ସମ୍ବଲପୁର

ଦୁଆରସୁନି ଗ୍ରାମପଞ୍ଚାୟତରେ ମଦକୋଠି ବନ୍ଦ ପାଇଁ ଦାବି: ଅବକାରୀ ଅଧୀକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ

ଦୁଆରସୁନି ଗ୍ରାମପଞ୍ଚାୟତରେ ମଦକୋଠି ବନ୍ଦ ପାଇଁ ଦାବି: ଅବକାରୀ ଅଧୀକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ

ଭବାନୀପାଟଣା,୧୬।୧(ଡି.ଏନ.ଏ.):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦୁଆରସୁନି ଗ୍ରାମପଞ୍ଚାୟତର ବେହେରାଗୁଡା, ମୁଶିଗୁଡା, ଅଟାଙ୍ଗଗୁଡା, କୁଟେନପଦର, ସୁକନାଭଟା, ଦୁଆରସୁନୀ, ବଣ୍ଡେଲଗୁଡା, ସକ୍ରିଂଗୁଡା, ସିର୍ଲିଗୁଡା ଏବଂ ଦାମଦୋରପୁର ଅଞ୍ଚଳରେ ବେଆଇନ ଭାବେ ବହୁ ସଂଖ୍ୟାରେ ମଦକୋଠି ଖୋଲାଯାଇଛି। ଏହିସବୁ ଗ୍ରାମାଞ୍ଚଳରେ ପ୍ରତିଦିନ ସ୍କୁଲ ଓ ଭବାନୀପାଟଣା କଲେଜକୁ ଯାଉଥିବା ଛାତ୍ରୀ, ବିଭିନ୍ନ କାମରେ ଯାଉଥିବା ମହିଳାମାନେ ମଦ୍ୟପମାନଙ୍କ ଦ୍ୱାରା ବିଭିନ୍ନ ସମୟରେ ଆକ୍ରୋଶର ଶିକାର ହେଉଛନ୍ତି। ଫଳରେ ବିଭିନ୍ନ ସମୟରେ ଗଣ୍ଡଗୋଳ, ଲୁଟତରାଜ, ମାରପିଟ ଆଦି ଘଟୁଛି। ଗତ କିଛି ଦିନ ତଳେ ସିର୍ଲିଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ଓ କୁଟେନପଦର ଗ୍ରାମରେ ମଦ୍ୟପ ଜଣେ ଗ୍ରାମବାସୀଙ୍କୁ ମାଡମାରିବା ଘଟଣା ଉକ୍ତ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ବିଭିନ୍ନ ସମୟରେ ଗ୍ରାମବାସୀ ବନ୍ଦ କରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ ମଦକୋଠି ବନ୍ଦ ହେଉନାହିଁ। ଏହି ସବୁ ମଦକୋଠି ବନ୍ଦ ପାଇଁ ବୁଧବାର ଉକ୍ତ ଅଞ୍ଚଳର ବିଭିନ୍ନ ମହିଳା ସଙ୍ଗଠନ, ଏସଏଜି ଗ୍ରୁପ ଏବଂ ମହିଳାମାନେ ଭବାନୀପାଟଣା ଅସି ଜିଲା ଅବକାରୀ ଅଧ୍ୟୀକ୍ଷଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ କରିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ

All Right Reserved By

ସମ୍ବଲପୁର

ମତଦାନ କେନ୍ଦ୍ର ବୁଲି ସ୍ଥିତି ପରଖିଲେ ବରଗଡ଼ ଜିଲାପାଳ

ମତଦାନ କେନ୍ଦ୍ର ବୁଲି ସ୍ଥିତି ପରଖିଲେ ବରଗଡ଼ ଜିଲାପାଳ

ବରଗଡ଼ ଅଫିସ,୨୫।୪- ବରଗଡ଼ ଜିଲାର ୩ ବୁଥ୍‌ରେ ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ବରଗଡ଼ ପୌର ପରିଷଦ ଅନ୍ତର୍ଗତ ଶକ୍ତିନଗର ପ୍ରାଥମିକ ସ୍କୁଲ(ବୁଥ୍‌ ନଂ-୬୮), ଅତାବିରା ନିର୍ବାଚନ ମଣ୍ଡଳୀ ଅଧିନ ଭେଡ଼େନ ବ୍ଲକ ଅରେଇଗୁଡ଼ି ଉନ୍ନୀତ ପ୍ରାଥମିକ ସ୍କୁଲ(ବୁଥ୍‌ ନଂ-୨୩୫) ଏବଂ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନ ଝାରବନ୍ଧ ବ୍ଲକ ଡଭା ପ୍ରାଥମିକ ସ୍କୁଲ(ବୁଥ୍‌ ନଂ-୧୬)ରେ ଗୁରୁବାର ସାନି ମତଦାନ ଚାଲିଛି । 

ବରଗଡ଼ର ୩ ବୁଥରେ ଚାଲିଛି ସାନି ମତଦାନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଥ୍‌କୁ ମନା

ବରଗଡ଼ର ୩ ବୁଥରେ ଚାଲିଛି ସାନି ମତଦାନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଥ୍‌କୁ ମନା

ବରଗଡ଼ ଅଫିସ,୨୫।୪- ବରଗଡ଼ ଜିଲାର ୩ ଭୋଟ ଗ୍ରହଣ କେନ୍ଦ୍ର(ବୁଥ୍‌)ରେ ଗୁରୁବାର ସକାଳ ୭ଟାରୁ ସାନି ମତଦାନ ଆରମ୍ଭ ହୋଇଛି। ଜିଲାର ମାଓବାଦୀ ଅଧ୍ୟୁଷିତ ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକ ଡଭା ପ୍ରାଥମିକ ସ୍କୁଲ(ବୁଥ୍‌ ନଂ-୧୬)ରେ ଏହା ୪ଟା ପର୍ଯ୍ୟନ୍ତ ଚାଲିବ । 

ଦିନ୍‌ଦାହାଡ଼େ ଚାଲିଛେ ଗଛ୍‌କଟା:   ଉଜ୍‌ଡ଼ି ଯାଉଛେ ରଙ୍ଗମାଟିଆ ରାଜସ୍ବ ଜଂଗଲ

ଦିନ୍‌ଦାହାଡ଼େ ଚାଲିଛେ ଗଛ୍‌କଟା: ଉଜ୍‌ଡ଼ି ଯାଉଛେ ରଙ୍ଗମାଟିଆ ରାଜସ୍ବ ଜଂଗଲ

କଣ୍ଟାମାଳ, ୨୫ା୪ (ଡିଏନଏ): ବୌଦ୍ଧ ଜିଲା କଣ୍ଟାମାଳ ରେଞ୍ଜର ଚନ୍ଦନିଆମୁଣ୍ଡା ପାସର ରଙ୍ଗମାଟିଆ ରାଜସ୍ବ ଜଂଗଲ ଉଜଡ଼ି ଯାଉଛେ। ଗଲା ମାସେ ହେଲା ଇଠାନେ ଦିନ୍‌ଦାହାଡ଼େ ଆସର ପାସର ଗାଁବାସୀ ଗଛ୍‌ କାଟୁଥିଲେ ବି ବନବିଭାଗ ଜାନିଶୁନି ତୁମ୍‌ପଡ଼ିଥିବାର ଅଭିଯୋଗ ହେଉଛେ। 

ଚିକିତ୍ସା ଲାଗି ଟଁକା ବାଧକ୍‌:   ରକ୍ତ କର୍କଟ ରୋଗ୍‌ରେ ପୀଡ଼ିତ ଲକ୍ଷ୍ମୀପ୍ରିୟା

ଚିକିତ୍ସା ଲାଗି ଟଁକା ବାଧକ୍‌: ରକ୍ତ କର୍କଟ ରୋଗ୍‌ରେ ପୀଡ଼ିତ ଲକ୍ଷ୍ମୀପ୍ରିୟା

ରାଉରକେଲା ଅଫିସ,୨୫।୪: ଟଁକା ପଏସା ଅଭାବ ଥିଲେ ବି ଝି’କେ ପାଠ୍‌ ପଢ଼ାବାରେ କେହେନ୍‌ସି ପରକାର ଉନା ନାଇଁକରି। ତାକର ଗୁଟେନ ଉଦେଶ ଥିଲା ଝି’କେ ପାଠ୍‌ ପଢ଼େଇ ଉଚ୍‌ ଶିକ୍ଷିତ କରବାର।

ହକ୍‌ଦାର ହିତାଧିକାରୀ ଗୁହାଲ ଯୋଜନାରୁ ବଁଚିତ:   କାର୍ଯ୍ୟାଦେଶ ଲାଗି ୨୦ ହଜାର ଟଁକା ଲଁ।ଚ୍‌ ଅଭିଯୋଗ

ହକ୍‌ଦାର ହିତାଧିକାରୀ ଗୁହାଲ ଯୋଜନାରୁ ବଁଚିତ: କାର୍ଯ୍ୟାଦେଶ ଲାଗି ୨୦ ହଜାର ଟଁକା ଲଁ।ଚ୍‌ ଅଭିଯୋଗ

ବେଲପଡ଼ା ୨୫।୪(ଡି.ଏନ.ଏ.):  ଗୃହପାଲିତ ପଶୁ ପାଲନ କରି ଗରିବ୍‌ ହିତାଧିକାରୀମାନେ କେନ୍‌ଥେଇ ଦୁଇପଏସା ରୁଜଗାର କରି ନିଜର ଗୁଡ଼େ ଠିଆ ହେବେ ସରକାର ସେଥିରଲାଗି ଗାଈ ଗୁହାଲ ଯୋଜନା କରିଛନ୍‌। 

ସୋନପୁରରେ ବାସି ମିଠାଖାଇ ୧୨ ଶିଶୁ ଗୁରୁତର

ସୋନପୁରରେ ବାସି ମିଠାଖାଇ ୧୨ ଶିଶୁ ଗୁରୁତର

ସୋନପୁର,୨୪।୪(ଡି.ଏନ୍‌.ଏ.): ସୋନପୁର ଜିଲା ତରଭା ଥାନା ଅନ୍ତର୍ଗତ  ଅନ୍ତର୍ଦ୍ଦା ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ  ମିଠାଖାଇ ୧୨ ଶିଶୁ ଗୁରୁତର ହୋଇଛନ୍ତି।

ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା ଅଭିଯୋଗ, ଜଣେ ଅଟକ

ବଲାଙ୍ଗୀର ଅଫିସ,୨୪।୪: ବଲାଙ୍ଗୀର ଜିଲା ଟିକ୍ରାପଡ଼ା ଫାଣ୍ତି ଅଧୀନ ଝରବାହାଲି ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଏ ନେଇ ସଇତଳା ଥାନାରେ ବୁଧବାର ଅଭିଯୋଗ ହୋଇଛି। 

ମିଳୁନି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପ୍ରୋତ୍ସାହନ ରାଶି,  ହିତାଧିକାରୀ ନିରାଶ

ମିଳୁନି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପ୍ରୋତ୍ସାହନ ରାଶି,  ହିତାଧିକାରୀ ନିରାଶ

କୁଆଁରମୁଣ୍ଡା, ୨୪।୪(ଡି.ଏନ.ଏ.)-ଗ୍ରାମାଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଗରିବ ପରିବାରକୁ ଚିହ୍ନଟ କରାଯାଇ ସରକାରଙ୍କ ବିଭିନ୍ନ ଯୋଜନାରେ କଂକ୍ରିଟ ଛାତ ଘର ନିର୍ମାଣ ନିମନ୍ତେ ସରକାରୀ ସହାୟତା ପ୍ରଦାନ କରାଯାଉଛି। 

କାମେ ନାଇଁ ଆଏବାର ସ୍ବଜଳଧାରା ପ୍ରକଳ୍ପ:   ପାଏନ୍‌ ଲାଗି ଗୁଲଗୁଲା ଦେଣ୍ଡୁପଦରବାସୀ

କାମେ ନାଇଁ ଆଏବାର ସ୍ବଜଳଧାରା ପ୍ରକଳ୍ପ:  ପାଏନ୍‌ ଲାଗି ଗୁଲଗୁଲା ଦେଣ୍ଡୁପଦରବାସୀ

ବିନିକା, ୨୪ା୪(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ର ଦେଣ୍ଡୁପଦର ଗାଁ। ୨ଟା ଓ୍ବାର୍ଡ ଥିବାର ଇ ଗଁାରେ ପାଖାପାଖି ୮ଶହ ଲୋକ୍‌ ବାସ୍‌ କରୁଛନ୍‌। 

ପୁସ୍ତକ ମଣିଷର ଅନ୍ତରଙ୍ଗ ବନ୍ଧୁ 

ପୁସ୍ତକ ମଣିଷର ଅନ୍ତରଙ୍ଗ ବନ୍ଧୁ 

ସୋନପୁର,୨୪।୪(ନି.ପ୍ର.)- ଦୁଃଖ ଓ ସୁଖ ସମୟରେ ପୁସ୍ତକ ସାଥି ହୋଇଥାଏ। ପୁସ୍ତକ ପଢିଲେ ଜ୍ଞାନ ବଢେ, ଆତ୍ମ ସନ୍ତୋଷ ମିଳେ। ଦୁଶ୍ଚିନ୍ତା ଦୂର ହୁଏ। ତେଣୁ ପୁସ୍ତକ ହିଁ ମଣିଷର ଅନ୍ତରଙ୍ଗ ବନ୍ଧୁ ବୋଲି ବିଶ୍ୱ ପୁସ୍ତକ ଦିବସ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି। 

ସିନାପାଲି ବ୍ଲକରେ ଆବାସ ଯୋଜନା ବାଟବନା

ସିନାପାଲି ବ୍ଲକରେ ଆବାସ ଯୋଜନା ବାଟବନା

ନୂଆପଡା ଅଫିସ,୨୪ା୪- ସରକାର ସବୁ ଗରିବ୍‌ ପରିବାରକେ ପକାଘର ଆର ଜମି ପଟ୍ଟା ଦେବାର ବେବସ୍‌ତା କରୁଛନ୍‌। ହେଲେ ବହୁତ୍‌ ଜାଗାରେ ଇ ସବୁ ଯୋଜନା କାଗଜ କଲମରେ ସୀମିତ ହେଇ ରହିଯାଉଛେ। 

ବଡ଼ଭାଇ ଟାଙ୍ଗିଆ ଚୋଟରେ ସାନଭାଇ ଗୁରୁତର

ବଡ଼ଭାଇ ଟାଙ୍ଗିଆ ଚୋଟରେ ସାନଭାଇ ଗୁରୁତର

ଝାରସୁଗୁଡା ଅଫିସ୍‌/ ଲଖନପୁର, ୨୪।୪(ଡି.ଏନ୍‌.ଏ)-ଝାରସୁଗୁଡା ଜିଲା ବଡ଼ମାଲ ଥାନା ବୃନ୍ଦାମାଲ ଆର୍‌ଆର୍‌ କଲୋନୀରେ ମଙ୍ଗଳବାର ସକାଳ ସାଢେ ୭ଟାରେ ବଡ଼ଭାଇ ସୁଶିଲ ଧୁରୁଆଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ସୁରେଶ ଧୁରୁଆ(୩୫)ଗୁରୁତର ଆହତ ହୋଇଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri