ସମ୍ବଲପୁର

ଖରିଆରରୋଡ ମଣ୍ଡିରେ ଶ୍ରମିକ ଅଶାନ୍ତି: ୨ ଦିନ ପରେ ଧାନ ଉଠାଇଲେ ଶ୍ରମିକ

ଖରିଆରରୋଡ ମଣ୍ଡିରେ ଶ୍ରମିକ ଅଶାନ୍ତି: ୨ ଦିନ ପରେ ଧାନ ଉଠାଇଲେ ଶ୍ରମିକ

ନୂଆପଡା ଅଫିସ,୧୬ା୧-ନୂଆପଡା ଜିଲାରେ ଧାନକିଣାରେ ନିୟୋଜିତ ଶ୍ରମିକମାନେ ନିର୍ଦ୍ଧାରିତ ଦରଠାରୁ କମ ପାରିଶ୍ରମିକ ପାଉଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଖରିଆରରୋଡ ମଣ୍ଡିରେ ନିୟୋଜିତ ଶ୍ରମିକମାନେ (ହେମାଳି) ପୂର୍ବ ବର୍ଷର ନିର୍ଦ୍ଧାରିତ ପାରିଶ୍ରମିକଠାରୁ କମ ଦିଆଯାଉଥିବା ଅଭିଯୋଗ ଆଣି ୨ ଦିନ ହେଲା ଧାନ ଉଠାଉ ନ ଥିବାବେଳେ ପ୍ରଶାସନର ବୁଝାଶୁଝା ପରେ ଧାନ ଉଠାଇଥିବା ଦେଖାଯାଇଛି । ଆଗାମୀ ଦିନରେ ଏହା ନିଶ୍ଚିତ ନ କଲେ ଜିଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । 

ଜିଲାରେ ଏହି ବର୍ଷ ୨୭ଟି ସେବା ସମବାୟ ସମିତି ଜରିଆରେ ମୋଟ ୬୧ଟି ସ୍ଥାନରେ ମଣ୍ଡି ଖୋଲାଯାଇ ଧାନ କିଣାଯାଉଛି । ଏଥିରେ ଶ୍ରମିକମାନେ ଧାନ ମଣ୍ଡିରୁ ଉଠାଇବା କାମରେ ନିୟୋଜିତ ରହିଛନ୍ତି । ସେମାନଙ୍କୁ ପ୍ରତି କୁଇଣ୍ଟାଲ ପିଛା ସେବା ସମବାୟ ଜରିଆରେ ପାରିଶ୍ରମିକ ପ୍ରଦାନ କରାଯାଇଥାଏ । ଗତବର୍ଷର ଶ୍ରମିକମାନଙ୍କୁ କୁଇଣ୍ଟାଲ ପିଛା ୧୦ ଟଙ୍କା ୫୦ ପଇସା ଦିଆଯାଉଥିଲା। ଏହି ବର୍ଷ ଶ୍ରମିକମାନଙ୍କୁ ୮ଟଙ୍କା ୫୦ ପଇସା ଦିଆଯାଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଖରିଆରରୋଡ ମଣ୍ଡିରେ ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ କାମ କରୁଛନ୍ତି । ସେମାନଙ୍କୁ ଗତବର୍ଷ ତୁଳନାରେ ୨ ଟଙ୍କା କମ ଦିଆଯାଉଥିବାରୁ ଆଜକୁ ମାସେ ହେବ ପ୍ରଶାସନକୁ ଜଣାଇଆସୁଛନ୍ତି। ଏହା ଉପରେ ପ୍ରଶାସନ ବିଚାର କରୁଥିବା ନେଇ ଟାଳି ନେଉଥିବା ଶ୍ରମିକ ନେତା ସନ୍ତାଷ ଲୁହାର, ଈଶ୍ୱର ପାଣ୍ଡେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଆଜକୁ ୨ ଦିନ ଧରି ଶ୍ରମିକମାନେ ଆମକୁ ଗତବର୍ଷ ଦରରେ ପାରିଶ୍ରମିକ ଦିଆଯାଉ ବୋଲି ଦାବି କରି ଖରିଆରରୋଡ ମଣ୍ଡିରୁ ଧାନ ଉଠାଉ ନ ଥିଲେ। ମଙ୍ଗଳବାର ସ୍ଥାନୀୟ ସେବା ସମବାୟ ସମିତି ସମ୍ପାଦକ ବୁଝାଶୁଝା କରିବା ପରେ ଧାନ ଉଠାଇଥିଲେ । ଏହା ଉପରେ ସମବାୟ ସହ ନିବନ୍ଧକ କାର୍ଯ୍ୟାଳୟର ଇନ୍ସପେକ୍ଟର ଯଶୋବନ୍ତ ମାଝିଙ୍କୁ ପଚାରିବାରେ ଏହି ବର୍ଷର ସରକାରୀ ମଜୁରୀ ଦର ଆସିନାହିଁ । ଶ୍ରମିକମାନଙ୍କୁ କିଛି ଅଗ୍ରୀମ ଦିଆଯାଉଛି । ଏଭଳି କେବଳ ଖରିଆରରୋଡରେ ନୁହେଁ ସାରା ଜିଲାରେ ଚାଲିଛି । ସମ୍ପାଦକମାନେ ନିଜ ପାଣ୍ଠିରୁ ମଜୁରୀ ପ୍ରଦାନ କରୁଛନ୍ତି । ପରେ ସବୁ ପ୍ରଦାନ କରାଯିବ ବୋଲି କହିଛନ୍ତି । 


All Right Reserved By

ସମ୍ବଲପୁର

କୋଠା ତିଆରି ହୋଇଛି, ହେଲେ ୬ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇନାହିଁ

କୋଠା ତିଆରି ହୋଇଛି, ହେଲେ ୬ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇନାହିଁ

କୁତ୍ରା, ୨୩।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା କୁତ୍ରା ତହସିଲ ଅଧିନରେ ଥିବା ୬ଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପାଇଁ ଦୀର୍ଘ ଦିନରୁ ନୂତନ କୋଠା ତିଆରି ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ। 

ସୋନପୁର ବ୍ଲକ ପରିସରର ସାଧନକେନ୍ଦ୍ର, ପାଠାଗାରରେ ତାଲା: ନଷ୍ଟ ହେଉଛି ବହି, କମ୍ପ୍ୟୁଟର

ସୋନପୁର ବ୍ଲକ ପରିସରର ସାଧନକେନ୍ଦ୍ର, ପାଠାଗାରରେ ତାଲା: ନଷ୍ଟ ହେଉଛି ବହି, କମ୍ପ୍ୟୁଟର

ସୋନପୁର,୨୩।୫(ନି.ପ୍ର.): ସୋନପୁର ବ୍ଲକ ପରିସରରେ ଖୋଲା ଯାଇଥିବା ସାଧନ କେନ୍ଦ୍ର ଓ ଜିଲାର ପ୍ରଥମ ବ୍ଲକସ୍ତରୀୟ ପାଠାଗାରରେ ସବୁବେଳେ ତାଲା ଝୁଲୁଛି। ଗତ ୨୦୧୩ ମେ ୨୩ତାରିଖରେ ବଲାଙ୍ଗୀର ଏମପି କଲିକେଶ ନାରାୟଣ ସିଂଦେଓ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। 

ବାପ୍‌ ଆରପାରେ, ମା’ର ପତା ନାଇଁ  ଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍‌

ବାପ୍‌ ଆରପାରେ, ମା’ର ପତା ନାଇଁ ଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍‌

ରାଉରକେଲା ଅଫିସ,୨୩ା ୪: କାମଧଁଦା ଖୁଜବାର ଲାଗି ମା’ ଘର ଛାଡ଼ି କେନ୍‌ଆଡ଼େ ପଲେଇଗଲେ। ଆଏଜ୍‌ତକ୍‌ ତାକର ପତା ନାଇଁ ମିଲବାର। କିଏ କହୁଛେ ଦଲାଲମାନକର ଶିଖାପଢ଼ାରେ ଦିଲ୍ଲୀ ଯାଇଛନ୍‌ ତ ଆର କିଏ କହୁଛେ ମୁମ୍ବାଇ। ଇ ବାବ୍‌ଦେ ଗଲା ୩ ବଛର ହେଲା ପଡ଼ାବାସୀକର ପାସେ କିଛି ଖବର ନଁାଇଁନ। ଏନ୍‌ତାଥି ବାପ୍‌ ରୋଗ୍‌ରେ ପଡ଼ି ଗଲା ୧୫ ତାରିଖ ଆରପାରକେ ଚାଲିଗଲେ। ପଡ଼ାବାସୀ ଚଁାଦାଭେଦା କରି ତାକର ଶବ ସତ୍‌କାର କଲେ। ଇଆଡ଼େ ମା’ବାପ୍‌ ଛେଉଁଡ୍‌ ୩ ପିଲା ଅସାହା ହେଇଯାଇଛନ୍‌। କେନ୍‌ଠାନେ ରହିବେ, କିଏ ଖାଏବାକେ ଦେବା ଭାବି ବୁଧିବାଟ ବନା ହେଇଯାଉଛେ। ପଡ଼ାବାସୀ ବି ଉପେ ଶୂଇନ୍‌ ହେଇଯାଇଛନ୍‌। ବାପ୍‌ ଚାଲିଗଲା ଉତାରୁ ୫ ବଛର୍‌ର ଝି’କେ କେହି ଝନେ ଲାଗେଲେସର ସାଂଗେ ନେଇଯାଇଛନ୍‌। ହେଲେ ଦୁଇ ନାବାଲକ ପିଲାକୁ ପାଖ୍‌ପଡ଼ିଶା ଖାଏବାକେ ଦେଇ ଘରେ ରଖିଛନ୍‌। ପିଲା ଦୁଇଟାକର ଆଏଁଖ୍‌ଥୁ ଲହ ନୁହେ ଶୁଖେ। ଏନ୍‌ତାଥି ଦୁଇ ଭାଇକର ଭବିଷତ୍‌ ଅଁଧାରକେ ଠେଲି ହେଇଯାଉଛେ। 

ଜୀବଜନ୍ତୁ, ଉଦ୍ଭିଦଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଜୀବଜନ୍ତୁ, ଉଦ୍ଭିଦଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ସୋନପୁର,୨୨।୪(ନି.ପ୍ର.): ସୁବର୍ଣ୍ଣପୁରରେ ବିଶ୍ୱ ଧରିତ୍ରୀ ଦିବସ ସୋମବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ସୋନପୁର ବନାଞ୍ଚଳ ପକ୍ଷରୁ ଡିଏଫଓଙ୍କ ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। 

ନୂତନ ଆଶାକର୍ମୀ ଚୟନକୁ ଗ୍ରାମବାସୀଙ୍କ ବିରୋଧ

ନୂତନ ଆଶାକର୍ମୀ ଚୟନକୁ ଗ୍ରାମବାସୀଙ୍କ ବିରୋଧ

ଦେଓଗାଁ, ୨୨ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତ ଗଡଦ୍ୱାରରେ ଚଞ୍ଚକତା କରି ଜନୈକା ଆଶାକର୍ମୀଙ୍କୁ ଚାକିରିରୁ ଅବ୍ୟାହତି ଦିଆଯାଇ ନୂତନ ଆଶା ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ବିରୋଧ ହୋଇଛି।

ଭଂଗା କୁରିଆରେ ବୁଢ଼ାବୁଢ଼ିକର ବିତୁଛେ ଜୀବନ: ପକାଘର ଖଁଡ଼େ ଆଶ୍‌ରେ ଭାଗୀରଥି ଆର ନୁର

ଭଂଗା କୁରିଆରେ ବୁଢ଼ାବୁଢ଼ିକର ବିତୁଛେ ଜୀବନ: ପକାଘର ଖଁଡ଼େ ଆଶ୍‌ରେ ଭାଗୀରଥି ଆର ନୁର

ଜାମଟିକ୍ରା, ୨୨।୪ (ଡି.ଏନ.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ଯୋଜନା ଉପରେ ଯୋଜନା ତିଆର କରୁଛନ୍‌। ଭିନେ ଭିନେ ଯୋଜନାରେ ସରକାର ଫିବଛର କୋଟି କୋଟି ଟଁକା ସାରୁଛନ୍‌। 

ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ୨ ପଡ଼ାବାସୀ

ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ୨ ପଡ଼ାବାସୀ

କେସିଙ୍ଗା,୨୨।୪(ଡି.ଏନ.ଏ.):  କେସିଙ୍ଗା ଏନ୍‌.ଏ.ସି. ୮ ନମ୍ବର ଓ୍ବାର୍ଡର ଯାଦବ ଆର ହରିଜନ ପଡ଼ାବାସୀ ମଉଲିକ ସୁବିଧାରୁ ବଁଚିତ ହେଉଥିବାର ଅଭିଯୋଗ ହେଇଛେ। ୮ ନମ୍ବର ଓ୍ବାର୍ଡର ନ୍ୟୁ ଲାଇଫ୍‌ ସ୍କୁଲ ପାସେ ଥିବାର ହରିଜନ ପଡ଼ାରେ ପାଖାପାଖି ୩୦ ପରିବାରର ୨୫୦ ଲୋକ୍‌ ରହୁଛନ୍‌। 

ସର୍ଗିଗୁଡ଼ାରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ:  ପାଏନ୍‌ ନାଁରେ ଫ୍ଲୋରାଇଡ୍‌ ପିଉଛନ୍‌ ଗାଁବାସୀ

ସର୍ଗିଗୁଡ଼ାରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ: ପାଏନ୍‌ ନାଁରେ ଫ୍ଲୋରାଇଡ୍‌ ପିଉଛନ୍‌ ଗାଁବାସୀ

ନୂଆପଡା ଅଫିସ,୨୨ା୪:  ନୂଆପଡ଼ା ରାଏଜର ସବୁଠାନୁ ଜହ ଫ୍ଲୋରାଇଡ୍‌ ପରଭାବିତ ଜିଲା। ଇଠାନର ପଚିଶ ପରତିଶତରୁ ଅଧ୍‌କା ଅଂଚଲରେ ଫ୍ଲୋରାଇଡ୍‌ ବାହାରୁଛେ। ନିରମଲ ପିଇଲା ପାଏନ୍‌ ଟିକେ ପାଏବାର ଲାଗି ଇଠାନେ ଲୁକ୍‌କୁ ନାନା ସମସିଆ ସଂଗେ ଯୁଝ୍‌ବାକେ ପଡ଼ୁଛେ।

ହକ୍‌ ପାଏଲେ ଦିବ୍ୟାଙ୍ଗ ଆଶୁତୋଷ

ହକ୍‌ ପାଏଲେ ଦିବ୍ୟାଙ୍ଗ ଆଶୁତୋଷ

ବିନିକା,୨୨ା୪(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ଗାଁର ହରିଶ୍ଚନ୍ଦ୍ର ହୋତାକଁର ଦିବ୍ୟାଙ୍ଗ ପୁଓ ଆଶୁତୋଷ ଶେଷେ ସରକାରୀ ଯୋଜନାରେ ବିଜୁ ପକ୍କାଘର ଖଁଡ଼େ ପଏବାରେ ସଫଲ ହେଇଛନ୍‌। 

କାଳବୈଶାଖୀ ସାଙ୍ଗକୁ ବର୍ଷା, କୁଆପଥର ମାଡ଼: କ୍ଷତିରେ ପରିବା ଓ ଫଳଚାଷୀ

କାଳବୈଶାଖୀ ସାଙ୍ଗକୁ ବର୍ଷା, କୁଆପଥର ମାଡ଼: କ୍ଷତିରେ ପରିବା ଓ ଫଳଚାଷୀ

କୁତ୍ରା/ବଡ଼ଗାଁ, ୨୧।୪ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କୁତ୍ରା ଓ ବଡ଼ଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସାଙ୍ଗକୁ ବର୍ଷା ଓ କୁଆପଥର ମାଡ଼ ହୋଇଛି। ଫଳରେ ପରିବା ଓ ଫଳ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାପରେ ରହୁଥିବା ଜଣାପଡିଛି। 

ସିଆମାଳ ନାଳି କଙ୍କ୍ରିଟକରଣ କରିବାକୁ ଦାବି

ସିଆମାଳ ନାଳି କଙ୍କ୍ରିଟକରଣ କରିବାକୁ ଦାବି

ବିନିକା, ୨୦ା୪(ଡି.ଏନ୍‌.ଏ.):ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡି ଏବଂ ବାବୁପାଲି ପଞ୍ଚାୟତର ୫ଶହ ଏକର ଜମିରେ ସିଆମାଳ ନାଳିର ପାଣି ମାଡିଥାଏ।  ୪ଶହରୁ ଊର୍ଦ୍ଧ୍ୱ ଚାଷୀ ଏହାଦ୍ୱାରା ଉପକୃତ ହୋଇଥାନ୍ତି। 

ସର୍ଗିଗୁଡା ଗାଁରେ ଉତ୍କଟ ହେଉଛି ପାଣି ସମସ୍ୟା : ଜଳ ନାଁ ରେ ପିଉଛନ୍ତି ଜହର

ସର୍ଗିଗୁଡା ଗାଁରେ ଉତ୍କଟ ହେଉଛି ପାଣି ସମସ୍ୟା : ଜଳ ନାଁ ରେ ପିଉଛନ୍ତି ଜହର

ନୂଆପଡା ଅଫିସ, ୨୧।୪- ନୂଆପଡା ରାଜ୍ୟର ସବୁଠାରୁ ବେଶୀ ଫ୍ଲୋରାଇଡ ପ୍ରଭାବିତ ଜିଲା। ଏଠିକାର ପଚିଶ ପ୍ରତିଶତରୁ ଊର୍ଦ୍ଧ୍ୱ ଅଞ୍ଚଳ ଫ୍ଲୋରାଇଡ ପ୍ରବଣ। ବିