ବ୍ରହ୍ମପୁର

ପାଣି ପଞ୍ଚାୟତ ପକ୍ଷ ପାଳନ: ଦୀପ ଜାଳି ଚାଲିଗଲେ ଜିଲାପାଳ

ପାଣି ପଞ୍ଚାୟତ ପକ୍ଷ ପାଳନ:   ଦୀପ ଜାଳି ଚାଲିଗଲେ ଜିଲାପାଳ

ବ୍ରହ୍ମପୁର ଅଫିସ୍‌,୧୭ା୧-ଆସିକା ରୋଡସ୍ଥିତ ଉଠା ଜଳସେଚନ ବିଭାଜନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଧବାର ବ୍ରହ୍ମପୁର ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଥିଲା।  ଏହି କାର୍ଯ୍ୟକ୍ରମରେ ବିଭାଜନ ଅର୍ନ୍ତଗତ ବିଭିନ୍ନ ଅଞ୍ଚଳର ଚାଷୀମାନେ ଭାଗ ନେଇଥିଲେ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେବାର ରହିଥିଲା। କାର୍ଯ୍ୟକ୍ରମ ସମୟ ରଖାଯାଇଥିଲା ପୂର୍ବାହ୍ନ ୧୧ଟା । ମୁଖ୍ୟଅତିଥି ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯଥା ସମୟରେ ପହଞ୍ଚି ଯାଇଥିଲେ । କିନ୍ତୁ ସମ୍ମାନିତ ଅତିଥି ତଥା ଜିଲାପାଳ କୁଲାଙ୍ଗେ ପହଞ୍ଚି ନ ଥିଲେ। ଏଣୁ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବିଧାୟକ ଡା. ଚ୍ୟାଉପଟ୍ଟନାୟକ ନିଜେ ମଞ୍ଚ ତଳେ ପଡ଼ିଥିବା ଚୌକିରେ ବସି ଜିଲାପାଳ କୁଲାଙ୍ଗେଙ୍କୁ ଅପେକ୍ଷା କରିଥିଲେ । ଜିଲାପାଳ କୁଲାଙ୍ଗେ ପ୍ରାୟ ୧ ଘଣ୍ଟା ବିଳମ୍ବ ଅର୍ଥାତ୍‌ ମଧ୍ୟାହ୍ନ ୧୨ଟାରେ ଆସି ସଭାସ୍ଥଳରେ ପହଞ୍ଚିଲେ । ତାଙ୍କୁ ଦେଖିବା କ୍ଷଣି ବିଭିନ୍ନ ବିଭାଗର ଅଧିକାରୀ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ବିଧାୟକ ଡା. ଚ୍ୟାଉପଟ୍ଟନାୟକ ମଧ୍ୟ ମଞ୍ଚ ଉପରେ ଚଢ଼ିଥିଲେ । ଏହା ପରେ ପ୍ରଦୀପ ପ୍ରଜ୍ଜୋଳନ ପୂର୍ବରୁ କାର୍ଯ୍ୟକ୍ରମ ଉଦ୍‌ଘାଟନ କରାଯାଇଥିଲା । ଜଣକ ପରେ ଜଣେ ଅତିଥି ଏବଂ ଅଧିକାରୀ ପ୍ରଦୀପ ପ୍ରଜ୍ଜୋଳନ କରିଥିଲେ। କାର୍ଯ୍ୟ ସୂଚୀରେ ଜିଲାପାଳ ତଥା ସମ୍ମାନିତ ଅତିଥି କୁଲାଙ୍ଗେ ଥିଲେ ପ୍ରଥମ ବକ୍ତା। ମଞ୍ଚ ସଞ୍ଚାଳନ କରୁଥିବା ଅଧିକାରୀ ଜଣକ ଜିଲାପାଳଙ୍କ ନାମ ଡାକିଲା ବେଳକୁ ସେ ସଭାରୁ ଓହ୍ଲାଇ ପଡ଼ିଥିଲେ। ଗାଡ଼ିରେ ବସି କାର୍ଯ୍ୟକ୍ରମସ୍ଥଳରୁ ଚାଲି ଯାଇଥିଲେ। ଅଧିକାରୀମାନେ ତାଙ୍କ ପଛରେ ଗୋଡ଼ାଇ ଥିଲେ। ପ୍ରଥମବକ୍ତା ହୋଇଥିବା ଯୋଗୁ ଅନ୍ତତଃ ଉପସ୍ଥିତ ଚାଷୀଙ୍କୁ ସରକାରୀ ଯୋଜନା ସମ୍ପର୍କରେ ଜିଲାପାଳ ଦୁଇପଦ କୁହନ୍ତୁ ବୋଲି ଅଧିକାରୀମାନେ ନିବେଦନ କରିଥିଲେ। କିନ୍ତୁ ଜିଲାପାଳ କୁଲାଙ୍ଗେ ଆଦୌ କୌଣସି କଥା ନ ଶୁଣି ସେଠାରୁ ଚାଲି ଯାଇଥିଲେ। 

  ଅନୁଯାୟୀ, ଅନ୍ୟ ଏକ କାର୍ଯ୍ୟକ୍ରମରେ ଜିଲାପାଳ କୁଲାଙ୍ଗେ ଯୋଗ ଦେବାର ଥିଲା । ଏଣୁ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମରେ ମାତ୍ର ପାଞ୍ଚ ମିନିଟ୍‌ ରହି ଚାଲ ଯାଇଥିଲେ। ଏହାକୁ ଉପସ୍ଥିତ ଚାଷୀମାନେ ସହଜରେ ଗ୍ରହଣ କରିପାରି ନ ଥିଲେ। ଚାଷୀମାନେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆସି ପହଞ୍ଚିଥିଲେ। ବିଳମ୍ବ ହେଉଥିଲେ ମଧ୍ୟ ଜିଲାପାଳ ଆସି ନ ଥିବା ଯୋଗୁ ଅଧିକାରୀମାନେ କାର୍ଯ୍ୟକ୍ରମ ଆରମ୍ଭ କରୁ ନ ଥିଲେ । ଏପରିକି ସେଠାରେ ବିଧାୟକ ଡା. ଚ୍ୟାଉପଟ୍ଟନାୟକ ଉପସ୍ଥିତ ଥିଲେ ମଧ୍ୟ ଅଧିକାରୀମାନେ ଜିଲାପାଳଙ୍କୁ ଅପେକ୍ଷା କରିଥିଲେ। ହେଲେ ଜିଲାପାଳ ମାତ୍ର ପାଞ୍ଚ ମିନିଟ୍‌ ପାଇଁ ଆସି, ପୁଣି ଚାଲିଯିବାକୁ ଚାଷୀମାନେ ନାପସନ୍ଦ କରିଛନ୍ତି ।

  କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉଠା ଜଳ ସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯୋକଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଚାଷୀମାନେ ପୂର୍ବରୁ ଜଳସେଚନ ଜନିତ ସମସ୍ୟାର ସମ୍ମୁଖିନ ହେଉଥିଲେ। ପାଣି ପଞ୍ଚାୟତ ମାଧ୍ୟମରେ ଏହି ସମସ୍ୟାକୁ ଅନେକାଂଶରେ ଦୂର କରାଯାଇ ପାରିଛି। ଚାଷୀମାନେ ଏହି ବ୍ୟବସ୍ଥାର ସୁଫଳ ନେବା ପାଇଁ ସେ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ କୃଷି ନିର୍ଦ୍ଦେଶକ ରାମଚନ୍ଦ୍ର ମିଶ୍ର, ସହକାରୀ ଉଦ୍ୟାନକୃଷି ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାତ୍ର, ଓଡ଼ିଶା ଉଠା ଜଳସେଚନ ନିଗମ ଲିମିଟେଡ୍‌ ବ୍ରହ୍ମପୁର ଅଧୀକ୍ଷଣ ଯନ୍ତ୍ରୀ ବିଦ୍ୟା ଭୂଷଣ ନାୟକ ଏବଂ ସାଉଥ୍‌କୋର ଦିଗପହଣ୍ଡି କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡା ଯୋଗ ଦେଇଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । 

ପରେ କୃଷି ଓ ଆନୁସଙ୍ଗିକ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ବୈଷୟିକ ଆଲୋଚନା, ପ୍ରକଳ୍ପ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସମ୍ପର୍କିତ ଆଲୋଚନା ଚକ୍ର ସହ ପାଣି ପଞ୍ଚାୟତ ସମ୍ବନ୍ଧୀୟ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା ।

All Right Reserved By

ବ୍ରହ୍ମପୁର

ଚଣ୍ଡିପୁର ସାହି ବୋମାମାଡ଼ ଘଟଣା: ୪ ଗରିଫ, କୋର୍ଟଚାଲାଣ

ଚଣ୍ଡିପୁର ସାହି ବୋମାମାଡ଼ ଘଟଣା: ୪ ଗରିଫ, କୋର୍ଟଚାଲାଣ

ଗଞ୍ଜାମ,୧୫।୨(ଡି.ଏନ.ଏ.)- ରମ୍ଭା ଥାନା ଚଣ୍ଡିପୁର ସାହି ବୋମାମାଡ଼ ଘଟଣାରେ ପୋଲିସ ଶୁକ୍ରବାର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ପ୍ରଦୀପ ଗୌଡ଼, ବାବୁଲା ଗୌଡ଼ (ରମ୍ଭା ଦାସସାହି), ନାରାୟଣ ସୁବୁଦ୍ଧି (ରମ୍ଭା) ଏବଂ ଯୁଧୀଷ୍ଠିର ବେହେରା (ବାଗଲପୁର)। ଏମାନଙ୍କୁ ବୋମା ତିଆରି ସାମଗ୍ରୀ ଯୋଗାଇ ଥିବା ଅଭିଯୋଗରେ ମଧ୍ୟ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁନା ମହାରଣା ଏବଂ ରଞ୍ଜିତ ପ୍ରଧାନ।

ନିଜୁମା ଘାଟିରେ ଦୁର୍ଘଟଣା: ୪୦ଫୁଟ ତଳକୁ ଖସିପଡିଲା ବାଇକ, ୨ ମୃତ

ନିଜୁମା ଘାଟିରେ ଦୁର୍ଘଟଣା: ୪୦ଫୁଟ ତଳକୁ ଖସିପଡିଲା ବାଇକ, ୨ ମୃତ

ମୋହନା,୧୫।୨(ଡି.ଏନ୍‌.ଏ.)- ମୋହନା ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ନିଜୁମା ଘାଟିରେ ଭାରସାମ୍ୟ ହରାଇ ଏକ ବାଇକ ଗଛରେ ପିଟିହୋଇ ୪୦ଫୁଟ ତଳକୁ ଖସି ପଡିଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗଞ୍ଜାମ ଜିଲା ବଡଗଡ ଥାନା ବଳରାମପୁର ପଞ୍ଚାୟତର ଏ. ବିଜନ ମଣ୍ଡଳ (୨୩) ଓ ମୋହନା ଥାନା ଗୋବିନ୍ଦପୁର ପଞ୍ଚାୟତ ହିଚାଗାନ୍ଧୀ ଗ୍ରାମର ରବି ରଇତ (୨୨)।

ନିର୍ବାଚନୀ ବିଗୁଲ ବଜାଇଲେ ରାମକୃଷ୍ଣ

ନିର୍ବାଚନୀ ବିଗୁଲ ବଜାଇଲେ ରାମକୃଷ୍ଣ

ଶେରଗଡ,୧୫।୨(ଡି.ଏନ୍‌.ଏ.)-ଶେରଗଡସ୍ଥିତ ରାମଚଣ୍ଡୀ କଲ୍ୟାଣ ମଣ୍ଡପରେ ଶୁକ୍ରବାର କଂଗ୍ରେସର ଜୋନ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଜିଲା କଂଗ୍ରେସ ସଭାପତି ଡ. ତ୍ରିନାଥ ବେହେରା ଅଧ୍ୟକ୍ଷତା କରିଥିଲେ। ଜୋନ ସ୍ତରୀୟ କଂଗ୍ରେସ ସଭାପତି ରାମକୃଷ୍ଣ ପଣ୍ଡା ଓ ସୀମାଞ୍ଚଳ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ନିର୍ବାଚନୀ ବୁଗୁଲ ବାଜିଛି।

ଭଞ୍ଜନଗରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭଞ୍ଜନଗରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭଞ୍ଜନଗର,୧୫।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସୋରାଦେବୀ  ମନ୍ଦିର ଗଣ୍ଡିଶୁଳା ରାସ୍ତାରେ ଶୁକ୍ରବାର ସକାଳେ ଏନକାଉଣ୍ଟର ହୋଇଛି। 

