ଅନଗୁଳ-ଢେଙ୍କାନାଳ

ସମସ୍ତଙ୍କ ଉଦ୍ୟମରେ ସ୍ବାବଲମ୍ବୀ ହେବେ ଦିବ୍ୟାଙ୍ଗ

ସମସ୍ତଙ୍କ ଉଦ୍ୟମରେ ସ୍ବାବଲମ୍ବୀ ହେବେ ଦିବ୍ୟାଙ୍ଗ


ଭାପୁର, ୧୮।୧(ଡି.ଏନ୍‌.ଏ.)-ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ହେଲେ ସବୁସ୍ତରରୁ ଉଦ୍ୟମ ଜରୁରୀ। ସରକାରୀ ଯୋଜନା ଠିକ୍‌ ସମୟରେ ପହଞ୍ଚତ୍ ପାରିଲେ ସେମାନେ ସ୍ବାବଲମ୍ବୀ ହୋଇପାରିବେ। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଘଟିପିରିସ୍ଥିତ ଶଶିଭୂଷଣ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର  ଆୟୋଜିତ ଅର୍ନ୍ତର୍ନିବେଶୀ ଶିକ୍ଷା ସଚେତନତା କାର୍ଯ୍ୟକ୍ରମରେ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି। 

ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଅଭିଭାବକ, ପ୍ରଧାନଶିକ୍ଷକଙ୍କୁ ନେଇ ଆୟୋଜିତ ଉକ୍ତ ଏକଦିବସୀୟ କାର୍ଯ୍ୟକ୍ରମରେ ଘଟିପିରି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିହାରବାଳା ତୁଙ୍ଗ, ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ମମତା ଦେହୁରୀ, ବିମଳା ସାହୁ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗଙ୍କ ଲାଗି ରହିଥିବା ସରକାରୀ, ବେସରକାରୀ ସୁବିଧାସୁଯୋଗ, ସୁନେତ୍ର ଏବଂ ବାଲ୍‌ଜ୍ୟୋତି ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ୩୨ଜଣ ଅଭିଭାବକଙ୍କ ସମେତ ବିଭିନ୍ନ ସ୍କୁଲର ୨୫ଜଣ ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ। ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଛବିଳ କୁମାର ମିଶ୍ର, ଶ୍ରୀକାନ୍ତ ସାମଲ, କିରଣ ପଣ୍ଡା, ପବିତ୍ର ମୋହନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।


All Right Reserved By

ଅନଗୁଳ-ଢେଙ୍କାନାଳ

ଉଚ୍ଚତାକୁ ନେଇ ଚର୍ଚ୍ଚାରେ ସିଦ୍ଧାନ୍ତ:ପ୍ରଥମ ଥର ଭୋଟଦେବେ

ଉଚ୍ଚତାକୁ ନେଇ ଚର୍ଚ୍ଚାରେ ସିଦ୍ଧାନ୍ତ:ପ୍ରଥମ ଥର ଭୋଟଦେବେ

ଢେଙ୍କାନାଳ ଅଫିସ, ୨୩ା ୪ବୟସ ୨୦। ଉଚ୍ଚତା ମାତ୍ର ଅଢ଼େଇ ଫୁଟ। ଏପରି ଶାରୀରିକ ଗଠନକୁ ନେଇ ଚର୍ଚ୍ଚିତ ସିଦ୍ଧାନ୍ତ ସାହୁ ସାଜିଛନ୍ତି ଢେଙ୍କାନାଳ ଜିଲାର ସବୁଠାରୁ କମ୍‌ ଉଚ୍ଚତାଧାରୀ ମତଦାତା। ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଥିବାରୁ ସିଦ୍ଧାନ୍ତଙ୍କ ଖୁସି କହିଲେ ନ ସରେ। 

