ବ୍ରହ୍ମପୁର

ଜାତୀୟ ରାଜପଥରେ ଜଳିଗଲା ଗାଡ଼ି

ଜାତୀୟ ରାଜପଥରେ ଜଳିଗଲା ଗାଡ଼ି

ଛତ୍ରପୁର,୧୭।୧(ଡି.ଏନ୍‌.ଏ.): ଛତ୍ରପୁର ବାଇପାସ୍‌ ଜାତୀୟ ରାଜପଥରେ ବ୍ରହ୍ମପୁରରୁ ନୋଳିଆ ନୂଆଗାଁକୁ ଯାଉଥିବା ଟାଟା ମ୍ୟାଜିକ୍‌ ଗାଡ଼ିରେ ବୁଧବାର ବିଳମ୍ବିତ ରାତିରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଖବର ପାଇ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଯାଇଥିବା ବେଳେ ଗାଡ଼ି ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଯାଇଥିବା ଜଣାପଡ଼ିଛି।

All Right Reserved By

ବ୍ରହ୍ମପୁର

ତାକରଡ଼ାରେ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ

ତାକରଡ଼ାରେ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ

ଶେରଗଡ଼,୧୬।୨(ଡି.ଏନ୍‌.ଏ.) - ଶେରଗଡ଼ ବ୍ଲକ ତାକରଡ଼ା ଗ୍ରାମରେ ଶନିବାର ଗେହ୍ଲାଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗ୍ରାମର ରଘୁନାଥ ମନ୍ଦିର ସମ୍ମୁଖ ଥିବା ଅଙ୍ଗନଓ୍ବାଡି କର୍ମୀ ଘରେ କନ୍ୟା ସନ୍ତାନ ଗତ ଏକ ମାସ ତଳେ ଜନ୍ମ ହୋଇଥିଲା। ଶେରଗଡ଼ ଶିଶୁବିକାଶ ଯୋଜନା କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ଘର ସମ୍ମୁଖରେ ବନ୍ଦାପନା କରାଯାଇଥିଲା। ଏଥିରେ ଗ୍ରାମର  ସମସ୍ତ ଅଙ୍ଗନଓ୍ବାଡି କର୍ମୀ ଓ ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ଶେରଗଡ଼ ସିଡିପିଓ ଚନ୍ଦ୍ରକଳା ସ୍ବାଇଁ ସରପଞ୍ଚ ପ୍ରତିମା କୁମାରୀ ମହାଙ୍କୁଡ, ପ୍ରଦୀପ କୁମାର ମହାଙ୍କୁଡ  ପ୍ରମୁଖ ଉପସ୍ଥିତିରେ ଗେହ୍ଲାଝିଅକୁ ସ୍ବାଗତ କରାଯାଇଥିଲା। 

ଗୁପ୍ତେଶ୍ୱର ମନ୍ଦିରରୁ ଆସବାବପତ୍ର ଚୋରି

ଗୁପ୍ତେଶ୍ୱର ମନ୍ଦିରରୁ ଆସବାବପତ୍ର ଚୋରି

ଦିଗପହଣ୍ଡି,୧୬।୨(ଡି.ଏନ.ଏ.)- ଦିଗପହଣ୍ଡି-ଚିକିଟି ଲେନରେ ଅବସ୍ଥିତ ଗୁପ୍ତେଶ୍ୱର ଶୈବ ମନ୍ଦିରରୁ ଶୁକ୍ରବାର ମଧ୍ୟରାତ୍ରିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ଲୁଟି ନେଇଛନ୍ତି। ଘଟଣା ସମ୍ପର୍କରେ ମନ୍ଦିର କମିଟି ସଭାପତି ବିଚିତ୍ର ପଟ୍ଟନାୟକ ଜାଣିପାରି ଏ ନେଇ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଥାନା ପକ୍ଷରୁ ତଦନ୍ତ ଜାରି ରହିିଛି। ଶୁକ୍ରବାର ମଧ୍ୟରାତ୍ରିରେ ମନ୍ଦିର ପରିସରରେ ରାତ୍ରି ଜଗୁଆଳି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ପଶିଥିଲେ। ମନ୍ଦିର ପରିସରରେ ଥିବା ଚାରୋଟି କୋଠାରି  ତାଲା ଭାଙ୍ଗି ପାଣି ମୋଟର, ବେତାର ଯନ୍ତ୍ର ଓ ପୂଜା ପିତଳ ସାମଗ୍ରୀ ଏହିପରି ଭାବେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଚୋରି କରି ନେଇଛନ୍ତି ।

ପାଚିକା, ସହାୟିକା ସଂଘର ଦାବିପତ୍ର

ପାଚିକା, ସହାୟିକା ସଂଘର ଦାବିପତ୍ର

ପୋଲସରା,୧୬।୨(ଡି.ଏନ.ଏ.)-ପୋଲସରା ବ୍ଲକ ମଧ୍ୟାହ୍ନଭୋଜନ ପାଚିକା ସହାୟକ ସଂଘ ପକ୍ଷରୁ ୧୭ ଦଫା ଦାବି ନେଇ ଶନିବାର ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ସମସ୍ତ କର୍ମକର୍ତ୍ତା ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ନିକଟରୁ ରାଲିରେ ବାହାରି ତହସିଲଦାର କାର୍ଯ୍ୟାଳୟକୁ ଯାଇଥିଲେ । 

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଇକିଆରେ ୨ ମିନିଟ ନୀରବ ପ୍ରାର୍ଥନା

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଇକିଆରେ ୨ ମିନିଟ ନୀରବ ପ୍ରାର୍ଥନା

ରାଇକିଆ,୧୬।୨(ଡି.ଏନ୍‌ଏ.): ଜମ୍ମୁ-କଶ୍ମୀର ପୁଲଓ୍ବାମାଠାରେ ଆତଙ୍କବାଦୀ  ସଂଗଠନ ଦ୍ୱାରା ହୋଇଥିବା ଆକ୍ରମଣରେ ବୀର ଯବାନ ଶହୀଦ ହୋଇଥିଲେ। ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ରାଇକିଆ ବିଜୟ ହାଇସ୍କୁଲଠାରେ ଶନିବାର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । 

କାମରେ ଆସୁନି ଶୁଖୁଆଖଳା, ଜେଟି ଘର: ପୁନରୁଦ୍ଧାର ଦାବି

କାମରେ ଆସୁନି ଶୁଖୁଆଖଳା, ଜେଟି ଘର: ପୁନରୁଦ୍ଧାର ଦାବି

ଗଞ୍ଜାମ,୧୬।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ଋଷିକୁଲ୍ୟା ନଦୀ ତଟରେ ଥିବା ଶୁଖୁଆଖଳା(ଫିଶିଂ ଡ୍ରାଇଙ୍ଗ ୟାର୍ଡ) କାମରେ ଆସୁନାହିଁ। ଖଲ୍ଲିକୋଟ ରେଞ୍ଜ ବନାଞ୍ଚଳ ପକ୍ଷରୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ତଥା ସେହି ଗ୍ରାମର ମତ୍ସ୍ୟଜୀବୀଙ୍କ ସ୍ବାର୍ଥ ଉଦ୍ଦେଶ୍ୟରେ ୨୦୦୯ ମସିହାରେ ୪ ଲକ୍ଷ ଟଙ୍କା ବ୍ୟୟରେ ଉକ୍ତ ଶୁଖୁଆଖଳାକୁ ନିର୍ମାଣ କରାଯାଇଥିଲା।

ପୁଣି ବଦଳିଲେ ପୁରୁଷୋତ୍ତମପୁର ଏସ୍‌ଡିପିଓ, ଯୋଗ ଦେଲେ ନିମାଇଁ ଚରଣ ସେଠୀ

ପୁଣି ବଦଳିଲେ ପୁରୁଷୋତ୍ତମପୁର ଏସ୍‌ଡିପିଓ, ଯୋଗ ଦେଲେ ନିମାଇଁ ଚରଣ ସେଠୀ

ପୁରୁଷୋତ୍ତମପୁର,୧୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍‌ଡିପିଓ ଭାବେ ସିଲଭେରିୟସ୍‌ ଟପୋ ଯୋଗ ଦେବାର ମାସକ ପରେ ତାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୂତନ ଏସ୍‌ଡିପିଓ ଭାବେ ନିମାଇଁ ଚରଣ ସେଠୀ ଯୋଗ ଦେବେ ବୋଲି ଜଣାପଡ଼ିଛି। 

ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମ, ସ୍ପୋଟର୍‌ସ କମ୍ପ୍ଲେକ୍ସ

ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମ, ସ୍ପୋଟର୍‌ସ କମ୍ପ୍ଲେକ୍ସ

ଛତ୍ରପୁର,୧୬ା୨(ଡି.ଏନ.ଏ)-ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପ୍ରକଳ୍ପ ପରିକଳ୍ପନା କରିଛନ୍ତି ା କ୍ରୀଡାର ବିକାଶ ପାଇଁ ଭିତ୍ତିଭୂମି ସୁଦୃୃଢ ହେବା ଆବଶ୍ୟକ । 

କୁର୍ତ୍ତୁମଗଡ଼ରେ ପ୍ରବଳ ବର୍ଷା ସହ କୁଆପଥର ବୃଷ୍ଟି

କୁର୍ତ୍ତୁମଗଡ଼ରେ ପ୍ରବଳ ବର୍ଷା ସହ କୁଆପଥର ବୃଷ୍ଟି

ତୁମୁଡ଼ିବନ୍ଧ, ୧୬ା୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକର କୁର୍ତ୍ତୁମଗଡ଼ରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟାରେ  ପ୍ରବଳ ବର୍ଷା, ପବନ ହେବା ସହ କୁଆପଥର ପଡ଼ିଛି। ଫଳରେ ସେଠାରେ ବହୁ କ୍ଷୟକ୍ଷତି ଘଟିଛି। 

୧୬ ନଂ. ୱାର୍ଡରେ ଅବ୍ୟବସ୍ଥା ନେଇ ଦାବିପତ୍ର

୧୬ ନଂ. ୱାର୍ଡରେ ଅବ୍ୟବସ୍ଥା ନେଇ ଦାବିପତ୍ର

ହିିଞ୍ଜିଳିକାଟୁ,୧୬ା୨(ଡି.ଏନ୍‌.ଏ)-ହିଞ୍ଜିିଳିକାଟୁ ମ୍ୟୁନିସିପାଲିଟିର ୧୬ ନଂ. ୱାର୍ଡରେ ପାନୀୟ ଜଳ, ରାସ୍ତା ଓ ଡ୍ରେନ ସମସ୍ୟା ନେଇ ଅଞ୍ଚଳବାସୀ ଶୁକ୍ରବାର ପୂର୍ବାହ୍ନରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। 

ଫେରାର୍‌ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଗୋପାଳପୁର,୧୬ା୨: ଗୋଳନ୍ଥରା ଥାନାଞ୍ଚଳରେ ଦୁଇଟି ମାମଲାରେ ଫେରାର୍‌ ଥିବା ଅଭିଯୁକ୍ତକୁ ପୋଲିସ ଶୁକ୍ରବାର କୋର୍ଟଚାଲାଣ କରିଛି । ସେ ହେଲେ ବନ୍ଥପଲ୍ଲୀ ଗ୍ରାମର ଅଜିତ ସ୍ବାଇଁ (୨୦) । ଜାନୁୟାରୀ ୧୧ ତାରିଖ ମଧ୍ୟରାତିରେ ଗୋଳନ୍ଥରା ଥାନା କନିଷିରେ ଅଜିତ ଓ ୬ ଜଣ ମିଶି କେସ୍‌ ଭ୍ୟାନ ଭାଙ୍ଗି ଦେଶୀ ବନ୍ଧୁକ ଚୋରି କରିଥିଲେ। 

ଜାତୀୟ ରାଜପଥକୁ ସଂଯୋଗ ରାସ୍ତା ମରଣଯନ୍ତା

ଜାତୀୟ ରାଜପଥକୁ ସଂଯୋଗ ରାସ୍ତା ମରଣଯନ୍ତା

ବ୍ରହ୍ମପୁର ଅଫିସ,୧୬ା୨-ସ୍ଥାନୀୟ ଶିଳ୍ପାଞ୍ଚଳ ଆଙ୍କୁଲି ହରିହର ନଗରରୁ ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଖାଲଖମାରେ ପରିଣତ ହୋଇଛି। ଫଳରେ ଯାନବାହନ ଚଳାଚଳ ବିପଦଜନକ ହୋଇଯାଇଛି।

ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ

ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ

ବ୍ରହ୍ମପୁର ଅଫିସ୍‌,୧୬ା୨-ସ୍ଥାୟୀ ନିଯୁକ୍ତି ଏବଂ ବେତନ ବୃଦ୍ଧି ଦାବିରେ ଓଡ଼ିଶା ଆଉଟ୍‌ସୋର୍ସିଂ କର୍ମଚାରୀ ମହାସଂଘ ତରଫରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।