ସମ୍ବଲପୁର

ପାସେଞ୍ଜର ଟ୍ରେନ୍‌ ବାତିଲ: ଯାତ୍ରୀ ହଇରାଣ

ପାସେଞ୍ଜର ଟ୍ରେନ୍‌ ବାତିଲ: ଯାତ୍ରୀ ହଇରାଣ

ହେମଗିର, ୧୮।୧ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲାର ହେମଗିରଗଡର ହେମଗିର (କନିକା) ରେଳଷ୍ଟେଶନ ସର୍ବ ପୁରାତନ ଷ୍ଟେଶନ। ଏହାକୁ ଅବହେଳା, ଏହା ଉପରେ ନିର୍ଭର କରୁଥିବା ଯାତ୍ରୀଙ୍କ ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବ ଯୋଗୁ ଅସନ୍ତୋଷ ପ୍ରକାଶ ପାଇଛି। ରେଳଷ୍ଟେଶନ ଉପରେ କନିକା, କନକତୁରା, ଲଇକେରା, ହେମଗିର, ଆାଙ୍କେଲବିରା, ଜୁଲୁମବାହାଲ ତଥା ପ୍ରାୟ ୧୯ଟି ପଞ୍ଚାୟତ ଲୋକେ ନିର୍ଭର କରନ୍ତି। ଏଠାରୁ ଛତିଶଗଡର ରାୟଗଡ, ରାୟପୁର ସହରରେ ବ୍ୟବସାୟ ପାଇଁ ଲୋକେ ଯାତାୟତ କରିଥାନ୍ତି। ଷ୍ଟେସନଟି ଛୋଟ ହୋଇଥିବାରୁ ଏଠାରେ ଦ୍ରୁତଗାମୀ ( ଏକ୍‌ସପ୍ରେସ) ଟ୍ରେନ ପ୍ରାୟ ଅଟକି ନ ଥାଏ। ତେଣୁ ଲୋକମାନଙ୍କର ଏକମାତ୍ର ଭରସା ପାସେଞ୍ଜର ଟ୍ରେନ। ଏହି ଷ୍ଟେଶନ ଦେଇ ଯାଉଥିବା ଟ୍ରେନ୍‌ ମଧ୍ୟରୁ ଦୁଇଟି ପାସେଞ୍ଜର ଟ୍ରେନ୍‌ ଏଠାରେ ଅଟକି ଥାଏ। କିନ୍ତୁ ରେଳ ବିଭାଗ ଗତ ଜାନୁୟାରୀ ୧ରୁ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ସକାଳ ୮ଟାରେ ଝାରସୁଗୁଡ଼ାରୁ ବିଲାସପୁର ଆଡ଼କୁ ଯାଉଥିବା ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ କରିଛନ୍ତି। ଯାହାଦ୍ୱାରା ହଜାର ହଜାର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରେଳଷ୍ଟେଶନ ଓଡ଼ିଶା ଓ ଛତିଶଗଡ଼ର ସୀମାନ୍ତରେ ଅବସ୍ଥିତ। ଏହି ସୀମାନ୍ତକୁ ଲାଗି ରାୟଗଡ ସହର ରହିଛି। ଏହି ସହରକୁ ସୀମାନ୍ତରେ ଥିବା ଓଡିଶାର ବହୁ ଛୋଟ ବଡ ବ୍ୟବସାୟୀ ପ୍ରତିଦିନ ବ୍ୟବସାୟ କରିବାକୁ ଯାଇଥାନ୍ତି। ବର୍ତ୍ତମାନ ସେମାନଙ୍କ ଜୀବନ ଜୀବିକା ଏକ ପ୍ରକାର  ଠପ ହୋଇପଡିଛି। ଏହି ପାସେଞ୍ଜର ଟ୍ରେନ ସେମାନଙ୍କ ଜୀବନ ରେଖା ଭଳି ଚାଲୁଥିଲା। ଅନ୍ୟ ପକ୍ଷରେ କନିକାଠାରେ ମୁସଲିମ୍‌ ସମ୍ପ୍ରଦାୟର ଏକ ମସଜିଦ୍‌ ରହିଛି। ଏଠାରେ ଆସନ୍ତା ୨୯ ତାରିଖରେ ୯୦ତମ ଭରସ୍‌ ପର୍ବ ପାଳିତ ହେବାକୁ ଯାଉଛି। ପ୍ରତିବର୍ଷ ଏଠାକୁ ରାୟପୁର, ବିଲାସପୁର, ରାୟଗଡ, ଝାରସୁଗୁଡା, ବ୍ରଜରାଜନଗର, ଏପରିକି ଟାଟାଠାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ଆଉ ସେମାନଙ୍କ ଗୋଟାଏ ମାତ୍ର ଆଶା ଓ ଭରସା ଏହି ପାସେଞ୍ଜର ଟ୍ରେନ। ଏହି ପାସେଞ୍ଜର ଟ୍ରେନ୍‌ ଚଳାଚଳ ବନ୍ଦ ହୋଇଥିବାରୁ ହେମଗିର ଷ୍ଟେଶନକୁ ଆସୁଥିବା, ଯାଉଥିବା ସମସ୍ତ ଯାତ୍ରୀ ହଇରାଣ ହେଉଛନ୍ତି। ପାସେଞ୍ଜର ଟ୍ରେନ୍‌ ଚାଲିବା ପର୍ଯ୍ୟନ୍ତ ଏଠାରେ ଏକ ଏକ୍‌ସପ୍ରେସ ଟ୍ରେନ୍‌ ରହଣି କରୁ ବୋଲି ମତପ୍ରକାଶ ପାଇଛି। ତେଣୁ କନିକା ଗ୍ରାମବାସୀଙ୍କ ପକ୍ଷରୁ ସାଉଥ ଇଷ୍ଟ ସେଣ୍ଟ୍ରାଲ ରେଳୱେ ବିଲାସପୁର  ଜୋନର ମହାପ୍ରବନ୍ଧକଙ୍କୁ ତୁରନ୍ତ ଉକ୍ତ ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ କରାଯାଇ ରହଣି ପାଇଁ ଆବେଦନ କରାଯାଇଛି। ୨୩ ତାରିଖ ସୁଦ୍ଧା ରେଳ ବିଭାଗ ବିଚାର ନ କଲେ ଗ୍ରାମବାସୀଙ୍କ ପକ୍ଷରୁ ରେଳରୋକୋ କରିବା ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି। ଏନେଇ ଡିଆରଏମ ବିଲାସପୁର ଡିଭିଜନ, ଏଆରଏ ବ୍ରଜରାଜନଗର, ସ୍ଥାନୀୟ ହେମଗିର ଆଇଆଇସି ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ମଧ୍ୟ ସ୍ମାରକପତ୍ର ଦେଇ ଅବଗତ କରାଯାଇଛି।

All Right Reserved By

ସମ୍ବଲପୁର

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

ନାକଟିଦେଉଳ,୨୫।୩(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର ପାଣିଗ୍ରାହୀପାଲି  ଗ୍ରାମର ଆଡ଼ି ସାହି, ଭୁଲକି, କଞ୍ଚନପୁର, ଗିରିଶ୍ଚନ୍ଦ୍ରପୁର ଓ ଟୁରିବାହାଲରେ ଲୋକେ ଝାଡାବାନ୍ତିର ଆକ୍ରାନ୍ତ ହୋଇଛନ୍ତି। 

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ରାଉରକେଲା ଅଫିସ,୨୫।୩: ସୁନ୍ଦରଗଡ଼ ଲୋକ ସଭା ଏବଂ ଏହା ଅଧୀନ ୭ ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ତାରିଖରେ ଭୋଟଗ୍ରହଣ କରାଯିବ। 

   ଶେଷ ଦିନରେ ୧୯ଜଣ ଦାଖଲ କଲେ ନାମାଙ୍କନ

ଶେଷ ଦିନରେ ୧୯ଜଣ ଦାଖଲ କଲେ ନାମାଙ୍କନ

ନୂଆପଡା ଅଫିସ,୨୫ା୩: ସାଧାରଣ ନିର୍ବାଚନ ସକାଶେ ଗତ ୧୮ତାରିଖଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଥିପାଇଁ ସୋମବାର ଶେଷ ଦିନ ଥିଲା । ଏହି ଦିନ ସୁଦ୍ଧା ଜିଲାରେ ମୋଟ ୧୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

ଖଡିଆଳରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ଖଡିଆଳରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ଖଡିଆଳ,୨୫।୩(ଡି.ଏନ.ଏ.): ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଥିବା ବେଳେ ସୋମବାର ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ ସ୍ବରୂପ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିଥିଲା । 

ମିଳିଲାନି ସରକାରୀ ସହାୟତା : ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି  ସେବତୀଙ୍କ ପରିବାର

ମିଳିଲାନି ସରକାରୀ ସହାୟତା : ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି ସେବତୀଙ୍କ ପରିବାର

କର୍ଲାମୁଣ୍ଡା,୨୫।୩(ଡି.ଏନ.ଏ.):ବାସହୀନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବାସଗୃହ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କଘର ଯୋଜନା କରିଛନ୍ତି । 

ବେଆଇନ ବନ୍ଧୁକ ରଖି ଗିରଫ

ବେଆଇନ ବନ୍ଧୁକ ରଖି ଗିରଫ

ଘଣ୍ଟାପଡା, ୨୫।୩ (ଡି.ଏନ.ଏ):କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅନ୍ତର୍ଗତ ଉମା ଗ୍ରାମରେ ରବିବାର ପୋଲିସ ଚଢାଉ କରି ବେଆଇନ ଭାବେ ବନ୍ଧୁକ ରଖିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। 

ଦାବି ପୂରଣ ହେଲାନି, ଭୋଟ ବର୍ଜନ ନିଷ୍ପତ୍ତି

ଦାବି ପୂରଣ ହେଲାନି, ଭୋଟ ବର୍ଜନ ନିଷ୍ପତ୍ତି

ଜାମଟିକ୍ରା, ୨୫।୩ (ଡି.ଏନ.ଏ): ବରଗଡ ଜିଲା ପଞ୍ଚାୟତିରାଜ ଗ୍ରାମୀଣ ଜଳଯୋଗାଣ ସ୍ବାବଲମ୍ବୀ କାରିଗର ସଂଘର ଏକ ଜରୁରୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି ।

ବିଜେଡି ଟିକେଟ ପୁନର୍ବିଚାର ଦାବିରେ ନିହାର ବେହେରାଙ୍କ ସମର୍ଥକଙ୍କର ରାଜପଥ ଅବରୋଧ

ବିଜେଡି ଟିକେଟ ପୁନର୍ବିଚାର ଦାବିରେ ନିହାର ବେହେରାଙ୍କ ସମର୍ଥକଙ୍କର ରାଜପଥ ଅବରୋଧ

ଲୋଇସିଂହା,୨୫।୩(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଭାବେ ପ୍ରଦୀପ ବେହେରାଙ୍କୁ ଟିକେଟ ଦିଆଯାଇଛି ।

 ନାମାଙ୍କନ ଦାଖଲ କଲେ ସୁରେଶ ପୂଜାରୀ

ନାମାଙ୍କନ ଦାଖଲ କଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ୍‌, ୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

  ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ସୋମବାର ଉଭୟ ବିଜେଡି ଓ ଭାଜପା ପ୍ରାର୍ଥୀ ଜିଲାପାଳଙ୍କ ଅଫିସରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ କଲେ ପ୍ରସନ୍ନ ଆଚାର୍ଯ୍ୟ

ନାମାଙ୍କନ ଦାଖଲ କଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ପାଟଣାଗଡ଼,୨୫।୩(ଡି.ଏନ୍‌.ଏ.):  ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ମଧ୍ୟାହ୍ନ ୧୨ ଟାରେ କନକ ବର୍ଦ୍ଧନ ସିଂଦେଓ ପାଟଣାଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 


Model This Week

ରଶ୍ମି
Why Dharitri