ରାଜ୍ୟ | ଉପକୂଳ ଓଡିଶା

ବିଦ୍ୟାଳୟ ମିଶ୍ରଣରେ ଜଗତ୍‌ସିଂହପୁର ପଛୁଆ, ଶିକ୍ଷା ଅପେକ୍ଷା ଥଇଥାନକୁ ଗୁରୁତ୍ୱ

ବିଦ୍ୟାଳୟ ମିଶ୍ରଣରେ ଜଗତ୍‌ସିଂହପୁର ପଛୁଆ, ଶିକ୍ଷା ଅପେକ୍ଷା ଥଇଥାନକୁ ଗୁରୁତ୍ୱ

ପାରାଦୀପ,୧୮ା୧(ସ୍ବ.ପ୍ର.): ବିକଶିତ ଓ ବିକାଶଶୀଳ ରାଷ୍ଟ୍ରାର ପ୍ରଥମ ପାହାଚ ହେଉଛି ଶିକ୍ଷା। ଶିକ୍ଷା ବ୍ୟବସ୍ଥା ସ୍ବଚ୍ଛ ଓ ସୁଦୃଢ ହେଲେ ବିକାଶର ଦ୍ୱାର ଉନ୍ମୁକ୍ତ ହୁଏ। କିନ୍ତୁ ଆମ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବହୁ ପଛରେ ପଡ଼ିଛି। ଶିକ୍ଷାର ଉନ୍ନତି ତ ଦୂରର କଥା, ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତି ଯୋଜନା ଫଳପ୍ରଦ ହେବାକୁ ଦେଉନାହିଁ। ସରକାରୀ ଅର୍ଥ ବାଟମାରଣା, ଅଧିକାରୀ ଓ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଇଚ୍ଛା ମୁତାବକ ଥଇଥାନ ଏବଂ ଶିକ୍ଷାରେ ରାଜନୀତିକରଣ ଆଜି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିଗାଡ଼ି ସାରିଲାଣି। ପରିଣାମ ସ୍ବରୂପ ଶିକ୍ଷା କ୍ଷେତ୍ରରେ ଏକଦା ଆଗୁଆ ଥିବା ଜଗତ୍‌ସିଂହପୁର ଜିଲା ଏବେ ନିମ୍ନଗାମୀ ହେବାରେ ଲାଗିଛି। ସରକାରୀ ନିୟମ ଅନୁଯାୟୀ, ୧ କିମି ମଧ୍ୟରେ ଥିବା ଏକାଧିକ ସ୍କୁଲକୁ  ମିଶାଯାଇ ଗୋଟିଏ ସ୍କୁଲ କରାଯିବ। ୧୦ରୁ କମ୍‌ ପିଲା ଥିବା ସ୍କୁଲକୁ ବନ୍ଦ କରାଯିବ। ଗୋଟିଏ ପାଚେରି ଭିତରେ ଥିବା ପ୍ରାଥମିକ ଓ ହାଇସ୍କୁଲକୁ ମିଶ୍ରଣ କରାଯିବ। ଆବଶ୍ୟକତାଠାରୁ ଅଧିକ/କମ୍‌ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଏହି ପ୍ରକ୍ରିୟାରେ ବ୍ୟବସ୍ଥିତ କରାଯିବ। ତେବେ ଏହି ସଂସ୍କାର ମୂଳକ ବ୍ୟବସ୍ଥା ରାଜ୍ୟର ବହୁ ଜିଲାରେ ଆଶାନୁରୂପ କାର୍ଯ୍ୟକାରୀ ହୋଇପାରିନାହିଁ। ବିଶେଷ କରି ଜଗତ୍‌ସିଂହପୁର ଜିଲା ଏଥିରେ ବହୁ ପଛରେ ପଡ଼ିଯାଇଥିବା ଶିକ୍ଷା ବିଭାଗ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ଜିଲାର ପାରାଦୀପ ପୌରାଞ୍ଚଳକୁ ବିଚାରକୁ ନେଲେ ଏହା ସ୍ପଷ୍ଟ ଭାବେ ଜାଣିହେବ। ପାରାଦୀପରେ ସର୍ବଶିକ୍ଷା ଅଭିଯାନ ଅଧୀନରେ ଥିବା ୧୨ ପ୍ରାଥମିକ ବିଦ୍ୟାଳୟରେ ୨୦୦୯/୧୦ ଶିକ୍ଷା ବର୍ଷରେ ୪୨୦୦ରୁ ଅଧିକ ଛାତ୍ରୀଛାତ୍ର ଥିଲେ। ଏବେ ଏହି ସଂଖ୍ୟା ୯୦୦ଭିତରେ ସୀମିତ ରହିଛି। କିନ୍ତୁ ଶିକ୍ଷୟିତ୍ରୀଶିକ୍ଷକ ସଂଖ୍ୟା ଆଶାତୀତ ଭାବେ ୪୨ରୁ ବୃଦ୍ଧି ପାଇ ୬୩ରେ ପହଞ୍ଚତ୍ଲାଣି। ୫ନଂ ଓ୍ବାର୍ଡ ବାଲିଝରା ବସ୍ତିରେ ଥିବା ୨ ସ୍କୁଲର ବ୍ୟବଧାନ ମାତ୍ର ୩୦୦ ମିଟର। ଗୋଟିଏ ହେଲା ଘୋଲପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଅନ୍ୟଟି ହେଲା ବୀଣାପାଣି ବିଦ୍ୟାଳୟ। ଘୋଲାପଡ଼ା ସ୍କୁଲରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ସଂଖ୍ୟା ୯୦ ଥିବାବେଳେ ବୀଣାପାଣି ବିଦ୍ୟାଳୟରେ ମାତ୍ର ୫ଜଣ ଅଛନ୍ତି। ଏହି ୫ଜଣଙ୍କ ପାଇଁ ୨ଜଣ ଲେବୁଲ୍‌ ୪ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ଦରମା ୬୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା।  ଉକ୍ତ ସ୍କୁଲ ଦ୍ୱୟର କୌଣସି ଭିତ୍ତିଭୂମି (ପାଣି, ବିଦ୍ୟୁତ୍‌, ଘର, ଶୌଚାଳୟ, ଖେଳପଡିଆ, ବସିବା ପାଇଁ ଜାଗା) ନାହିଁ। ୨ ସ୍କୁଲର ମିଶ୍ରଣକୁ ନେଇ ଗତ ୫ ବର୍ଷ ହେଲା ଯୋଜନା ଚାଲିଥିବା ବିଭାଗୀୟ ଅଧିକାରୀମାନେ କହି ଆସୁଥିଲେ। କିନ୍ତୁ ଯେତେବେଳେ ଅସଲ ମିଶ୍ରଣ ସମୟ ଆସିଲା ସେତେବେଳେ ତାହା କରାଇ ଦିଆଗଲା ନାହିଁ। 

ସେହିପରି ୧୪ନଂ ଓ୍ବାର୍ଡ ସଞ୍ଜୟ ଗାନ୍ଧୀ ନୋଡାଲ ସ୍କୁଲଠାରୁ ମୁକ୍ତେଶ୍ୱର ବିଦ୍ୟାଳୟ ମାତ୍ର ୫୦୦ ମିଟର ଦୂର। ମୁକ୍ତେଶ୍ୱର ବିଦ୍ୟାଳୟରେ ମାତ୍ର ୨୫ ଛାତ୍ରୀଛାତ୍ର ପଢୁଥିବା ରେକର୍ଡରେ ଦର୍ଶାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ମାତ୍ର ଓଡ଼ିଆ ପିଲା ଥିବା ଜଣାଯାଏ। ଅନ୍ୟ ସବୁ ଅଲଗା ଭାଷାଭାଷୀର ଛାତ୍ରୀଛାତ୍ର। ଉକ୍ତ ବିଦ୍ୟାଳୟରେ ମଧ୍ୟ ୨ଜଣ ରେଗୁଲାର ଶିକ୍ଷୟିତ୍ରୀ ଅଛନ୍ତି। ଏମିତି ଅନେକ ସ୍କୁଲ ସାରା ଜିଲାରେ ଥିବା ଜଣାଯାଏ, ଯେଉଁଠି ବି ମିଶ୍ରଣ ପ୍ରସଙ୍ଗ ଉଠୁଛି ସେଠାରେ ଶିକ୍ଷୟିତ୍ରୀଶିକ୍ଷକ ସ୍ଥାନୀୟ କେତେକ ଲୋକ ଓ କିଛି ନେତାଙ୍କୁ ଧରି ବିରୋଧ କରୁଥିବା ଦେଖିବାକୁ ମିଳୁଛି। ଆଉ କେତେଜଣ କୋର୍ଟର ଦ୍ୱାରସ୍ଥ ହୋଇ ଅଟକାଉଛନ୍ତି। ଏହାଦ୍ୱାରା ପିଲାଙ୍କ ଶିକ୍ଷା ଅପେକ୍ଷା ଥଇଥାନକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଏ ପ୍ରସଙ୍ଗରେ ସିଆରସିସି ପ୍ରମୋଦ ମହାନ୍ତି କୁହନ୍ତି ମୁଁ ପାରାଦୀପରେ ନିଶ୍ଚିତ ମିଶ୍ରଣ ହେବାକୁଥିବା ୨ଟି ସ୍କୁଲ (ବୀଣାପାଣି ଓ ମୁକ୍ତେଶ୍ୱର ବିଦ୍ୟାଳୟ) ବାବଦରେ ରିପୋର୍ଟ ଦେଇଛି। ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସଙ୍କୁ ପଚାରିବାରେ ସେ କହିଲେ ଯେ ଜିଲାରେ ୧୬୨ ସ୍କୁଲ ମିଶ୍ରଣ ହେବାକୁ ଥିବାବେଳେ ୬୧ଟି ସ୍କୁଲ ମିଶ୍ରଣ ହୋଇସାରିଛି। ଅବଶିଷ୍ଟ ସ୍କୁଲ ମିଶ୍ରଣ ପାଇଁ ପ୍ରକ୍ରିୟା ଜାରି ରହିଛି। ସମ୍ଭବତଃ ସାଧାରଣ ନିର୍ବାଚନ ପରେ ସେଗୁଡିକ ମିଶ୍ରଣ କରାଯିବ।

All Right Reserved By

ରାଜ୍ୟ | ଉପକୂଳ ଓଡିଶା

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁରଠାରେ ପୋଲିସ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। 

 ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

ପାଟଣା,୨୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବିଜେଡି ଉପସଭାପତି ଦେବାନନ୍ଦ ପୃଷ୍ଟି ରବିବାର ପଦରୁ ଇସ୍ତଫା ଦେଇଛନ୍ତି। 

  ଜଙ୍ଗଲରୁ  ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ନୟାଗଡ଼ ଅଫିସ,୨୧।୪: ନୟାଗଡ଼ ବ୍ଲକ ପାଣିପୋଇଲା ସାନହାମରା ଜଙ୍ଗଲରୁ ରବିବାର  ଏକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।

   ଆଡ଼ଚେରରେ ରାଜନୈତିକ ହିଂସା, ୩ ଗୁରୁତର

ଆଡ଼ଚେରରେ ରାଜନୈତିକ ହିଂସା, ୩ ଗୁରୁତର

ନୟାଗଡ଼ ଅଫିସ,୨୧।୪: ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଞ୍ଚାୟତ  ଆଡ଼ଚେର ଗ୍ରାମରେ ଶନିବାର ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି।

ନିର୍ବାଚନ କାର୍ଯ୍ୟରେ ନିୟୋଜିିତ  କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

ନିର୍ବାଚନ କାର୍ଯ୍ୟରେ ନିୟୋଜିିତ କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

ଭୁବନ,୨୧।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ନିର୍ବାଚନମଣ୍ଡଳୀର ଭୁବନଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଷ୍ଟାଟିକ ସର୍ଭିଲାନ୍ସ ୧୨ ନଂ.  ଟିମ୍‌ଙ୍କୁ ମହୁଲପାଳ ପଞ୍ଚାୟତରେ ଶନିବାର ଦୁର୍ବ୍ୟବହାର  କରାଯାଇଥିଲା

ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୧।୪(ଡି.ଏନ୍‌.ଏ): କେନ୍ଦୁଝର ଜିଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରବିବାର ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ ଦାବିରେ କେନ୍ଦୁଝର ମାଇନିଂ ସ୍କୁଲ୍‌ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

ଅନୁଗୋଳ ଅଫିସ,୨୧।୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହେବାକୁ ଥିବାବେଳେ  ଏ ନେଇ ଅନୁଗୋଳ ନିିର୍ବାଚନମଣ୍ଡଳୀରେ ଭାଜପା ପକ୍ଷରୁ ରୋଡ ଶୋ’ କରାଯାଇଛି। 

ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ନିରଞ୍ଜନଙ୍କ କଡା ଆଭିମୁଖ୍ୟ: ୬ ଜଣଙ୍କୁ ବହିଷ୍କାର

ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ନିରଞ୍ଜନଙ୍କ କଡା ଆଭିମୁଖ୍ୟ: ୬ ଜଣଙ୍କୁ ବହିଷ୍କାର

ଭୁବନେଶ୍ୱର,୨୧।୪(ବ୍ୟୁରୋ): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରବିିବାର ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ବିଜୟଙ୍କ ପାଇଁ ପୁଣି ଅଗ୍ନିପରୀକ୍ଷା: ବେଦୁଙ୍କ ପରଲୋକ ଯୋଗୁ ସ୍ଥଗିତ ହେବ ପାଟକୁରା ବିଧାନସଭା ନିର୍ବାଚନ

ବିଜୟଙ୍କ ପାଇଁ ପୁଣି ଅଗ୍ନିପରୀକ୍ଷା: ବେଦୁଙ୍କ ପରଲୋକ ଯୋଗୁ ସ୍ଥଗିତ ହେବ ପାଟକୁରା ବିଧାନସଭା ନିର୍ବାଚନ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ପାଟକୁରା ବିଧାୟକ ତଥା  ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ବିୟୋଗ ପରେ ଏହି ନିର୍ବାଚନମଣ୍ଡଳୀରେ ନିର୍ବାଚନ ସ୍ଥଗିତ ହେବା ନେଇ ଏକପ୍ରକାର ନିିଶ୍ଚିତ ହୋଇଯାଇଛି।

ନୟାଗଡ଼ ନିର୍ବାଚନମଣ୍ଡଳୀ: ଏପ୍ରିଲ ୨୩ରେ ମତଦାନ, ବନ୍ଦ ଚିନିକଳ ଖୋଲିବା ସବୁ ଦଳଙ୍କ ପ୍ରମୁଖ ପ୍ରସଙ୍ଗ

ନୟାଗଡ଼ ନିର୍ବାଚନମଣ୍ଡଳୀ: ଏପ୍ରିଲ ୨୩ରେ ମତଦାନ, ବନ୍ଦ ଚିନିକଳ ଖୋଲିବା ସବୁ ଦଳଙ୍କ ପ୍ରମୁଖ ପ୍ରସଙ୍ଗ

ନୟାଗଡ଼ ଅଫିସ,୨୧।୪: ଏପ୍ରିଲ ୨୩ରେ ଜିଲାର ନୟାଗଡ଼ ନିର୍ବାଚନମଣ୍ଡଳୀରେ ମତଦାନ ହେବ। ଏଠାରେ କେଉଁ ପ୍ରାର୍ଥୀ ଜିତିବେ ତାହାକୁ ନେଇ ଚା ଖଟିଠୁ ଆରମ୍ଭ କରି ପାନ ଦେକାନ ଯାଏ ସବୁଠି ଚର୍ଚ୍ଚା ଚାଲିଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୩୫୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୩ ଜଣ କୋଟିପତି; ପିନାକୀ, ବବି ସବୁଠୁ ଧନୀ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୩୫୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୩ ଜଣ କୋଟିପତି; ପିନାକୀ, ବବି ସବୁଠୁ ଧନୀ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଆସନ୍ତା ୨୩  ତାରିଖରେ ରାଜ୍ୟର ୬ ଲୋକ ସଭା ଏବଂ ୪୨ଟି ବିଧାନସଭା ଆସନରେ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ। ଏହି ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳରୁ  ଓ ସ୍ବାଧୀନ ଭାବେ ୩୫୬ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି।

ଯାଜପୁର ଲୋକ ସଭା ଆସନ: ପ୍ରାର୍ଥୀଙ୍କ ଦକ୍ଷତା ମାପୁଛନ୍ତି ଭୋଟର;  ପ୍ରାର୍ଥୀଙ୍କୁ ନିଦ ନାହିଁ କି ଖରାକୁ ଖାତିର ନାହିଁ

ଯାଜପୁର ଲୋକ ସଭା ଆସନ: ପ୍ରାର୍ଥୀଙ୍କ ଦକ୍ଷତା ମାପୁଛନ୍ତି ଭୋଟର; ପ୍ରାର୍ଥୀଙ୍କୁ ନିଦ ନାହିଁ କି ଖରାକୁ ଖାତିର ନାହିଁ

ଯାଜପୁର ଅଫିସ,୨୧। ୪: ଯାଜପୁର ଜିଲାରେ ୪ ପର୍ଯ୍ୟାୟରେ ନିର୍ବାଚନ ହେବ। ନିର୍ବାଚନ ପ୍ରଚାରକୁ ଆଉ ମାତ୍ର ଏକ ସପ୍ତାହ ରହିଲା। ସେଥିପାଇଁ ନେତାମାନେ ଏବେଠାରୁ ପୂରା ଦମରେ ପ୍ରଚାରରେ ଲାଗି ପଡିଛନ୍ତି। ମର୍ଯ୍ୟାଦାଜନକ ଯାଜପୁର ଲୋକ ସଭା ଆସନରେ ଏବେ ନିର୍ବାଚନୀ ପରିବେଶ ବେଶ୍‌ ସରଗରମ ହୋଇଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri