ବ୍ରହ୍ମପୁର

ଗୋରୁ ବେପାରୀଙ୍କଠାରୁ ଲୁଟ୍‌ ଘଟଣା: ଫୋନ ଟ୍ରାକିଂରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଗୋରୁ ବେପାରୀଙ୍କଠାରୁ ଲୁଟ୍‌ ଘଟଣା:  ଫୋନ ଟ୍ରାକିଂରେ ଧରାପଡ଼ିଲେ ୨ ଅଭିଯୁକ୍ତ

ବୁଗୁଡ଼ା,୧୭ା୧(ଡି.ଏନ.ଏ.)-ବୁଗୁଡ଼ା ଥାନା ଜେକ ଓ ଉଦୟପୁର ମଧ୍ୟରେ ଅନ୍ଧାରି ଶଙ୍ଖରେ ଗତ ୨୭ ତାରିଖରେ ଗୋରୁ ବେପାରୀ ଜି. ବୈରାଗୀଙ୍କୁ ମାଡ଼ମାରି ୧୦ ଲକ୍ଷ ଟଙ୍କା ଲୁଟ ଘଟଣାରେ ବୁଧବାର ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ନୟାଗଡ଼ ସଦର ଥାନା ବାଲୁଗାଁର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋପାଳ ଦଳ ବେହେରା (ବାବୁ), ନୟାଗଡ଼ ସଦର ଥାନା କାଞ୍ଚନବେଲିର ଜଗା ନାୟକ। ତାଙ୍କଠାରୁ ୪ ଲକ୍ଷ ୮ ହଜାର ଟଙ୍କା, ୨ଟି ବାଇକ୍‌ ଓ ୨ଟି ମୋବାଇଲ ଜବତ ହୋଇଛି। ବୈରାଗୀଙ୍କ ଅଭିଯୋଗକ୍ରମେ ନଂ. ୩୧୦/୧୮ରେ ମାମଲା ରୁଜୁ ହୋଇଥିଲା। 

ପ୍ରକାଶ ଯେ, ଜରଡ଼ା ଥାନା ଆମ୍ବଗଁାର ବୈରାଗୀ ଗୋରୁ ମାଲିକଙ୍କୁ  ୧୦ ଲକ୍ଷ ଟଙ୍କା ଦେବା ପାଇଁ ଡିସେମ୍ବର ୨୭ରେ ଗୋଟିଏ ବାଇକ୍‌ରେ ଘରୁ ବାହାରିଥିଲେ। ସେଦିନ ବାବୁ ମଧ୍ୟ ବୈରାଗୀଙ୍କ ସହ ଟଙ୍କା ଧରି ଆସିବା ବିଷୟ କଥାବାର୍ତ୍ତା ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ବାବୁ, ଜଗା ସହ ଜଗାଙ୍କ ଅନ୍ୟ ଦୁଇ ଜଣ ସାଙ୍ଗ ୨ଟି ବାଇକରେ ଆସି ଅନ୍ଧାରିଆ ଶଙ୍ଖ ନିକଟରେ ଥିଲେ। ବୈରାଗୀ ଉକ୍ତ ଶଙ୍ଖ ପାଖରେ ପହଞ୍ଚତ୍ବା ପରେ ଜଗା ଓ ତାଙ୍କର ଦୁଇ ସାଙ୍ଗ ମିଶି ତାଙ୍କୁ  ମାରପିଟ କରି ୧୦ ଲକ୍ଷ ଟଙ୍କା ଲୁଟି ଦଶପଲ୍ଲା ଦେଇ ପଳାଇଥିଲେ। ଅଭିଯୋଗ ପାଇ ବୁଗୁଡ଼ା ପୋଲିସ ଘଟଣାର ତଦନ୍ତ କରିବା ପରେ ଫୋନ ଟ୍ରାକିଂ ଦ୍ୱାରା ଅଭିଯୁକ୍ତଙ୍କୁ ସେମାନଙ୍କ ଗ୍ରାମରେ ବୁଧବାର ସକାଳୁ ଗିରଫ କରିଥିଲେ।  ଏଥିରେ ପୋଲିସ ଏସ୍‌ଆଇ ପ୍ରକାଶ କୁମାର ସାହୁ, ଏସ୍‌ଆଇ କାର୍ତ୍ତିକ ନାୟକ, କନେଷ୍ଟେବଳ କାହ୍ନୁ ରେଡ୍ଡୀ ଓ ଅନିଲ ନାୟକ ସାମିଲ ଥିଲେ। ଅନ୍ୟ ଦୁଇ ଫେରାର୍‌ଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ୍‌ଆଇ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି। 

