
ସମାବେଶରେ ସ୍ବତନ୍ତ୍ର କୋଶଳ ରାଜ୍ୟ ପୋଷ୍ଟର
ଓଡିଶାରୁ ବିଚ୍ଛିନ୍ନ ହୋଇ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଲାଙ୍ଗୀର ସମାବେଶରେ ଦେଖିବାକୁ ମିଳିଛି। ବହୁ କୋଶଳ ରାଜ୍ୟ ସମର୍ଥକ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ଲେଖାଥିବା ପୋଷ୍ଟର, ବ୍ୟାନରକୁ ସମାବେଶରେ ପ୍ରଦର୍ଶନ କରି ନାରାବାଜି କରିଥିଲୋ ପ୍ରଧାନମନ୍ତ୍ରୀ ମୋଦି ଭାଷଣ ଦେବା ସମୟରେ କୋଶଳ ରାଜ୍ୟ ଗଠନ ନାରା ସମାବେଶକୁ ପ୍ରକମ୍ପିତ କରିଥିଲା। ତେବେ ମୋଦି ତାଙ୍କ ବକ୍ତବ୍ୟରେ ଏନେଇ କିଛି ବି ମନ୍ତବ୍ୟ ଦେଇନଥିଲୋ ପୋଲିସ କର୍ମଚାରୀମାନେ ପ୍ରଦର୍ଶନକାରୀଙ୍କୁ ଚୁପ୍ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଚୁପ୍ ହୋଇନଥିଲେ।
କଣ୍ଟାବାଞ୍ଜି ସ୍ବତନ୍ତ୍ର ଜିଲା ଗଠନ ଦାବି ପ୍ରସଙ୍ଗ ଉଠିଲା
ସ୍ବତନ୍ତ୍ର କଣ୍ଟାବାଞ୍ଜି ଜିଲା ଦାବି ନେଇ ଦୀର୍ଘଦିନରୁ କରୁଥିବା ଆନ୍ଦୋଳନକାରୀ ମୋଦିଙ୍କ ସାଧାରଣ ସଭାରେ ଉପସ୍ଥିତ ରହି ପ୍ଳାକାର୍ଡ, ବ୍ୟାନର ପ୍ରଦର୍ଶନ କରିଥିଲେ। କଣ୍ଟାବାଞ୍ଜି ଅଞ୍ଚଳକୁ ଜିଲା ମାନ୍ୟତା ମିଳିଲେ ବିକାଶ ପ୍ରକ୍ରିୟା ତ୍ୱରାନ୍ବିତ ହେବା ସହ ଦାଦନ ସମସ୍ୟାର ସମାଧାନ ହେବ ବୋଲି ଦୀର୍ଘଦିନରୁ ଦାବି କରିଆସୁଛନ୍ତି। ଆନ୍ଦୋଳନକାରୀ ମାନେ ବ୍ୟାନର ଦେଖାଇଥିଲେ ମଧ୍ୟ ମୋଦି ଏନେଇ କିଛି ମନ୍ତବ୍ୟ ଦେଇ ନ ଥିଲେ।
ଚେୟାର ଧରି ଦୌଡ଼ିଲେ
ମୋଦି ଆସିବାର କିଛି ସମୟ ପୂର୍ବ ଯାଏଁ ସଭାସ୍ଥଳର ଆଗରେ ବ୍ୟବସ୍ଥା ହୋଇଥିବା ଭିଭିଆଇପି ଚେୟାର ଖାଲିପଡିଥିଲା ା ମୋଦିଙ୍କ ଆସିବା ସମୟ ହେବା କ୍ଷଣି ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା ଉପସ୍ଥିତ ପୋଲିସକୁ ଲୋକମାନଙ୍କୁ ଆଗକୁ ପଠାଇ ଚେୟାର ଫୁଲ କରିବାକୁ ଅନୁରୋଧ କରିଥିଲେ। କାଳେ ଲୋକ ମାଡି ଆସିବେ ପୋଲିସ ସମ୍ଭାଳି ପାରିବନାହିଁ ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଆଗକୁ ଛଡାଯାଇ ନ ଥିଲା। ମାତ୍ର ଦଳର ବରିଷ୍ଠ ନେତା ସୁରେଶ ପୂଜାରୀ ପୁଣି ଥରେ ସମାନ କଥା ଦୋହରାଇ ଲୋକଙ୍କୁ ଆଗକୁ ଛାଡିବାକୁ ପୋଲିସକୁ ଅନୁରୋଧ କଲେ। ଶେଷରେ ପୋଲିସ ଲୋକଙ୍କୁ ଆଗକୁ ଯିବାକୁ ଛାଡି ଦେଇଥିଲାା ଏହାପରେ ଆରମ୍ଭ ହୋଇଥିଲା ଦୌଡ଼ ଧପଡ଼। ଲୋକେ ଗୋଟେ ଗୋଟେ ଚେୟାର ଧରି ସିଧା ସଭାସ୍ଥଳ ନିକଟରେ ପହଞ୍ଚତ୍ଥିଲେ। କିଛଇ ସମୟ ଯାଏଁ ଲୋକେ ଏତେ ହୋଇଗଲେ ଯେ, ଲୋକଙ୍କୁ ଚେୟାର ମୁଣ୍ଡେଇ ସେଠାରେ ଠିଆହେବାକୁ ପଡିଥିଲା।