ବ୍ରହ୍ମପୁର

ଉପଜିଲାପାଳଙ୍କ ଏନ୍‌ଏସି ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଉପଜିଲାପାଳଙ୍କ ଏନ୍‌ଏସି ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଗଞ୍ଜାମ,୧୭।୧(ଡି.ଏନ.ଏ.)-ଛତ୍ରପୁର ଉପଜିଲାପାଳ ଦେବବ୍ରତ ସାହୁ ଗୁରୁବାର ଗଞ୍ଜାମ ଏନ୍‌ଏସକୁ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି।  ଟିକସ ଆଦାୟ, ସାନିଟେଶନ, ପ୍ରକଳ୍ପ ନିର୍ମାଣ ଆଦି କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ବିଭିନ୍ନ ୱାର୍ଡରେ ପାଇଖାନା ନିର୍ମାଣ ସରିଥିଲେ ମଧ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା କାହିଁକି ପଠାଯାଇନି ବୋଲି କନିଷ୍ଠ ଯନ୍ତ୍ରୀଙ୍କୁ ଉପଜିଲାପାଳ ସାହୁ ପ୍ରଶ୍ନ କରିଥିଲେ। ୭ ନଂ. ଓ୍ବାର୍ଡର ରାସ୍ତା ଏବଂ ଡ୍ରେନ ଖରାପ ହୋଇଥିବା ବାସିନ୍ଦାମାନେ ଅଭିଯୋଗ କରିଥିଲେ। ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବାକୁ କନିଷ୍ଠ ଯନ୍ତ୍ରୀ ଇଂ. ବିଶ୍ୱରଞ୍ଜନ ଜେନାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମୀକ୍ଷା ବେଳେ ପୋତାଗଡ଼ ମହୋତ୍ସବ କମିଟି ପକ୍ଷରୁ ଫେବୃୟାରୀ ୩ ତାରିଖରେ ପ୍ରଥମ ଥର ପାଇଁ ପୋତାଗଡ଼ ମହୋତ୍ସବ କରାଯିବ ବୋଲି ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଉପଜିଲାପାଳ ସାହୁ ପ୍ରତିଶ୍ରୁତି ଦେଇଛନ୍ତି । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁନିଲ କୁମାର ଟୁଡ଼ୁ, ସହକାରୀ ଯନ୍ତ୍ରୀ ଟି. ଲୋକେଶ, କିରାଣୀ ଲକ୍ଷ୍ମୀ ଚରଣ ପାଢ଼ୀ ପ୍ରମୁଖ ସମୀକ୍ଷା ବେଳେ ଉପସ୍ଥିତ ଥିଲେ । ଉପଜିଲାପାଳ ବ୍ଲକ କାର୍ଯ୍ୟାଳୟ ଯାଇ କାଳିଆ ଯୋଜନାର କମ୍ପ୍ୟୁଟର ଡ଼ାଟା ଏଣ୍ଟ୍ରିଙ୍କ ସହ ଆଲୋଚନା କରିଥିଲେ ।

All Right Reserved By

ବ୍ରହ୍ମପୁର

ମାଓବାଦୀ ଅଞ୍ଚଳରୁ ଗାଡ଼ି ଆଣିଲେ ମାଲିକ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୪ା୪ -କନ୍ଧମାଳ ଜିଲାରେ ନିର୍ବାଚନ ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ସେସବୁ ଅଞ୍ଚଳରେ ନିୟୋଜିତ ଗାଡି ନିର୍ବାଚନ ପରେ ଆସିପାରି ନଥିଲା। 

ଟ୍ରାଫିକ୍‌ ନିୟନ୍ତ୍ରଣକୁ ଧ୍ୟାନ ଦେଉନି ପୋଲିସ 

ବ୍ରହ୍ମପୁର ଅଫିସ,୨୪ା୪-ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଅବଧି ସରି ଆସୁଥିବା ବେଳେ ଲୋକମାନଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ସ୍ଥାନରୁ ଲୋକମାନେ ମା’ଙ୍କ ଅସ୍ଥାୟୀ ପୀଠକୁ ଦର୍ଶନ ପାଇଁ ଆସୁଛନ୍ତି। 

ପୂର୍ବତନ ଆକାଉଣ୍ଟାଣ୍ଟଙ୍କୁ ୨ବର୍ଷ ଜେଲ

ଫୁଲବାଣୀ ଅଫିସ,୨୪ା୪- ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଭଗବାନ ପ୍ରଧାନ ଏକ ଲାଞ୍ଚ ମାମଲାର ବିଚାର କରି ଜଣେ ଆକାଉଣ୍ଟାଣ୍ଟଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। 

ପୋଲିସ ପରିଚୟ ଦେଇ ଯୁବକଙ୍କୁ ଅପହରଣ ଅଭିଯୋଗ 

ଗୋପାଳପୁର, ୨୪ା୪-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଜଣେ  ଯୁବକ ଧାର ଟଙ୍କା ଫେରସ୍ତ ନ କରିବାରୁ ତାଙ୍କ ଭାଇଙ୍କୁ ପୋଲିସ  ପରିଚୟ ଦେଇ ବନ୍ଧୁକ ଦେଖାଇ ଅପହରଣ କରି ନିସ୍ତୁକ ମାଡ଼ ମାରିଥିବା ଗୋଳନ୍ଥରା ଥାନାରେ ମଙ୍ଗଳବାର ରାତି ପ୍ରାୟ ୯ଟାରେ ଅଭିଯୋଗ ହୋଇଛି। ଏ ନେଇ ନଂ. ୧୨୨/୧୯ରେ ମାମଲା ରୁଜୁ କରାଯାଇଛି। 

