
ଟୋକିଓ,୧୭।୧: ଜାପାନର ହେନ ନା ବିଶ୍ୱର ପ୍ରଥମ ହୋଟେଲ ଯେଉଁଠି ଲୋକଙ୍କ ସୁବିଧା ପାଇଁ ପ୍ରାୟ ୨୪୩ଟି ରୋବର୍ଟ ରଖା ଯାଇଥିଲା। ସେଥିପାଇଁ ଏହି ହୋଟେଲର ନା ଗିନିଜ ଓ୍ବାଲର୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଥିଲା। ହେଲେ ଗ୍ରାହକଙ୍କ ଅଭିଯୋଗ ପରେ ଏବେ ଏହି ହୋଟେଲର ପ୍ରାୟ ୧୨୩ଟି ରୋବର୍ଟକୁ ହଟାଇ ଦିଆଯାଇଛି। ଲୋକଙ୍କର ଅଭିଯୋଗ ହେଉଛି ରାତିରେ ଶୋଇଥିବା ସମୟରେ ରୋବର୍ଟ ସେମାନଙ୍କ ନିଦ ଭାଙ୍ଗି ଦେଉଛି। ଆହୁରି ମଧ୍ୟ ରିସେପଶନରେ ଯଦି ରୋବର୍ଟ ବସିଛି ତେବେ ସାଧାରଣ ପ୍ରଶ୍ନର ମଧ୍ୟ ଉତ୍ତର ଠିକ୍ ଭାବେ ମିଳିପାରୁ ନାହିଁ। ଏମିତି ଅଭିଯୋଗ ଆସିବା ପରେ ହୋଟେଲ ପକ୍ଷରୁ ଉକ୍ତ ରୋବର୍ଟ ଗୁଡିକୁ ସେବା ଯୋଗାଇବାରୁ ବଞ୍ଚିତ କରାଯାଇଛି।