ରାଜ୍ୟ |

ଧାର୍ଯ୍ୟ ଦିବସ ପୂରଣ କରୁନାହିଁ ଓଡ଼ିଶା ବିଧାନସଭା

ଧାର୍ଯ୍ୟ ଦିବସ ପୂରଣ କରୁନାହିଁ ଓଡ଼ିଶା ବିଧାନସଭା

ଭୁବନେଶ୍ୱର, ୧୭ା୧ (ବ୍ୟୁରୋ):ବିଧାନସଭା ଗଣତନ୍ତ୍ରର ମନ୍ଦିର ସଦୃଶ। ଏଠାରେ ହିଁ ରାଜ୍ୟ ପାଇଁ ଶାସନ ଖସଡା ପ୍ରସ୍ତୁତ ହୋଇଥାଏ। ରାଜ୍ୟ ତଥା ଜାତୀୟ ସ୍ବାର୍ଥ ସମ୍ପର୍କିତ ସମସ୍ତ ବିଷୟରେ ବିତର୍କ ହୋଇଥାଏ। ବଜେଟ୍‌ ଉପସ୍ଥାପନଠାରୁ ବିଭିନ୍ନ ପ୍ରଶ୍ନର ଉତ୍ତର  ଅଧିବେଶନରେ ମିଳିଥାଏ। ନିଜ ଅଞ୍ଚଳର ସମସ୍ୟାକୁ  ଉପସ୍ଥାପିତ କରିବା ପାଇଁ ବିଧାୟକଙ୍କୁ ସୁଯୋଗ ମିଳେ। ହେଲେ ଗଣତନ୍ତ୍ର ଯେତିକି ପୁରୁଣା ହେଉଛି, ବିଧାନସଭା ଅଧିବେଶନ ଦିନଗୁଡିକ ସେତିକି ହ୍ରାସ ପାଇବାରେ ଲାଗିଛି। ଏହା ସୂଚନା ଅଧିକାର ଜରିଆରେ ହସ୍ତଗତ ହୋଇଥିବା ତଥ୍ୟରୁ ଜଣାପଡ଼ିଛି। ଏମିତି କି ବିଭିନ୍ନ ଆଳ ଦେଖାଇ ନିର୍ଦ୍ଦିଷ୍ଟ ସମୟସୀମା ପୂର୍ବରୁ ବିଧାନସଭାକୁ ବନ୍ଦ କରି ଦିଆଯାଉଛି, ଯାହାକୁ ନେଇ ପୂର୍ବତନ ବିଧାୟକ, ମନ୍ତ୍ରୀ ଏବଂ ବୁଦ୍ଧିଜୀବୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେତେଜଣ ରାଜନେତା ଶାସକ ଦଳର ଇଚ୍ଛା ଏବଂ ଅଫିସରମାନଙ୍କ ମନମାନିକୁ ଦାୟୀ କରିଛନ୍ତି। 

ଗତ ନଭେମ୍ବର ୧୬ରେ ପଞ୍ଚଦଶ ବିଧାନସଭାର ଶୀତ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନ ଡିସେମ୍ବର ୧୫ ଯାଏ ଚାଲିବା ନେଇ ସ୍ଥିରୀକୃତ ହୋଇଥିଲା। ମୋଟ କାର୍ଯ୍ୟ ଦିବସ ୨୩ ଦିନ ରଖାଯାଇଥିଲେ ମଧ୍ୟ ଏହା ମାତ୍ର ୫ ଦିନ ଚାଲିଥିଲା। କୌଣସି ସରକାରୀ କାର୍ଯ୍ୟ ନ ଥିବାରୁ ବନ୍ଦକୁ ଶାସକ ଦଳ ପକ୍ଷରୁ ଯଥାର୍ଥ ଦର୍ଶାଯାଇଥିଲା। 

