
ଫ୍ୟାଶନ ଦୁନିଆରେ ସବୁ କିଛି ସମ୍ଭବ। କିଛି ବି ନୂଆ ଫ୍ୟାଶନ ଟ୍ରେଣ୍ଡ ମାର୍କେଟକୁ ଆସିଲେ ଏହା ଧିରେ ଧିରେ ଯୁବପିଢ଼ୀଙ୍କ ମଧ୍ୟରେ ଖୁବ୍ କମ୍ ସମୟରେ ଲୋକପ୍ରିୟ ହୋଇଯାଏ। ବର୍ତ୍ତମାନ ମାର୍କେଟକୁ ଏପରି ଏକ ଜିନ୍ସପ୍ୟାଣ୍ଟ ଆସିଛି। ଯାହାକୁ ପିନ୍ଧିବା ମାତ୍ରେ ଦେଖୁଥିବା ଲୋକ ଆପଣଙ୍କୁ ଦେଖି ଭାବି ନେଇପାରେ ଯେ ଆପଣ ଭୁଲବସତଃ ଏହି ପ୍ୟାଣ୍ଟଟିକୁ ଓଲଟା ପିନ୍ଧି ଦେଇଛନ୍ତି। ଏପରି ହୋଇପାରେ କେହି କେହି ଆପଣଙ୍କ ଉପରେ ହସି ବି ପାରନ୍ତି । ମାତ୍ର ଏହାର ଡିଜାଇନ୍ ଏପରି ହୋଇଛି। ଏ ବିଷୟରେ ଜାଣି ନ ଥିବା ଲୋକ ଏହାକୁ ଦେଖିବା ମାତ୍ରେ ଓଲ୍ଟା ପ୍ୟାଣ୍ଟ ପିନ୍ଧିଥିବା କହିପାରନ୍ତି। ଏହି ଜିନ୍ସରେ ଭିତର ପକେଟ୍ ଓ ସିଲେଇ ଉପରକୁ ଦେଖାଯାଇଥାଏ। ଏହାର ନାମ ‘ମିଡ ରାଇଜ ରିବର୍ସ ଜିନ୍ସ“ ବୋଲି ରଖାଯାଇଛି। ମୂଲ୍ୟ ୧୫୦୦ରୁ ଆରମ୍ଭ ।
ବଜାରକୁ ଏହି ଜିନ୍ସ ଆସିବା ପରେ ସୋସିଆଲ୍ ମିଡିଆରେ ଏହାକୁ ନେଇ ତାତ୍ସଲ୍ୟ କରାଯାଉଛି। ଏହାକୁ ନିର୍ମାଣ କରିବା କମ୍ପାନୀ କ’ଣ ଭାବି ଏହାକୁ କରିଛନ୍ତି ତାହା ଜାଣିବାର ବିଷୟ ବୋଲି ଅନେକ କହୁଛନ୍ତି।