ଝଡ଼ତୋଫାନ ସହ ବର୍ଷା :  ନିଧିଆପଲ୍ଲୀ-ଗାଲେରି ରାସ୍ତାରେ ପଡ଼ିଲା ଗଛ

ଝଡ଼ତୋଫାନ ସହ ବର୍ଷା : ନିଧିଆପଲ୍ଲୀ-ଗାଲେରି ରାସ୍ତାରେ ପଡ଼ିଲା ଗଛ

ଭଞ୍ଜନଗର,୨୩।୪(ଡି.ଏନ.ଏ)-ଭଞ୍ଜନଗର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। 

ଭଞ୍ଜନଗର ଷ୍ଟ୍ରଙ୍ଗରୁମ୍‌ ଯାଞ୍ଚ କଲେ ଜିଲାପାଳ

ଭଞ୍ଜନଗର ଷ୍ଟ୍ରଙ୍ଗରୁମ୍‌ ଯାଞ୍ଚ କଲେ ଜିଲାପାଳ

ଭଞ୍ଜନଗର,୨୩।୪(ଡି.ଏନ.ଏ)-ଭଞ୍ଜନଗର, ସୋରଡ଼ା ଓ ଆସିକା ନିର୍ବାଚନ ମଣ୍ଡଳୀରେ ଗତ ୧୮ ତାରିଖରେ ମତଦାନ ସରିଛି। ଏହି ୩ ନିର୍ବାଚନ ମଣ୍ଡଳୀର ମୋଟ ୭୨୨ ବୁଥ୍‌ର ଇଭିଏମ୍‌ ଏବଂ ଭିଭିପିଏଟିକୁ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ଷ୍ଟ୍ରଙ୍ଗ୍‌ରୁମରେ ସିଲ କରି ରଖାଯାଇଛି।  

୧୩ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା

୧୩ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା

ପୁରୁଷୋତ୍ତମପୁର,୨୩।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପ୍ରସିଦ୍ଧ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦରୀ ପଞ୍ଚ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ସୋମବାର ରାତିରେ ବଡବଜାର ଠାରେ ଠାରେ ଯାତ୍ରା ଅଧିକାରୀ ରମାକାନ୍ତ ଦାଶଙ୍କ ତତ୍ତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଶୁଣିଲା ନାହିଁ ପ୍ରଶାସନ: ମାଓବାଦୀ ଅଞ୍ଚଳରୁ ଗାଡି ଆଣିଲେ ମାଲିକ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୩।୪- କନ୍ଧମାଳ ଜିଲାରେ ନିର୍ବାଚନ ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ସେସବୁ ଅଞ୍ଚଳରେ ନିୟୋଜିତ ଗାଡି ନିର୍ବାଚନ ପରେ ଆସିପାରି ନଥିଲା। 

ନିଖୋଜ ଜିଆର୍‌ଏସ୍‌ଙ୍କ ପରିବାରକୁ ନ୍ୟାୟ ଦାବିରେ ଧାରଣା

ନିଖୋଜ ଜିଆର୍‌ଏସ୍‌ଙ୍କ ପରିବାରକୁ ନ୍ୟାୟ ଦାବିରେ ଧାରଣା

ଫୁଲବାଣୀ ଅଫିସ, ୨୩।୪-ଚଳିତ ସାଧାରଣ ନିର୍ବାଚନରେ ଜିଆରଏସ୍‌ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଯେପରି ଚାଞ୍ଚଲ୍ୟ ଖେଳାଇ ଦେଇଛି ସେହିପରି ୨୦୧୪ ସାଧାରଣ ନିର୍ବାଚନ କାର୍ଯ୍ୟରେ ଯାଇ ଘରକୁ ଫେରି ନ ଥିବା ଜିଆରଏସ୍‌ ମମତା ନାୟକଙ୍କ ଘଟଣା ମଧ୍ୟ ଜିଲାରେ ଲୋକଙ୍କ ମନରେ ତାଜା ହୋଇ ରହିଛି । 

ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ଆନ୍ଦୋଳନକୁ ପୂରିବ ୧୨ ବର୍ଷ

ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ଆନ୍ଦୋଳନକୁ ପୂରିବ ୧୨ ବର୍ଷ

ବ୍ରହ୍ମପୁର ଅଫିସ,୨୩।୪- ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଜୋରଦାର ଆନ୍ଦୋଳନ ୨୦୦୭ ଡିସେମ୍ବର ମାସରୁ ଆରମ୍ଭ ହୋଇଥିଲା। 

ଅଂଶୁଘାତରୁ ରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରାଯିବ

ଫୁଲବାଣୀ ଅଫିସ, ୨୩।୪-ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଯାତ୍ରୀବାହୀ ଯାନ ଚଳାଚଳ ବନ୍ଦ ରହିବ ।

ଆବର୍ଜନା ଧୂଅଁ।ରେ ଅତିଷ୍ଠ ବ୍ରହ୍ମପୁରବାସୀ

ଆବର୍ଜନା ଧୂଅଁ।ରେ ଅତିଷ୍ଠ ବ୍ରହ୍ମପୁରବାସୀ

ବ୍ରହ୍ମପୁର ଅଫିସ୍‌,୨୩।୪-ସ୍ବଚ୍ଛତା ପାଇଁ ଗୋଟିଏ ପରେ ଗୋଟିଏ ପୁରସ୍କାର ହାତଉଛି ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)। ସହରର ସଫେଇକୁ ନେଇ ପ୍ରଚାର କରାଯାଉଛି। କିନ୍ତୁ ଅନ୍ୟପଟେ ସହରକୁ ପ୍ରଦୂଷିତ କରୁଛି ବିଏମ୍‌ସି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri