ସମ୍ବଲପୁର

ସଁକଟରେ କିଡ଼୍‌ନୀ ରୁଗୀ: ସରକାରୀ ସାହାଯ୍‌ ଅପେକ୍ଷାରେ ଟୁନୁ

ସଁକଟରେ କିଡ଼୍‌ନୀ ରୁଗୀ:  ସରକାରୀ ସାହାଯ୍‌ ଅପେକ୍ଷାରେ ଟୁନୁ

ଲାଠୋର, ୧୮।୧ (ଡି.ଏନ.ଏ.):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଲାଠୋର vର ବାଗପଡ଼ାର ଟୁନୁ ବାଗ(୪୮)। ପରିବାର କହେଲେ ମାଏକିନା ଟିନି, ଝି ରୂପାମୁଦ୍ରା ଆର ପୁଓ ଦଶରଥକୁଁ ନେଇ ତାକର ସୁଖର ସଁସାର। ସଁପତି କହେଲେ ଏକ୍‌ରେ ଜମି ଆର ଘରବାରି ଟିକେ ଅଛେ। ଜମି ଚାଷ୍‌ କରବାର ସଂଗେ ପର୍‌ହର କାମବୁତା କରି ସେମାନେ ଚଲିଯାଉଥିଲେ। ହେଲେ ଦଏବ ତାକର ସୁଖ ସହି ନାଇଁପାରଲା, ୮ ବଛର ତଲେ ଟୁନୁର କିଡ଼ନୀ ବେମାର ହେଲା। ଯାହା ଗଁଧେପୁଷ୍‌ପେ ଧନ୍‌ ସଁପତି ସଁଚିଥିଲେ ସେଟାକେ ଭଁଜେଇ ଇ ଡାକ୍‌ତରଖାନା ସେ ଡାକ୍‌ତରଖାନା ବୁଲି ଚିକିତ୍ସା କରାଲେ। ହେଲେ ରୋଗ୍‌ ଛାଡ଼ବାର ଜାଗାରେ ଦିନୁ ଦିନ୍‌କେ ବଢ଼ତେଲ ଗଲା। ଏନ୍‌ତାଥି ପରିବାର ଲୋକ୍‌ ସରବ୍‌ହରା ହେଇ ଭଗବାନ ଭରଷାରେ ହାତ୍‌ ଟେକିଦେଇଛନ୍‌। ଇ ବାବ୍‌ଦେ ଖବର ପାଇ ଥାନୀୟ ଧରିତ୍ରୀ ପରତିନିଧି ଭୁବନେଶ୍ୱର ବାରିକ ଟୁନୁ ବାଗକଁର ପରିବାର ଲୁକ୍‌କୁ ଭେଟିଥିଲେ। ପରିବାର ଲୁକ୍‌କର କହେବାର ହିସାବେ ଟୁନୁକେ ୮ ବଛର ତଲେ କିଡ଼ନୀ ରୋଗ୍‌ ହେଇଥିବାର ଜନାପଡ଼ଲା। ଘରେ ଯାହା ଥିଲା ବିକାଭଂଗା କରି ଅନେକ ଡାକ୍‌ତର ଦେଖେଇ ଚିକିତ୍ସା କରାଲେ। ହେଲେ କିଛି ଲାଭ ନାଇଁ ହେଲା। ପରିବାରଟା ଚିକିତ୍ସା ଖରଚରେ ସରବ୍‌ସୁଅଁାତ୍‌ ହେଇଗଲେ। ଏହେଦେ ଘରର ପରିସ୍ଥିତି ଏନ୍‌ତା ଯେ, ଟୁନୁ ମାଏକିନା ପର୍‌ହର ଗରେ କାମ୍‌ବୁତା କରି କୁଟୁମ ପୁଷୁଛନ୍‌। ଟୁନୁର ଦେଖାଶୁନା କରବାକେ ଘରେ ଯେହେଲେ ଝନେ ରହେବାକେ ପଡ଼ୁଛେ। ନିଜର ଲାଗେଲେସରମାନକରନୁ ଧାର ଉଧାର କରି ଉଷୋ ଖାଉଛନ୍‌। ସେଟା ବି ପଏସା କଉଡ଼ ଅଭାବୁ କେନ୍‌ମାସ କେନ୍‌ତା ବଁଦ୍‌ ହେଇଯାଉଛେ। ତିନ ବଛର ତଲେ ଲାଠୋର ଡାକ୍‌ତରଖାନାରୁ କେତେ କରମ୍‌ଚାରୀ ତାକର ଘରକେ ଆସି ପରିସ୍ଥିତି ଦେଖି ଫିମାସ ମାହାଲି ଉଷୋ ଯୁଗେଇ ଦିଆଯିବା ବଲି କହିଥିଲେ। ହେଲେ ଆଏଜ୍‌ତକ୍‌ ମାହାଲିଆ ଉଷୋର ଦେଖା ନାଇଁ ବଲି ପରିବାର ଲୋକ କହିଛନ୍‌। ସରକାରୀ ସାହାଯ୍‌ ବଏଲେ ପରିବାରକେ ଫିମାସ ମିଲୁଥିବାର ୩୫ କେ.ଜି. ଚାଉଲ। ଏତ୍‌କିରେ ଗୁଟେ ପରିବାର ମାସେ ଚଲବାରେ ଭିଡ଼ ହେଉଥିଲା ବେଲେ ଟୁନୁର ଚିକିତ୍ସା  କଥା କିଏ ପଚାରେ। ଇ ନିହାତି ଗରିବ୍‌ ଦୁଖି ପରିବାର ଉପରେ ପରଶାସନ ଦୁରୁଷ୍‌ଟି ଦେଇ ସବୁପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଗାଁବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଲାଠୋର ସ୍ବାସ୍ଥ୍ୟ କେନ୍ଦ୍ର ଅଧ୍‌କାରୀ ଡା.ବିଶ୍ୱଭୂଷଣ ମଲ୍ଲିକକୁଁ ଯୋଗାଯୋଗ କଲାରୁ ଟୁନୁ ବାଗ ଖପ୍ରାଖୋଲ ସିଏଚସିକେ ଯାଇ ଭରତି ହେବାର ବେବସ୍‌ତା କରାଯାଇଛେ। ହେଲେ ସେ ଭରତି ନାଇଁ ହେବାର, ଯେନ୍‌ଥିରଲାଗି ଆମେ କିଛି କରି ନାଇଁ ପାରବାର। ଯେତେ ଜଲ୍‌ଦି ହେବା ଆମେ ତାକର ଚିକିତ୍ସା ଆରମ୍‌ କରବାର ଚେଷ୍‌ଟା କରୁଛୁଁ ବଲି ସେ କହିଥିଲେ।

