ଜୀବନଚର୍ଯ୍ୟା |

ଫିଟ୍‌ ରଖୁଥିବା ଫ୍ୟାଟ୍‌ଯୁକ୍ତ ଖାଦ୍ୟ

ଫିଟ୍‌ ରଖୁଥିବା ଫ୍ୟାଟ୍‌ଯୁକ୍ତ ଖାଦ୍ୟ

ଆଜିର  ଯୁଗରେ ମୋଟା ହେବାକୁ କିଏ ବା ଚାହେଁ! ଏଣୁ ଦୈନଦିନ ଜୀବନଚର୍ଯ୍ୟାରେ  ଯେତେ ସମ୍ଭବ ଫ୍ୟାଟ୍‌ ଥିବା ଖାଦ୍ୟ ସାମିଲ ନ କରିବାକୁ ଅନେକେ ଚେଷ୍ଟା କରିଥାନ୍ତି। ମାତ୍ର ଫ୍ୟାଟ୍‌ ଥିବା ଅନେକ ଖାଦ୍ୟପଦାର୍ଥ ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ ବୋଲି ଗବେଷଣା ତଥ୍ୟରୁ ଜାଣିବାକୁ ମିଳିଛି। ଏହା ଆମ ଶରୀରରେ କୋଲେଷ୍ଟରଲ ଓ ଟ୍ରାଇଗ୍ଲିସରାଇଡ୍‌ ଆଦି ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ। କିନ୍ତୁ ଅତ୍ୟଧିକ ଫ୍ୟାଟ୍‌ ଥିବା ଖାଦ୍ୟ ସେବନ  ଦ୍ୱାରା ମେଦ ବହୁଳତା ହେବାର ଆଶଙ୍କା ରହିଛି । ଏପରିସ୍ଥଳେ ଜାଣିରଖନ୍ତୁ ଶରୀରକୁ ଫିଟ୍‌ ରଖୁଥିବା କିଛି ଫ୍ୟାଟ୍‌ଯୁକ୍ତ ଖାଦ୍ୟ ସମ୍ପର୍କରେ...


ଆଭକାଡୋ: 

ଆଭକାଡୋରେ ଫ୍ୟାଟ୍‌ ସହ ଭିଟାନିନ୍‌ ଏ, ଡି ଏବଂ ଇ ଭରପୂର ରହିଥାଏ। । ଏହା ତ୍ୱଚାର କୋମଳତାକୁ ବଜାୟ ରଖିଥାଏ। ତେଣୁ ଏହାର ତେଲକୁ ବହୁ ପ୍ରସାଧନ ସାମଗ୍ରୀରେ ମଧ୍ୟ ବ୍ୟବହାର କରାଯାଇଥାଏ। 


ଡାର୍କ ଚକୋଲେଟ୍‌:


ଡାର୍କ ଚକୋଲେଟ୍‌ ଶରୀର ପାଇଁ ବେଶ୍‌ ଉପକାରୀ। ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହେବା ସହିତ ରକ୍ତଚାପ ମଧ୍ୟ ସନ୍ତୁଳିତ ରହିଥାଏ। ରକ୍ତ ପ୍ରବାହ ଠିକ୍‌ ରହିବା ଯୋଗୁ ହୃଦ୍‌ଜନିତ ରୋଗ ହେବାର ଆଶଙ୍କା କମ୍‌ ହୋଇଥାଏ।


ମାଛ:

ମାଛକୁ ଫ୍ୟାଟ୍‌ଯୁକ୍ତ ଖାଦ୍ୟ ବୋଲି କୁହାଯାଏ। କାରଣ ଏଥିରେ ଓମେଗା-୩ ନାମକ ଫ୍ୟାଟି ଏସିଡ୍‌ ରହିଛି। ସାଲମନ ମାଛ ଶରୀର ପାଇଁ ଖୁବ୍‌ ଲାଭଦାୟକ। 


ଅଲିଭ୍‌ ଅଏଲ:

