ସମ୍ବଲପୁର

ଡମ୍ପର ଧକ୍କାରେ ନାବାଳିକା ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଡମ୍ପର ଧକ୍କାରେ ନାବାଳିକା ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କୁତ୍ରା, ୧୬।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ବ୍ଲକ ତଥା କୁତ୍ରା ଥାନା ଅଧିନ ଗରିଆମୁଣ୍ଡା ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଡମ୍ପର ନଂ. ଆର୍‌ ୧୪ କ୍ୟୁ- ୪୮୭୨ ଧକ୍କାରେ ଜଣେ ନାବାଳିକା ନମ୍ରତା ଲାକଡା (୧୧)ଙ୍କ ମୃତ୍ୟୁ ଘଟିଥିଲା। ତେବେ କ୍ଷତିପୂରଣ ପାଇଁ ପରିବାର ଲୋକ ଓ ଗରିଆମୁଣ୍ଡା ଗ୍ରାମବାସୀ ମଙ୍ଗଳବାର ସକାଳୁ ଗୋମାରଡିହିକୁ ସୋନଖଣ୍ଡି ରାସ୍ତାକୁ ଅବରୋଧ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକଙ୍କ ରାସ୍ତାରୋକୋ ଜାରି ରହିଥିଲା। ଘଟଣାରୁ ପ୍ରକାଶ ଯେ, ସୋମବାର ସନ୍ଧ୍ୟାରେ ଗରିଆମୁଣ୍ଡା ଗ୍ରାମର ନମ୍ରତା ନିଜ ଭାଇ ସାଙ୍ଗରେ ଟ୍ୟୁସନ୍‌ ପଢ଼ିବା ପାଇଁ ଯାଉଥିଲେ। ଗୋମରଡିହି ସ୍ଥିତ ଟାଟା ଷ୍ଟିଲ କମ୍ପାନୀର କ୍ରସରରୁ ମେଟାଲ ନେଇ ସୋନାଖଣ୍ଡି ରେଳଷ୍ଟେସନର ସାଇଡିଂକୁ ଯାଉଥିବା ଏକ ଡମ୍ପର ନମ୍ରତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ନମ୍ରତାଙ୍କ ମୃତ୍ୟୁ ହୋଇଯାଇଥିଲା। ନମ୍ରତାଙ୍କ ଭାଇ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଏନେଇ ଗ୍ରାମବାସୀ, ମୃତକ ନମ୍ରତାଙ୍କ ପରିବାର ଲୋକ ୧୫ଲକ୍ଷ କ୍ଷତିପୂରଣ ଦାବିକରି ନମ୍ରତାଙ୍କ ମୃତଦେହକୁ ରାସ୍ତା ଉପରେ ରଖି ଆନ୍ଦୋଳନ କରିଥିଲେ। ମଙ୍ଗଳବାର ଦିନ ତମାମ ଏହି ଅଞ୍ଚଳରେ ଉତ୍ତେଜନା ଲାଗିରହିଥିବା ବେଳେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏବାବଦରେ ଗରିଆମୁଣ୍ଡା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ଯେ, ପ୍ରତିଦିନ ଟାଟା ଷ୍ଟିଲ କମ୍ପାନୀର ଶତାଧିକ ଡମ୍ପର ମେଟାଲ ନେଇ ସୋନାଖଣ୍ଡି ରେଳଷ୍ଟେସନକୁ ଯାଇଥାଏ। ହେଲେ ଗାଡି ଚାଳକ ଅଧିକ ଟ୍ରିପ କରିବା ପାଇଁ ବହୁ ଦୃତଗତିରେ ଗାଡି ଚାଳନା କରୁଥିବାରୁ ବହୁ ସମୟରେ ଦୁର୍ଘଟଣାମାନ ଘଟିଥାଏ। ଏଥିପ୍ରତି ଅଭିଯୋଗ ହେଲେ ମଧ୍ୟ ପ୍ରଶାସନ ଓ କମ୍ପାନୀ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଏ ନାହିଁ ବୋଲି ଅଭିଯୋଗ କରିଛନ୍ତି।

All Right Reserved By

ସମ୍ବଲପୁର

ଶୀତ ଗଲାପରେ କମ୍ବଳ କଥା ମନେ ପଡୁଛି

ସମ୍ବଲପୁର,୧୮ା୨(ବ୍ୟୁରୋ)ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବୃଦ୍ଧାବୃଦ୍ଧ, ବିଧବା, ଭିନ୍ନକ୍ଷମମାନଙ୍କୁ ମାସିକ ଭତ୍ତା ମିଳୁଛି। ୬୦ ବର୍ଷ ବୟସ ଭିତରେ ହିତାଧିକାରୀଙ୍କୁ ପୂର୍ବରୁ ୩୦୦ ଟଙ୍କା ମିଳୁଥିଲା। ଏବେ ଆଉ ୨ ଶହ ଟଙ୍କା ବଢିଛି। ସେହିଭଳି ୬୦ ବର୍ଷ ଉପରକୁ ହିତାଧିକାରୀଙ୍କୁ ପୂର୍ବରୁ ୫୦୦ ଟଙ୍କା ମିଳୁଥିଲା। ଏବେ ତାହା ୭ ଶହ ଟଙ୍କାକୁ ବଢିଛି। 

ଅଙ୍ଗନୱାଡି କର୍ମୀ, ସହାୟିକା ସମାବେଶ: ପ୍ରେକ୍ଷାଳୟରେ ସିଟ୍‌ ମିଳିଲାନି

ସମ୍ବଲପୁର, ୧୮।୨ (ବ୍ୟୁରୋ)-ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘର ସମାବେଶ (ମହାଯୋଟ) ତପସ୍ବିନୀ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ହେଲେ ପ୍ରେକ୍ଷାଳୟରେ ସ୍ଥାନଭାବ ଯୋଗୁଁ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ବାହାରେ ବସିଥିଲେ। ନଳିନୀ ବାଗଙ୍କ ଅଧ୍ୟକ୍ଷତାରେ ଆବାହକ ପ୍ରଶାନ୍ତ ପାଢ଼ୀ ପରିଚାଳନା କରିଥିଲେ । 

ଆଜି ୧୨ ଘଣ୍ଟିଆ ଦେବଗଡ ବନ୍ଦ

ଦେବଗଡ,୧୮ା୨(ସ୍ବ.ପ୍ର.)

ରେଙ୍ଗାଳି ବନ୍ଧ ବାସଚ୍ୟୁତଙ୍କ ସମସ୍ୟା ଓ ଦାବି ପ୍ରତି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଅଣଦେଖା କରୁଛି। ଏହାର ପ୍ରତିବାଦରେ ଗତ ମଙ୍ଗଳବାରଠାରୁ ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି ନେତୃତ୍ୱରେ କ୍ଷତିଗ୍ରସ୍ତ ପରିବାରସମୂହ ଗଣଧାରଣାରେ ବସିଛନ୍ତି। 

‘ପିଠା’ରେ ବିଜେଡି ନେତାଙ୍କୁ ବିରୋଧ

ବାମରା, ୧୮।୨ (ସ୍ବ.ପ୍ର.)

ସମ୍ବଳପୁର ଜିଲା ବାମରା ବ୍ଲକ ରଙ୍ଗିଆଟିକ୍ରା ପଞ୍ଚାୟତରେ ରବିବାର ଚାଲିଥିବା ପିଠା କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତିଙ୍କୁ ୱାର୍ଡ ମେମ୍ବର କଲ୍ୟାଣ ସଂଘ ବିରୋଧ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରିଛି । ବ୍ଲକ ଅଧ୍ୟକ୍ଷ ସଦାନନ୍ଦ କୁଜୁର, ନୋଡାଲ ଅଧିକାରୀ ଲକ୍ଷ୍ମୀନାରାୟଣ ମହାପାତ୍ର, ସରପଞ୍ଚ ଚମ୍ପାବତୀ ମିଞ୍ଜ ପ୍ରମୁଖଙ୍କ ସହ ବିଜେଡି ନେତା ଭୁବନେଶ୍ୱର କିସାନ ଉପସ୍ଥିତ ଥିଲେ । ଭୁବନେଶ୍ୱର ବର୍ତ୍ତମାନ କୌଣସି ଜନ ପ୍ରତିନିଧି ନ ଥିବା ବେଳେ କୌଣସି ପଦ ପଦବୀରେ ମଧ୍ୟ ନାହାନ୍ତି । 

ଅତି ଚାଲାକି ମହଙ୍ଗା ପଡିଲା

ବାମରା, ୧୮।୨ (ସ୍ବ.ପ୍ର.)

ବିହାରରେ ନିଜ କାକାକୁ ହତ୍ୟା କରି ଫେରାର ଥିବା ଜଣେ ଅଭିଯୁକ୍ତ ନିଜର ଅତି ଚାଲାକି ଯୋଗୁଁ ଗୋବିନ୍ଦପୁର ଥାନା ପୋଲିସ ହାତରେ ଧରା ପଡିଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ଅଭିଯୁକ୍ତଙ୍କୁ ନେବା ପାଇଁ ବିହାର ପୋଲିସ ଆସି ପହଞ୍ଚତ୍ଛି । ସେ ହେଲେ ଧନଞ୍ଜୟ ଚୌହାନ। 

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ବୀରମହାରାଜପୁର, ୧୮ା୨(ଡି.ଏନ୍‌.ଏ.)

ସମ୍ପ୍ରତି ଇଣ୍ଟରନେଟର ପ୍ରସାର ଯୋଗୁଁ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନର ବ୍ୟବହାର ବଢି ଚାଲିଥିବା ବେଳେ ଏହାର ଦୁରୂପଯୋଗ ଅନେକ କ୍ଷେତ୍ରରେ କ୍ଷତି ଘଟାଇ ଚାଲିଛି। ଏଭଳି ଆପରାଧିକ ଘଟଣାକୁ ସାଇବର କ୍ରାଇମ୍‌ କୁହାଯାଉଥିବା ବେଳେ ସମ୍ପ୍ରତି ସାଧାରଣ ଲୋକେ ଏହାର ଶିକାର ହେଉଥିବା ଘଟଣା ପ୍ରତିଦିନ ସାମ୍‌ନାକୁ ଆସୁଛି। ଏଭଳି ଅପରାଧକୁ ରୋକିବା ପାଇଁ ରହିଥିବା ବିଧିବ୍ୟବସ୍ଥା ସମ୍ପର୍କରେ ଲୋକଙ୍କ ଅଜ୍ଞତା ଯୋଗୁଁ ଆପରାଧିକ ଘଟଣା ବୃଦ୍ଧିପାଇଛି।

ରାଣୀପୁର-ଝରିଆଲରେ ବେଆଇନ ଖନନ: ସ୍ମାରକୀ ଉପରେ ମାଟି ପୋତିଦେଲେ

ରାଣୀପୁର-ଝରିଆଲରେ ବେଆଇନ ଖନନ: ସ୍ମାରକୀ ଉପରେ ମାଟି ପୋତିଦେଲେ

ବଲାଙ୍ଗୀର ଅଫିସ, ୧୮ା୨

ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍‌ଆଇ) ଅଧିନରେ ଥିବା ରାଣୀପୁର-ଝରିଆଲ ପ୍ରାଚୀନ ଐତିହ୍ୟ ସମୂହ ନିକଟରେ ବେଆଇନ ଗାତ ଖୋଳାଯିବା ପରେ ଏବେ ଐତିହାସିକ ଭଗ୍ନ ସ୍ମାରକୀ ଉପରେ ମାଟି ପୋତି ଦିଆଯାଇଛି ା ଭାରତ ସରକାରଙ୍କ ଦ୍ୱାରା ସ୍ମାରକୀ ସମୂହ ଅଞ୍ଚଳଭାବେ ଘୋଷିତ ବହୂମୂଲ୍ୟ ପ୍ରାଚୀନ କୀର୍ତ୍ତିରାଜି ଅଞ୍ଚଳରେ ଏଭଳି ବେଆଇନ କାମ ଖୋଲାଖୋଲି କରାଯାଇଥିଲେ ମଧ୍ୟ ଏଏସ୍‌ଆଇ କିମ୍ବା ସ୍ଥାନୀୟ ପ୍ରଶାସନ କୌଣସି  ପଦକ୍ଷେପ ନ ନେବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ା 

ନକ୍‌ଆଉଟ ଫୁଟବଲ ଟୁର୍ନାମେଣ୍ଟ: ଧର୍ମଗଡ ଚାମ୍ପିୟନ

ନକ୍‌ଆଉଟ ଫୁଟବଲ ଟୁର୍ନାମେଣ୍ଟ: ଧର୍ମଗଡ ଚାମ୍ପିୟନ

ସେରଗଡ଼,୧୮।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ତୁଳାପଡାଠାରେ ପାଝରାଣୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ନକଆଉଟ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଧର୍ମଗଡ ଓ ଜାମଖୁଣ୍ଟା ମଧ୍ୟରେ ଅନୁଷ୍ଠିତ ଫାଇନାଲ ଖେଳରେ ଧର୍ମଗଡ ୪-୨ ଗୋଲରେ ବିଜୟୀ ହୋଇ ଚାମ୍ପିୟନ ହୋଇଛି। ଚାମ୍ପିୟନ ଦଳକୁ ୮ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସଅପ୍‌ ଦଳକୁ ୬ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବୌଦ୍ଧ ଜିଲା ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବୌଦ୍ଧ ଜିଲା ଗସ୍ତ

ବୌଦ୍ଧ,୧୮।୨(ସ୍ବ.ପ୍ର): କାଳିଆ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାରେ ରାଜ୍ୟରେ ଜଣେ ହେଲେ ଯୋଗ୍ୟ ଚାଷୀ ଯେପରି ବଞ୍ଚତ୍ତ ହେବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ।

ଓଡିଶା ଷ୍ଟାମ୍ପ ଭେଣ୍ଡର ମହାସଂଘର ଧାରଣା ସମାଧାନ ପାଇଁ ସରକାର ଦୃଷ୍ଟି ଦେବାକୁ ଦାବି

ରାଉରକେଲା ଅଫିସ,୧୮ା୨-ଓଡିଶା ଷ୍ଟାମ୍ପ ଭେଣ୍ଡର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା ଆରମ୍ଭ ହୋଇଛି ା 

‘ଶାସନ ପରିବର୍ତ୍ତନର ବାର୍ତ୍ତାବହ ସାଜିବେ କୃଷକ’

ରାଉରକେଲା ଅଫିସ,୧୮ା ୨-ବିଜେଡି ସରକାର କୃଷକଙ୍କ ସମସ୍ୟାର ସମାଧାନ ପାଇଁ କେବେ ଆଗ୍ରହ ପ୍ରକାଶ କରି ନାହଁାନ୍ତି। ଏଥିପାଇଁ ଶାସନ ପରିବର୍ତ୍ତନର ବାର୍ତ୍ତାବହ ସାଜିବେ ଓଡିଶା କୃଷକ। କୃଷକମାନେ ହେଲେ ସମାଜର ମେରୁଦଣ୍ଡ। 

ବେଲପାହାଡ଼ ବନ୍ଦ

ବେଲପାହାଡ଼,୧୮ା୨(ଡ଼ି.ଏନ୍‌.ଏ): ଜମ୍ମୁକଶ୍ମୀର ପୁଲୱାମାଠାରେ ସଂଘଟିତ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଭାରତର ୪୯ ଜଣ ଯବାନ ଶହୀଦ ହୋଇଛନ୍ତି ା