ସମ୍ବଲପୁର

ଶିକ୍ଷାର ଉନ୍ନତିରେ ଦେଶର ବିକାଶ

ଶିକ୍ଷାର ଉନ୍ନତିରେ ଦେଶର ବିକାଶ

ଦେଓଗାଁ, ୧୯ା୧(ଡି.ଏନ.ଏ.)   ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅର୍ଜୁନପୁର ଉଚ୍ଚବିଦ୍ୟାଳୟର  ରଜତ ଜୟନ୍ତୀ ସମାରୋହ ଶୁକ୍ରବାର ଉଦ୍‌ଘାଟିତ  ଅପରାହ୍ନ ୧୨ଟାରେ ଶୁଲିଆବୁଢ଼ା ପୀଠରୁ ମଶାଲ ପହଞ୍ଚତ୍ବା ପରେ ଅତିଥିବୃନ୍ଦଙ୍କ ଦ୍ୱାରା ମଶାଲ  ସ୍ଥାପନ କରାଯାଇଥିଲା ପରେ ପାଲେଶ୍ୱର ବାଗଙ୍କ ସଂଯୋଜନା ତଥା ଜିଲା ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉସତ୍ବରେ ମୁଖ୍ୟ ଅତିଥିଭାବେ ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ କୁମାର ମେହେର ଯୋଗଦେଇଥିଲେ। ସମ୍ମାନୀତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ରୀନା ମେହେର, ଉପଧ୍ୟକ୍ଷ ରାଜୁ ବାଗ, ସ୍ଥାନୀୟ ସରପଞ୍ଚ ଭଗବତୀ ନାଗ, ସମିତି ସଭ୍ୟା ପୁଷ୍ପାଞ୍ଜଳି ପୋଢ଼, ବ୍ଲକ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ବହିଦାର, ଆକୁଳ ଗଡତ୍ୟା ପ୍ରମୁଖ ଯୋଗଦେଇ ଶିକ୍ଷାର ଉନ୍ନତି ହେଲେ ଦେଶର ବିକାଶ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ ା ଶିକ୍ଷକ ଦିଲୀପ କୁମାର ସାହୁ ଅତିଥି ପରିଚୟ  ପ୍ରଦାନ କରିଥିଲେ ା ପ୍ରଧାନଶିକ୍ଷକ ଅଶୋକ କୁମାର ରଥ ମଞ୍ଚାସୀନ ଥିଲେ ା ଏହି ଅବସରରେ ବାର୍ଷିକ କ୍ରୀଡାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ା

               ଏମପି ପ୍ରତିନିଧି ଉମା ଶଙ୍କର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସନ୍ଧ୍ୟା ସଭାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଶକ୍ତି, ଶ୍ରମ ଓ ପୂର୍ତ୍ତମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ ରାଜ୍ୟ ସରକାର ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ  ବିଭିନ୍ନ ପଦକ୍ଷେପ ହାତକୁ ନେଉଥିବା କହିଥିଲେ। ମୁଖ୍ୟବକ୍ତା ଭାବେ ତୁଷୁରା କଲେଜର ପ୍ରାଧ୍ୟ୍ୟାପକ ପ୍ରସନ୍ନ କୁମାର କର୍ଣ୍ଣ, ସମ୍ମାନୀତ ଅତିଥି ପୂର୍ବତନ ରାଜ୍ୟ ସଭା ସଦସ୍ୟ ଅନଙ୍ଗ ଉଦୟ ସିଂଦେଓ, ଜିଲା ବିଜୁ ଯୁବ ଜନତା ଦଳ ସଭାପତି ଲୋଟସ ଷଡଙ୍ଗୀ, କଣ୍ଟାମାଳ ବିଧାୟକ ମହୀଧର ରଣା, ବିଜେଡି ରାଜ୍ୟ ପରିଷଦ ସଭ୍ୟ ଅର୍କେଶ ନାରାୟଣ ସିଂଦେଓ,  ଜିଲା ପରିଷଦ ସଭ୍ୟ ଶୁଶିଲ କୁମାର ଚାନ୍ଦ, ଗୁରୁଦେବ ରଣା ପ୍ରମୁଖ ଯୋଗଦେଇଥିଲେ ା  

All Right Reserved By

ସମ୍ବଲପୁର

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

ନାକଟିଦେଉଳ,୨୫।୩(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର ପାଣିଗ୍ରାହୀପାଲି  ଗ୍ରାମର ଆଡ଼ି ସାହି, ଭୁଲକି, କଞ୍ଚନପୁର, ଗିରିଶ୍ଚନ୍ଦ୍ରପୁର ଓ ଟୁରିବାହାଲରେ ଲୋକେ ଝାଡାବାନ୍ତିର ଆକ୍ରାନ୍ତ ହୋଇଛନ୍ତି। 