ଅଲିଭ୍‌ ଅଏଲ ଶରୀର ପାଇଁ ବହୁତ ଭଲ। ଏହାର ଫଳକୁ ସାଲାଡ୍‌ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ । ଯଦି ଏହା ଖାଇବାକୁ ପସନ୍ଦ ନୁହେଁ, ତେବେ ଏହାର ତେଲକୁ ମଧ୍ୟ ରୋଷେଇରେ ବ୍ୟବହାର କରିପାରିବେ। ଅପରପକ୍ଷରେ ଏହି ତେଲ ଶରୀରରେ ଲଗାଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ। 


ନଡ଼ିଆ ତେଲ:

ନଡ଼ିଆ ତେଲ ଏକ ଶକ୍ତିଶାଳୀ ଏନର୍ଜି ବୁଷ୍ଟର। ଏହା ଖାଇବା ମଧ୍ୟ ଶରୀର ପାଇଁ ଖୁବ୍‌ ଲାଭଦାୟକ।  ଏହା ଖାଇବା ଦ୍ୱାରା ମେଦ ବହୁଳତା ମଧ୍ୟ କମ୍‌  ହୋଇଥାଏ। 


ବାଦାମ- ବଟର:

ବାଦାମ, ବଟରରେ ଭରପୂର ମାତ୍ରାରେ ଫ୍ୟାଟ୍‌ ରହିଥିବାକୁ ଏହାକୁ ଅଧିକାଂଶ ଲୋକେ ଖାଇବାକୁ ପସନ୍ଦ କରି ନ ଥାଆନ୍ତି। ମାତ୍ର ଏଥିରେ ହେଲ୍‌ଦି ଫ୍ୟାଟ୍‌ ଅଧିକ ମାତ୍ରାରେ ରହିଥାଏ। ଯାହା କି ଶରୀର ପାଇଁ ଲାଭଦାୟକ। 


ଅଣ୍ଡା:

ଅଣ୍ଡା ଆମ ଶରୀର ପାଇଁ ବହୁ ଉପଯୋଗୀ। ଏଥିରେ ଥିବା ପୁଷ୍ଟିତତ୍ତ୍ୱ ଶରୀର ପାଇଁ ଆବଶ୍ୟକ। ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏଥିରେ ରହିଥିବା ଫ୍ୟାଟ୍‌ ଆମ ଶରୀରକୁ ଫିଟ୍‌ ରଖିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ତ କୁହାଯାଏ ‘ସଣ୍ଡେ ହୋ ୟା ମଣ୍ଡେ ରୋଜ୍‌ ଖାଓ ଅଣ୍ଡେ’।  



All Right Reserved By

ଜୀବନଚର୍ଯ୍ୟା |

ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରେ ଏହି ପାଣି...

ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରେ ଏହି ପାଣି...

ସକାଳେ ଗୁଡ଼ପାଣି ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଏହାକୁ ପିଇଲେ ଫୁସ୍‌ଫୁସ୍‌ର କାର୍ଯ୍ୟ ସ୍ବାଭାବିକ ହୋଇଥାଏ। ବାୟୁ ପ୍ରଦୂଷଣରେ ଏହା ଶରୀର ପାଇଁ ଏକ ସୁରକ୍ଷା ବଳୟ ସୃଷ୍ଟି କରିଥାଏ। ଏହାଦ୍ୱାରା ପାଚନ କ୍ରିୟା ମଧ୍ୟ ସ୍ବାଭାବିକ ହୋଇଥାଏ।

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ...

ବ୍ୟାୟାମ ସ୍ବାସ୍ଥ୍ୟ ପକ୍ଷେ ହିତକର। ଛୋଟ ପିଲା ପ୍ରତିଦିନ ବ୍ୟାୟାମ କଲେ ସେମାଦଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ବ୍ୟାୟାମ ସିଧାସଳଖ ପ୍ରଭାବ ମସ୍ତିଷ୍କର ହାଇପୋଥାଲାମସ୍‌ ଉପରେ ପଡ଼ିଥାଏ। 

ଡାଇବେଟିସ୍‌ ଉପଚାର ଏବେ ହାତ ପାଆନ୍ତାରେ...

ଡାଇବେଟିସ୍‌ ଉପଚାର ଏବେ ହାତ ପାଆନ୍ତାରେ...

ପ୍ରତିଦିନ ସକାଳେ ଅଧା କପ୍‌ ବିଟ୍‌   ରସ ପିଇଲେ ଅନେକ ଉପକାର ମିଳିଥାଏ।  ବିଟ୍‌ ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ। 

ଖରାଦିନ ପାଇଁ ଉପକାରୀ ‘ପୁଦିନା’

ଖରାଦିନ ପାଇଁ ଉପକାରୀ ‘ପୁଦିନା’

ନିୟମିତ ରୂପେ ଆମେ ଖାଦ୍ୟରେ ପୁଦିନାର ବ୍ୟବହାର କରିଥାଉ। ଏହା ଖାଦ୍ୟର ସ୍ବାଦକୁ ଆହୁରି ବଢ଼ାଇ ଦେଇଥାଏ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ସମେସ୍ତ ପ୍ରାୟ ଜାଣିଥିବେ। 

 ବ୍ରେକଅପ୍‌ ପରେ କରୁଛନ୍ତି କି ପ୍ୟାଚଅପ୍‌..! ଧ୍ୟାନ ଦିଅନ୍ତୁ ଏସବୁ ଉପରେ..

ବ୍ରେକଅପ୍‌ ପରେ କରୁଛନ୍ତି କି ପ୍ୟାଚଅପ୍‌..! ଧ୍ୟାନ ଦିଅନ୍ତୁ ଏସବୁ ଉପରେ..

ପ୍ରେମ ମଣିଷକୁ ଯେତିକି ଖୁସି ଦେଇଥାଏ, ବିଚ୍ଛେଦ ସେତିକି ଯନ୍ତ୍ରଣା ମଧ୍ୟ ଦେଇଥାଏ। ଆପଣ ଦେଖିଥିବେ ଅନେକ ସମୟରେ ପାର୍ଟନରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଯାଏ। 

ଶରୀରରେ ଆଇରନ୍‌ ମାତ୍ରା ଠିକ୍‌ ରଖିବା ଜରୁରୀ, ଜାଣନ୍ତୁ ଖାଇବେ କ’ଣ..

ଶରୀରରେ ଆଇରନ୍‌ ମାତ୍ରା ଠିକ୍‌ ରଖିବା ଜରୁରୀ, ଜାଣନ୍ତୁ ଖାଇବେ କ’ଣ..

ଆଜିକାଲି ଅଧିକାଂଶ ମହିଳା କର୍ମଜୀବୀ। ସେମାନେ ପରିବାର ସହ କର୍ମକ୍ଷେତ୍ରକୁ ମଧ୍ୟ ପ୍ରାଧ୍ୟାନ୍ୟ ଦେଉଛନ୍ତି। ଏସବୁ ମଧ୍ୟରେ ଅନେକେ ନିଜର ଯତ୍ନ ନେବାକୁ ଭୁଲି ଯାଆନ୍ତି। ମାତ୍ର ମହିଳାମାନଙ୍କ ଶରୀରରେ ଆଇରନ୍‌ର ଠିକ୍‌ ମାତ୍ରା ରହିବା ଜରୁରୀ। 

କିଡ୍‌ନୀ ଷ୍ଟୋନ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌...

କିଡ୍‌ନୀ ଷ୍ଟୋନ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌...

ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ୍‌, ଫୋଲେଟ୍‌, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ତତ୍ତ୍ୱ ରହିଥାଏ। 

ହାର୍ଟ ଷ୍ଟ୍ରୋକରୁ ଦୂରେଇ ରହିବାକୁ ଚାହୁଁଛନ୍ତି ; ସପ୍ତାହରେ ୨ ଥର ପିଅନ୍ତୁ ଏହି ଜୁସ୍‌...

ହାର୍ଟ ଷ୍ଟ୍ରୋକରୁ ଦୂରେଇ ରହିବାକୁ ଚାହୁଁଛନ୍ତି ; ସପ୍ତାହରେ ୨ ଥର ପିଅନ୍ତୁ ଏହି ଜୁସ୍‌...

ଖାଦ୍ୟପେୟରେ ଅନିୟମିତତାଯୋଗୁ କେତେକଙ୍କଠାରେ ହାର୍ଟ ଆଟାକ୍‌ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୨-୩ଥର ଡାଳିମ୍ବ ଜୁସ୍‌ ପିଇଲେ ଏହା ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ। 

ହରମୋନସ୍ତର ନିୟନ୍ତ୍ରଣ କରେ ଏହି ପାଣି...

