ସମ୍ବଲପୁର

ରାଜ୍ୟସ୍ତରୀୟ ଆର୍‌ଏସ୍‌ଏ କପ୍‌ ଫୁଟବଲ ଉଦ୍‌ଯାପିତ: ଅନୁଗୋଳର ପତାକା କ୍ଲବ ଚାମ୍ପିୟନ

ରାଜ୍ୟସ୍ତରୀୟ ଆର୍‌ଏସ୍‌ଏ କପ୍‌ ଫୁଟବଲ ଉଦ୍‌ଯାପିତ: ଅନୁଗୋଳର ପତାକା କ୍ଲବ ଚାମ୍ପିୟନ

ସୁନ୍ଦରଗଡ଼, ୧୬।୧ (ଡି.ଏନ୍‌.ଏ) -ସୁନ୍ଦରଗଡ ଫୁଟବଲ ରେଫରୀମାନଙ୍କୁ ନେଇ ଗଠିତ ରୁରାଲ ସ୍ପୋର୍ଟସ ଆସୋସିଏଶନ୍‌ ଓ କିଞ୍ଜିର୍ମା ଏସ୍‌ଡିବିଏଲ କ୍ଲବର ମିଳିତ ଆନୁକୂଲ୍ୟରେ କିଞ୍ଜିର୍ମା ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଚାଲିଥିବା ଚତୁର୍ଥ ରାଜ୍ୟସ୍ତରୀୟ ଆର୍‌ଏସ୍‌ଏ କପ୍‌ ଫୁଟବଲ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଅନୁଗୋଳର ପତାକା କ୍ଲବ, ଜୟ ଜଗନ୍ନଥ କ୍ଲବ ଫୁଲଧୂଡିକୁ ହରାଇ ଚାମ୍ପିୟନ ହୋଇଛି। ଝାରସୁଗୁଡା ବିଧାୟକ ନବକିଶୋର ଦାସ ମୁଖ୍ୟ ଅତିଥି ଓ ସୁନ୍ଦରଗଡ ସଦର ବିଧାୟକ ଯୋଗେଶ କୁମାର ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳର ଶୁଭାରମ୍ଭ କରିବା ସହ ଚାମ୍ପିୟନ ଓ ରନର୍ସ ଅପ୍‌ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ କିଞ୍ଜିର୍ମା ପଡିଆକୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ ନାମରେ ଘୋଷଣା କରି ଉଦ୍‌ଘାଟନ କରିଥିଲେ। ଉଦ୍‌ଯାପନୀ ସଭାରେ ଆୟୋଜକ କମିଟିର କାର୍ତ୍ତିକ ସୁନ୍ୟାନୀ ସଭାପତିତ୍ୱ କରିଥିଲେ। ସମ୍ପାଦକ ଶୁଶୀଲ କୁମାର ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ସହସମ୍ପାଦକ ନିତ୍ୟକୁମାର ବଳ ମଞ୍ଚ ପରିଚାଳନା କରିଥିଲେ। ମଙ୍ଗଳବାର ଅନୁଗୋଳର ପତକା କ୍ଲବ ଏବଂ ଜୟ ଜଗନ୍ନାଥ କ୍ଲବ ଫୁଲଧୂଡି ମଧ୍ୟରେ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଅନୁଗୋଳର ପତାକା କ୍ଲବର ବିଦେଶୀ ଖେଳାଳିଙ୍କ ଚମତ୍କାର ଖେଳ ଯୋଗୁ ଏହି ଦଳର କରଣ ଟପ୍ନୋଙ୍କ ୩୫ ମିନିଟରେ ଏକମାତ୍ର ଗୋଲ ବଳରେ ଦଳ ୧-୦ ଗୋଲରେ ବିଜୟୀ ହୋଇ ଚାମ୍ପିୟନ ହୋଇଥିଲା। ଅନୁଗୋଳ ପତକା କ୍ଲବ ଲଗାତାର ୩ଥର ଆର୍‌ଏସଏ କପ୍‌ ହ୍ୟାଟ୍ରିକ ଚାମ୍ପିୟନ ହୋଇପାରିଛି।  ପତକା କ୍ଲବର କରଣ  ଟପ୍ନୋ ମ୍ୟାନ ଅପ ଦି ମ୍ୟାଚ୍‌ ଓ ଗୋଲକିପର ଶ୍ରବଣ ତନ୍ତୀଙ୍କୁ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଏବଂ ଫୁଲଧୂଡି ଜୟଜଗନ୍ନାଥ କ୍ଲବର ଆକାଶ ସାହୁଙ୍କୁ ଉଦୀୟମାନ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ଚାମ୍ପିୟନ ଦଳକୁ ଟ୍ରଫିସହ ୨୦ ହଜାର ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା। ଜାତୀୟ ବକ୍‌ିଂ ଖେଳାଳି ସୋନିଆରାଣାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଖେଳକୁ ରେଫରୀ ରୋମାଞ୍ଚ ଭୈଷାଁଲ, ପ୍ରସନ୍ନ ଭୋଇ, ଦେବେନ୍ଦ୍ର କିଷାନ ଓ ଚିତ୍ତରଞ୍ଜନ ସେଠ ପରିଚାଳନା କରିଥିଲେ। ଜାତୀୟ ରେଫରୀ ଦୁର୍ଗାମାଧବ ନାଏକ ମ୍ୟାଚ କମିଶନରର ଦାୟିତ୍ୱ ନିର୍ବାହ କରିଥିଲେ। କୋଲକତାର ଆନ୍ତଃର୍ଜାତୀୟ ଫୁଟବଲ ଯାଦୁଗର ପ୍ରଦୀପ କୁମାରଙ୍କ କୌତୁକିଆ ଫୁଟବଲ କାର୍ଯ୍ୟକ୍ରମ ଓ କୋଲକତାର ଚିୟର୍ସ ଗାଲର୍ସଙ୍କ ନୃତ୍ୟ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କ ମନମୁଗ୍ଧ କରିଥିଲା। ଆୟୋଜକ କମିଟିର ଆବାହକ ଅଶ୍ୱିନୀ କୁମାର ନାଏକ ଏବଂ ଆୟୋଜକ କମିଟିର ସଦସ୍ୟଙ୍କ ତତ୍ତ୍ୱାବଧାନରେ ଏହି ଟୁର୍ନାମେଣ୍ଟ ସମ୍ପନ୍ନ ହୋଇଛି।

All Right Reserved By

ସମ୍ବଲପୁର

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

ନାକଟିଦେଉଳ,୨୫।୩(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର ପାଣିଗ୍ରାହୀପାଲି  ଗ୍ରାମର ଆଡ଼ି ସାହି, ଭୁଲକି, କଞ୍ଚନପୁର, ଗିରିଶ୍ଚନ୍ଦ୍ରପୁର ଓ ଟୁରିବାହାଲରେ ଲୋକେ ଝାଡାବାନ୍ତିର ଆକ୍ରାନ୍ତ ହୋଇଛନ୍ତି। 

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ରାଉରକେଲା ଅଫିସ,୨୫।୩: ସୁନ୍ଦରଗଡ଼ ଲୋକ ସଭା ଏବଂ ଏହା ଅଧୀନ ୭ ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ତାରିଖରେ ଭୋଟଗ୍ରହଣ କରାଯିବ। 

   ଶେଷ ଦିନରେ ୧୯ଜଣ ଦାଖଲ କଲେ ନାମାଙ୍କନ

ଶେଷ ଦିନରେ ୧୯ଜଣ ଦାଖଲ କଲେ ନାମାଙ୍କନ

ନୂଆପଡା ଅଫିସ,୨୫ା୩: ସାଧାରଣ ନିର୍ବାଚନ ସକାଶେ ଗତ ୧୮ତାରିଖଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଥିପାଇଁ ସୋମବାର ଶେଷ ଦିନ ଥିଲା । ଏହି ଦିନ ସୁଦ୍ଧା ଜିଲାରେ ମୋଟ ୧୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

ଖଡିଆଳରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ଖଡିଆଳରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ଖଡିଆଳ,୨୫।୩(ଡି.ଏନ.ଏ.): ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଥିବା ବେଳେ ସୋମବାର ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ ସ୍ବରୂପ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିଥିଲା । 

ମିଳିଲାନି ସରକାରୀ ସହାୟତା : ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି  ସେବତୀଙ୍କ ପରିବାର

ମିଳିଲାନି ସରକାରୀ ସହାୟତା : ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି ସେବତୀଙ୍କ ପରିବାର

କର୍ଲାମୁଣ୍ଡା,୨୫।୩(ଡି.ଏନ.ଏ.):ବାସହୀନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବାସଗୃହ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କଘର ଯୋଜନା କରିଛନ୍ତି । 

ବେଆଇନ ବନ୍ଧୁକ ରଖି ଗିରଫ

ବେଆଇନ ବନ୍ଧୁକ ରଖି ଗିରଫ

ଘଣ୍ଟାପଡା, ୨୫।୩ (ଡି.ଏନ.ଏ):କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅନ୍ତର୍ଗତ ଉମା ଗ୍ରାମରେ ରବିବାର ପୋଲିସ ଚଢାଉ କରି ବେଆଇନ ଭାବେ ବନ୍ଧୁକ ରଖିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। 

ଦାବି ପୂରଣ ହେଲାନି, ଭୋଟ ବର୍ଜନ ନିଷ୍ପତ୍ତି

ଦାବି ପୂରଣ ହେଲାନି, ଭୋଟ ବର୍ଜନ ନିଷ୍ପତ୍ତି

ଜାମଟିକ୍ରା, ୨୫।୩ (ଡି.ଏନ.ଏ): ବରଗଡ ଜିଲା ପଞ୍ଚାୟତିରାଜ ଗ୍ରାମୀଣ ଜଳଯୋଗାଣ ସ୍ବାବଲମ୍ବୀ କାରିଗର ସଂଘର ଏକ ଜରୁରୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି ।

ବିଜେଡି ଟିକେଟ ପୁନର୍ବିଚାର ଦାବିରେ ନିହାର ବେହେରାଙ୍କ ସମର୍ଥକଙ୍କର ରାଜପଥ ଅବରୋଧ

ବିଜେଡି ଟିକେଟ ପୁନର୍ବିଚାର ଦାବିରେ ନିହାର ବେହେରାଙ୍କ ସମର୍ଥକଙ୍କର ରାଜପଥ ଅବରୋଧ

ଲୋଇସିଂହା,୨୫।୩(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଭାବେ ପ୍ରଦୀପ ବେହେରାଙ୍କୁ ଟିକେଟ ଦିଆଯାଇଛି ।

 ନାମାଙ୍କନ ଦାଖଲ କଲେ ସୁରେଶ ପୂଜାରୀ

ନାମାଙ୍କନ ଦାଖଲ କଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ୍‌, ୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

  ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ସୋମବାର ଉଭୟ ବିଜେଡି ଓ ଭାଜପା ପ୍ରାର୍ଥୀ ଜିଲାପାଳଙ୍କ ଅଫିସରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ କଲେ ପ୍ରସନ୍ନ ଆଚାର୍ଯ୍ୟ

ନାମାଙ୍କନ ଦାଖଲ କଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ପାଟଣାଗଡ଼,୨୫।୩(ଡି.ଏନ୍‌.ଏ.):  ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ମଧ୍ୟାହ୍ନ ୧୨ ଟାରେ କନକ ବର୍ଦ୍ଧନ ସିଂଦେଓ ପାଟଣାଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 


Model This Week

ରଶ୍ମି
Why Dharitri