All Right Reserved By

ବ୍ରହ୍ମପୁର

ମାଓବାଦୀଙ୍କ ଗୁଳିରେ ମୃତ୍ୟୁ ଘଟଣା :ସଂଯୁକ୍ତାଙ୍କ ପରିବାରଙ୍କୁ ଭେଟିଲା ପ୍ରଶାସନ

ମାଓବାଦୀଙ୍କ ଗୁଳିରେ ମୃତ୍ୟୁ ଘଟଣା :ସଂଯୁକ୍ତାଙ୍କ ପରିବାରଙ୍କୁ ଭେଟିଲା ପ୍ରଶାସନ

ଫିରିଙ୍ଗିଆ, ୨୧।୪-ନର୍ବାଚନ କାର୍ଯ୍ୟରେ ଯାଇ ମାଓବାଦୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିବା ପୋଲିଂ ଚେକିଂ ପାର୍ଟିର ମେସେଞ୍ଜର ତଥା ଗ୍ରାମ ରୋଜଗାର ସେବକ(ଜିଆରଏସ) ସଂଯୁକ୍ତା ଦିଗାଲଙ୍କ ପରିବାର ଲୋକଙ୍କୁ ଶନିବାର ଜିଲା ପ୍ରଶାସନ ଭେଟିଛି।କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି, ଫିରିଙ୍ଗିଆ ବିଡିଓ ପ୍ରବୀଣ କୁମାର ବାଣୁଆ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। 

କୈବର୍ତ୍ତ ସମାଜର ଚଇତି ପର୍ବ

କୈବର୍ତ୍ତ ସମାଜର ଚଇତି ପର୍ବ

ବେଗୁନିଆପଡା,୨୧।୪(ଡି.ଏନ୍‌.ଏ.)- ଘୁମୁସର ଦେଶ କୈବର୍ତ୍ତ ସମାଜ ଚଇତିପର୍ବ ଅନୁଷ୍ଠିତ ହୋଇଯାଇଛି। ଚୈତ୍ର ପୂର୍ଣ୍ଣିମାରୁ  ଆରମ୍ଭ ହୋଇ ଏହା ୯ଦିନ ଧରି ଚାଲିବ। ଏଥିରେ ମା’ ମଙ୍ଗଳାଙ୍କ କୁମ୍ଭସହ ୨ଚଇତି ଘୋଡାକୁ ସୁସଜ୍ଜିତ କରି ଗାଁ ଗାଁ ବୁଲି ମା’ଙ୍କ ମହିମା ପ୍ରଚାର କରୁଛନ୍ତି। ବେଗୁନିଆପଡା ବ୍ଲକର ବେଗୁନିଆପଡା ଓ କେ. ବରିଡା ଗ୍ରାମର ମଙ୍ଗଳାଙ୍କ ଯାତ୍ରା ଅନୁଷ୍ଠିତ ହୋଇଛି। ଶେଷଦିନ ମା’ଙ୍କ ପୀଠରେ ବିରାଟ ପର୍ବ ପାଳନ କରାଯାଏ। ଏଥିରେ ହଜାର ହଜାର ଭକ୍ତ ଯୋଗ ଦେଇଥାନ୍ତି। ବେଗୁନିଆପଡାରେ ସଭାପତି ସରୋଜ କୁମାର ମାଝୀ ଓ ଯୋଗେନ୍ଦ୍ର ବେହେରା, କେ. ବରିଡାରେ ଦେବବ୍ରତ ମାଝୀ ଓ ହୀନ ମାଝୀଙ୍କ ନେତୃତ୍ୱରେ ଏହି ପର୍ବ ପାଳନ କରାଯାଉଛି।

ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖଇରଖମା ଚାମ୍ପିୟନ, କୁମାରିପାରି ରନର୍ସଅପ୍‌

ବେଗୁନିଆପଡା,୨୦।୪(ଡି.ଏନ୍‌.ଏ.)- ବେଗୁନିଆପଡା ବ୍ଲକ ଅଙ୍ଗାରଗାଁ ପଞ୍ଚାୟତ ଶଙ୍ଖଭୂମିଠାରେ ଅୟୋଜିତ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚରେ ଖଇରଖମା ଚାମ୍ପିୟନ ହୋଇଥିବାବେଳେ କୁମାରିପାରି ରନର୍ସଅପ୍‌ ଟାଇଟଲ ହାସଲ କରିଛି। 

ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ:  ଖଇରଖମା ଚାମ୍ପିୟନ

ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଖଇରଖମା ଚାମ୍ପିୟନ

ବେଗୁନିଆପଡା,୨୧।୪(ଡି.ଏନ୍‌.ଏ.)- ବେଗୁନିଆପଡା ବ୍ଲକ ଅଙ୍ଗାରଗାଁ ପଞ୍ଚାୟତ ଶଙ୍ଖଭୂମିଠାରେ ଅୟୋଜିତ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚରେ ଖଇରଖମା ଚାମ୍ପିୟନ ହୋଇଥିବାବେଳେ କୁମାରିପାରି ରନର୍ସଅପ୍‌ ଟାଇଟଲ ହାସଲ କରିଛି। 

ଖରାଦିନେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ: ରକ୍ତଦାନ ପାଇଁ ଆହ୍ବାନ

ଖରାଦିନେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ: ରକ୍ତଦାନ ପାଇଁ ଆହ୍ବାନ

ବ୍ରହ୍ମପୁର ଅଫିସ,୨୧।୪: ଖରାଦିନେ ରକ୍ତଦାନ ଶିବିର ଆୟୋଜନ କମ ହେଉଥିବା ଯୋଗୁ ବ୍ରହ୍ମପୁର ବଡ଼ ମେଡିକାଲସ୍ଥିତ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖା ଦେଇଛି।

ନିଖୋଜ ମହିଳାଙ୍କ ମୃତଦେହ ପୁଣେରୁ ଉଦ୍ଧାର, ହତ୍ୟା ସନ୍ଦେହ

ନିଖୋଜ ମହିଳାଙ୍କ ମୃତଦେହ ପୁଣେରୁ ଉଦ୍ଧାର, ହତ୍ୟା ସନ୍ଦେହ

ପାତ୍ରପୁର,୨୧ା୪(ଡି.ଏନ.ଏ.)-ଆନ୍ଧ୍ରପ୍ରଦେଶ ମଞୁଷାଗଡ଼ ମହାଦେଇପୁର ଗ୍ରାମରେ ବିବାହ କରିଥିବା କେ. ନୂଆଗଁା ଫାଣ୍ଡି ବୀରସିଂହଲକ୍ଷ୍ଣୀନାରାୟଣପୁର ଗ୍ରାମର ପୀତାମ୍ବର ପ୍ରଧାନଙ୍କ ଝିଅ ପ୍ରିୟଙ୍କା(୨୦) ଗତ ମାର୍ଚ୍ଚ ୧୧ରେ ଜରଡ଼ା ଥାନା ସାମନ୍ତିଆପଲ୍ଲୀ ଭରତପତି କଲେଜକୁ ପରୀକ୍ଷା ଦେବାକୁ ଆସି ନିଖୋଜ ହୋଇଯାଇଥିଲେ। 

କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସଙ୍ଗ : ଏଡିଏମ୍‌ଙ୍କୁ ଭେଟିଲେ ଛତ୍ରପୁରର ବୁଦ୍ଧିଜୀବୀ

କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସଙ୍ଗ : ଏଡିଏମ୍‌ଙ୍କୁ ଭେଟିଲେ ଛତ୍ରପୁରର ବୁଦ୍ଧିଜୀବୀ

ଛତ୍ରପୁର,୨୧ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇ ପ୍ରଶାସନ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନକୁ ଅବଗତ କରିବାକୁ ଶନିବାର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। 

ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ଫେରାର

ହିଞ୍ଜିଳିକାଟୁ,୨୧ା୪(ଡି.ଏନ୍‌.ଏ.):  ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ନେଇ ହିଞ୍ଜିଳି ଥାନାରେ ଶୁକ୍ରବାର ଅଭିଯୋଗ ହୋଇଛି। 

ଏସ୍‌ଡବ୍ଲ୍ୟୁଏମ୍‌ ପ୍ରକଳ୍ପ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଏସ୍‌ଡବ୍ଲ୍ୟୁଏମ୍‌ ପ୍ରକଳ୍ପ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ,୨୧ା୪-ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନିର୍ମାଣାଧୀନ ଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ(ଏସ୍‌ଡବ୍ଳ୍ୟୁଏମ) କାର୍ଯ୍ୟର ଏକ ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। 

୫ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

୫ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ଜି.ଉଦୟଗିରିି,୨୧ା୪(ଡି.ଏନ.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। 

ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା

ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା

ଆସିକା,୨୦ା୪(ଡି.ଏନ୍‌.ଏ.)- ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା ମେ ୧୨ରେ ଅନୁଷ୍ଠିତ ହେବ।  ଏଥିପାଇଁ ପରମ୍ପରା ମୁତାବକ ଚୈତ୍ର ପୂର୍ଣ୍ଣିମା ଶୁକ୍ରବାରଠାରୁ ଠାକୁରାଣୀଙ୍କ ବିଜେ ପ୍ରତିମାକୁ ବିମାନରେ ସ୍ଥାପନ କରି ବାଦ୍ୟବଜାଣା ସହ ପଟୁଆରରେ ନଗର ପରିକ୍ରମା ଆରମ୍ଭ ହୋଇଛି ା ପରିକ୍ରମାର ପ୍ରଥମ ଦିବସରେ ଖମ୍ବେଶ୍ୱରୀ ପାଟଣା ସାହିର ରାଜେନ୍ଦ୍ର ପାତ୍ରଙ୍କ ବାସଭବନ ସମ୍ମୁଖରେ ଠାକୁରାଣୀଙ୍କୁ ବିଜେ କରାଯାଇ ପୂଜାର୍ଚ୍ଚନା ପରେ ପୁଣି ଠାକୁରାଣୀ ନଗର ପରିକ୍ରମା କରି ମନ୍ଦିରକୁ ଫେରିଥିଲେ ା

Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri