ସମ୍ବଲପୁର

ଭତାରୁ ବଁଚିତ ଭିନ୍ନକ୍ଷମ ବୁରୁଧ୍‌ ଫେପଲ

ଭତାରୁ ବଁଚିତ ଭିନ୍ନକ୍ଷମ ବୁରୁଧ୍‌ ଫେପଲ

ଖପ୍ରାଖୋଲ,୧୭।୧(ଡି.ଏନ.ଏ.): ସରକାର ୬୦ ବଛରରୁ ଅଧ୍‌କା ବୁଢ଼ାବୁଢ଼ୀକୁ ସାମାଜିକ ସୁରକ୍ଷା ଯୋଜ୍‌ନାରେ ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ଭିନ୍ନକ୍ଷମ, ବିଧବା ମହିଲାମାନକର ଲାଗି ଭିନେ ଭିନେ ପରକାର ବେବସ୍‌ତା କରିଛନ୍‌। ହେଲେ ଇ ଯୋଜ୍‌ନାରେ ହିତାଧିକାରୀ ବଛାନିଛାରେ ବଡ଼ଭାରି ଗଫଲତି ଲାଗି ହକ୍‌ଦାର ହିତାଧିକାରୀ ଯୋଜ୍‌ନାରୁ ବାଦ୍‌ ପଡ଼ୁଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ ଦେଖବାକେ ମିଲିଛେ ଖପ୍ରାଖୋଲ ବ୍ଲକ ତେଲେନପାଲି ଗାଁର ଫେପଲ ଛତ୍ରିଆ(୬୬)କଁର କ୍ଷେତ୍‌ରରେ। ଫେପଲ ଝନେ ଭିନ୍ନକ୍ଷମ, ଶାରୀରିକ ସ୍ତରରେ ସେ ଅକ୍ଷମ ହେଇଥିଲା ବେଲେ ଜନ୍‌ମୁ କଥା ବି କହି ନାଇଁ ପାରବାର। ହେଲେ ଦୁଖର କଥା ଆଏଜ୍‌ତକ୍‌ ସେ ଭିନ୍ନକ୍ଷମ, ବୁଢ଼ାବୁଢ଼ୀ ଭତା ପାଏବାରୁ ବଁଚିତ ହେଇ ରହିଛନ୍‌। ବହୁତ ଥର ଗାଁରେ ହେଉଥିବାର ପଲ୍ଲିସଭା, ଗ୍ରାମସଭାରେ ନାଁ ଲେଖେଇ, ଫର୍ମ ଭରି ବ୍ଲକକେ ଦେଇଛନ୍‌। ହେଲେ ଆଏଜ୍‌ତକ୍‌ ତାହାକୁ ଭତା ନୁହେ ମିଲେ ବଲି ତାକର ମାଏକିନା ସପୁର ଛତ୍ରିଆ(୬୧) ଅଭିଯୋଗ କରିଛନ୍‌। ଆଧାର କାର୍ଡ ଅନ୍‌ସାରେ ଏହେଦେ ଫେପଲକଁର ବଏସ ୬୬ ବଛର ହେଇଥିଲା ବେଲେ ଭିନ୍ନକ୍ଷମ ଭତା ପାଏବାର ଲାଗି ବଏସର କିଛି ସୀମା ନଁାଇଁନ। ହେଲେ ସେ ଯୋଜ୍‌ନାରୁ ବାଦ୍‌ ପଡ଼ିଛନ୍‌। ଯେନ୍‌ଟା କି ସରକାରକଁର ସାମାଜିକ ସୁରକ୍ଷା ଯୋଜନା ଉପରେ ଗୁଟେ ପ୍ରଶ୍ନବାଚୀ ସୁରୁଷ୍‌ଟି କରୁଛେ। ଇ ବାବ୍‌ଦେ ଖପ୍ରାଖୋଲ ବିଡିଓ ତରଣୀ ସୁନାକୁଁ ପଚରାଲାରୁ ଘଟଣାର ତଦଁତ କରି ପଦକ୍ଷେପ ନିଆଯିବା ବଲି ସେ କହିଛନ୍‌। 

All Right Reserved By

ସମ୍ବଲପୁର

ଶିଶୁକନ୍ୟାଙ୍କୁ ବଳାତ୍କାର ଅଭିଯୋଗ

ଶିଶୁକନ୍ୟାଙ୍କୁ ବଳାତ୍କାର ଅଭିଯୋଗ

ବଲାଙ୍ଗୀର ଅଫିସ, ୨୦ା୪ : ବଲାଙ୍ଗୀର ସଦର ଥାନା ଅଞ୍ଚଳର ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। 

୪୮ ଘଣ୍ଟା ପରେ ବି ରାସ୍ତାରୁ ହଟିଲାନି ଗଛ

୪୮ ଘଣ୍ଟା ପରେ ବି ରାସ୍ତାରୁ ହଟିଲାନି ଗଛ

ଘଣ୍ଟାପଡ଼ା,୨୦ା୪(ଡି.ଏନ୍‌.ଏ.) : ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଗ୍ରାମର ପ୍ରବେଶ ଦ୍ୱାର ନିକଟରେ ଦୁଇଟି ଫାଶୀ ଗଛ ରହିଥିଲା। ଗତ ୧୮ ତାରିଖରେ କାଳବୈଶାଖୀ ହେବାରୁ ଗୋଟିଏ ଗଛ ଭାଙ୍ଗି  ଅଭିମନ୍ୟୁ ମଲିକଙ୍କ ଘର ଉପରେ ପଡ଼ିଥିଲା।

‘ବୁଥ ନାହିଁ ତ ଭୋଟ ନାହିଁ’ : ରସାଲି ଗ୍ରାମବାସୀଙ୍କ ଭୋଟ ବର୍ଜନ

‘ବୁଥ ନାହିଁ ତ ଭୋଟ ନାହିଁ’ : ରସାଲି ଗ୍ରାମବାସୀଙ୍କ ଭୋଟ ବର୍ଜନ

ଭଟଲି,୨୦ା୪(ଡି.ଏନ୍‌.ଏ.): ବୁଥ ନାହିଁ ତ ଭୋଟ ନାହିଁ । ଭୋଟ ଦେବା ଜଣେ ଭାରତୀୟ ନାଗରିକର ମୌଳିକ ଅଧିକାର ହୋଇଥିଲେ ହେଁ ‘ଗାଁରେ ବୁଥ ନ ହେଲେ ଆମେ ଭୋଟ ଦେବୁ ନାହିଁ’ ବୋଲି ଅଡ଼ି ବସିଛନ୍ତି ଭଟଲି ବ୍ଲକ୍‌ ଖରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରସାଳି ଗ୍ରାମବାସୀ ।

ପାଣିଟାଙ୍କି ନିର୍ମାଣ କ୍ୟାମ୍ପରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ୍‌

ପାଣିଟାଙ୍କି ନିର୍ମାଣ କ୍ୟାମ୍ପରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ୍‌

ଭବାନୀପାଟଣା,୨୦।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କୁମ୍ଭାରି ଗାଁରେ ଥିବା ପାଣିଟାଙ୍କି ନିର୍ମାଣ କ୍ୟାମ୍ପରେ ଶନିବାର ଅଗ୍ନିକାଣ୍ଡ ଘଟିଛି।

ସୁନ୍ଦରଗଡ଼ରେ ଝଡପବନ ସହ ବର୍ଷା: ଗଛ ଭାଙ୍ଗିଲା, ଛାତ ଉଡ଼ିଲା

ସୁନ୍ଦରଗଡ଼, ୨୦।୪ (ଡି.ଏନ୍‌,ଏ) -ସୁନ୍ଦରଗଡ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ସନ୍ଧ୍ୟାରେ ଝଡପବନ ସାଙ୍ଗକୁ ବର୍ଷା ହୋଇଥିଲା। ଫଳରେ ଅଧିକାଂଶ ସ୍ଥାନରେ ବହୁ ଗଛଡ଼ାଳ ଭାଙ୍ଗିପଡ଼ିଛି। ଘରର ଚାଳ ଛପର, ଆଜବେଷ୍ଟସ ଛାତ ଉଡିଯାଇଛି। ଗଛଡ଼ାଳ ପଡ଼ି ରାସ୍ତା ଅବରୋଧ ହୋଇଛି। ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଛି। ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁୁଗୁଳି ପରେ ବର୍ଷା ଯୋଗୁ ଲୋକେ ଆସ୍ବସ୍ତି ଲାଭ କରିଛନ୍ତି।

ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ରାଜଗାଙ୍ଗପୁର, ୨୦।୪ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟୁଣିଆ ଗ୍ରାମପଞ୍ଚାୟତ ଲାଠୁପଡା ଗ୍ରାମରେ ଶୁକ୍ରବାର ବିବାହ ଭୋଜିଖାଇ ୨୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩୦ରୁ ଅଧିକ ଶିଶୁ ଥିବା ଜଣାଯାଇଛି। ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଜଣାପଡିଛି। ଖବରପାଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଦିଲୀପ ଷଡ଼ଙ୍ଗୀ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। 

ଦେବଗଡ ପୌରାଞ୍ଚଳରେ କଂଗ୍ରେସ ପ୍ରାର୍ଥୀଙ୍କ ରୋଡ୍‌ ଶୋ

ଦେବଗଡ ପୌରାଞ୍ଚଳରେ କଂଗ୍ରେସ ପ୍ରାର୍ଥୀଙ୍କ ରୋଡ୍‌ ଶୋ

ଦେବଗଡ଼, ୨୦।୪ (ସ୍ବ.ପ୍ର.) -ନିର୍ବାଚନ ମତଦାନ ପାଇଁ ଆଉ ୩ ଦିନ ବାକିଥିବାବେଳେ କଂଗ୍ରେସ ପକ୍ଷରୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶରତ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଉମାଶଙ୍କର ସାହୁ ନିଜର କର୍ମୀ ତଥା ନେତାଙ୍କୁ ନେଇ ଗୁରୁବାର ସନ୍ଧ୍ୟାରେ ଦେବଗଡ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଚାଲିଚାଲି ରୋଡ ଶୋ, ନିର୍ବାଚନ ପ୍ରଚାର ଏବଂ ପଥପ୍ରାନ୍ତ ସଭା କରିଥିଲେ। 

ମୌଳିକ ସୁବିଧାରୁ ବଞ୍ଚିତ ବ୍ରାହ୍ମଣୀପଡା ଗାଁ : ପାନୀୟ ଜଳ ମୁଖ୍ୟ ସମସ୍ୟା

ମୌଳିକ ସୁବିଧାରୁ ବଞ୍ଚିତ ବ୍ରାହ୍ମଣୀପଡା ଗାଁ : ପାନୀୟ ଜଳ ମୁଖ୍ୟ ସମସ୍ୟା

ନୂଆପଡା ଅଫିସ,୧୯।୪ : ସ୍ବାଧୀନତାର ୭୨ବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ସିନାପାଲି ବ୍ଲକ ବ୍ରାହ୍ମଣପଡା ଗଁା ଲୋକଙ୍କ ମୌଳିକ ସମସ୍ୟା ଦୂର ହୋଇପାରୁନାହିଁ । 

ରାମ ମନ୍ଦିର କଲ୍ୟାଣ ମଣ୍ଡପ ଅଧାପନ୍ତରିଆ

ରାମ ମନ୍ଦିର କଲ୍ୟାଣ ମଣ୍ଡପ ଅଧାପନ୍ତରିଆ

ଲୋଇସିଂହା,୧୯।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ରୁଗୁଡିଖାଲସ୍ଥିତ ରାମ ମନ୍ଦିର ପରିସରରେ ସରକାରୀ ଅନୁଦାନରେ କଲ୍ୟାଣ ମଣ୍ଡପ ନିର୍ମାଣ ଚାଲିଛି । 

ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ତିନି ଦିନର ଡିଏ ଦାବିକଲା ରାଜ୍ୟ ଅଣଗେଜେଟେଡ୍‌ ଅଧିକାରୀ ସମନ୍ବୟ କମିଟି

ଭବାନୀପାଟଣା,୧୯।୪ (ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାରେ ଗତ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି ।

୬ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ବରଗଡ଼ ଜିଲାପାଳ

୬ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ବରଗଡ଼ ଜିଲାପାଳ

ବରଗଡ଼ ଅଫିସ,୧୯।୪: ବରଗଡ଼ ଜିଲାପାଳ ଶୁକ୍ରବାର ୬ଜଣ ପୋଲିଂ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି। ନିର୍ବାଚନ କାର୍ଯ୍ୟରେ ଅବହେଳା ଲାଗି ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

୬ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

୬ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

ବରଗଡ଼ ଅଫିସ,୧୯।୪: ୬ଜଣ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ବରଗଡ଼ ଜିଲାପାଳ। ନିର୍ବାଚନରେ ଅବହେଳା ଯୋଗୁଁ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ମିଳିଛି।


Model This Week

କ୍ରିଷ୍ଣା
Why Dharitri