 ଏହା ପୂର୍ବ ତଥା ତ୍ରୟୋଦଶ ଅଧିବେଶନରେ ଧାର୍ଯ୍ୟ ହୋଇଥିବା ସମୁଦାୟ ୧୧ ଦିନ ଗୃହ ଚାଲିଥିଲା। କିନ୍ତୁ ଦ୍ୱାଦଶ ଅଧିବେଶନରେ ୩୧ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ୨୬ ଦିନ ବସିଥିଲା। ଧାର୍ଯ୍ୟ ଦିବସର ୫ ଦିନ ପୂର୍ବରୁ ଗୃହକୁ ମୁଲତବୀ କରାଯାଇଥିଲା। ଏହାର ପୂର୍ବ ଅର୍ଥାତ ୧୧ତମ ଅଧିବେଶନକୁ ଅଧାରୁ ବନ୍ଦ କରିଦିଆଯାଇଥିବା ସୂଚନା ଅଧିକାର ତଥ୍ୟରେ ଉଲ୍ଲେଖ କରାଯାଇଛି। ଧାର୍ଯ୍ୟ ହୋଇଥିବା ମୋଟ ୨୬ ଦିନ ମଧ୍ୟରୁ ମାତ୍ର ୧୩ ଦିନ ଗୃହ କାର୍ଯ୍ୟ ଚାଲିଥିଲା। ସେ ସମୟରେ ମଧ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନ ଥିବା ଶାସକ ଦଳ ପକ୍ଷରୁ ଯୁକ୍ତି କରାଯାଇଥିଲା। ସେହିପରି ଦଶମ ଓ ସପ୍ତମ ଅଧିବେଶନ ଧାର୍ଯ୍ୟ ୮ଦିନ ସମ୍ପୂର୍ଣ୍ଣ ଭାବେ ବସିଥିଲାବେଳେ ୯ମ ଅଧିବେଶନ ୨୮ ଦିନରୁ ୨୪ ଏବଂ ଅଷ୍ଟମ ଅଧିବେଶନ ୨୪ ଦିନରୁ ମାତ୍ର ୯ଦିନ ଚାଲିଥିଲା।  ଷଷ୍ଠ ଅଧିବେଶନଟି ୩୧ ଦିନ ମଧ୍ୟରୁ ୨୭ ଦିନ ଚାଲିଥିଲାବେଳେ ପଞ୍ଚମ ଅଧିବେଶନ  ୨୧ ଦିନ ବଦଳରେ ମାତ୍ର ୧୩ ଦିନ ପାଇଁ ବସିଥିଲା। ସେହିପରି ପ୍ରଥମ ଓ ଚତୁର୍ଥ ଅଧିବେଶନ ଯଥାକ୍ରମେ ଧାର୍ଯ୍ୟ ହୋଇଥିବା ସମ୍ପୂର୍ଣ୍ଣ ୨୫  ଏବଂ ୧୧ ଦିନ ବସିଥିଲାବେଳେ ଦ୍ୱିତୀୟ ଅଧିବେଶନ ୨୬ ଦିନରୁ ୧୪ ଦିନ, ତୃତୀୟ ଅଧିବେଶନ ୩୦ ଦିନ ମଧ୍ୟରୁ ୨୮ ଦିନ ବସିଥିଲା।  

ଏନେଇ ସୂଚନା ଆବେଦନକାରୀ ପ୍ରଦୀପ ପ୍ରଧାନ କହିଛନ୍ତି ଯେ, ବିଧାନସଭା କରଦାତାଙ୍କ ଅର୍ଥରେ ଚାଲିଥାଏ। ରାଜ୍ୟର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ଏହା ସର୍ବୋଚ୍ଚ ଫୋରମ୍‌ । ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ନ ହୋଇ ଗୃହ ଅଧାରୁ ବନ୍ଦ ହୋଇଯାଉଛି। ଏହାକୁ ବିରୋଧୀ ଦଳମାନେ ପରୋକ୍ଷରେ ସମର୍ଥନ ଦେଉଥିବା ଲକ୍ଷ୍ୟ କରାଯାଇଛି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଛନ୍ତି ଯେ, ବିଧାନସଭାରେ  ସରକାରଙ୍କୁ ସଭ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେବା ଓ ବିଭିନ୍ନ ପ୍ରସଙ୍ଗରେ ଉତ୍ତରଦାୟୀ ହେବାକୁ ପଡ଼ିଥାଏ। ଏଥିପାଇଁ ଖାଲି ସରକାରଙ୍କୁ ଦୋଷ ଦେଲେ ହେବ ନାହିଁ। ଅନେକ ସମୟରେ ଅମଲାତାନ୍ତ୍ରିକ ହସ୍ତକ୍ଷେପ ହିଁ ଏଥିପାଇଁ ଦାୟୀ। ବିଭିନ୍ନ ପ୍ରସଙ୍ଗରେ ତଥ୍ୟ ଯୋଗାଡ଼ କରିବା, ଉତ୍ତର ପ୍ରସ୍ତୁତ କରିବା ଅଧିକାରୀଙ୍କ କାର୍ଯ୍ୟ ଅଟେ। ଏଥିରୁ ସେମାନଙ୍କ ପାରିବାପଣିଆ ମଧ୍ୟ ଜଣାପଡିଥାଏ, ତେଣୁ ସରକାରୀ ଦଳ-ଅଫିସରଙ୍କ ଆନ୍ତରିକତା ଦ୍ୱାରା ହିଁ ଗୃହ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହୋଇପାରିବ।

