ଅନ୍ତର୍ଜାତୀୟ |

ସିଗାରେଟ୍‌ ନ ଟାଣିଲେ ମିଳିବ ୬ ଦିନ ଅଧିକ ଛୁଟି

ସିଗାରେଟ୍‌ ନ ଟାଣିଲେ ମିଳିବ ୬ ଦିନ ଅଧିକ ଛୁଟି

ଟୋକିଓ,୧୬।୧: ଜାପାନର ପିଲାଲା ଇଙ୍କ୍‌ ନାମକ ଏକ କମ୍ପାନୀ ଏହାର କର୍ମଚାରୀଙ୍କୁ  ଅଫିସ୍‌ରେ ସିଗାରେଟ୍‌ ନ ଟାଣିଲେ ବର୍ଷରେ ୬ ଦିନ ଅଧିକ ଛୁଟି ଦେବାକୁ ଘୋଷଣା କରିଛି। କମ୍ପାନୀର କାର୍ଯ୍ୟାଳୟ ୨୯ ମହଲାରେ ଅବସ୍ଥିତ। ସିଗାରେଟ୍‌ ଟାଣିବା ପାଇଁ କର୍ମଚାରୀଙ୍କୁ ତଳ ମହଲାକୁ ଆସିବାକୁ ପଡ଼ିଥାଏ। ଏହା କଷ୍ଟକର ହେଉଥିବାରୁ କେତେକ କର୍ମଚାରୀ ଅଫିସ୍‌ରେ ହିଁ ସିଗାରେଟ୍‌ ଟାଣିଥାନ୍ତି। ଏହାଦ୍ୱାରା ଅଫିସ ଭିତର ପ୍ରଦୂଷିତ ହୋଇଥାଏ। ତେଣୁ କର୍ମଚାରୀଙ୍କୁ ସିଗାରେଟ୍‌ ଟାଣିବାରୁ ନିବୃତ୍ତ କରିବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ଯୋଜନା ପ୍ରସ୍ତୁତ କରାଯାଇଛି। ସୂଚନାଯୋଗ୍ୟ, ଜାପାନର ୩୫ ପ୍ରତିଶତ ଲୋକ ସିଗାରେଟ୍‌ ଟାଣିଥାନ୍ତି। ପ୍ରତିବର୍ଷ ଏଠାରେ ୧.୩ ଲକ୍ଷ ଲୋକଙ୍କର ମୁଖ ଗହ୍ବର କର୍କଟରେ ମୃତ୍ୟୁ ଘଟିଥାଏ।

All Right Reserved By

ଅନ୍ତର୍ଜାତୀୟ |

ଆତଙ୍କବାଦ ବିରୋଧରେ ୨୦ ବର୍ଷ ଧରି ଗୁପ୍ତ ଅପରେଶନ ଚଳାଇଥିଲା ଇସ୍ରାଏଲ୍‌

ଆତଙ୍କବାଦ ବିରୋଧରେ ୨୦ ବର୍ଷ ଧରି ଗୁପ୍ତ ଅପରେଶନ ଚଳାଇଥିଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୮।୨: ଆତଙ୍କବାଦର ବିଲୋପ ପାଇଁ ଇସ୍ରାଏଲ୍‌ ୨୦ବର୍ଷ ଧରି ଗୁପ୍ତ ଅପରେଶନ ଚଳାଇଥିଲା। ଶେଷରେ ମିଳିଥିଲା ସଫଳତା। ୧୯୭୨ରେ ଜର୍ମାନୀର  ମ୍ୟୁନିଚ୍‌ଠାରେ  ବିଶ୍ୱକପ୍‌ ଫୁଟବଲ ଆୟୋଜିତ ହେଉଥିଲା। 

ଶହେରୁ ଅଧିକ ଶିକ୍ଷକ ଓ ଛାତ୍ରୀ-ଛାତ୍ରଙ୍କୁ ଅପହରଣ କଲେ ବିଚ୍ଛିନ୍ନତାବାଦୀ

ଶହେରୁ ଅଧିକ ଶିକ୍ଷକ ଓ ଛାତ୍ରୀ-ଛାତ୍ରଙ୍କୁ ଅପହରଣ କଲେ ବିଚ୍ଛିନ୍ନତାବାଦୀ

ୟାୟୁଣ୍ଡେ,୧୮।୨: ଆଫ୍ରିକୀୟ ଦେଶ କାମେରୁନ୍‌ରେ କିଛି ବିଚ୍ଛିନ୍ନତାବାଦୀ ଶହେରୁ ଅଧିକ ଶିକ୍ଷକ ଏବଂ ଛାତ୍ରୀ-ଛାତ୍ରଙ୍କୁ ଅପହରଣ କରିଛନ୍ତି। 

୩୦ ହଜାର ଲିଟର ପାଣି ଚୋରି: ଆନୁମାନିକ ମୂଲ୍ୟ ୮.୫ ଲକ୍ଷ

୩୦ ହଜାର ଲିଟର ପାଣି ଚୋରି: ଆନୁମାନିକ ମୂଲ୍ୟ ୮.୫ ଲକ୍ଷ

ଟରଣ୍ଟୋ, ୧୮।୨:  କାନାଡ଼ା ନ୍ୟୁଫାଉଣ୍ଡଲାଣ୍ଡରୁ ୩୦ ହଜାର ଲିଟର ବିଶୁଦ୍ଧ ପାଣି ଚୋରି ହୋଇଛି। ଏହାର ଆନୁମାନିକ ମୂଲ୍ୟ ୮.୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି। 

୪ ମାସ ତଳେ ରଚାଯାଇଥିଲା ପୁଲଓ୍ବାମା ଆକ୍ରମଣ ଷଡ଼ଯନ୍ତ୍ର:ରାଓ୍ବଲପିଣ୍ଡିରୁ ମିଳିଥିଲା ନିର୍ଦ୍ଦେଶ

୪ ମାସ ତଳେ ରଚାଯାଇଥିଲା ପୁଲଓ୍ବାମା ଆକ୍ରମଣ ଷଡ଼ଯନ୍ତ୍ର:ରାଓ୍ବଲପିଣ୍ଡିରୁ ମିଳିଥିଲା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮ା୨:ପାକିସ୍ତାନ ଯେତେ ମନାକଲେ ବି ସତକୁ ଆଉ ଲୁଚାଇ ପାରୁନାହିଁ। ପୁଲଓ୍ବାମା ଆକ୍ରମଣରେ ପଡ଼ୋଶୀ ଦେଶର ସମ୍ପୃକ୍ତି ନେଇ ଗୋଟିଏ ପରେ ଗୋଟିଏ ପ୍ରମାଣ ସାମ୍ନାକୁ ଆସିବାରେ ଲଗିଲାଣି। 

ବ୍ରିଟେନ, ଅଷ୍ଟ୍ରେଲିଆରେ ବିକ୍ଷୋଭ

ବ୍ରିଟେନ, ଅଷ୍ଟ୍ରେଲିଆରେ ବିକ୍ଷୋଭ

ଲଣ୍ଡନ/ମେଲବୋର୍ନ,୧୮ା୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ପାଖାପାଖି ୫୦ଟି ଦେଶ ନିନ୍ଦା କରିଥିବାବେଳେ ପାକିସ୍ତାନ ବିରୋଧରେ  ବିଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ଯେଉଁ ଶାସକଙ୍କର ଥିଲା ୧୩ ହଜାର ମହିଳାଙ୍କ ସହ ଶାରୀରିକ ସମ୍ପର୍କ

ଯେଉଁ ଶାସକଙ୍କର ଥିଲା ୧୩ ହଜାର ମହିଳାଙ୍କ ସହ ଶାରୀରିକ ସମ୍ପର୍କ

ଚାଇନାର ଏକଛତ୍ରବାଦୀ ଶାସକ ଶି ହୁଆଙ୍ଗ ୧୩ ହଜାର ମହିଳାଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ। ତାଙ୍କ ସନ୍ତାନ ସଂଖ୍ୟା ୨୮ ଶହ ଥିଲା। ପ୍ରତିଦିନ ରାତିରେ ସେ ନୂଆ କୋଠରୀରେ ଜଣେ ନୂଆ ମହିଳାଙ୍କ ସହିତ କରୁଥିଲେ ରାତ୍ରଯାପନ। 

 ଆଫଗାନୀସ୍ତାନ ସୈନ୍ୟଙ୍କ ଏନକାଉଣ୍ଟର: ୨୦ ତାଲିବାନ୍‌ ଆତଙ୍କବାଦୀ ନିହତ

ଆଫଗାନୀସ୍ତାନ ସୈନ୍ୟଙ୍କ ଏନକାଉଣ୍ଟର: ୨୦ ତାଲିବାନ୍‌ ଆତଙ୍କବାଦୀ ନିହତ

କାବୁଲ,୧୭।୨: ଆଫଗାନୀସ୍ତାନ ସୈନ୍ୟଙ୍କ ପକ୍ଷରୁ କରାଯାଇଥିବା ମିଳିତ ସର୍ଚ୍ଚ ଅପରେଶନ ଏବଂ  ଏନ୍‌କାଉଣ୍ଟରରେ ୨୦ ତାଲିବାନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। 

ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ: ନିୟନ୍ତ୍ରଣ ରେଖାଠାରୁ ଆତଙ୍କବାଦୀ ଶିବିର ହଟାଇଲା ପାକିସ୍ତାନ

ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ: ନିୟନ୍ତ୍ରଣ ରେଖାଠାରୁ ଆତଙ୍କବାଦୀ ଶିବିର ହଟାଇଲା ପାକିସ୍ତାନ

ଶ୍ରୀନଗର/ଇସଲାମାବାଦ୍‌,୧୭।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଘାରିଛି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଭୟ। ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଥିବା ଆତଙ୍କବାଦୀ ଶିବିରକୁ ସ୍ଥାନାନ୍ତର କରିଛି।

ଆକ୍ରମଣକାରୀଙ୍କୁ ପାକ୍‌ ଗଣମାଧ୍ୟମର ପ୍ରଶଂସା

ଆକ୍ରମଣକାରୀଙ୍କୁ ପାକ୍‌ ଗଣମାଧ୍ୟମର ପ୍ରଶଂସା

ନୂଆଦିଲ୍ଲୀ,  ୧୭।୨:ଜମ୍ମୁକଶ୍ମୀରର ପୁଲଓ୍ବାମାରେ ଆତ୍ମଘାତୀ ବିସ୍ଫୋରଣ ଘଟାଇ ୪୦ ଯବାନଙ୍କ ଜୀବନ ନେଇଥିବା ବ୍ୟକ୍ତି ପାକିସ୍ତାନ ପାଇଁ ଆତଙ୍କବାଦୀ ନୁହେଁ, ସ୍ବାଧୀନତା ସଂଗ୍ରାମର ଯୋଦ୍ଧା। 

ଭାରତୀୟ ପତାକା ପ୍ରଦର୍ଶନ କରି ପାକ୍‌ ସ୍କୁଲ୍‌ ଦଣ୍ଡିତ

ଭାରତୀୟ ପତାକା ପ୍ରଦର୍ଶନ କରି ପାକ୍‌ ସ୍କୁଲ୍‌ ଦଣ୍ଡିତ

କରାଚୀ, ୧୭।୨: ପାକିସ୍ତାନର ଏକ ସ୍କୁଲ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ କେତେକ ଛାତ୍ର ଭାରତୀୟ ସଂଗୀତ ଗାଇବା ସହ ଜାତୀୟ ପତାକା ପ୍ରଦର୍ଶନ କରିବାରୁ ଉକ୍ତ ସ୍କୁଲ୍‌କୁ ପାକିସ୍ତାନୀ କର୍ତ୍ତୃପକ୍ଷ ଦଣ୍ଡିତ କରିଛନ୍ତି।

ଆକ୍ରମଣ ସୁଯୋଗକୁ ଅପେକ୍ଷା କରିଛନ୍ତି ୩ ରିଙ୍ଗ୍‌ ଲିଡରଙ୍କ ସମେତ ୬୦ ଜୈଶ୍‌ ଆତଙ୍କବାଦୀ: ଗୋଇନ୍ଦା ରିପୋର୍ଟ

ଆକ୍ରମଣ ସୁଯୋଗକୁ ଅପେକ୍ଷା କରିଛନ୍ତି ୩ ରିଙ୍ଗ୍‌ ଲିଡରଙ୍କ ସମେତ ୬୦ ଜୈଶ୍‌ ଆତଙ୍କବାଦୀ: ଗୋଇନ୍ଦା ରିପୋର୍ଟ

ଶ୍ରୀନଗର/ଇସଲାମାବାଦ,୧୭।୨: ଜମ୍ମୁ-କଶ୍ମୀରରେ ଆକ୍ରମଣ କରିବା ପାଇଁ ସୁଯୋଗକୁ ଅପେକ୍ଷା କରି ବସିଛନ୍ତି ୬୦ ଆତଙ୍କବାଦୀ। 

ପୁଲଓ୍ବାମା କାଣ୍ଡ: ପାକିସ୍ତାନ ଆର୍ମି ହସ୍ପିଟାଲରେ ମରଣାନ୍ତକ ରୋଗ ଶଯ୍ୟାରେ ଅଝହର ଦେଇଛନ୍ତି ନିର୍ଦ୍ଦେଶ

ପୁଲଓ୍ବାମା କାଣ୍ଡ: ପାକିସ୍ତାନ ଆର୍ମି ହସ୍ପିଟାଲରେ ମରଣାନ୍ତକ ରୋଗ ଶଯ୍ୟାରେ ଅଝହର ଦେଇଛନ୍ତି ନିର୍ଦ୍ଦେଶ

ଶ୍ରୀନଗର/ଇସଲାମାବାଦ୍‌, ୧୭।୨: ଭାରତରେ ଆତଙ୍କବାଦୀ କାଣ୍ଡ ଭିଆଇ ପାକିସ୍ତାନରେ ଲୁଚିବସିଛନ୍ତି ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଜୈଶ୍‌-ଇ-ମହମ୍ମଦ ମୁଖ୍ୟ ମସୁଦ୍‌ ଅଝହର।