‌.ଏ.)- ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ମଝିରେ  ମାତ୍ର ୩ ଦିନ ଥିବାବେଳେ ପ୍ରାର୍ଥୀମାନେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। 

ନିର୍ବାଚନ ପାଇଁ ରିକ୍ୟୁଜିଶନ ହେଲା ଦୁଇ ଚକିଆ ଯାନ: ଥାନାକୁ ବାଇକ୍‌ ଟାଣି ଆଣିଲା ପୋଲିସ

ନିର୍ବାଚନ ପାଇଁ ରିକ୍ୟୁଜିଶନ ହେଲା ଦୁଇ ଚକିଆ ଯାନ: ଥାନାକୁ ବାଇକ୍‌ ଟାଣି ଆଣିଲା ପୋଲିସ

ଅନୁଗୋଳ ଅଫିସ, ୨୦।୪- ନିର୍ବାଚନ ପାଇଁ ଦୁଇ ଚକିଆ ଯାନ ରିକ୍ୟୁଜିଶନ ଯୋଗୁ ଅନୁଗୋଳ ପୋଲିସ ଲୋକଙ୍କଠାରୁ ବାଇକ୍‌ ସଂଗ୍ରହ କରିଛି। ତେବେ ପୋଲିସ ବିନା ସୂଚନାରେ ହଠାତ୍‌ ଲୋକମାନଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କ ବାଇକ୍‌ ଥାନାକୁ ନେଇଯିବା ପ୍ରଥମେ କିଛି ବୁଝାପଡି ନ ଥିଲା।

ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର: ବିଜେଡି-ଭାଜପା ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା

ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର: ବିଜେଡି-ଭାଜପା ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା

ଢେଙ୍କାନାଳ ଅଫିସ, ୨୦।୪- ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ଢେଙ୍କାନାଳ ଲୋକସଭା କ୍ଷେତ୍ର। ହାଟ୍ରିକ୍‌ ବିଜୟ ସହ ମୋଟ ୪ ଥର ଏମ୍‌ପି ରହିଆସିଥିବା ବରିଷ୍ଠ ବିଜେଡି ନେତା ତଥାଗତ ସତପଥୀ ନିର୍ବାଚନରୁ ନିଜକୁ ଦୂରେଇ ରଖିବା ପରେ ଶାସକ ଦଳକୁ ଏବେ ଘାରିଛି ଗଡ଼ରକ୍ଷା ଚିନ୍ତା।

 କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

ବଇଣ୍ଡା,୧୯।୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ଠାରେ ଶୁକ୍ରବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ଯାତ୍ରା  ଅନୁଷ୍ଠିତ ହୋଇଛି। 

ବିଜେଡିର ମହିଳା ସମାବେଶ

ବିଜେଡିର ମହିଳା ସମାବେଶ

ବଇଣ୍ଡା,୧୯।୪(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧରଡ଼ପାଳ ଓ ଅଙ୍ଗପଡ଼ା ପଞ୍ଚାୟତରେ ଶୁକ୍ରବାର ବିଜେଡିର ନିର୍ବାଚନୀ ମହିଳା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। 

ଦନ୍ତାହାତୀର ତାଣ୍ଡବ:  ତିନି ପରିବାରର ଭାଙ୍ଗିଲା ଘର

ଦନ୍ତାହାତୀର ତାଣ୍ଡବ: ତିନି ପରିବାରର ଭାଙ୍ଗିଲା ଘର

ପରଜଙ୍ଗ,୧୯।୪(ଡି.ଏନ୍‌.ଏ. ):  ଢେଙ୍କାନାଳ ବନଖଣ୍ଡ  ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  ଜଟିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ତାଣ୍ଡବ ଦେଖିବାକୁ ମିଳିଛି।


Model This Week

କ୍ରିଷ୍ଣା
Why Dharitri