ସମ୍ବଲପୁର

ସବୁ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ: ମା’ବାପ୍‌ ଛେଉଁଡ଼ ଗଜାନନ ଆଏଁଖ୍‌ ମୁଜ୍‌ଲେ

ସବୁ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ: ମା’ବାପ୍‌ ଛେଉଁଡ଼ ଗଜାନନ ଆଏଁଖ୍‌ ମୁଜ୍‌ଲେ

ବିନିକା,୧୭ା୧(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡି ପଁଚେତ୍‌ ଆଖିଦାଦର ଗାଁ କୁନ୍‌କୁନୀ ପଡ଼ାର ଗଜାନନ ଭୁଏ(୩୫) ସବୁ ପରକାର ସରକାରୀ ସୁବିଧାରୁ ବଁଚିତ୍‌ ହେଇ ଗଲା ରଏବାର ଦିନ ସବୁଦିନର ଲାଗି ଆଏଁଖ୍‌ ମୁଜି ଦେଇଛନ୍‌। ଖବର ନେବାରେ ଜନାଯାଇଛେ ଯେ, ବିନିକା ବ୍ଲକ ଆଖିଦାଦର ଗାଁର ଗଜାନନ ଭୁଏ ୧୫ ବଛର ଆଗ୍‌ରୁ ବାପ୍‌କେ ହରେଇଥିଲେ। ସେନ୍‌ତା ବାପ୍‌ ମରବାର ୬ ମାସ୍‌ ନାଇଁ ପୂରୁନୁ ମା’ ବେଟିଖାଇ ଭୁଏ ବି ଗଜାନନକେ ଏକଲା କରି ଆରପାରକେ ଚାଲିଗଲେ। ଯୁବକ୍‌ ଅବସ୍‌ତାରେ ମା’ବାପ୍‌କୁଁ ହରେଇ ଗଜାନନ ଭାଂଗି ପଡ଼ିଥିଲେ। ଶେଷେ ପରିସ୍ଥିତି ଏନ୍‌ତା ହେଲା ଯେ, ସେ ମା’ବାପ୍‌କେ ଝୁରି ଝୁରି ମାନ୍‌ସିକ୍‌ ସଁତୁଲନ ହରେଇଦେଲେ। ନିଜର ପୁରଖା ସଁପତି ହିସାବେ ଆଖିଦାଦର ମୌଜାରେ ୨ ଏକର ଚାଷ ଜମି ଆର ୪ ଡିସମିଲ ଜାଗାରେ ଖପରଘର ରହିଛେ। ହେଲେ ଗଜାନନକଁର ମାନ୍‌ସିକ ଥିତି ଠିକ୍‌ ନାଇଁ ରହେବାର ଲାଗି ସେ ଇଆଡ଼େ ସିଆଡ଼େ ବୁଲାବୁଲି କରବାର ସଂଗେ ଗଁାରେ ମାଗିଯାଚି ଖାଉଥିଲେ। ଗାଁର ଝନେ ସହୁରୁଦ୍‌ ଲୋକ୍‌ ଗୌତମ ମେହେର ଗଜାନନର ଗୁଲଗୁଲା ଦେଖି ତାହାକୁ ଦୁଇ ବେଲି ମୁଠେ ଖାଏବାକେ ଦେବାର ସଂଗେ ତାକର ୨ ଏକର ଜମିକେ ଚାଷ୍‌ କରୁଥିଲେ। ଦୁଖର କଥା ରାଏଜ ଆର କେନ୍ଦ୍ର ସରକାର ଲୁକର ସାମାଜିକ ସୁରକ୍ଷା ଲାଗି ଯୋଜନା ଉପରେ ଯୋଜନା କରୁଛନ୍‌। ହେଲେ ଗଜାନନ ଲେଖେଁ ମା’ବାପ୍‌ ଛେଉଁଡ଼, ମାନ୍‌ସିକ ସଁତୁଲନ୍‌ ହରେଇଥିବାର ଗୁଟେ ଯୁବକ ଉପରେ ପରଶାସନର ଦୁରୁଷ୍‌ଟି ନାଇଁ ପଡ଼ବାରଟା,  ଖବର ନାଇଁ ରହେବାରଟା ନିହାତି ଲାଜ୍‌ଲଜ୍‌ନା କଥା ଆଏ। ଯେନ୍‌ଥିରଲାଗି ଗଜାନନ ସବୁ ପରକାର ସରକାରୀ ସୁବିଧା ସୁଯୋଗ୍‌ରୁ ବଁଚିତ ହେଇ ଗଲା ରଏବାର ଦିନ ଆଏଁଖ୍‌ ମୁଜି ଦେଇଛନ୍‌। ଘଟନା ବାବ୍‌ଦେ ଖବର ପାଇ ସୋମବାର ସଖାଲେ ଗଜାନନର ଝନେ ବହୁତ୍‌ ଦୂରିଆ ଲାଗେଲେସର ଭାଇ ଗାଁରେ ପୁହୁଁଚି ଶବ ସତ୍‌କାର କରିଛନ୍‌। ଇ ବାବ୍‌ଦେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକକୁଁ ପଚରାଲାରୁ ଘଟନା ବାବ୍‌ଦେ ଏହେଦେ ଆପନକରନୁ ଖବର ପାଇଲି। ଇଟା ନିହାତି ଗୁଟେ ଦୁଖର କଥା ଯେ, ଏନ୍‌ତା ଗୁଟେ ଦୁଖି ଯୁବକର ଖବର ଆଗରୁ ଆମେ ନାଇଁ ପାଇପାରଲୁଁ। ଘଟନା ବାବ୍‌ଦେ ଶୁନି ବହୁତ୍‌ ଦୁଖ୍‌ ଲାଗ୍‌ଲା ବଲି କହିଥିଲେ। ସେନ୍‌ତା ଥାନୀୟ ସରପଁଚ୍‌ ମାନସ କୁମାର ବେହେରାକୁଁ ପଚରାଲାରୁ ମୋର ପାସେ ଖବର ନାଇଁଥାଇ। ଆଏଜ୍‌ତକ୍‌ ହରିଶ୍ଚନ୍ଦ୍ର ଯୋଜନାର ସାହାଯ୍‌ ଲାଗି ବି କେହି ନାଇଁ ଆସି। ହେଲେ ଘଟନାର ତଦଁତ କରି ତାକର ଲାଗେଲେସର ଭାଇକୁ ସାହାଯ୍‌ ଯୁଗେଇ ଦିଆଯିବା ବଲି କହିଥିଲେ। ଇ ବାବ୍‌ଦେ ଗଁାର ଓ୍ବାର୍ଡ ମେମ୍ବର ଶ୍ୟାମ ସୁନ୍ଦର ବୁଡେକକୁଁ ପଚରାଲାରୁ ଗଜାନନ  ମା’ବାପ୍‌ ଥିଲା ବେଲେ ଭଲ ଥିଲା। ସେମାନେ ଚାଲିଗଲାରୁ ପାଗଲ ହେଇଗଲା। ହେଲେ ଦୁଖର କଥା ସେ ମରବାର ତକ୍‌ ଅବହେଲିତ ହେଇ ରହେଲା ପଛେ କେହେନ୍‌ସି ସରକାରୀ ସୁବିଧା ନାଇଁ ପାଏଲା ବଲି କହିଥିଲେ।