ହରମୋନସ୍ତର ନିୟନ୍ତ୍ରଣ କରେ ଏହି ପାଣି...

ବ୍ୟସ୍ତବହୁଳ ଜୀବନଶୈଳୀରେ କେତେକଙ୍କଠାରେ ହରମୋନ ସମସ୍ୟା ଦେଖାଦେଇଥାଏ। ତେବେ ଏହି ସମସ୍ୟାରୁ ସହଜରେ କେତେକ ଘରୋଇ ଉପଚାର ଦ୍ୱାରା ମୁକ୍ତି ମିଳିଥାଏ।

ଏଲ୍‌ଏଚ୍‌ ଓ  ଏଫ୍‌ଏସ୍‌ଏଚ୍‌ର  ସନ୍ତୁଳିତ ସ୍ତର

ଏଲ୍‌ଏଚ୍‌ ଓ ଏଫ୍‌ଏସ୍‌ଏଚ୍‌ର ସନ୍ତୁଳିତ ସ୍ତର

ଏଫ୍‌ଏସ୍‌ଏଚ୍‌ (ଫଲିକିଲ ଷ୍ଟିମୁଲେଟିଂ ହରମୋନ) ଆସିଷ୍ଟେଟ ରିପ୍ରଡକ୍ଟିଭ ଟେକ୍ନୋଲୋଜି (ଏଆର୍‌ଟି)ରେ ଅଧିକ ବ୍ୟବହାର କରାଯାଇଥାଏ। ଫଲିକ ଷ୍ଟିମୁଲେଟିଂ ହରମୋନ ସହିତ ସିନର୍ଜିରେ ଏଲଏଚ ହରମୋନ ସାଧାରଣ ଫଲିକୁଲାର ବୃଦ୍ଧି ଓ ଓଲୁଭେଶନକୁ ଉତ୍ତେଜିତ କରିଥାଏ। 

ଘରର ମୁଖ୍ୟ ଦ୍ୱାର ଓ ବାସ୍ତୁଶାସ୍ତ୍ର

ଘରର ମୁଖ୍ୟ ଦ୍ୱାର ଓ ବାସ୍ତୁଶାସ୍ତ୍ର

 ସାମ୍ନାରେ କୌଣସି କଣ୍ଟାଜାତୀୟ ବୃକ୍ଷ ଲଗାନ୍ତୁ ନାହିଁ। ଏପରି ଗଛ ବାହାରେ ଲଗାଇବା ଦ୍ୱାରା ସବୁ ପଜିଟିଭ୍‌ ଏନର୍ଜି ବାହାରକୁ ପଳାଏ। ଏହା ସହ କଣ୍ଟାଜାତୀୟ ଫୁଲ କିମ୍ବା ଗଛ ଲଗାଇବା ଦ୍ୱାରା ଘରେ ରହୁଥିବା ସଦସ୍ୟଙ୍କ ମାନସିକ ସମସ୍ୟା ଦେଖାଯାଇପାରେ। 

କୁଲ୍‌  ଫୁଟ୍‌ଓ୍ବେର

କୁଲ୍‌ ଫୁଟ୍‌ଓ୍ବେର

ଶୀତ ହେଉ କି ଖରା ସବୁ ସିଜନ୍‌ରେ ଝିଅମାନେ ନିଜକୁ  ଅପ୍‌ଡେଟ୍‌ ରଖିବାକୁ ପସନ୍ଦ କରିଥାନ୍ତି। ଏଥିଲାଗି ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାନ୍ତି। ଝିଅମାନଙ୍କ ଆସେସରିଜ୍‌ ମଧ୍ୟରୁ ଫୁଟ୍‌ଓ୍ବେର ଅନ୍ୟତମ, ଯାହା ନିଜର ରଙ୍ଗରୂପ ଓ ଷ୍ଟାଇଲ୍‌ ଦ୍ୱାରା ଆପଣଙ୍କୁ ଷ୍ଟାଇଲିଶ୍‌ କରିଥାଏ। 


Model This Week

କ୍ରିଷ୍ଣା
Why Dharitri