ଖେଳ |

ଧୋନୀଙ୍କ ମୂଲ୍ୟ ଆକଳନ କରିବା ସହଜ ନୁହଁ: ଗାଭାସ୍କର

ଧୋନୀଙ୍କ ମୂଲ୍ୟ ଆକଳନ କରିବା ସହଜ ନୁହଁ: ଗାଭାସ୍କର

ନୂଆଦିଲ୍ଲୀ, ୧୭।୧(ପି.ଟି.)-  ଭାରତୀୟ ଦଳରେ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ମୂଲ୍ୟ ଆକଳନ କରିବା ସହଜ ନୁହଁ ବୋଲି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର କହିଛନ୍ତି। ତେଣୁ ତାଙ୍କୁ ଦୟାକରି ଏକା ଛାଡିଦେବା ଉଚିତ୍‌। ଯଦିଓ ତାଙ୍କ ପ୍ରଦର୍ଶନରେ ସ୍ଥିରତା ନାହିଁ ତାଙ୍କୁ ଅଣଦେଖା କରିହେବ ନାହିଁ। ଆଡିଲେଡରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଧୋନୀ ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳି ଭାରତକୁ ଜିତାଇଥିଲେ। ଶେଷ ଓଭରରେ ପୁରୁଣା ଢଙ୍ଗରେ ଛକା ମାରି ସେ ବିଜୟକୁ ସହଜ କରିଥିଲେ। 

ଧୋନୀ ଓ ତାଙ୍କ ପ୍ରଦର୍ଶନକୁ ନେଇ ବେଶି ଚର୍ଚ୍ଚା ନ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ତାଙ୍କୁ ଏକା ଛାଡିଦେଲେ ସେ ଭଲ ପ୍ରଦର୍ଶନ କରିବେ। ବୟସ ବଢିବା ସଙ୍ଗସଙ୍ଗେ ପ୍ରଦର୍ଶନରେ ସ୍ଥିରତା ରହି ନ ଥାଏ। ତେଣୁ ସମେସ୍ତ ଏକତା ହୃଦୟଙ୍ଗମ କରିବା ଉଚିତ୍‌। ଷ୍ଟମ୍ପ ପଛରେ ରହି ମ୍ୟାଚର ସ୍ଥିତିକୁ ସେ ନିଖୂଣ ଭାବେ ପଢିପାରନ୍ତି। କିଭଳି ବୋଲିଂ କରିବାକୁ ହେବ ସେ ବୋଲରମାନଙ୍କୁ ପରାମର୍ଶ ଦେଇଥାନ୍ତି। ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ କ’ଣ ଯୋଜନା କରିଥାନ୍ତି ତାହା ସେ ଜାଣି ପାରିଥାନ୍ତି। ଫିଲ୍ଡ ପ୍ଲେସିଂରେ ମଧ୍ୟ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପୁଣି ଧୋନୀ ଓ ଅଧିନାୟକ କୋହଲିଙ୍କ ମଧ୍ୟରେ ବୁଝାମଣା ବେଶ୍‌ ଭଲ ରହିଛି। ଧୋନୀଙ୍କୁ କୋହଲିଙ୍କ ସମର୍ଥନ ରହିଛି। ତେଣୁ ସେ ଦଳରେ ରହିଲେ ଭାରତ ପାଇଁ ଲାଭାଦାୟକ ହେବ। ତେଣୁ ତାଙ୍କୁ ନେଇ ବେଶି ଚର୍ଚ୍ଚା କରିବା ଉଚିତ୍‌ ନୁହଁ ବୋଲି ଗାଭାସ୍କର ମତ ଦେଇଛନ୍ତି। 

All Right Reserved By

ଖେଳ |

କୁଲଦୀପଙ୍କ ଆଖିରେର ଲୁହ

କୁଲଦୀପଙ୍କ ଆଖିରେର ଲୁହ

 ଭାରତୀୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା କୁଲଦୀବ ଯାଦବଙ୍କୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ମୋଏନ ଅଲି କନ୍ଦାଇ ଦେଇଛନ୍ତି।

କ୍ରିକେଟରୁ ଦୂରେଇଲେ ଇଂଲଣ୍ଡ ଓପନର ହେଲ୍ସ

କ୍ରିକେଟରୁ ଦୂରେଇଲେ ଇଂଲଣ୍ଡ ଓପନର ହେଲ୍ସ

ଲଣ୍ଡନ,୨୦।୪- ବିଶ୍ୱକପ୍‌ ଲାଗି ଘୋଷିତ ସାମ୍ଭବ୍ୟ ଇଂଲଣ୍ଡ ଦଳରେ ସ୍ଥାନ ପାଇଛନ୍ତି ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ। ହେଲେ ସେ ବ୍ୟକ୍ତିଗତ

ଆଇପିଏଲରୁ ଓହରିଲେ ବଟଲର

ଆଇପିଏଲରୁ ଓହରିଲେ ବଟଲର

ଜୟପୁର,୨୦।୪- ଜସ ବଟଲରଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅଭିଯାନ ଶନିବାର ଶେଷ ହୋଇଛି।

କୋହଲିଙ୍କୁ ମଙ୍କଡିଙ୍ଗ୍‌ ଡର

କୋହଲିଙ୍କୁ ମଙ୍କଡିଙ୍ଗ୍‌ ଡର

କୋଲକାତା,୨୦।୪- ରବିଚନ୍ଦ୍ରନ ଅଶ୍ୱିନ ରାଜସ୍ଥାନ ରୟାଲ୍ସ ଦଳର ଓପନର ଜୋସ ବଟଲରଙ୍କୁ ବିବାଦୀୟ ଢଙ୍ଗରେ ଆଉଟ୍‌ କରିବା ପରେ ଆଇପିଏଲରେ ନନ୍‌ ଷ୍ଟ୍ରାଇକ ଏଣ୍ଡରେ ଥିବା ବ୍ୟାଟ୍ସମ୍ୟାନଙ୍କୁ ମଙ୍କଡିଙ୍ଗ୍‌ ଭୟ ଘାରିଛି। 

ହାର୍ଦ୍ଦିକ, ରାହୁଲଙ୍କୁ ଜରିମାନା

ହାର୍ଦ୍ଦିକ, ରାହୁଲଙ୍କୁ ଜରିମାନା

ମୁମ୍ବାଇ,୨୦।୪- ଟିଭି ଶୋ’ କଫି ଓ୍ବିଥ କରନରେ ମହିଳାଙ୍କ ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେବା ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ଦଣ୍ଡିତ କରାଯାଇଛି। 

ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ସ୍ମିଥ

ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ସ୍ମିଥ

ରାଜସ୍ଥାନ,୨୦।୪- ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାନେଙ୍କୁ ବିଦା କରାଯାଇଛି।

ଗେଲ୍‌ଙ୍କଠାରୁ ଆଗରେ ରସେଲ

ଗେଲ୍‌ଙ୍କଠାରୁ ଆଗରେ ରସେଲ

କୋଲକାତା,୨୦।୪- ଛକା ଲଗାଇବାରେ ୟୁନିଭର୍ସାଲ ବସ ଭାବେ ପରିଚିତ କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ।

କଦାପି ନୋ ବଲ ପକାଇ ନ ଥିବା ବୋଲର

କଦାପି ନୋ ବଲ ପକାଇ ନ ଥିବା ବୋଲର

ଆଧୁନିକ କ୍ରିକେଟରେ ବୋଲରମାନେ ନୋ ବଲ ପକାଇବା ଏକ ସାଧାରଣ କଥା। ହେଲେ ଏମିତି ବହୁ କିମ୍ବଦନ୍ତୀ କ୍ରିକେଟର

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ, ୨୦।୪- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ପ୍ର୍‌ତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଡାନିଲ ମେଡଭେଡେଭ ୬-୩, ୪-୬, ୬-୨ ସେଟ୍‌ରେ ଜୋଭୋଭିଚ୍‌ଙ୍କୁ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ରୁଷିଆର ଡାନିଲଙ୍କୁ ୨ ଘଣ୍ଟା ୨୦ ମିନିଟ୍‌ ସମୟ ଲାଗିଥିଲା। 

ଚର୍ଚ୍ଚାରେ ପ୍ରଜ୍ଞାନ ଓଝାଙ୍କ ଟୁଇଟ୍‌

ଚର୍ଚ୍ଚାରେ ପ୍ରଜ୍ଞାନ ଓଝାଙ୍କ ଟୁଇଟ୍‌

ହାଇଦ୍ରାବାଦ, ୨୦।୪- ଇଂଲଣ୍ଡରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ନିକଟରେ ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। 

ଅଲ ଇଣ୍ଡିଆ ଓପନ୍‌ ଚେସ୍‌: ଶୀର୍ଷରେ ଗୁସେନ

ଅଲ ଇଣ୍ଡିଆ ଓପନ୍‌ ଚେସ୍‌: ଶୀର୍ଷରେ ଗୁସେନ

କଟକ ଅଫିସ,୨୦ା୪- ଟ୍ରିପଲ ସି’ ଚେସ୍‌ କ୍ଲବ ଆନୁକୂଲ୍ୟରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଅଲ ଇଣ୍ଡିଆ ଓପନ ଚେସ୍‌ ଚାମ୍ପିୟନଶିପରେ ଶୁକ୍ରବାର ତୃତୀୟ ଦିବସ ଖେଳ ଶେଷ ହୋଇଛି। ୬ ରାଉଣ୍ଡ ଖେଳ ଶେଷ ସୁଦ୍ଧା ଇଣ୍ଟରନ୍ୟାଶନାଲ ମାଷ୍ଟର (ଆଇଏମ) ଗୁସେନ ହିମାଲ ୫.୫ ପଏଣ୍ଟ ପାଇ ଶୀର୍ଷରେ ରହିଛନ୍ତି। 

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ଲୁଧିଆନା, ୨୦।୪(ପି.ଟି.)-ଭାରତୀୟ ଘରୋଇ ଫୁଟ୍‌ବଲର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲ ରବିବାର ପଞ୍ଜାବ  ଓ ସର୍ଭିସେସ୍‌ ମଧ୍ୟରେ  ହେବ। ଶୁକ୍ରବାର ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଘରୋଇ ପଞ୍ଜାବ ୨-୧ ଗୋଲରେ ଗୋଆକୁ ପରାସ୍ତ କରିଛି। 


Model This Week

କ୍ରିଷ୍ଣା
Why Dharitri