ଖେଳ |

ଭାରତ ବିପକ୍ଷ ଦିନିକିଆ ସିରିଜ: ନ୍ୟୁଜିଲାଣ୍ଡ ଟିମ୍‌କୁ ଲଥାମ, ଗ୍ରାଣ୍ଡହୋମ୍‌ଙ୍କ ପ୍ରତ୍ୟାବର୍ତ୍ତନ

ଭାରତ ବିପକ୍ଷ ଦିନିକିଆ ସିରିଜ: ନ୍ୟୁଜିଲାଣ୍ଡ ଟିମ୍‌କୁ ଲଥାମ, ଗ୍ରାଣ୍ଡହୋମ୍‌ଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବେଲିଂଟନ, ୧୭।୧(ପି.ଟି.)- ଆସନ୍ତା ସପ୍ତାହରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଏକଦିବସୀୟ ସିରିଜ ଲାଗି ଘରୋଇ ନ୍ୟୁଜିଲାଣ୍ଡ ଦଳ ଗୁରୁବାର ଘୋଷଣା କରାଯାଇଛି। ପାଞ୍ଚ ମ୍ୟାଚ୍‌ବିଶିଷ୍ଟ ଏହି ସିରିଜ ଲାଗି ଟମ୍‌ ଲଥାମ୍‌ ଓ କଲିନ୍‌ ଡି ଗ୍ରାଣ୍ଡହୋମ୍‌ ୧୪ ଜଣିଆ ନ୍ୟୁଜିଲାଣ୍ଡ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ଉଭୟ ଲଥାମ୍‌ ଓ ଗ୍ରାଣ୍ଡହୋମ୍‌ଙ୍କୁ ଶ୍ରୀଲଙ୍କା ବିପକ୍ଷ ନିକଟରେ ଶେଷ ହୋଇଥିବା ଦିନିକିଆ ସିରିଜରୁ ବିଶ୍ରାମ ଦିଆଯାଇଥିଲା। ସେହିଭଳି ଶ୍ରୀଲଙ୍କା ବିପକ୍ଷ ଏକମାତ୍ର ଟି୨୦ ମ୍ୟାଚ୍‌ରୁ ବିଶ୍ରାମ ଦିଆଯାଇଥିବା ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୁଇଦଳ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଜାନୁୟାରୀ ୨୩ରେ ନାପିଅରରେ ଖେଳାଯିବ। ଏହାପରେ ମାଉଣ୍ଟ ମଙ୍ଗାନୁଇରେ ୨ୟ ଓ ୩ ଦିନିକିଆ ଯଥାକ୍ରମେ ୨୬ ଓ ୨୮ରେ ଅନୁଷ୍ଠିତ ହେବ। ସିରିଜର ଅନ୍ତିମ ଦୁଇ ମ୍ୟାଚ୍‌ ହାମିଲଟନ୍‌ ଓ ଓ୍ବେଲିଂଟନରେ ୩୧ ଓ ଫେବୃୟାରୀ ୩ରେ ଖେଳାଯିବ। ଏହାପରେ ଫେବୃୟାରୀ ୬, ୮ ଓ ୧୦ରେ ୩ଟି ଟି୨୦ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟସୂଚୀ ରହିଛି।

ନ୍ୟୁଜିଲାଣ୍ଡ ଦିନିକିଆ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ଟ୍ରେଣ୍ଟ ବୋଲ୍ଟ, ଡଗ୍‌ ବ୍ରାସଓ୍ବେଲ, କଲିନ୍‌ ଡି ଗ୍ରାଣ୍ଡହୋମ୍‌, ଲୋକି ଫର୍ଗୁସନ, ମାର୍ଟିନ ଗୁପ୍‌ଟିଲ, ମ୍ୟାଟ୍‌ ହେନରୀ, ଟମ୍‌ ଲଥାମ, କଲିନ ମୁନ୍‌ରୋ, ହେନରୀ ନିକୋଲାସ, ମିଚେଲ ସାଣ୍ଟନର, ଇଶ୍‌ ସୋଧି, ଟିମ୍‌ ସୌଦୀ ଓ ରସ୍‌ ଟେଲର। 


All Right Reserved By

ଖେଳ |

କୁଲଦୀପଙ୍କ ଆଖିରେର ଲୁହ

କୁଲଦୀପଙ୍କ ଆଖିରେର ଲୁହ

 ଭାରତୀୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା କୁଲଦୀବ ଯାଦବଙ୍କୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ମୋଏନ ଅଲି କନ୍ଦାଇ ଦେଇଛନ୍ତି।

କ୍ରିକେଟରୁ ଦୂରେଇଲେ ଇଂଲଣ୍ଡ ଓପନର ହେଲ୍ସ

କ୍ରିକେଟରୁ ଦୂରେଇଲେ ଇଂଲଣ୍ଡ ଓପନର ହେଲ୍ସ

ଲଣ୍ଡନ,୨୦।୪- ବିଶ୍ୱକପ୍‌ ଲାଗି ଘୋଷିତ ସାମ୍ଭବ୍ୟ ଇଂଲଣ୍ଡ ଦଳରେ ସ୍ଥାନ ପାଇଛନ୍ତି ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ। ହେଲେ ସେ ବ୍ୟକ୍ତିଗତ

ଆଇପିଏଲରୁ ଓହରିଲେ ବଟଲର

ଆଇପିଏଲରୁ ଓହରିଲେ ବଟଲର

ଜୟପୁର,୨୦।୪- ଜସ ବଟଲରଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅଭିଯାନ ଶନିବାର ଶେଷ ହୋଇଛି।

କୋହଲିଙ୍କୁ ମଙ୍କଡିଙ୍ଗ୍‌ ଡର

କୋହଲିଙ୍କୁ ମଙ୍କଡିଙ୍ଗ୍‌ ଡର

କୋଲକାତା,୨୦।୪- ରବିଚନ୍ଦ୍ରନ ଅଶ୍ୱିନ ରାଜସ୍ଥାନ ରୟାଲ୍ସ ଦଳର ଓପନର ଜୋସ ବଟଲରଙ୍କୁ ବିବାଦୀୟ ଢଙ୍ଗରେ ଆଉଟ୍‌ କରିବା ପରେ ଆଇପିଏଲରେ ନନ୍‌ ଷ୍ଟ୍ରାଇକ ଏଣ୍ଡରେ ଥିବା ବ୍ୟାଟ୍ସମ୍ୟାନଙ୍କୁ ମଙ୍କଡିଙ୍ଗ୍‌ ଭୟ ଘାରିଛି। 

ହାର୍ଦ୍ଦିକ, ରାହୁଲଙ୍କୁ ଜରିମାନା

ହାର୍ଦ୍ଦିକ, ରାହୁଲଙ୍କୁ ଜରିମାନା

ମୁମ୍ବାଇ,୨୦।୪- ଟିଭି ଶୋ’ କଫି ଓ୍ବିଥ କରନରେ ମହିଳାଙ୍କ ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେବା ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ଦଣ୍ଡିତ କରାଯାଇଛି। 

ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ସ୍ମିଥ

ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ସ୍ମିଥ

ରାଜସ୍ଥାନ,୨୦।୪- ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାନେଙ୍କୁ ବିଦା କରାଯାଇଛି।

ଗେଲ୍‌ଙ୍କଠାରୁ ଆଗରେ ରସେଲ

ଗେଲ୍‌ଙ୍କଠାରୁ ଆଗରେ ରସେଲ

କୋଲକାତା,୨୦।୪- ଛକା ଲଗାଇବାରେ ୟୁନିଭର୍ସାଲ ବସ ଭାବେ ପରିଚିତ କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ।

କଦାପି ନୋ ବଲ ପକାଇ ନ ଥିବା ବୋଲର

କଦାପି ନୋ ବଲ ପକାଇ ନ ଥିବା ବୋଲର

ଆଧୁନିକ କ୍ରିକେଟରେ ବୋଲରମାନେ ନୋ ବଲ ପକାଇବା ଏକ ସାଧାରଣ କଥା। ହେଲେ ଏମିତି ବହୁ କିମ୍ବଦନ୍ତୀ କ୍ରିକେଟର

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ, ୨୦।୪- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ପ୍ର୍‌ତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଡାନିଲ ମେଡଭେଡେଭ ୬-୩, ୪-୬, ୬-୨ ସେଟ୍‌ରେ ଜୋଭୋଭିଚ୍‌ଙ୍କୁ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ରୁଷିଆର ଡାନିଲଙ୍କୁ ୨ ଘଣ୍ଟା ୨୦ ମିନିଟ୍‌ ସମୟ ଲାଗିଥିଲା। 

ଚର୍ଚ୍ଚାରେ ପ୍ରଜ୍ଞାନ ଓଝାଙ୍କ ଟୁଇଟ୍‌

ଚର୍ଚ୍ଚାରେ ପ୍ରଜ୍ଞାନ ଓଝାଙ୍କ ଟୁଇଟ୍‌

ହାଇଦ୍ରାବାଦ, ୨୦।୪- ଇଂଲଣ୍ଡରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ନିକଟରେ ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। 

ଅଲ ଇଣ୍ଡିଆ ଓପନ୍‌ ଚେସ୍‌: ଶୀର୍ଷରେ ଗୁସେନ

ଅଲ ଇଣ୍ଡିଆ ଓପନ୍‌ ଚେସ୍‌: ଶୀର୍ଷରେ ଗୁସେନ

କଟକ ଅଫିସ,୨୦ା୪- ଟ୍ରିପଲ ସି’ ଚେସ୍‌ କ୍ଲବ ଆନୁକୂଲ୍ୟରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଅଲ ଇଣ୍ଡିଆ ଓପନ ଚେସ୍‌ ଚାମ୍ପିୟନଶିପରେ ଶୁକ୍ରବାର ତୃତୀୟ ଦିବସ ଖେଳ ଶେଷ ହୋଇଛି। ୬ ରାଉଣ୍ଡ ଖେଳ ଶେଷ ସୁଦ୍ଧା ଇଣ୍ଟରନ୍ୟାଶନାଲ ମାଷ୍ଟର (ଆଇଏମ) ଗୁସେନ ହିମାଲ ୫.୫ ପଏଣ୍ଟ ପାଇ ଶୀର୍ଷରେ ରହିଛନ୍ତି। 

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ଲୁଧିଆନା, ୨୦।୪(ପି.ଟି.)-ଭାରତୀୟ ଘରୋଇ ଫୁଟ୍‌ବଲର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲ ରବିବାର ପଞ୍ଜାବ  ଓ ସର୍ଭିସେସ୍‌ ମଧ୍ୟରେ  ହେବ। ଶୁକ୍ରବାର ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଘରୋଇ ପଞ୍ଜାବ ୨-୧ ଗୋଲରେ ଗୋଆକୁ ପରାସ୍ତ କରିଛି। 


Model This Week

କ୍ରିଷ୍ଣା
Why Dharitri