ସମ୍ବଲପୁର

କୃଷିର ଉନ୍ନତି ହେଲେ ଅର୍ଥନୈତିକ ପ୍ରଗତି ହେବ

କୃଷିର ଉନ୍ନତି ହେଲେ ଅର୍ଥନୈତିକ ପ୍ରଗତି ହେବ

ବଲାଙ୍ଗୀର ଅଫିସ, ୧୮ା୧: ବଲାଙ୍ଗୀର ଉଠାଜଳସେଚନ ବିଭାଜନ ତରଫରୁ ସ୍ଥାନୀୟ ଟାଉନ ହଲଠାରେ ଗୁରୁବାର ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି।  ଏହି ଅବସରରେ ଅନୁଷ୍ଠିତ ସଭାରେ  ମୁଖ୍ୟଅତିଥିଭାବେ ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ପାଟଯୋଷୀ,  ମୁଖ୍ୟବକ୍ତା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ କୃଷି ବୈଜ୍ଞାନିକ ଆଶିଷ କୁମାର ଦାଶ, ଭୂତତ୍ତ୍ୱବିତ୍‌ ଅନନ୍ତ କୁମାର ଆଚାର୍ଯ୍ୟ, ଜିଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ, ଜିଲା ଉଦ୍ୟାନ ବିଭାଗ ଅଧିକାରୀ କେଶବ ଚନ୍ଦ୍ର ମିଶ୍ର ଯୋଗଦାନ କରିଥିଲେ। ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସ୍ନେହାଶୁଂ କୁମାର ପାଳ ସଭାକାର୍ଯ୍ୟ ପରିଚାଳନା କରିଥିଲେ।  ଏହି ପାଣିପଞ୍ଚାୟତ ପକ୍ଷ ପାଳନ ଅବସରରେ କୃଷି ସୁପରିଚାଳନା ଓ ଜଳର ସୁବିନିଯୋଗ ବିଷୟରେ ଆଲୋଚନା କରାଯାଇଥିଲା ା ଅତିଥିମାନେ ବୈଜ୍ଞାନିକ ପଦ୍ଧତିରେ ଚାଷ ଓ ଜଳ ପରିଚାଳନା କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବଲାଙ୍ଗୀର ଭଳି ମରୁଡି ପ୍ରପୀଡିତ ଜିଲାରେ ଉଠା ଜଳସେଚନ ମାଧ୍ୟମରେ କୃଷିର ଉନ୍ନତି ଓ ଅର୍ଥନୈତିକ ଅଗ୍ରଗତି କରାଯାଇପାରିବ ଓ ଏଦିଗରେ ଉଠା ଜଳସେଚନ ବିଭାଗ ଅନେକାଂଶରେ ସଫଳ ହୋଇଛି ବୋଲି ଅତିଥିମାନେ କହିଥିଲେ ା କୃଷକମାନଙ୍କୁ ସୁପରାମର୍ଶ ଓ କୃଷିବିଭାଗ, ଉଠାଜଳସେଚନ ବିଭାଗ ଓ ବିଜୁଳି ବିଭାଗର ସମନ୍ବୟରେ ଚାଷୀମାନେ ସୁଫଳ ପାଇପାରିବେ ବୋଲି କୁହାଯାଇଥିଲା ା ଏହି ପକ୍ଷ ପାଳନ ପରିପେକ୍ଷୀରେ ପାଣି ପଞ୍ଚାୟତ ମାଧ୍ୟମରେ କୃଷି ଉପତ୍ାଦନ ବୃଦ୍ଧି ଏବଂ ଏକାଭିମୁଖତା କାର୍ଯ୍ୟକ୍ରମ ସମ୍ପାଦନ ବିଷୟରେ ସ୍ଥାନୀୟ ରାମଗୋପାଳ ହିନ୍ଦୀ ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ବକୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ା କୁଶଙ୍ଗ ଗଁାର ଚାଷୀ ପ୍ରତିନିଧି ରବିଚନ୍ଦ୍ର ସାହୁ, ମାୟାବର୍ହା ଗଁାର ପ୍ରତିନିଧି ପ୍ରଫୁଲ ବାରିକ କରିଥିବା ପ୍ରଶ୍ନ ଉପରେ କୃଷି ବିଶେଷଜ୍ଞ ଉତ୍ତର ରଖିଥିଲେ। 

All Right Reserved By

ସମ୍ବଲପୁର

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧ,୨୦।୩(ସ୍ବ.ପ୍ର): ସାରା ରାଜ୍ୟରେ ଟିକେଟ ବଣ୍ଟନ ନେଇ କସରତ ଚାଲିଥିବା ବେଳେ ବୌଦ୍ଧରେ କଂଗ୍ରେସର ଟିକେଟ ବଣ୍ଟନ ନେଇ କର୍ମୀ ଓ ନେତାଙ୍କ ଅସନ୍ତେ।ଷ ବୃଦ୍ଧି ପାଇଛି । 

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

ସୋନପୁର,୨୦।୩(ନି.ପ୍ର.): ସୋନପୁର ଥାନା ଏସ୍‌ କଳାପଥର ଡାକ ପିଅନ ଶତୃଘ୍ନ ଷାଣ୍ଢ(୫୫)ଙ୍କୁ ବୁଧବାର ଭୋର ସମୟରେ କେହି ନିର୍ମମ ଭାବେ ହତ୍ୟା କରିଛନ୍ତି ।   ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । 

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଲୋଇସିଂହା,୨୦।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। 

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ରିଆମାଳ,୨୦।୩ (ଡି.ଏନ.ଏ.): ଦେବଗଡ଼ ଜିଲା ରିଆମାଳ ହାଟ ପଡ଼ିଆଠାରେ ବିଜେଡି ପକ୍ଷରୁ ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ବଡଧରାରେ ଦୋଳ ମହୋତ୍ସବ ଉଦ୍‌ଘାଟିତ

ବଡଧରାରେ ଦୋଳ ମହୋତ୍ସବ ଉଦ୍‌ଘାଟିତ

ଅମ୍ବାଭୋନା, ୨୦।୩ (ଡି.ଏନ.ଏ): ଅମ୍ବାଭୋନା ବ୍ଲକ ଅଧୀନ ବଡଧରା ଗ୍ରାମରେ ଦୋଳ ମହୋତ୍ସବ ଗ୍ରାମର ଗୌନ୍ତିଆ ସୁବାଷ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି । 

ଶିକ୍ଷକ ପଦବୀକୁ ଅନୁମୋଦନ ମିଳୁନି

ଶିକ୍ଷକ ପଦବୀକୁ ଅନୁମୋଦନ ମିଳୁନି

ସମ୍ବଲପୁର,୨୦ା୩ (ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଡକରା ପଞ୍ଚାୟତ ବିରଘାଟ ସ୍କୁଲକୁ ଦେଖିଲେ ଜଣା ପଡିଯିବ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର । 

ନାମାଙ୍କନପତ୍ର ଦାଖଲ କଲା କଂଗ୍ରେସ:  ବିଜେଡି ଟିକେଟର ଖୁସି ମନାଉଛି, ଭାଜପା ଶିବିର ଶୂନଶାନ

ନାମାଙ୍କନପତ୍ର ଦାଖଲ କଲା କଂଗ୍ରେସ: ବିଜେଡି ଟିକେଟର ଖୁସି ମନାଉଛି, ଭାଜପା ଶିବିର ଶୂନଶାନ

ନୂଆପଡା ଅଫିସ,୨୦ା୩: ସାଧାରଣ ନିର୍ବାଚନ ସକାଶେ ଗତ ୧୮ତାରିଖଠାରୁ ନିର୍ବାଚନ ସକାଶେ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ସେହି ଦିନଠାରୁ ନାମାଙ୍କନପତ୍ର ଦାଖଲ ପାଇଁ ଘୋଷଣା କରାଯାଇଥିଲା । 

ଭିଜିଲାନ୍ସ ଜାଲରେ ନର୍ଲା ଆର୍‌ଆଇ, ପିଅନ

ଭିଜିଲାନ୍ସ ଜାଲରେ ନର୍ଲା ଆର୍‌ଆଇ, ପିଅନ

ସେରଗଡ,୨୦।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ଆର୍‌ଆଇ ଓ ପିଅନ ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ  ହାତରେ ଧରାପଡ଼ିଛନ୍ତି ।

ବୌଦ୍ଧରେ କଂଗ୍ରେସ ରାଜନୀତି ଜୋର ଧରିଲା

ବୌଦ୍ଧରେ କଂଗ୍ରେସ ରାଜନୀତି ଜୋର ଧରିଲା

ବୌଦ୍ଧ,୨୦।୩(ସ୍ବ.ପ୍ର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତ ହେଉଥିବାବେଳେ ଏନେଇ ରଣକୌଶଳ ମଧ୍ୟ ଆରମ୍ଭ କରିଛନ୍ତି। କିନ୍ତୁ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କର୍ମୀମାନେ ହତାଶ ହେବା ସହ ବୁଧବାର ସହରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

ଭିଜିଲାନ୍ସ ଜାଲରେ ବ୍ରାହ୍ମଣୀତରଙ୍ଗ ଥାନା ଏସ୍‌ଆଇ

ଭିଜିଲାନ୍ସ ଜାଲରେ ବ୍ରାହ୍ମଣୀତରଙ୍ଗ ଥାନା ଏସ୍‌ଆଇ

ବେଦବ୍ୟାସ,୨୦।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ଅନ୍ତର୍ଗତ ବ୍ରାହ୍ମଣୀତରଙ୍ଗ ଥାନାର ଯୁବ ଏସ୍‌ଆଇ ମଧୁ ପାତ୍ର ବୁଧବାର ଲାଞ୍ଚ ନେଉଥିବା ବଳେ ରାଉରକେଲା ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି।

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୦ା୩: ନିର୍ବାଚନ ବେଳେ ମଦ କିମ୍ବା ଟଙ୍କା ଦେଇ ମତଦାତାଙ୍କୁ କେହି ଯେପରି ପ୍ରଭାବିତ କରି ନ ପାରେ ସେଥିପାଇଁ ପ୍ରଶାସନ ସବୁବେଳେ ନିଘା ରଖିଥାଏ । ତଥାପି ନିର୍ବାଚନ ସମୟରେ ଏସବୁର ବହୁଳ ବ୍ୟବହାର ହେଉଥିବା ଅନେକ ନଜିର ରହିଛି। ହେଲେ ଏଥର ନୂଆପଡା ଜିଲାର ଆଦର୍ଶ ଗ୍ରାମପଞ୍ଚାୟତ ଭାବେ ପରିଗଣିତ ହେଉଥିବା ସାରାବଙ୍ଗ ଗ୍ରାମବାସୀ ନିଜ ତରଫରୁ ଏଥିରେ ରୋକ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା