
ଭୁବନେଶ୍ୱର, ୧୬ା୧(ବ୍ୟୁରୋ)- କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ କ୍ୟାପିଟାଲ ଥାନା ୟୁନିଟ-୬ ଅଞ୍ଚଳର ସୁଶାନ୍ତ କୁମାର ବାରିକ ଓରଫ ଗେଡା। ସୁଚନା ମୁତାବକ, ୟୁନିଟ-୬ ସଡ଼କ ବସ୍ତି ଅଞ୍ଚଳରେ ରହୁଥିବା ମନୋଜ କୁମାର ନାୟକଙ୍କ ସହ ଗେଡ଼ାଙ୍କର ପୂର୍ବ ଶତ୍ରୁତା ରହିଥିଲା। ଗତ ଆକ୍ଟୋବର ୧୫ରେ ମନୋଜ ଘରକୁ ଫେରୁଥିବା ବେଳ ଗେଡା ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ଆକ୍ରମଣ କରିଥିଲେ। ମନୋଜଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଅଭିଯୋଗ ହେବା ପରେ ଥାନାରେ ଏକ ମାମଲା(୩୫୬/୧୮) ରୁଜୁ ହୋଇଥିଲା। ବୁଧବାର ପୋଲିସ ଗେଡ଼ାଙ୍କୁ ବାପୁଜୀନଗର ଅଞ୍ଚଳରୁ ଗିରଫ କରିଛି।