All Right Reserved By

ରାଜ୍ୟ |

ପ୍ରସଙ୍ଗ, ପ୍ରାର୍ଥୀଙ୍କୁ ପରଖୁଛନ୍ତି ଭୋଟର

ପ୍ରସଙ୍ଗ, ପ୍ରାର୍ଥୀଙ୍କୁ ପରଖୁଛନ୍ତି ଭୋଟର

ପୁରୀ ଅଫିସ, ୨୦ା୪: ଚର୍ଚ୍ଚାରେ ପୁରୀ ଲୋକ ସଭା ନିର୍ବାଚନମଣ୍ଡଳୀ। ଶ୍ରୀମନ୍ଦିର, ବେଳାଭୂମି, ରତ୍ନଭଣ୍ଡାର, ମହାପ୍ରଭୁଙ୍କ ଅମୃତ ମଣୋହି ଜମି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାଙ୍ଗକୁ ସିଦ୍ଧମହାବୀର ରେଲଓ୍ବେ ଓଭରବ୍ରିଜ୍‌ ନିର୍ମାଣ, ଡ୍ରେନେଜ ଆଦି ନାନା ସମସ୍ୟା ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ। 

ପରମ୍ପରା ଭାଙ୍ଗିପାରନ୍ତି ମତଦାତା

ପରମ୍ପରା ଭାଙ୍ଗିପାରନ୍ତି ମତଦାତା

ଭୁବନେଶ୍ୱର, ୨୦ା୪:  ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଲୋକ ସଭା ଆସନରେ ନିର୍ବାଚନ ହେବ। ଏହାକୁ ନେଇ ସାରା ରାଜ୍ୟରେ ଉତ୍କଣ୍ଠା ରହିଛି। 

ରୋଡ୍‌ ଶୋ’ ସମୟରେ ଦୁର୍ଘଟଣା, ଜଣେ ମୃତ

ରୋଡ୍‌ ଶୋ’ ସମୟରେ ଦୁର୍ଘଟଣା, ଜଣେ ମୃତ

ବ୍ରହ୍ମଗିରି, ୨୦ା୪(ଡି.ଏନ୍‌.ଏ.): ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ ଶୋ’ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। 

ପୁରୀରେ ମୁଖ୍ୟମନ୍ତ୍ରୀ ରୋଡ୍‌ ଶୋ କରି ଭୋଟ ମାଗିଲେ

ପୁରୀରେ ମୁଖ୍ୟମନ୍ତ୍ରୀ ରୋଡ୍‌ ଶୋ କରି ଭୋଟ ମାଗିଲେ

ପୁରୀ ଅଫିସ, ବ୍ରହ୍ମଗିରି, ୨୦ା୪ (ଡି.ଏନ୍‌.ଏ.): ଆସନ୍ତା ୨୩ ତାରିଖରେ ପୁରୀ ଲୋକ ସଭା ଏବଂ ଏହା ଅଧୀନରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ହେବ। ତେଣୁ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସବୁ ରାଜନୈତିକ ଦଳ ବଳ, କୌଶଳ ଲଗାଇ ଦେଇଛନ୍ତି। 

ଚୋରା ବନ୍ଧୁକ ରଖିବା ମାମଲା:  ରଞ୍ଜିତା, ଆଲୋକଙ୍କ ଜାମିନ ଆବେଦନ ଖାରଜ

ଚୋରା ବନ୍ଧୁକ ରଖିବା ମାମଲା: ରଞ୍ଜିତା, ଆଲୋକଙ୍କ ଜାମିନ ଆବେଦନ ଖାରଜ

କଟକ ଅଫିସ,୨୦।୪: ଚୋରା ବନ୍ଧୁକ ରଖି ପୋଲିସ ହାତରେ ଗିରଫ ହୋଇଥିବା ସିଏମ୍‌ସିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ଓ ତାଙ୍କ ସହଯୋଗୀ ଆଲୋକ ପୃଷ୍ଟିଙ୍କ ଜାମିନ ଆବେଦନ ଖାରଜ ହୋଇଛି। 

ସ୍କୁଲ ଛୁଟିକୁ ନେଇ ହାଇକୋର୍ଟରେ ମାମଲା:  ରାଜ୍ୟ ସରକାରଙ୍କୁ ନୋଟିସ

ସ୍କୁଲ ଛୁଟିକୁ ନେଇ ହାଇକୋର୍ଟରେ ମାମଲା: ରାଜ୍ୟ ସରକାରଙ୍କୁ ନୋଟିସ

କଟକ ଅଫିସ,୨୦।୪: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜନିତ ସ୍କୁଲ ଛୁଟି ଘୋଷଣାକୁ ନେଇ ହାଇକୋର୍ଟରେ ଆଡଭୋକେଟ ଶିବନାରାୟଣ ବିଶ୍ୱାଳଙ୍କ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। 

ଭାଜପାର ବିଜୟ ସଂକଳ୍ପ ସମାବେଶ:  କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରୁ ନ ଥିବା ରାଜ୍ୟ ସରକାରଙ୍କୁ ହଟାଅ; ରାଜନାଥ

ଭାଜପାର ବିଜୟ ସଂକଳ୍ପ ସମାବେଶ: କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରୁ ନ ଥିବା ରାଜ୍ୟ ସରକାରଙ୍କୁ ହଟାଅ; ରାଜନାଥ

କଟକ ସଦର, ୨୦।୪ (ଡି.ଏନ୍‌.ଏ.): କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିପାରୁ ନ ଥିବା ରାଜ୍ୟ ସରକାର ଓଡ଼ିଶାର ପ୍ରଗତିରେ ମୁଖ୍ୟ ପ୍ରତିବନ୍ଧକ ସାଜିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ଅପାରଗ ରାଜ୍ୟ ସରକାରକୁ ହଟାଇ ଭାଜପାକୁ କ୍ଷମତାସୀନ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।

ଖସିଲା ପାରଦ, ତାତିରୁ ତ୍ରାହି

ଖସିଲା ପାରଦ, ତାତିରୁ ତ୍ରାହି

ଭୁବନେଶ୍ୱର,୨୦।୪(ବ୍ୟୁରୋ): ଶେଷରେ ତାତିରୁ ତ୍ରାହି ମିଳିଛି। କିଛିଦିନ ହେବ ୪୦ ଡିଗ୍ରୀ ଉପରେ ରହୁଥିବା ରାଜ୍ୟର ଅନେକ ସହରର ତାପମାତ୍ରା ଶୁକ୍ରବାର ହ୍ରାସ ପାଇଛି। ସବୁ ସହରରେ ୪୦ ଡିଗ୍ରୀରୁ କମ୍‌ ତାପମାତ୍ରା ରହିଛି। 

କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମନୋନୀତ

କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମନୋନୀତ

ଭୁବନେଶ୍ୱର,୨୦।୪(ବ୍ୟୁରୋ): କେନେଲ କ୍ଲବ ଅଫ୍‌ ଇଣ୍ଡିଆ(କେସିଆଇ)ର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମହାନ୍ତି ମନୋନୀତ ହୋଇଛନ୍ତି। ସେ ପ୍ରଥମ ଓଡ଼ିଆ ଭାବେ କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ହୋଇଛନ୍ତି। 

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଶ୍ରମିକଙ୍କ ଗଲା ଜୀବନ: ସେସୁ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଶ୍ରମିକଙ୍କ ଗଲା ଜୀବନ: ସେସୁ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ନିରାକାରପୁର,୨୦ା୪(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ବିଦ୍ୟୁତ୍‌ ବିଭାଗ ଅଧୀନ ଲେଣ୍ଡୋ ପଞ୍ଚାୟତ ଭଗବତୀପଡ଼ାଠାରେ ଖୁଣ୍ଟରେ କାମ କରୁଥିବାବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। 

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

ମାଲକାନଗିରି,୨୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଗତ ୪ ଦିନ ହେଲା ବନ ବିଭାଗ (କେନ୍ଦୁପତ୍ର) ଏବଂ କେତେକ ଘରୋଇ ସଂସ୍ଥା ଜିଲାର ବିଭିନ୍ନ ଫଡିରେ କେନ୍ଦୁପତ୍ର ତୋଳାଳିଙ୍କଠାରୁ କେନ୍ଦୁପତ୍ର ଖରିଦ କରିବା ଆରମ୍ଭ କରିଛନ୍ତି। ମାତ୍ର ମାଲକାନଗିରି ସଦର ବ୍ଲକ ଗୋରାଖଣ୍ଟା ପଞ୍ଚାୟତର ୧୧ଟି ଗ୍ରାମର ଗ୍ରାମବାସୀ କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି। 

ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ରାଜଗାଙ୍ଗପୁର, ୨୦।୪ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟୁଣିଆ ଗ୍ରାମପଞ୍ଚାୟତ ଲାଠୁପଡା ଗ୍ରାମରେ ଶୁକ୍ରବାର ବିବାହ ଭୋଜିଖାଇ ୨୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩୦ରୁ ଅଧିକ ଶିଶୁ ଥିବା ଜଣାଯାଇଛି। ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଜଣାପଡିଛି। ଖବରପାଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଦିଲୀପ ଷଡ଼ଙ୍ଗୀ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। 


Model This Week

କ୍ରିଷ୍ଣା
Why Dharitri