ମିଳିଲାନି ଚିରିକୁଟ୍‌, ବଢ଼ିଲା ଅସନ୍ତୋଷ

ଢେଙ୍କାନାଳ ଅଫିସ, ୨୩ା୪ଭୋଟରମାନେ ସୁବିଧା ଏବଂ ଶୃଙ୍ଖଳିତ ଭାବେ ମତଦାନ ଲାଗି ପ୍ରଶାସନ ପକ୍ଷରୁ ଚିରିକୁଟ୍‌ ବାଣ୍ଟିବା ବ୍ୟବସ୍ଥା ରହିଛି। ତେବେ ସୋମବାର ରାତିସୁଦ୍ଧା ଢେଙ୍କାନାଳ ପୌରାଞ୍ଚଳରେ ଅଧିକାଂଶ ଓ୍ବାର୍ଡରେ ମତଦାତାମାନେ ଚିରିକୁଟ୍‌ ପାଇ ନ ଥିବା ଅଭିଯୋଗ କରିଛନ୍ତି। କେବଳ ହାତଗଣତି ସ୍ଥାନରେ ରାଜନୈତିକ ଦଳ ପକ୍ଷରୁ ଏହା ବଣ୍ଟାଯାଇଛି। ଭୋଟରମାନେ ସେମାନଙ୍କ କ୍ରମିକ ସଂଖ୍ୟା ଜାଣି ନ ଥିବାବେଳେ ମଙ୍ଗଳବାର ବୁଥ୍‌ରେ ହଇରାଣ ହେବା ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଆଜି ଅନୁଗୋଳ ଜିଲାରେ ମତଦାନ:୪୨ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ଅନୁଗୋଳ ଅଫିସ, ୨୩।୪ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ମତଦାନ ଅନୁଷ୍ଠିତ ହେବ। ମୋଟ୍‌ ୯ ଲକ୍ଷ ୭୪ ହଜାର ୯୫୧ ଜଣ ଭୋଟର ୪୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିପାଇଁ ଜିଲାର ୧୧୬୩ ବୁଥ୍‌କୁ ପ୍ରସ୍ତୁତ ରଖାଯାଇଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ସମସ୍ତ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ଚଳିତଥର ଜିଲାରେ ୫ଟି ପିଙ୍କ୍‌ ଓ ୧୨ଟି ମଡେଲ ବୁଥ୍‌ କରାଯାଇଥିବା ବେଳେ ମାଓପ୍ରବଣ ୨୭ ଭୋଟଗ୍ରହଣ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜିଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ଅନୁଗୋଳରେ କାଳବୈଶାଖୀ:ଗଛ ଭାଙ୍ଗି ରାସ୍ତା ବନ୍ଦ, ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ

ଅନୁଗୋଳରେ କାଳବୈଶାଖୀ:ଗଛ ଭାଙ୍ଗି ରାସ୍ତା ବନ୍ଦ, ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ

ଅନୁଗୋଳ ଅଫିସ, ୨୩।୪ଅନୁଗୋଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବହୁ ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ବେଳେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଯାଇଥିଲା। ସକାଳେ ଚିକ୍‌ଚିକ୍‌ ଖରା ଥିଲେ ବି ଅପରାହ୍ନରେ ଆକାଶ ହଠାତ୍‌ ମେଘାଚ୍ଛନ୍ନ ହୋଇଯାଇଥିଲା। ଏହାପରେ ଜୋରଦାର ପବନ ସାଙ୍ଗକୁ ୧ ଘଣ୍ଟା ଧରି ବର୍ଷା ଚାଲିଥିଲା। ଫଳରେ ସହର ଓ ସହର ଉପକଣ୍ଠର ବିଭିନ୍ନ ସ୍ଥାନରେ ବହୁ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିଲା। ଏଥିଯୋଗୁ ଯାତାୟାତ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ସେହିପରି ବିଦ୍ୟୁତ୍‌ ସରବରାହ ମଧ୍ୟ ବନ୍ଦ ରହିଥିଲା। ତେବେ ବର୍ଷା ଛାଡ଼ିବା ପରେ ରାସ୍ତାରୁ ଗଛ ଡାଳ ସଫା କରାଯିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।

 ମହୋତ୍ସବର ଚତୁର୍ଥ ସନ୍ଧ୍ୟା:ମୋଗଲ ତାମ୍‌ସା ଅନ୍ୟତମ ଆକର୍ଷଣ

ମହୋତ୍ସବର ଚତୁର୍ଥ ସନ୍ଧ୍ୟା:ମୋଗଲ ତାମ୍‌ସା ଅନ୍ୟତମ ଆକର୍ଷଣ

ତାଳଚେର,୨୩ା୪(ନି.ପ୍ର.)ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ନବଦିନ ବ୍ୟାପୀ ଯାତ୍ରା ଅବସରରେ ଚାଲିଥିବା ୧୭ତମ ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ପରିବେଷିତ ମୋଗଲ ତାମସା ଅନ୍ୟତମ ଆକର୍ଷଣ ଥିଲା। 

ବଅଁରପାଳରେ ୧୭୫ ମତଦାନ କେନ୍ଦ୍ର

ବଅଁରପାଳ, ୨୩ା୪(ଡି.ଏନ.ଏ.)ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ୧୭୫ଟି ମତଦାନ କେନ୍ଦ୍ର ରହିଥିବାବେଳେ ସମସ୍ତ ବୁଥ୍‌ରେ ପୋଲିଂ କର୍ମଚାରୀ ପହଞ୍ଚିଛନ୍ତି। ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ପାଇଁ ୯୩  ଓ ଅନୁଗୋଳ ନିର୍ବାଚନ ମଣ୍ଡଳୀ ପାଇଁ ୮୨ ମତଦାନ କେନ୍ଦ୍ର ରହିଛି। ସେଥିମଧ୍ୟରେ ୨ଟି ପିଙ୍କ୍‌ ଓ ଗୋଟିଏ ଆଦର୍ଶ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। 

ବ୍ଲକିଂ କରି ଅଧରାତିରେ ଗାଡ଼ି ତଲାସି

ବ୍ଲକିଂ କରି ଅଧରାତିରେ ଗାଡ଼ି ତଲାସି

ଅନୁଗୋଳ ଅଫିସ, ୨୩।୪ଭୋଟ୍‌ ପାଇଁ ଜିଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସୋମବାର ରାତିରେ ଅନୁଗୋଳ ସହର ସହ ଜିଲାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଉଛି। ଦୁଇଚକିଆ ଗାଡ଼ି ଠାରୁ ଚାରିଚକିଆ ଗାଡ଼ି ଓ ଅନ୍ୟାନ୍ୟ ଯାନକୁ ମଧ୍ୟ ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି। ଏପରି କି ଏଥିରେ ଯାତାୟାତ କରୁଥିବା ଲୋକମାନଙ୍କ ପରିଚୟ ଓ ଗନ୍ତବ୍ୟସ୍ଥାନ ସମ୍ପର୍କରେ ପୋଲିସ ତଥ୍ୟ ସଂଗ୍ରହ କରୁଛି।  ନିର୍ବାଚନ ସମୟ ହୋଇଥିବାରୁ ବେଆଇନ ଟଙ୍କା କାରବାର ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଉଥିବା ପୋଲିସର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଇଭିଏମ୍‌ରେ ସିଲ୍‌ ହେବ ୩୯ ପ୍ରାର୍ଥୀଙ୍କ ଭାଗ୍ୟ

ଇଭିଏମ୍‌ରେ ସିଲ୍‌ ହେବ ୩୯ ପ୍ରାର୍ଥୀଙ୍କ ଭାଗ୍ୟ

ଢେଙ୍କାନାଳ ଅଫିସ, ୨୩।୪ସରିଛି ପ୍ରଚାର। ମଇଦାନରେ ଝାଳ ବୁହାଇଛନ୍ତି ନେତା। ଏବେ ଜନତା ଜନାର୍ଦ୍ଦନଙ୍କ ହାତରେ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ। ମଙ୍ଗଳବାର ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଢେଙ୍କାନାଳ ଲୋକ ସଭା ସମେତ ଜିଲାର ୪ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହେବ। ଏହାକୁ ନେଇ ପ୍ରଶାସନିକସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ଜିଲା କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏବଂ ଏସ୍‌ପି ଅନୁପମା ଜେମ୍‌ସ ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି।

ବ୍ରାହ୍ମଣୀରେ ବୁଡ଼ି ଛାତ୍ର ମୃତ

ବ୍ରାହ୍ମଣୀରେ ବୁଡ଼ି ଛାତ୍ର ମୃତ

ଓଡ଼ାପଡ଼ା ୨୨ା୪(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ମଙ୍ଗଳପୁରସ୍ଥିତ ବ୍ରାହ୍ମଣୀ ନଦୀରେ ବୁଡ଼ିଯାଇ ସୋମବାର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି।

ନାବାଳିକାଙ୍କୁ ବଳାତ୍କାର ମାମଲା  ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ

ନାବାଳିକାଙ୍କୁ ବଳାତ୍କାର ମାମଲା ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ

ଢେଙ୍କାନାଳ ଅଫିସ, ୨୨।୪-ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅଞ୍ଚଳର ନାବାଳିକା (୧୫ବର୍ଷ) ଅପହରଣ ଏବଂ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। 

ଅବକାରୀ ଚଢାଉ, ଜଣେ ଗିରଫ

ଅବକାରୀ ଚଢାଉ, ଜଣେ ଗିରଫ

 ବଇଣ୍ଡା,୨୨।୪(ଡି.ଏନ.ଏ.)- ଆଠମଲ୍ଲିକ ଅବକାରୀ ପକ୍ଷରୁ ସୋମବାର  ଆଠମଲ୍ଲିକ ଥାନା ସୋରିଷପଙ୍କ ଗ୍ରାମରେ ଚଢାଉ କରାଯାଇ ସିଦ୍ଧେଶ୍ୱର ପ୍ରଧାନଙ୍କ ଘରୁ ୮ ଲିଟର ଦେଶୀ ମଦ ଜବତ କରାଯାଇଛି। 

ବିଦ୍ୟୁତ୍‌ ଆଘାତରେ ଏନ୍‌ଜେନ କର୍ମଚାରୀ ମୃତ

ବିଦ୍ୟୁତ୍‌ ଆଘାତରେ ଏନ୍‌ଜେନ କର୍ମଚାରୀ ମୃତ

ତାଳଚେର,୨୨।୪(ନି.ପ୍ର)- ତାଳଚେର ହାଟତୋଟା ମୁଖ୍ୟରାସ୍ତାରେ ଏଲଟି ଲାଇନ ମରାମତି କାମ କରୁଥିବାବେଳେ ବିଦ୍ୟୁତ୍‌ ଆଘାତରେ ସୋମବାର ଜଣେ ଏନ୍‌ଜେନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri