ରାଜ୍ୟ | ସମ୍ବଲପୁର

ଭାଜପା ସମାବେଶରେ ମୋଦି ନରମ, ଧର୍ମେନ୍ଦ୍ର ଗରମ

ଭାଜପା ସମାବେଶରେ ମୋଦି ନରମ, ଧର୍ମେନ୍ଦ୍ର ଗରମ

ବଲାଙ୍ଗୀର ଅଫିସ, ୧୬।୧- ଗତ ଏକ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଓଡ଼ିଶା ଗସ୍ତ କରିଛନ୍ତି। ବଲାଙ୍ଗୀରଠାରେ ମଙ୍ଗଳବାର ଏକ ସରକାରୀ କାର୍ଯ୍ୟକ୍ରମରେ ମୋଦି ୧୫୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ବଲାଙ୍ଗୀର ପଥରଚେପା ପଡିଆରେ ଭାଜପା ପକ୍ଷରୁ ଅନୁଷ୍ଠିତ ବିଶାଳ ଜନ ସମାବେଶରେ ମୋଦି ରାଜ୍ୟର ବିଜେଡି ସରକାରଙ୍କ ଉପରେ ନରମ ହୋଇ ସମାଲୋଚନା କରିଥିବାବେଳେ ଦଳୀୟ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଗରମ ଥିଲେ। ବିଭିନ୍ନ ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ର ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ୪୫ ମିନିଟ୍‌ର ଭାଷଣରେ ମୋଦି ଓଡିଶାର କଳା, ସଂସ୍କୃତି ଏବଂ କେନ୍ଦ୍ର ସରକାରଙ୍କ ସଫଳତା ବିଷୟରେ ବଖାଣିଛନ୍ତି। ଏହାସହ ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ଖର୍ଚ୍ଚ ନେଇ ରାଜ୍ୟ ସରକାରଙ୍କୁ ମୃଦୁ ସମାଲୋଚନା କରିଛନ୍ତି। ନିର୍ବାଚନକୁ ଅପେକ୍ଷା ନ କରି ଆଦିବାସୀଙ୍କ ପାଇଁ ଥିବା ଅର୍ଥ ଖର୍ଚ୍ଚ କର ବୋଲି ମୋଦି ଆହ୍ବାନ ଦେଇଛନ୍ତି। 

ମୋଦି କହିଛନ୍ତି ଯେ, କେନ୍ଦ୍ର ସରକାର ଆଦିବାସୀମାନଙ୍କ ଅଧିକାରକୁ ଧ୍ୟାନରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଖଣିଖାଦାନ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ ଡିଏମ୍‌ଏଫ୍‌ ଗଠନ ହୋଇଛି। ଖଣି ଖାଦାନରୁ ଆସୁଥିବା ଲାଭାର୍ଥ ସ୍ଥାନୀୟ ଅଞ୍ଚଳର ଆଦିବାସୀଙ୍କ ପାଇଁ ଖର୍ଚ୍ଚ କରିବାକୁ ଏହି ବ୍ୟବସ୍ଥା କରାଯାଇଛି। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଓଡ଼ିଶାକୁ ୪ ହଜାର କୋଟି ଟଙ୍କାରୁ ଅଧିକ ଲାଭ ମିଳିଛି। ଦୁଃଖର ବିଷୟ ଗରିବଙ୍କ ଏହି ଅର୍ଥର ଖୁବ୍‌ କମ୍‌ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି। ବହୁ ଟଙ୍କା ଡିଏମ୍‌ଏଫ୍‌ରେ ପଡିରହିଛି। ଏଠିକା ସରକାରକୁ କ’ଣ ହୋଇଯାଇଛି, ମୋତେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ମୋଦି କହିଛନ୍ତି। ଲୋକଙ୍କ ସମସ୍ୟା ଦୂର କର। ନିର୍ବାଚନ ଆସିବ ଯିବ। ଏହା ଆଦିବାସୀ ଭାଇଭଉଣୀଙ୍କ ଅଧିକାର ବୋଲି ସେ କହିଛନ୍ତି। ଆଦିବାସୀ ଛାତ୍ରୀଛାତ୍ରଙ୍କ ପାଇଁ କେନ୍ଦ୍ର ସରକାର  ବହୁତ କିଛି କରିଛନ୍ତି। ୨୦ ହଜାରରୁ ଅଧିକ ଲୋକ ବାସ କରୁଥିବା ଆଦିବାସୀ ଅଞ୍ଚଳରେ ଏକଲବ୍ୟ ସ୍କୁଲ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି କ୍ରୀଡ଼ା କ୍ଷେତ୍ରରେ ଓଡ଼ିଆ ଆଦିବାସୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଖୁବ୍‌ଶୀଘ୍ର ଆଦିବାସୀ ବହୁଳ ଜିଲାଗୁଡିକରେ କ୍ରୀଡ଼ାର ଉନ୍ନତି ପାଇଁ ୫ କୋଟି ଟଙ୍କା ଲେଖାଏ ଦେବାକୁ ବ୍ୟବସ୍ଥା କରାଯାଇଛି ବୋଲି ମୋଦି କହିଛନ୍ତି। 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ, ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ, ହେଲେ ଏଥିରେ ରାଜ୍ୟ ସରକାର ବାଧକ ସାଜିଛନ୍ତି। ଫଳରେ ଓଡିଶାର ବିକାଶ କାମ ହୋଇପାରୁନାହିଁ। ପ୍ରଧାନମନ୍ତ୍ରୀ ପଶ୍ଚିମ ଓଡିଶା ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ସତ୍ତ୍ୱ୍ବେ ସେ ଆସିଲେ ନାହିଁ। ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ବାରିପଦା ଗସ୍ତ ବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସି ନ ଥିଲେ। ଦୁଃଖର ବିଷୟ, ମୁଖ୍ୟମନ୍ତ୍ରୀ ରାଜନୀତି କରିବାକୁ ଚାହିଁଲେ, ପଶ୍ଚିମ ଓଡିଶାର ଉନ୍ନତି ଚାହିଁଲେ ନାହିଁ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ କୃଷକଙ୍କ ନଁାରେ କୁମ୍ଭୀର କାନ୍ଦଣା କାନ୍ଦିବା ପାଇଁ ବ୍ୟବସ୍ଥା କରିଛନ୍ତି। ରାଜ୍ୟର ବିକାଶ କଥାକୁ ଆଖି ବୁଜିଦେଇ ମୁଖ୍ୟମନ୍ତ୍ରୀ ରାଜନୀତି କରୁଛନ୍ତି।  ବଲାଙ୍ଗୀରରେ ହଜାର କୋଟି ଟଙ୍କା ବ୍ୟୟ କରି ନଡାରୁ ପେଟ୍ରୋଲ ବାହାର କରିବାର ବିକଳ୍ପ ପ୍ରକଳ୍ପ ମୋଦି ସରକାର କରିଛନ୍ତି। ଯୁବକଙ୍କୁ ରୋଜଗାର ଦେବା ଓ ଚାଷୀର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଏ ପ୍ରକଳ୍ପ ଆରମ୍ଭ ହୋଇଛି। ବଲାଙ୍ଗୀର ଜିଲାରେ ୧୯ ବର୍ଷର ଶାସନରେ ଚାଷ ଜମିରେ ଜଳସେଚନ ନାହିଁ। ତଥ୍ୟାନୁଯାୟୀ ଗତ ୨୦ ବର୍ଷ ଭିତରେ ୫ରୁ ୧୦% ଅଞ୍ଚଳ ଜଳସେଚନ ହୋଇଛି। ଲୋଏର ସୁକତେଲ ପ୍ରକଳ୍ପର କାମ ୧୫ ବର୍ଷ ହେଲା ଚାଲିଛି, କିନ୍ତୁ ସମ୍ପୂର୍ଣ୍ଣ ହୋଇପାରୁନି। ୩୦ ବର୍ଷ ଏ ଅଞ୍ଚଳକୁ ଅଣଦେଖା କରି ରଖାଯାଇଛି। ଓଡ଼ିଶାର ୧୫ ଜିଲାରେ ୨୫୦୦ କିଲୋମିଟର ଜାତୀୟ ରାଜପଥ ରହିଛି। ଏଥିରେ ଆଉ ୧୭୬୭ କିଲୋମିଟର ରାସ୍ତା ଯୋଡ଼ିବା ପାଇଁ ମୋଦି ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ମାତ୍ର ରାଜ୍ୟ ସରକାର  ଅନୁମତି ନ ଦେଇ ବିକାଶର ଏତେବଡ଼ କାମକୁ ଜାଣିଶୁଣି ଅଟକାଇ ରଖିବା ଦୁର୍ଭାଗ୍ୟଜନକ। ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍‌ ପାଇଁ ରାଜ୍ୟ ସରକାର ଜମି ଦେଇନାହାନ୍ତି। ହକି ବିଶ୍ୱକପରେ ସଲମାନ ଓ ଶାହରୁଖ ଖାଁକୁ ନଚାଇବା ପାଇଁ ପଇସା ଅଛି, କିନ୍ତୁ ଶିକ୍ଷକଙ୍କ ପାଇଁ ପଇସା ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି। 

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ, ଏଠି ରାଜ୍ୟ ସରକାର କେବଳ ପ୍ରହସନ ଚଳାଇଛନ୍ତି। ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଟଙ୍କାକୁ ହଡ଼ପ କରୁଛନ୍ତି। ନିର୍ବାଚନରେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ପିଠା ଯୋଜନା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଟଙ୍କା ଦେଉଛନ୍ତି। ବିଗତ କଂଗ୍ରେସ ସରକାର ଅମଳରେ ଛବିରାଣୀ, ଅଞ୍ଜନା ମିଶ୍ର ଗଣବଳାତ୍କାର ଭଳି ଘଟଣା ଘଟିଥିଲା। ସେହି ସମୟରେ ଯେଭଳି ମହିଳାଙ୍କ ପ୍ରତି ଅତ୍ୟାଚାର ଘଟିଥିଲା, ଏବେ ସେଭଳି  ସ୍ଥିତି ଉପୁଜିଛି। ପିପିଲି ଓ କୁନ୍ଦୁଲି ଗଣବଳାତ୍କାର ଘଟଣାରେ ରାଜ୍ୟ ସରକାର ବଦନାମ ହୋଇଛନ୍ତି। ମହିଳା ଓ ଶିଶୁମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ବର୍ତ୍ତମାନ ସମୟ ଆସିଛି ଆମେ ସମସ୍ତେ କଠିନ ପରିଶ୍ରମ କରି କେନ୍ଦ୍ର ଓ ରାଜ୍ୟରେ ଭାଜପାକୁ ସରକାରରେ ବସାଇବା ବୋଲି ଓରାମ କହିଛନ୍ତି।

All Right Reserved By

ରାଜ୍ୟ | ସମ୍ବଲପୁର

ଓଟିଭି ବିରୋଧରେ ଅଭିଯୋଗ:  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଓଟିଭି ବିରୋଧରେ ଅଭିଯୋଗ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଭାଜପା ପ୍ରଚାରରେ ବେଆଇନ ହୋଡିର୍ଂ ବ୍ୟବହାର ଏବଂ ଭାଜପାର ପେଡ୍‌ ନ୍ୟୁଜ ପ୍ରସାରଣ କରୁଥିବା ଅଭିଯୋଗ ଆଣି ଓଟିଭି ଚ୍ୟାନେଲ ବିରୋଧରେ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜୁ ଜନତା ଦଳ। ଏହି ସବୁ ଗୁରୁତର ମାମଲାରେ ନିର୍ବାଚନ କମିଶନଙ୍କ ନିରବତାକୁ ଦଳ ପ୍ରଶ୍ନ କରିବା ସହ କାଳବିଳମ୍ବ ନକରି କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବି କରିଛି।

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ନୟାଗଡ଼ ଅଫିସ,୧୮।୪- ନୟାଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ସମ୍ମୁଖରେ ଗୁରୁବାର କଙ୍ଗାରୁ କୋର୍ଟ ବସିଥିବା ଜଣାପଡିଛି। କଙ୍ଗାରୁ କୋର୍ଟ ମାଧ୍ୟମରେ ୪ ଜଣ ବ୍ୟକ୍ତିଙ୍କୁ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା କରାଯାଇଛି, ଯାହା ପୋଲିସର ପାରିଲାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।  

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ବଇଣ୍ଡା,୧୮।୪(ଡି.ଏନ.ଏ.)- ରାଜ୍ୟରେ ଦୀର୍ଘ ୧୯ ବର୍ଷ ସରକାରର ଏକଛତ୍ରବାଦ ଶାସନ ଚାଲିଛି। ଅପରାଧ ବଢିବାସହ ସରକାରୀ ଯୋଜନାକୁ ବାଟ ମାରଣା କରାଯାଉଛି। କେନ୍ଦ୍ରୀୟ ଯୋଜନାକୁ  ଠିକ୍‌ ଭାବେ ପ୍ରଚଳନ କରୁ ନ ଥିବାବେଳେ  ଗରିବ ଲୋକଙ୍କୁ  ଯୋଜନାରୁ  ବଞ୍ଚିତ କରାଯାଉଛି। 

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଜୁନାଗଡ,୧୮।୪(ଡି.ଏନ.ଏ.): ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ପାଇଁ ଜାରିଙ୍ଗ ଡ୍ରିଷ୍ଟିବ୍ୟୁଟାରୀର ଚାଷୀମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜାରିଙ୍ଗ ଛକ ୨୬ନଂ. ଜାତୀୟ ରାଜପଥ ଉପରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ସାଢେ ୧୧ଟା ଦେଢ ଘଣ୍ଟା ଧରି ଚାଷୀମାନେ ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତାରେ ଶତାଧିକ ଯାନବାହନ ଅଟକି ରହିଥିଲା। 

ଅବହେଳିତ କଣ୍ଡରାଗଡିଆ ଗ୍ରାମ: ଭୋଟବର୍ଜନ ଲାଗି ଗ୍ରାମବାସୀଙ୍କ ଚେତାବନୀ

ଅବହେଳିତ କଣ୍ଡରାଗଡିଆ ଗ୍ରାମ: ଭୋଟବର୍ଜନ ଲାଗି ଗ୍ରାମବାସୀଙ୍କ ଚେତାବନୀ

ଖଇରା, ୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ଅଧୀନ କଣ୍ଡରାଗଡିଆ ଗ୍ରାମକୁ ନିତିଦିନିଆ ରାସ୍ତା ନାହିଁ। ଘରପୋଡି ବେଳେ ଦମକଳ ଗାଡିଟିଏ ଗଁାକୁ ପଶିପାରୁନି। 

୬ ବୁଥ୍‌ରେ ମତଦାନ ହୋଇପାରିଲାନି: ଦୋଷୀ ପୋଲିଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

୬ ବୁଥ୍‌ରେ ମତଦାନ ହୋଇପାରିଲାନି: ଦୋଷୀ ପୋଲିଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର, ୧୮।୪(ବ୍ୟୁରୋ): ରାଜ୍ୟର କେତେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ପରିଲଖିତ ହେବା ଯୋଗୁ ମତଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ୬ଟି ବୁଥ୍‌ରେ ଇଭିଏମ୍‌  ତ୍ରୁଟି ଏବଂ ପୋଲିଂ କର୍ମଚାରୀଙ୍କ ଅବହେଳା ଯୋଗୁ ନିର୍ବାଚନକୁ ବାତିଲ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ ବେଳେ ଦୁର୍ଘଟଣା, ଜଣେ କର୍ମୀ ଆହତ

ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ ବେଳେ ଦୁର୍ଘଟଣା, ଜଣେ କର୍ମୀ ଆହତ

ଭୁବନେଶ୍ୱର/ ଖୋର୍ଦ୍ଧା ଅଫିସ, ୧୮।୪(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଖୋର୍ଦ୍ଧା ଜିଲାର ବେଗୁନିଆରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରୋଡ୍‌ ଶୋ’ କରିଥିଲେ। ଏହି ସମୟରେ ଦୁର୍ଭାଗ୍ୟବଶତଃ ଦୁର୍ଘଟଣା ଘଟିଥିଲା। ଏଥିରେ ଜଣେ କର୍ମୀ ଆହତ ହୋଇଛନ୍ତି। 

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୫ଟା ସୁଦ୍ଧା ୬୪% ମତଦାନ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୫ଟା ସୁଦ୍ଧା ୬୪% ମତଦାନ

ଭୁବନେଶ୍ୱର, ୧୮।୪(ବ୍ୟୁରୋ):  ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୫ ଲୋକ ସଭା ଓ ୩୫ ବିଧାନସଭା ଲାଗି ମତଦାନ ହୋଇଛି। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ମୋଟ ୬୪ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ବିଜେଡିର ହିଂସାକୁ ରାଜ୍ୟବାସୀ ଭୋଟରେ ଜବାବ ଦେବେ: ଧର୍ମେନ୍ଦ୍ର ପ୍ରଧାନ

ବିଜେଡିର ହିଂସାକୁ ରାଜ୍ୟବାସୀ ଭୋଟରେ ଜବାବ ଦେବେ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୧୮।୪(ବ୍ୟୁରୋ): ପରାଜୟର ଭୟରେ ବିଜେଡି ହିଂସାର ମାର୍ଗ ଆପଣେଇଛି। ଭାଜ୍ୟବାସୀ ଭୋଟରେ ଏହାର ଜବାବ ଦେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏପରି କହିଛନ୍ତି। 

ସୁନ୍ଦରଗଡ଼ରେ ନିର୍ବାଚନୀ ହିଂସା: ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଭାଇ, ଖବରଦାତାଙ୍କ ଉପରେ ଭାଜପା ସମର୍ଥକଙ୍କ ଆକ୍ରମଣ ଅଭିଯୋଗ; ୪ ଗିରଫ

ସୁନ୍ଦରଗଡ଼ରେ ନିର୍ବାଚନୀ ହିଂସା: ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଭାଇ, ଖବରଦାତାଙ୍କ ଉପରେ ଭାଜପା ସମର୍ଥକଙ୍କ ଆକ୍ରମଣ ଅଭିଯୋଗ; ୪ ଗିରଫ

ସୁନ୍ଦରଗଡ , ୧୮।୪ (ଡି.ଏନ୍‌.ଏ.): ଭୋଟଗ୍ରହଣ ପୂର୍ବରୁ ବୁଧୁବାର ସନ୍ଧ୍ୟା ଓ ବିଳମ୍ବିତ ରାତିରେ ପୃଥକ ଭାବେ ୨ଟି ସ୍ଥାନରେ ନିର୍ବାଚନୀ ହିଂସା ହୋଇଛି। ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ସାଲେପାଲି ଓ ରାଏବଗା ଗ୍ରାମରେ ପୂର୍ବତନ ବିଧାୟକ ତଥା ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ  ଭାଇ ଓ ସମର୍ଥକଙ୍କ ସମେତ ଜଣେ ଖବରଦାତାଙ୍କ ଉପରେ ପ୍ରତିପକ୍ଷ ଭାଜପା ବିଧାୟକ ପ୍ରାର୍ଥୀନୀ କୁସୁମ ଟେଟେଙ୍କ ସମର୍ଥକ ମାନେ  ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ  ହୋଇଛି। 

ବିଜେଡି ଜିଲା ସଭାପତିଙ୍କ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ଘଟଣା, ଥାନା ଘେରିଲେ ସମର୍ଥକ

ବିଜେଡି ଜିଲା ସଭାପତିଙ୍କ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ଘଟଣା, ଥାନା ଘେରିଲେ ସମର୍ଥକ

କଟକରୋଡ,୧୮।୪(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ୱର ଛକ ନିକଟରେ ଥିବା ବିଜେଡି  ଭୁବନେଶ୍ୱର ଜିଲା ସଭାପତି ଅମରେଶ ଜେନାଙ୍କ କାର୍ଯ୍ୟାଳୟ ଉପରକୁ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ଗୁରୁବାର ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଛି। 

ବାଲିଗୁଡା ବ୍ଲକର ୪ ଗ୍ରାମର  ୬ଶହରୁ ଊର୍ଦ୍ଧ୍ୱ ଭୋଟରଙ୍କ ଭୋଟ ବର୍ଜନ

ବାଲିଗୁଡା ବ୍ଲକର ୪ ଗ୍ରାମର ୬ଶହରୁ ଊର୍ଦ୍ଧ୍ୱ ଭୋଟରଙ୍କ ଭୋଟ ବର୍ଜନ

ବାଲିଗୁଡ଼ା, ୧୮।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ବାଲିଗୁଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିଗୁଡ଼ା ବ୍ଲକର ୪ ଗ୍ରାମର ୬ଶହରୁ ଊର୍ଦ୍ଧ୍ୱ ଭୋଟର ଗୁରୁବାର ଭୋଟ ବର୍ଜନ କରିଛନ୍ତି।  


Model This Week

କ୍ରିଷ୍ଣା
Why Dharitri