ପିକ୍‌ଅପ୍‌ ଧକ୍କାରେ ଶିଶୁକନ୍ୟା ମୃତ: ରାସ୍ତାରୋକୋ

ପିକ୍‌ଅପ୍‌ ଧକ୍କାରେ ଶିଶୁକନ୍ୟା ମୃତ: ରାସ୍ତାରୋକୋ

ଦିଗପହଣ୍ଡି/ପାଟପୁର, ୧୫ା୨(ଡି.ଏନ.ଏ.)- ଦିଗପହଣ୍ଡି-ରାୟଗଡ଼ା ରାଜ୍ୟ ରାଜପଥର ଡ଼େଙ୍ଗାଓସ୍ତା ଗ୍ରାମ ଢ଼ିପସାହି ନିକଟରେ ପିକଅପ୍‌ ଧକ୍କାରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏଲ. ଲିପ୍ସା ଦୋରା(୫)।

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ବ୍ରହ୍ମପୁର ଅଫିସ୍‌,୧୫ା୨- କେହି ନ ଥିବା ସମୟରେ ଘରେ ପଶି ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ବ୍ରହ୍ମପୁର ଏଡିଜେ-୨ ପୋକ୍ସୋ କୋର୍ଟ ଜଜ୍‌ ଦୀପକ କୁମାର ଅଭିଯୁକ୍ତ ପଡୋଶୀ ପ୍ରଶାନ୍ତ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି| 

ଆଜିଠୁ କୁଷ୍ଠମୁକ୍ତ ଗାଁ ଅଭିଯାନ

ଆଜିଠୁ କୁଷ୍ଠମୁକ୍ତ ଗାଁ ଅଭିଯାନ

ଛତ୍ରପୁର,୧୫ା୨(ଡି.ଏନ.ଏ)- ଗଞ୍ଜାମ ଜିଲା ସମାଜ ସୁରକ୍ଷା ବିଭାଗ ପକ୍ଷରୁ ବୁଧବାର ଛତ୍ରପୁରସ୍ଥିତ ସଂସ୍କୃତି ଭବନ ପରିସରରେ ଜିଲାସ୍ତରୀୟ କୁଷ୍ଠ ନିରାକରଣ ପକ୍ଷ ପାଳିତ ହୋଇଯାଇଛି|  

ମଦମୁକ୍ତ ଅଭିଯାନ: ସ୍ପିରିଟ ପୋଡ଼ିଲେ ମହିଳା

ମଦମୁକ୍ତ ଅଭିଯାନ: ସ୍ପିରିଟ ପୋଡ଼ିଲେ ମହିଳା

ବୁଗୁଡ଼ା,୧୫ା୨(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତରେ ଥିବା ୯ ଖଣ୍ଡ ଗ୍ରାମକୁ ମଦମୁକ୍ତ କରିବାକୁ ମହିଳାମାନେ ଅଣ୍ଟା ଭିଡିଛନ୍ତି। ମଦମୁକ୍ତ ପଞ୍ଚାୟତ ଘୋଷଣା ଦାବି ନେଇ ଗୁରୁବାର ଉକ୍ତ ପଞ୍ଚାୟତର ଜନସାଧାରଣ ତଥା ସହସ୍ରାଧିକ ମହିଳା ଏହି ଅଭିଯାନ ଆରମ୍ଭ କରିଛନ୍ତି।

ବିଦ୍ୟୁତ୍‌ ଆଲୁଅରୁ ବଞ୍ଚିତ ଲୁହୁରିବାଲିବାସୀ

ବିଦ୍ୟୁତ୍‌ ଆଲୁଅରୁ ବଞ୍ଚିତ ଲୁହୁରିବାଲିବାସୀ

ଫୁଲବାଣୀ ଅଫିସ, ୧୫ା୨-କନ୍ଧମାଳ ଜିଲା ଫୁଲବାଣୀ ସହରଠାରୁ ମାତ୍ର ଅଳ୍ପ ଦୂର ଗଞ୍ଜୁଗୁଡା ପଞ୍ଚାୟତ ଲୁହୁରୀବାଲି ଗ୍ରାମରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ପହଞ୍ଚି  ପାରିନାହିଁ। ତେଣୁ ଗ୍ରାମର ମହିଳାମାନେ ଏଥିରେ ଅତିଷ୍ଠ ହୋଇ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ଯଥାଶୀଘ୍ର ଗ୍ରାମକୁ ବିଦ୍ୟୁତ୍‌ ଯୋଗାଇ ଦେବାକୁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

ଫିରିଙ୍ଗିଆ ଉଚ୍ଚ ବିଦ୍ୟାଳୟ: ଛାତ୍ରଙ୍କ ମାଡ଼ରେ ଛାତ୍ର ଗୁରୁତର

ଫିରିଙ୍ଗିଆ ଉଚ୍ଚ ବିଦ୍ୟାଳୟ: ଛାତ୍ରଙ୍କ ମାଡ଼ରେ ଛାତ୍ର ଗୁରୁତର

ଫିରିଙ୍ଗିଆ, ୧୫ା୨: ଫିରିଙ୍ଗିଆ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀର କେତେଜଣ ଛାତ୍ରଙ୍କ ମାଡ଼ରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କ ବାପା ଘଟଣାର ତଦନ୍ତ ସହ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

ପୋଖରୀରେ ବୁଡ଼ି ଛାତ୍ର ମୃତ

ପୋଖରୀରେ ବୁଡ଼ି ଛାତ୍ର ମୃତ

ଗଞ୍ଜାମ,୧୪।୨(ଡି.ଏନ.ଏ.)- ରମ୍ଭା ଥାନା ବିଟି ନୂଆଗଁାସ୍ଥିତ ଏକ ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଡିଆଁଡେଇଁ ଗ୍ରାମର ବିରଞ୍ଚତ୍ ଦାସଙ୍କ ପୁଅ ଚିନ୍ମୟ (୮)। ମିଳିଥିବା ତଥ୍ୟ ଅନୁଯାୟୀ ମୃତ ଚିନ୍ମୟ ବିଟି ନୂଆଗାଁ ନିଜ ଅଜା ଇଶ୍ୱର ନାହାକଙ୍କ ଘରେ ରହି ପାଠ ପଢୁଥିଲେ। ବୁଧବାର ସନ୍ଧ୍ୟାରେ ଶୌଚ ପାଇ ଯାଇ ପୋଖରୀକୁ ଖସି ପଡିଥିଲେ। ଘର ଲୋକେ ପୋଖରୀରୁ ତାଙ୍କର ମୃତଦେହ ଉଦ୍ଧାର କରିଥିଲେ।

ଆକ୍ରମଣ ମାମାଲ: ଯୁବକଙ୍କୁ ୭ମାସ ଜେଲ

ଆକ୍ରମଣ ମାମାଲ: ଯୁବକଙ୍କୁ ୭ମାସ ଜେଲ

ଶେରଗଡ,୧୪।୨(ଡି.ଏନ୍‌.ଏ.)- ଶେରଗଡ ମାଜିଷ୍ଟ୍ରେଟ ରେଖାରାଣୀ ନାୟକ ଗୁରୁବାର ଏକ ଆକ୍ରମଣ ମାମଲାର ଶୁଣାଣି କରି ଜଣେ ଅଭିଯୁକ୍ତଙ୍କୁ ୭ମାସ ଜେଲ ଦଣ୍ଡ ଶୁଣାଇଛନ୍ତି। ପ୍ରକାଶ ଯେ, ୨୦୧୭ ଅଗଷ୍ଟ ୧୧ରେ କାଞ୍ଜିଆମାର ଜୟରାମ ପ୍ରଧାନଙ୍କୁ ଗ୍ରାମର ସନ୍ତୋଷ ଜେନା ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏନେଇ ଜୟରାମ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସନ୍ତୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସନ୍ତୋଷ ଜାମିନରେ ମୁକୁଳିଥିଲେ। ୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଶେରଗଡ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନାୟକ ସନ୍ତୋଷଙ୍କୁ ୭ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କୁ ଆସିକା ଜେଲ ହାଜତକୁ ପଠାଇ ଦିଆଯାଇଛି। ପିପି ସରୋଜ କୁମାର ମଲ୍ଲିକ ଓ ରାଧାକୃଷ୍ଣ ଡାକୁଆ ମାମଲା ପରିଚାଳନା କରିଥିଲେ।