
ଲଣ୍ଡନ,୧୮।୧: ବ୍ରିଟେନରେ ଏବେ ଅପସ୍କ୍ରିଟିଂକୁ ଆଇନତଃ ଅପରାଧ ବୋଲି ଘୋଷଣା କରାଯାଇଛି। ଗୁରୁବାର ବ୍ରିଟେନର ହାଉସ୍ ଅଫ୍ ଲର୍ଡସରେ ଅପସ୍କ୍ରିଟିଂକୁ ନେଇ ବିଲ୍ ପାସ୍ କରାଯାଇଛି। ଖୁବ୍ଶୀଘ୍ର ଏହା ଉପରେ ଆଇନ ପ୍ରଣୟନ କରାଯିବା ସହ ଦୋଷୀକୁ ଅତିକମରେ ୨ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା ରଖାଯିବ। ସୂଚନାଯୋଗ୍ୟ, ଅପସ୍କ୍ରିଟିଂକୁ ନେଇ ଆଇନ ପ୍ରଣୟନ କରିବା ଲାଗି ବ୍ରିଟେନର ମହିଳାମାନେ କ୍ୟାମ୍ପେନ୍ କରିଥିଲେ। ଏବେ ଏହା ସଫଳ ହୋଇଛି। ଉକ୍ତ କ୍ୟାମ୍ପେନ୍ରେ ଶହ ଶହ ମହିଳା ଦସ୍ତଖତ କରିବା ସହ କେତେଜଣ ସେମାନଙ୍କ ଅନୁଭୁତି ବାଣ୍ଟିଥିଲେ। ଇଭିନିଂ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁଯାୟୀ, ଗତବର୍ଷ ଜୁନରେ ମିନିଷ୍ଟ୍ରି ୍ରଅଫ୍ ଜଷ୍ଟିଶ କହିଥିଲେ କି ଅପସ୍କ୍ରିଟିଂକୁ Voyeurism (Offences) Bill ଆଧାରରେ ଅପରାଧ ଭାବେ ଗ୍ରହଣ କରାଯିବ। ଏବେ ଏ ସମ୍ପର୍କରେ ବିଲ୍ ପାସ୍ ହେବା ପରେ ବ୍ରିଟେନ ଓ ଓ୍ବେଲ୍ସରେ ଏହାକୁ ଅପରାଧ ଭାବେ ବିବେଚନା କରାଯିବ। ଅପସ୍କ୍ରିଟିଂ ହେଉଛି କୌଣସି ମହିଳା ଅବା ଯୁବତୀଙ୍କର ସ୍କଟ ତଳକୁ ସେମାନଙ୍କ ବିନା ଅନୁମତିରେ ଫଟୋ ଉଠାଇବା।