All Right Reserved By

ସମ୍ବଲପୁର

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

ନାକଟିଦେଉଳ,୨୫।୩(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର ପାଣିଗ୍ରାହୀପାଲି  ଗ୍ରାମର ଆଡ଼ି ସାହି, ଭୁଲକି, କଞ୍ଚନପୁର, ଗିରିଶ୍ଚନ୍ଦ୍ରପୁର ଓ ଟୁରିବାହାଲରେ ଲୋକେ ଝାଡାବାନ୍ତିର ଆକ୍ରାନ୍ତ ହୋଇଛନ୍ତି। 

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ରାଉରକେଲା ଅଫିସ,୨୫।୩: ସୁନ୍ଦରଗଡ଼ ଲୋକ ସଭା ଏବଂ ଏହା ଅଧୀନ ୭ ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ତାରିଖରେ ଭୋଟଗ୍ରହଣ କରାଯିବ। 

   ଶେଷ ଦିନରେ ୧୯ଜଣ ଦାଖଲ କଲେ ନାମାଙ୍କନ

ଶେଷ ଦିନରେ ୧୯ଜଣ ଦାଖଲ କଲେ ନାମାଙ୍କନ

ନୂଆପଡା ଅଫିସ,୨୫ା୩: ସାଧାରଣ ନିର୍ବାଚନ ସକାଶେ ଗତ ୧୮ତାରିଖଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଥିପାଇଁ ସୋମବାର ଶେଷ ଦିନ ଥିଲା । ଏହି ଦିନ ସୁଦ୍ଧା ଜିଲାରେ ମୋଟ ୧୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

ଖଡିଆଳରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ଖଡିଆଳରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ଖଡିଆଳ,୨୫।୩(ଡି.ଏନ.ଏ.): ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଥିବା ବେଳେ ସୋମବାର ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ ସ୍ବରୂପ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିଥିଲା । 

ମିଳିଲାନି ସରକାରୀ ସହାୟତା : ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି  ସେବତୀଙ୍କ ପରିବାର

ମିଳିଲାନି ସରକାରୀ ସହାୟତା : ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି ସେବତୀଙ୍କ ପରିବାର

କର୍ଲାମୁଣ୍ଡା,୨୫।୩(ଡି.ଏନ.ଏ.):ବାସହୀନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବାସଗୃହ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କଘର ଯୋଜନା କରିଛନ୍ତି । 

ବେଆଇନ ବନ୍ଧୁକ ରଖି ଗିରଫ

ବେଆଇନ ବନ୍ଧୁକ ରଖି ଗିରଫ

ଘଣ୍ଟାପଡା, ୨୫।୩ (ଡି.ଏନ.ଏ):କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅନ୍ତର୍ଗତ ଉମା ଗ୍ରାମରେ ରବିବାର ପୋଲିସ ଚଢାଉ କରି ବେଆଇନ ଭାବେ ବନ୍ଧୁକ ରଖିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। 

ଦାବି ପୂରଣ ହେଲାନି, ଭୋଟ ବର୍ଜନ ନିଷ୍ପତ୍ତି

ଦାବି ପୂରଣ ହେଲାନି, ଭୋଟ ବର୍ଜନ ନିଷ୍ପତ୍ତି

ଜାମଟିକ୍ରା, ୨୫।୩ (ଡି.ଏନ.ଏ): ବରଗଡ ଜିଲା ପଞ୍ଚାୟତିରାଜ ଗ୍ରାମୀଣ ଜଳଯୋଗାଣ ସ୍ବାବଲମ୍ବୀ କାରିଗର ସଂଘର ଏକ ଜରୁରୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି ।

ବିଜେଡି ଟିକେଟ ପୁନର୍ବିଚାର ଦାବିରେ ନିହାର ବେହେରାଙ୍କ ସମର୍ଥକଙ୍କର ରାଜପଥ ଅବରୋଧ

ବିଜେଡି ଟିକେଟ ପୁନର୍ବିଚାର ଦାବିରେ ନିହାର ବେହେରାଙ୍କ ସମର୍ଥକଙ୍କର ରାଜପଥ ଅବରୋଧ

ଲୋଇସିଂହା,୨୫।୩(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଭାବେ ପ୍ରଦୀପ ବେହେରାଙ୍କୁ ଟିକେଟ ଦିଆଯାଇଛି ।

 ନାମାଙ୍କନ ଦାଖଲ କଲେ ସୁରେଶ ପୂଜାରୀ

ନାମାଙ୍କନ ଦାଖଲ କଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ୍‌, ୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

  ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ସୋମବାର ଉଭୟ ବିଜେଡି ଓ ଭାଜପା ପ୍ରାର୍ଥୀ ଜିଲାପାଳଙ୍କ ଅଫିସରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ କଲେ ପ୍ରସନ୍ନ ଆଚାର୍ଯ୍ୟ

ନାମାଙ୍କନ ଦାଖଲ କଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ପାଟଣାଗଡ଼,୨୫।୩(ଡି.ଏନ୍‌.ଏ.):  ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ମଧ୍ୟାହ୍ନ ୧୨ ଟାରେ କନକ ବର୍ଦ୍ଧନ ସିଂଦେଓ ପାଟଣାଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 


Model This Week

ରଶ୍ମି
Why Dharitri