ଅନଗୁଳ-ଢେଙ୍କାନାଳ

୭ମ ଜିଲା ମହୋତ୍ସବ ଉଦ୍‌ଯାପିତ: ଅନୁଗୋଳକୁ ଗ୍ରୀନ୍‌ ବେଲ୍ଟ କରିବାକୁ ଆହ୍ବାନ

୭ମ ଜିଲା ମହୋତ୍ସବ ଉଦ୍‌ଯାପିତ: ଅନୁଗୋଳକୁ ଗ୍ରୀନ୍‌ ବେଲ୍ଟ କରିବାକୁ ଆହ୍ବାନ

ଅନୁଗୋଳ ଅଫିସ,୧୭।୧: ଅନୁଗୋଳ ବିକାଶରେ ସମସ୍ତଙ୍କ ହାତ ରହିଛି। ଜିଲାରେ ଶିଳ୍ପର ଅଭିବୃଦ୍ଧି ଘଟିଛି। କିନ୍ତୁ ପ୍ରଦୂଷଣ ରୋକିବାକୁ କିଛି ହୋଇନାହିଁ। ଫଳରେ ଅନୁଗୋଳରେ ତାପମାତ୍ରା ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ଏହା ସାଂଘାତିକ ପରିସ୍ଥିତି ସୃଷ୍ଟି କରିବ ବୋଲି ଅନୁଗୋଳ ଷ୍ଟାଡିୟମ ଠାରେ ଚାଲିଥିବା ସପ୍ତମ ଜିଲା ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇସ୍ପାତ ଓ ଖଣି, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମତବ୍ୟକ୍ତ କରିଛନ୍ତି। ସେ କହିଥିଲେ ଯେ, କେନ୍ଦ୍ର ସରକାର ଓଡ଼ିଶାରୁ ୫ ହଜାର କୋଟି ଟଙ୍କା ଗ୍ରୀନ୍‌ ଟ୍ୟାକ୍ସ ବାବଦକୁ ନେଇଛନ୍ତି। ଖଣି ଅଞ୍ଚଳରୁ ଉକ୍ତ ଟଙ୍କା ଯାଇଥିବାରୁ ତାହା ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଉକ୍ତ ଅର୍ଥରେ ଖଣି ଅଞ୍ଚଳରେ ଗ୍ରୀନ ବେଲ୍ଟ ସୃଷ୍ଟି କରାଯିବ ବୋଲି ଉଲ୍ଲେଖ କରାଯାଇଥିଲେ ବି କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି। ତେଣୁ ଜିଲାରେ ଥିବା ଡିଏମ୍‌ଏଫ୍‌ ଓ ଅନ୍ୟ ପାଣ୍ଠିରେ ଅନୁଗୋଳକୁ ଗ୍ରୀନ ବେଲ୍ଟ କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ କହିଥିଲେ ଯେ, ସଂସ୍କୃତି କେବଳ ନାଚ, ଗୀତ ଓ ସିନେମାରେ ସୀମିତ ନୁହେଁ। ମୁଁ ଆଜି ଯାହା କରୁଛି, ତାହା ଗୋଟିଏ ସଂସ୍କୃତିକୁ ସୃଷ୍ଟି କରୁଛି। ପରବର୍ତ୍ତୀ ସମୟରେ ବା ବହୁ ବର୍ଷ ପରେ ଜନ୍ମ ନେଇଥିବା ଲୋକମାନେ ସଂସ୍କୃତି କ’ଣ ତାହା ଭାବିବେ। କେବଳ କୋଣାର୍କ ଓ ଜଗନ୍ନାଥ ମନ୍ଦିର ଦେଖାଇକି ଜାତିକୁ ଆଗେଇ ନେଇ ହେବ ନାହିଁ। ପରବର୍ତ୍ତୀ ପିଢ଼ିକୁ ଆମେ କ’ଣ ଦେବାକୁ ଚାହୁଁଛୁ ସେ ନେଇ ଆହୁରି ଚିନ୍ତା କରାଯିବା ଆବଶ୍ୟକ। ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ ମହାନ୍ତି ଅନୁଗୋଳରେ ଖଣିଜ ସମ୍ପଦ ଓ ପ୍ରାକୃତିକ ସମ୍ପଦ ଭରି ରହିଥିବା କହିଥିଲେ। ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ କହିଥିଲେ, ଦୁଇ ବର୍ଷ ଅପେକ୍ଷା ଚଳିତବର୍ଷ ମହୋତ୍ସବ ଆୟୋଜନ ବେଶ୍‌ ସୁନ୍ଦର ହୋଇଛି। କାର୍ଯ୍ୟକ୍ର୍ରମରେ ପୌରୋହିତ୍ୟ କରୁଥିବା ଜିଲାପାଳ ଅନିଲ କୁମାର ସାମଲ ଜିଲାର ସଫଳତା ସମ୍ପର୍କରେ ଅବଗତ କରାଇବା ସହ ସଫଳ ଆୟୋଜନ ପାଇଁ ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ହସ୍ତଚାଳିତ ଘାସ ବଛା ଯନ୍ତ୍ର ଉଦ୍ଭାବନ ପାଇଁ ଆଠମଲ୍ଲିକ ବ୍ଲକର ଚାଷୀ ଲମ୍ବୋଦର ବେହେରା, ପ୍ଲାଷ୍ଟିକ ପାଇପ୍‌ ଗୁଡ଼ାଇବା ଯନ୍ତ୍ର ପାଇଁ ବଅଁରପାଳ ବ୍ଲକର ଚାଷୀ ମିଥୁନ ପ୍ରଧାନ, ବଳଦ ଟଣା କାଦୁଅ କରିବା ଯନ୍ତ୍ର ପାଇଁ ଛେଣ୍ଡିପଦା ବ୍ଲକର ଚାଷୀ ବୀରେନ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ଅଭିନବ ଯନ୍ତ୍ରପାତି ସମ୍ମାନରେ ସମ୍ମାନିତ କରାଯାଇ ଥିଲା। ଏହାଛଡ଼ା କବି ଓ ଲେଖକ ସମ୍ମିଳନୀ ଆୟୋଜନ କରିଥିବା ସାହିତ୍ୟ ସଂସଦ ସମ୍ପାଦକ ରାଧାକାନ୍ତ ମହାନ୍ତି, ବାଲୁକା କଳା ପ୍ରଦର୍ଶନ କରିଥିବା ସୁଜିତ ରଣା, ଯୋଗ ଓ ପ୍ରାଣାୟାମ ଶିବିର ଆୟୋଜନ କରିଥିବା ପତଞ୍ଜଳି ଯୋଗ ସମିତିର ଜିଲା ପ୍ରଭାରୀ ଅଭୟ ରାୟ, ମାରୁୱାଡ଼ି, ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏଶନ୍‌, ଡ.ଇନ୍ଦିରା ଦାସ, ଡ.କୁଳମଣି ନାୟକ, ଓରମାସର ନିରୋଦ କୁମାର ଜେନା, ଅଧ୍ୟାପକ ବିରଞ୍ଚତ୍ ନାରାୟଣ ସାମଲ, ସଂସ୍କୃତି ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ ଧନ୍ୟବାଦ ପ୍ରଦାନ କରିଥିଲେ। ଓଲିଉଡ୍‌ ନାଇଟ୍‌ କାର୍ଯ୍ୟକ୍ରମରେ ସିନେ ତାରକା ଅର୍ଚ୍ଚିତା, ବର୍ଣ୍ଣାଳୀ, ସୋନାଲି, ଜାଗୃତି ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା।

All Right Reserved By

ଅନଗୁଳ-ଢେଙ୍କାନାଳ

ମହାଶ୍ୱେତା, ଶ୍ରୀତମଙ୍କ ରୋଡ୍‌ ଶୋ

ମହାଶ୍ୱେତା, ଶ୍ରୀତମଙ୍କ ରୋଡ୍‌ ଶୋ

ପାଲଲହଡ଼ା, ୨୦ା୪(ଡି.ଏନ.ଏ.)- ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ଅଶୋକ ମହାନ୍ତିଙ୍କ ପାଇଁ ଶୁକ୍ରବାର ରୋଡ୍‌ ଶୋ କରିଛନ୍ତି ଓଲିଉଡ କଳାକାର ମହାଶ୍ୱେତା ରାୟ ଓ ଶ୍ରୀତମ ଦାସ।