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ରାଉରକେଲା ଅଫିସ,୨୫।୩: ସୁନ୍ଦରଗଡ଼ ଲୋକ ସଭା ଏବଂ ଏହା ଅଧୀନ ୭ ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ତାରିଖରେ ଭୋଟଗ୍ରହଣ କରାଯିବ। 

   ଶେଷ ଦିନରେ ୧୯ଜଣ ଦାଖଲ କଲେ ନାମାଙ୍କନ

ଶେଷ ଦିନରେ ୧୯ଜଣ ଦାଖଲ କଲେ ନାମାଙ୍କନ

ନୂଆପଡା ଅଫିସ,୨୫ା୩: ସାଧାରଣ ନିର୍ବାଚନ ସକାଶେ ଗତ ୧୮ତାରିଖଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଥିପାଇଁ ସୋମବାର ଶେଷ ଦିନ ଥିଲା । ଏହି ଦିନ ସୁଦ୍ଧା ଜିଲାରେ ମୋଟ ୧୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

ଖଡିଆଳରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ଖଡିଆଳରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ଖଡିଆଳ,୨୫।୩(ଡି.ଏନ.ଏ.): ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଥିବା ବେଳେ ସୋମବାର ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ ସ୍ବରୂପ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିଥିଲା । 

ମିଳିଲାନି ସରକାରୀ ସହାୟତା : ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି  ସେବତୀଙ୍କ ପରିବାର

ମିଳିଲାନି ସରକାରୀ ସହାୟତା : ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି ସେବତୀଙ୍କ ପରିବାର

କର୍ଲାମୁଣ୍ଡା,୨୫।୩(ଡି.ଏନ.ଏ.):ବାସହୀନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବାସଗୃହ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କଘର ଯୋଜନା କରିଛନ୍ତି । 

ବେଆଇନ ବନ୍ଧୁକ ରଖି ଗିରଫ

ବେଆଇନ ବନ୍ଧୁକ ରଖି ଗିରଫ

ଘଣ୍ଟାପଡା, ୨୫।୩ (ଡି.ଏନ.ଏ):କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅନ୍ତର୍ଗତ ଉମା ଗ୍ରାମରେ ରବିବାର ପୋଲିସ ଚଢାଉ କରି ବେଆଇନ ଭାବେ ବନ୍ଧୁକ ରଖିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। 

ଦାବି ପୂରଣ ହେଲାନି, ଭୋଟ ବର୍ଜନ ନିଷ୍ପତ୍ତି

ଦାବି ପୂରଣ ହେଲାନି, ଭୋଟ ବର୍ଜନ ନିଷ୍ପତ୍ତି

ଜାମଟିକ୍ରା, ୨୫।୩ (ଡି.ଏନ.ଏ): ବରଗଡ ଜିଲା ପଞ୍ଚାୟତିରାଜ ଗ୍ରାମୀଣ ଜଳଯୋଗାଣ ସ୍ବାବଲମ୍ବୀ କାରିଗର ସଂଘର ଏକ ଜରୁରୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି ।

ବିଜେଡି ଟିକେଟ ପୁନର୍ବିଚାର ଦାବିରେ ନିହାର ବେହେରାଙ୍କ ସମର୍ଥକଙ୍କର ରାଜପଥ ଅବରୋଧ

ବିଜେଡି ଟିକେଟ ପୁନର୍ବିଚାର ଦାବିରେ ନିହାର ବେହେରାଙ୍କ ସମର୍ଥକଙ୍କର ରାଜପଥ ଅବରୋଧ

ଲୋଇସିଂହା,୨୫।୩(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଭାବେ ପ୍ରଦୀପ ବେହେରାଙ୍କୁ ଟିକେଟ ଦିଆଯାଇଛି ।

 ନାମାଙ୍କନ ଦାଖଲ କଲେ ସୁରେଶ ପୂଜାରୀ

ନାମାଙ୍କନ ଦାଖଲ କଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ୍‌, ୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

  ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ସୋମବାର ଉଭୟ ବିଜେଡି ଓ ଭାଜପା ପ୍ରାର୍ଥୀ ଜିଲାପାଳଙ୍କ ଅଫିସରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ କଲେ ପ୍ରସନ୍ନ ଆଚାର୍ଯ୍ୟ

ନାମାଙ୍କନ ଦାଖଲ କଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ପାଟଣାଗଡ଼,୨୫।୩(ଡି.ଏନ୍‌.ଏ.):  ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ମଧ୍ୟାହ୍ନ ୧୨ ଟାରେ କନକ ବର୍ଦ୍ଧନ ସିଂଦେଓ ପାଟଣାଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 


Model This Week

ରଶ୍ମି
Why Dharitri