ଅନଗୁଳ-ଢେଙ୍କାନାଳ

ଜନହିତକର ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଅ

 ଜନହିତକର ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଅ

ପରଜଙ୍ଗ,୧୮।୧(ଡି.ଏନ.ଏ.)- ପରଜଙ୍ଗ ପଞ୍ଚାୟତରେ ଶୁକ୍ରବାର ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା,  ସମ୍ମାନିତ ଅତିଥି  ବିଡ଼ିଓ ବସନ୍ତ କୁମାର ମଲ୍ଲିକ, ସମିତିସଭ୍ୟ ମୀନକେତନ ସାମଲ, ଡବ୍ଲୁଓ ସ୍ବର୍ଣ୍ଣପ୍ରଭା ସେଠୀ, ପିଇଓ ଧୁର୍ବଚରଣ ନାୟକ, ନିର୍ମାଣ ଶ୍ରମିକ କୋଡ଼ିନେଟର ଦିଲୀପ ବର୍ମା, ଯୁବ ବିଜେଡି ସଭାପତି ସୁବ୍ରତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ସରପଞ୍ଚ ପ୍ରିୟଜିତ ସାମଲ ଏଥିରେ ଅଧ୍ୟକ୍ଷତା କରିଥିଲେ। ଅତିଥିମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହିତ ଏହାର ସୁଫଳ କିପରି ଲୋକମାନେ ପାଇପାରିବେ ସେ ନେଇ ଆହ୍ବାନ ଦେଇଥିଲେ। ବିଶେଷ କରି କାଳିଆ ଯୋଜନାରେ ସବୁ କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ, ଭାଗ ଚାଷୀ, ଅସହାୟ ଚାଷୀ କିଭଳି ଭାବେ ଚାଷର ଉନ୍ନତି ଏବଂ ଜୀବନଜୀବିକା ସକାଶେ ସରକାରୀ ପ୍ରୋତ୍ସାହନ ରାଶି ପାଇପାରିବେ ସେଥିପାଇଁ ଜନସାଧାରଣଙ୍କୁ ଆବେଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଧାରୀ ମହିଳାଙ୍କୁ ଏଲ୍‌ଇଡି ବଲ ବଣ୍ଟନ କରାଯାଇଥିଲା। ବିଭାଗୀୟ ଅଧିକାରୀ କର୍ମଚାରୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ। ଗତ ମାସରେ ହୋଇଥିବା ପିଠା କାର୍ଯ୍ୟକ୍ରମରେ ପରଜଙ୍ଗ ପଞ୍ଚାୟତକୁ ଜିଲାସ୍ତରରେ ପିଠା କାର୍ଯ୍ୟକ୍ରମ ପାଇଁ ଶ୍ରେଷ୍ଠ ପଞ୍ଚାୟତ ଭାବେ ଘୋଷଣା କରାଯାଇଛି। 

All Right Reserved By

ଅନଗୁଳ-ଢେଙ୍କାନାଳ

ଢେଙ୍କାନାଳରେ ୨୩ରେ ନିର୍ବାଚନ, ପୋଲିଂ କର୍ମଚାରୀଙ୍କ ପ୍ରସ୍ତୁତି

ଢେଙ୍କାନାଳରେ ୨୩ରେ ନିର୍ବାଚନ, ପୋଲିଂ କର୍ମଚାରୀଙ୍କ ପ୍ରସ୍ତୁତି

ଢେଙ୍କାନାଳ ଅଫିସ,୨୧।୪- ଢେଙ୍କାନାଳ ଜିଲାରେ ଆସନ୍ତା ୨୩ରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। 

ବନ୍ତଳାରେ ଧର୍ମେନ୍ଦ୍ରଙ୍କ ରୋଡ ଶୋ

ବନ୍ତଳାରେ ଧର୍ମେନ୍ଦ୍ରଙ୍କ ରୋଡ ଶୋ

ବନ୍ତଳା,୨୧ା୪(ଡି.ଏନ.ଏ.): ଅନୁଗୋଳ ଜିଲା ବନ୍ତଳାରେ ରବିବାର ସକାଳେ ଭାଜପା ପକ୍ଷରୁ ରୋଡ ଶୋ କରାଯାଇଛି।