All Right Reserved By

ସମ୍ବଲପୁର

ମାନବବାଦ କ୍ଷେତ୍ରରେ ଭୀମଭୋଇ  ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ

ମାନବବାଦ କ୍ଷେତ୍ରରେ ଭୀମଭୋଇ ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ

ସୋନପୁର,୧୯।୨(ନି.ପ୍ର.) ସନ୍ଥ କବି ଭୀମଭୋଇ ଧର୍ମ, ସଂସ୍କୃତି, ସାହିତ୍ୟ ମାନବବାଦ କ୍ଷେତ୍ରରେ ଏକ ମହାନ ଏବଂ ଉଜ୍ଜ୍ୱଳମୟ ଜ୍ୟୋତିଷ୍କ। ଯାହାଙ୍କ ଦର୍ଶନ ଏବଂ ଜ୍ଞାନାଲୋକ ସମସ୍ତ ମାନବ ଜାତିକୁ ପଥ ପ୍ରଦର୍ଶନ କରୁଛି।

ରାଣୀପୁର-ଝରିଆଲରେ ବେଆଇନ ଖନନ : ତଦନ୍ତ ନିର୍ଦ୍ଦେଶ ଦେଲେ ଏଏସ୍‌ଆଇ ଅଧୀକ୍ଷକ

ରାଣୀପୁର-ଝରିଆଲରେ ବେଆଇନ ଖନନ : ତଦନ୍ତ ନିର୍ଦ୍ଦେଶ ଦେଲେ ଏଏସ୍‌ଆଇ ଅଧୀକ୍ଷକ

ବଲାଙ୍ଗୀର ଅଫିସ, ୧୯ା୨ : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍‌ଆଇ) ଅଧିନରେ ଥିବା ରାଣୀପୁର-ଝରିଆଲ ପ୍ରାଚୀନ ଐତିହ୍ୟ ସମୂହ ନିକଟରେ ବେଆଇନ୍‌ ଗାତ ଖୋଳାଯିବା ପରେ ଏବେ ଐତିହାସିକ ଭଗ୍ନ ସ୍ମାରକୀ ଉପରେ ମାଟି ପୋତି ଦିଆଯାଇଛି 

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ବୀରମହାରାଜପୁର, ୧୮ା୨(ଡି.ଏନ୍‌.ଏ.)

ସମ୍ପ୍ରତି ଇଣ୍ଟରନେଟର ପ୍ରସାର ଯୋଗୁଁ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନର ବ୍ୟବହାର ବଢି ଚାଲିଥିବା ବେଳେ ଏହାର ଦୁରୂପଯୋଗ ଅନେକ କ୍ଷେତ୍ରରେ କ୍ଷତି ଘଟାଇ ଚାଲିଛି। ଏଭଳି ଆପରାଧିକ ଘଟଣାକୁ ସାଇବର କ୍ରାଇମ୍‌ କୁହାଯାଉଥିବା ବେଳେ ସମ୍ପ୍ରତି ସାଧାରଣ ଲୋକେ ଏହାର ଶିକାର ହେଉଥିବା ଘଟଣା ପ୍ରତିଦିନ ସାମ୍‌ନାକୁ ଆସୁଛି। ଏଭଳି ଅପରାଧକୁ ରୋକିବା ପାଇଁ ରହିଥିବା ବିଧିବ୍ୟବସ୍ଥା ସମ୍ପର୍କରେ ଲୋକଙ୍କ ଅଜ୍ଞତା ଯୋଗୁଁ ଆପରାଧିକ ଘଟଣା ବୃଦ୍ଧିପାଇଛି।

ନକ୍‌ଆଉଟ ଫୁଟବଲ ଟୁର୍ନାମେଣ୍ଟ: ଧର୍ମଗଡ ଚାମ୍ପିୟନ

ନକ୍‌ଆଉଟ ଫୁଟବଲ ଟୁର୍ନାମେଣ୍ଟ: ଧର୍ମଗଡ ଚାମ୍ପିୟନ

ସେରଗଡ଼,୧୮।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ତୁଳାପଡାଠାରେ ପାଝରାଣୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ନକଆଉଟ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଧର୍ମଗଡ ଓ ଜାମଖୁଣ୍ଟା ମଧ୍ୟରେ ଅନୁଷ୍ଠିତ ଫାଇନାଲ ଖେଳରେ ଧର୍ମଗଡ ୪-୨ ଗୋଲରେ ବିଜୟୀ ହୋଇ ଚାମ୍ପିୟନ ହୋଇଛି। ଚାମ୍ପିୟନ ଦଳକୁ ୮ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସଅପ୍‌ ଦଳକୁ ୬ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବୌଦ୍ଧ ଜିଲା ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବୌଦ୍ଧ ଜିଲା ଗସ୍ତ

ବୌଦ୍ଧ,୧୮।୨(ସ୍ବ.ପ୍ର): କାଳିଆ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାରେ ରାଜ୍ୟରେ ଜଣେ ହେଲେ ଯୋଗ୍ୟ ଚାଷୀ ଯେପରି ବଞ୍ଚତ୍ତ ହେବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ।

ଓଡିଶା ଷ୍ଟାମ୍ପ ଭେଣ୍ଡର ମହାସଂଘର ଧାରଣା ସମାଧାନ ପାଇଁ ସରକାର ଦୃଷ୍ଟି ଦେବାକୁ ଦାବି

ରାଉରକେଲା ଅଫିସ,୧୮ା୨-ଓଡିଶା ଷ୍ଟାମ୍ପ ଭେଣ୍ଡର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା ଆରମ୍ଭ ହୋଇଛି ା 

‘ଶାସନ ପରିବର୍ତ୍ତନର ବାର୍ତ୍ତାବହ ସାଜିବେ କୃଷକ’

ରାଉରକେଲା ଅଫିସ,୧୮ା ୨-ବିଜେଡି ସରକାର କୃଷକଙ୍କ ସମସ୍ୟାର ସମାଧାନ ପାଇଁ କେବେ ଆଗ୍ରହ ପ୍ରକାଶ କରି ନାହଁାନ୍ତି। ଏଥିପାଇଁ ଶାସନ ପରିବର୍ତ୍ତନର ବାର୍ତ୍ତାବହ ସାଜିବେ ଓଡିଶା କୃଷକ। କୃଷକମାନେ ହେଲେ ସମାଜର ମେରୁଦଣ୍ଡ। 

ବେଲପାହାଡ଼ ବନ୍ଦ

ବେଲପାହାଡ଼,୧୮ା୨(ଡ଼ି.ଏନ୍‌.ଏ): ଜମ୍ମୁକଶ୍ମୀର ପୁଲୱାମାଠାରେ ସଂଘଟିତ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଭାରତର ୪୯ ଜଣ ଯବାନ ଶହୀଦ ହୋଇଛନ୍ତି ା 

ବେଲପାହାଡ଼:୩ କେନ୍ଦ୍ରରେ ମାଟ୍ରିକ   ପରୀକ୍ଷା ଦେବେ ୪୭୫ ଛାତ୍ରୀଛାତ୍ର

ବେଲପାହାଡ଼:୩ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୪୭୫ ଛାତ୍ରୀଛାତ୍ର

ବେଲପାହାଡ଼,୧୮ା୨(ଡ଼ି.ଏନ୍‌.ଏ.): ଆସନ୍ତା ୨୨ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ା ଏଥିପାଇଁ ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରାଞ୍ଚଳସ୍ଥିତ ନୋଡ଼ାଲ କେନ୍ଦ୍ର ଗିରିଧରଲାଲ ଉଚ୍ଚ ବିଦ୍ୟାଳୟକୁ ପ୍ରଶ୍ନପତ୍ର ପହଞ୍ଚତ୍ ସାରିଛି ା ପ୍ରଶ୍ନପତ୍ରଗୁଡିକ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ା

ଅବ୍ୟବସ୍ଥାରେ ଚାଲିଛି ଲିଫ୍ଟ ପଏଣ୍ଟ: ଉପୁଡି ପଡିଛି ଖୁଣ୍ଟ, ଟ୍ରାନ୍ସଫର୍ମର ମୁକୁଳା

ଅବ୍ୟବସ୍ଥାରେ ଚାଲିଛି ଲିଫ୍ଟ ପଏଣ୍ଟ: ଉପୁଡି ପଡିଛି ଖୁଣ୍ଟ, ଟ୍ରାନ୍ସଫର୍ମର ମୁକୁଳା

ବିନିକା, ୧୮ା୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ସାରଙ୍ଗପାଲି ଗାଁ। ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର ।  ମୁଖ୍ୟ ଜୀବିକା ଧାନଚାଷ ା ଉଠାଜଳସେଚନ ପଏଣ୍ଟ ମାଧ୍ୟରେ ୮୦ହେକ୍ଟର ଜମିରେ ଚାଷ ହୋଇଥାଏ। 

ପୁଲୱାମା ଶହୀଦଙ୍କୁ  କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି

ପୁଲୱାମା ଶହୀଦଙ୍କୁ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି

ଜମନକିରା, ୧୫। ୨ ( ଡି.ଏନ୍‌.ଏ) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦର ମହକୁମା ଦୁର୍ଗା ମଣ୍ଡପ ସମ୍ମୁଖରେ ପୁଲୱାମା ଶହୀଦଙ୍କ ପାଇଁ ଜମନକିରା ଗ୍ରାମ୍ୟ ଉନ୍ନୟନ କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। 

ଶହୀଦଙ୍କୁ ସମ୍ମାନ ଜଣାଇ ଦୋକାନ ବଜାର ବନ୍ଦ

ଶହୀଦଙ୍କୁ ସମ୍ମାନ ଜଣାଇ ଦୋକାନ ବଜାର ବନ୍ଦ

ଚନ୍ଦାହାଣ୍ଡି, ୧୮।୨(ଡି.ଏନ.ଏ): ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନମାନଙ୍କ ଅମର ଆତ୍ମାକୁ ସମ୍ମାନ ଜଣାଇ ନବରଙ୍ଗପୁର ବଣିକ ସଂଘ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରାରେ ଚନ୍ଦାହାଣ୍ଡି ବ୍ଲକ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।