ଆଜି ଅନୁଗୋଳ ଆସିବେ ମୁଖ୍ୟମନ୍ତ୍ରୀ: ୪ ନିର୍ବାଚନମଣ୍ଡଳୀରେ କରିବେ ମାରାଥନ ପ୍ରଚାର

ଆଜି ଅନୁଗୋଳ ଆସିବେ ମୁଖ୍ୟମନ୍ତ୍ରୀ: ୪ ନିର୍ବାଚନମଣ୍ଡଳୀରେ କରିବେ ମାରାଥନ ପ୍ରଚାର

ଅନୁଗୋଳ ଅଫିସ/ବଇଣ୍ଡା/ଛେଣ୍ଡିପଦା ୨୦।୪ (ଡି.ଏନ୍‌.ଏ/ସ୍ବ.ପ୍ର.)- ନିର୍ବାଚନୀ ପ୍ରଚାର ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁଗୋଳ ଜିଲା ଗସ୍ତରେ ଆସୁଛନ୍ତି।

ନଦୀ ପାର ଦନ୍ତାର ନରସଂହାର

ନଦୀ ପାର ଦନ୍ତାର ନରସଂହାର

ଅନୁଗୋଳ ଜିଲାରେ ଅନେକ ସମୟରେ ହାତୀକୁ ନେଇ ଆତଙ୍କ ଦେଖାଯାଉଛି। କେତେବେଳେ ହାତୀ ଗଁ। ନିକଟକୁ ଆସି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି ତ ପୁଣି କେବେ ସହର ମଧ୍ୟକୁ ପଶି ଭୟର ବାତାବରଣ ଖେଳାଇ ଦେଉଛନ୍ତି। 

ବିଜେଡି, ଭାଜପା ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ବିଜେଡି, ଭାଜପା ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

କାମାକ୍ଷାନଗର, ୨୦।୪(ଡି.ଏନ୍‌.ଏ.)- ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ମଝିରେ  ମାତ୍ର ୩ ଦିନ ଥିବାବେଳେ ପ୍ରାର୍ଥୀମାନେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। 

ନିର୍ବାଚନ ପାଇଁ ରିକ୍ୟୁଜିଶନ ହେଲା ଦୁଇ ଚକିଆ ଯାନ: ଥାନାକୁ ବାଇକ୍‌ ଟାଣି ଆଣିଲା ପୋଲିସ

ନିର୍ବାଚନ ପାଇଁ ରିକ୍ୟୁଜିଶନ ହେଲା ଦୁଇ ଚକିଆ ଯାନ: ଥାନାକୁ ବାଇକ୍‌ ଟାଣି ଆଣିଲା ପୋଲିସ

ଅନୁଗୋଳ ଅଫିସ, ୨୦।୪- ନିର୍ବାଚନ ପାଇଁ ଦୁଇ ଚକିଆ ଯାନ ରିକ୍ୟୁଜିଶନ ଯୋଗୁ ଅନୁଗୋଳ ପୋଲିସ ଲୋକଙ୍କଠାରୁ ବାଇକ୍‌ ସଂଗ୍ରହ କରିଛି। ତେବେ ପୋଲିସ ବିନା ସୂଚନାରେ ହଠାତ୍‌ ଲୋକମାନଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କ ବାଇକ୍‌ ଥାନାକୁ ନେଇଯିବା ପ୍ରଥମେ କିଛି ବୁଝାପଡି ନ ଥିଲା।

ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର: ବିଜେଡି-ଭାଜପା ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା

ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର: ବିଜେଡି-ଭାଜପା ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା

ଢେଙ୍କାନାଳ ଅଫିସ, ୨୦।୪- ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ଢେଙ୍କାନାଳ ଲୋକସଭା କ୍ଷେତ୍ର। ହାଟ୍ରିକ୍‌ ବିଜୟ ସହ ମୋଟ ୪ ଥର ଏମ୍‌ପି ରହିଆସିଥିବା ବରିଷ୍ଠ ବିଜେଡି ନେତା ତଥାଗତ ସତପଥୀ ନିର୍ବାଚନରୁ ନିଜକୁ ଦୂରେଇ ରଖିବା ପରେ ଶାସକ ଦଳକୁ ଏବେ ଘାରିଛି ଗଡ଼ରକ୍ଷା ଚିନ୍ତା।

 କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

ବଇଣ୍ଡା,୧୯।୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ଠାରେ ଶୁକ୍ରବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ଯାତ୍ରା  ଅନୁଷ୍ଠିତ ହୋଇଛି। 

ବିଜେଡିର ମହିଳା ସମାବେଶ

ବିଜେଡିର ମହିଳା ସମାବେଶ

ବଇଣ୍ଡା,୧୯।୪(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧରଡ଼ପାଳ ଓ ଅଙ୍ଗପଡ଼ା ପଞ୍ଚାୟତରେ ଶୁକ୍ରବାର ବିଜେଡିର ନିର୍ବାଚନୀ ମହିଳା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। 

ଦନ୍ତାହାତୀର ତାଣ୍ଡବ:  ତିନି ପରିବାରର ଭାଙ୍ଗିଲା ଘର

ଦନ୍ତାହାତୀର ତାଣ୍ଡବ: ତିନି ପରିବାରର ଭାଙ୍ଗିଲା ଘର

ପରଜଙ୍ଗ,୧୯।୪(ଡି.ଏନ୍‌.ଏ. ):  ଢେଙ୍କାନାଳ ବନଖଣ୍ଡ  ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  ଜଟିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ତାଣ୍ଡବ ଦେଖିବାକୁ ମିଳିଛି।

ବଜ୍ରପାତରେ ୧୩ ବର୍ଷର ବାଳିକା ମୃତ

ବଜ୍ରପାତରେ ୧୩ ବର୍ଷର ବାଳିକା ମୃତ

ଛେଣ୍ଡିପଦା,୧୯।୪(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗ୍ରାମରେ ଶୁକ୍ରବାର ବଜ୍ରପାତରେ ଜଣେ ୧୩ ବର୍ଷର ବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶିଶିର ବାରିକଙ୍କ ଝିଅ ଜିତା(୧୩) ।

୫ ଜଣଙ୍କ ଜୀବନ ନେଲା ଦନ୍ତାହାତୀ

୫ ଜଣଙ୍କ ଜୀବନ ନେଲା ଦନ୍ତାହାତୀ

ତାଳଚେର,୧୯ା୪(ନିି.ପ୍ର): ତାଳଚେର ପୌରାଞ୍ଚଳର ଷଣ୍ଢଗାଁରେ ଗୁରୁବାର ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ୫ ଜଣଙ୍କ ଜୀବନ ଯାଇଛି। ସେମାନେ ହେଲେ କାଳିଆ ସହର, ସୁନୀତା ସେଠ୍‌, ସାରଥି ସହର, ଅନୀତା ସହର ଏବଂ ତାଳଚେର ବ୍ଲକ ସନ୍ଥପଡ଼ା ଗ୍ରାମର ଭ୍ରମରବର ସାମଲ(୭୦)।

ସର୍ଟସର୍କିଟରୁ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

ସର୍ଟସର୍କିଟରୁ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

ଭୁବନ, ୧୯ା୪(ଡି.ଏନ.ଏ) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ପରିବା ମାର୍କେଟରେ ଥିବା ନାରାୟଣ ପୋଥାଳଙ୍କ ଗ୍ରୋସରୀ ଦୋକାନରେ ବିଦ୍ୟୁତ ସର୍ଟସର୍କିଟରୁ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ସବୁ ଜଳି ପାଉଁଶ ହୋଇଯାଇଛି ।


Model This Week

କ୍ରିଷ୍ଣା
Why Dharitri