 ଅନୁଗୋଳରେ କଂଗ୍ରେସର ରୋଡ ଶୋ’: ଯୋଗଦେଲେ ତାରା ପ୍ରସାଦ ବାହିନୀପତି

ଅନୁଗୋଳରେ କଂଗ୍ରେସର ରୋଡ ଶୋ’: ଯୋଗଦେଲେ ତାରା ପ୍ରସାଦ ବାହିନୀପତି

ଅନୁଗୋଳ ଅଫିସ,୨୧।୪: ଅନୁଗୋଳ ଜିଲା ପୌରାଞ୍ଚଳରେ କଂଗ୍ରେସ ପକ୍ଷରୁ ରବିବାର ନିର୍ବାଚନୀ ପ୍ରଚାର ହୋଇଛି। ମା’ ବୁଢୀ ଠାକୁରାଣୀ ନିକଟରୁ କଂଗ୍ରେସ ପ୍ରାର୍ଥୀ ରୋ ଶୋ’ କରିଛନ୍ତି। 

ନିର୍ବାଚନ କାର୍ଯ୍ୟରେ ନିୟୋଜିିତ  କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

ନିର୍ବାଚନ କାର୍ଯ୍ୟରେ ନିୟୋଜିିତ କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

ଭୁବନ,୨୧।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ନିର୍ବାଚନମଣ୍ଡଳୀର ଭୁବନଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଷ୍ଟାଟିକ ସର୍ଭିଲାନ୍ସ ୧୨ ନଂ.  ଟିମ୍‌ଙ୍କୁ ମହୁଲପାଳ ପଞ୍ଚାୟତରେ ଶନିବାର ଦୁର୍ବ୍ୟବହାର  କରାଯାଇଥିଲା

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିଂ ଅଧିକାରୀଙ୍କ ପ୍ରସ୍ତୁତି

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିଂ ଅଧିକାରୀଙ୍କ ପ୍ରସ୍ତୁତି

ଅନୁଗୋଳ ଅଫିସ,୨୧।୪: ଅନୁଗୋଳ ଜିଲାରେ ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନ ହେବ। 

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

ଅନୁଗୋଳ ଅଫିସ,୨୧।୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହେବାକୁ ଥିବାବେଳେ  ଏ ନେଇ ଅନୁଗୋଳ ନିିର୍ବାଚନମଣ୍ଡଳୀରେ ଭାଜପା ପକ୍ଷରୁ ରୋଡ ଶୋ’ କରାଯାଇଛି। 

୨ଦିନ ପରେ ଭୋଟ, ଜୋର ଧରିଲା ପ୍ରଚାର: ବାଜିମାରିବା ଲକ୍ଷ୍ୟରେ ସବୁ ଦଳ

୨ଦିନ ପରେ ଭୋଟ, ଜୋର ଧରିଲା ପ୍ରଚାର: ବାଜିମାରିବା ଲକ୍ଷ୍ୟରେ ସବୁ ଦଳ

ଢେଙ୍କାନାଳ ଅଫିସ, ୨୧।୪- ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେଉଛି। ମତଦାନକୁ ୨ଦିନ ଥିବାବେଳେ ସବୁ ଦଳ ପକ୍ଷରୁ ପ୍ରଚାର ଜୋର ଧରିଛି।

ଦୁର୍ଗ ଭେଦିବାକୁ ଭାଜପାର କସରତ

ଦୁର୍ଗ ଭେଦିବାକୁ ଭାଜପାର କସରତ

ପରଜଙ୍ଗ, ୨୧।୪(ଡି.ଏନ.ଏ.) ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଲୋକ ସଭା କ୍ଷେତ୍ର ଢେଙ୍କାନାଳରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୩ରେ ଅନୁଷ୍ଠିତ ହେଉଛି।

ଦୁଇ ହେଭିଓ୍ବେଟଙ୍କ ସହ ମହେଶଙ୍କ ଲଢେଇ

ଦୁଇ ହେଭିଓ୍ବେଟଙ୍କ ସହ ମହେଶଙ୍କ ଲଢେଇ

ଅନୁଗୋଳ ଅଫିସ, ୨୧।୪- ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ଭାବେ ବିଜେଡି ମହେଶ ସାହୁଙ୍କୁ ମଇଦାନକୁ ଆଣିଛି। ଅନୁଗୋଳ ଜିଲା ପାଲଲହଡ଼ା ବିଧାୟକ ଥିବା ମହେଶ ଦୁଇ ହେଭିଓ୍ବେଟ ଭାଜପାର ରୁଦ୍ର ନାରାୟଣ ପାଣି ଓ କଂଗ୍ରେସର କାମାକ୍ଷା ପ୍ରସାଦ ସିଂହଦେଓଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। 

ହିଙ୍ଗୁଳା ଲୋକ ମହୋତ୍ସବର ୨ୟ ସନ୍ଧ୍ୟା : କଳାକାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ

ହିଙ୍ଗୁଳା ଲୋକ ମହୋତ୍ସବର ୨ୟ ସନ୍ଧ୍ୟା : କଳାକାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ

ତାଳଚେର, ୨୧ା୪(ନି.ପ୍ର.)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଚାଲିଥିବା ୧୭ତମ ଲୋକ ମହୋତ୍ସବର ଶନିବାର ଥିଲା ୨ୟ ସା। ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ପି.ବି. ରେଡ୍ଡୀ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ହିଙ୍ଗୁଳା କ୍ଷେତ୍ରର କାର୍ମିକ ଅଧିକାରୀ ବି. ବେହୁରିଆ ଯୋଗ ଦେଇଥିଲେ। 

ଶେଷ ପର୍ଯ୍ୟାୟରେ ପ୍ରଶାସନର ନିର୍ବାଚନ ପ୍ରସ୍ତୁତି: ଆଜି ମତଦାନ କେନ୍ଦ୍ରକୁ ଯିବେ ପୋଲିଂ ପାର୍ଟି

ଶେଷ ପର୍ଯ୍ୟାୟରେ ପ୍ରଶାସନର ନିର୍ବାଚନ ପ୍ରସ୍ତୁତି: ଆଜି ମତଦାନ କେନ୍ଦ୍ରକୁ ଯିବେ ପୋଲିଂ ପାର୍ଟି

ଅନୁଗୋଳ ଅଫିସ, ୨୧।୪- ଅନୁଗୋଳ ଜିଲାରେ ସାଧାରଣ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବିଭିନ୍ନ ମତଦାନ କେନ୍ଦ୍ରକୁ ରବିବାର ଠାରୁ ନିର୍ବାଚନ ପରିଚାଳନା ଅଧିକାରୀମାନେ ଯିବେ ବୋଲି ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। 

କେନ୍ଦ୍ର ନେଉଛି କୋଇଲା ଟଙ୍କା, ଓଡ଼ିଶା ପାଉଛି ପ୍ରଦୂଷଣ

କେନ୍ଦ୍ର ନେଉଛି କୋଇଲା ଟଙ୍କା, ଓଡ଼ିଶା ପାଉଛି ପ୍ରଦୂଷଣ

ତାଳଚେର/କଣିହାଁ/ଛେଣ୍ଡିପଦା/ପବିତ୍ରନଗର/ ମାଧପୁର/ପାଲଲହଡ଼ା, ୨୧।୪-  ଶିଳ୍ପ ସମୃଦ୍ଧ ଅନୁଗୋଳର କୋଇଲାରୁ କେନ୍ଦ୍ର ହଜାର ହଜାର କୋଟି ଟଙ୍କା ନେଉଛି। ହେଲେ ଓଡ଼ିଶା ଧୂଳି, ଧୂଆଁ ଯୋଗୁ ପ୍ରଦୂଷିତ ହେଉଛି ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri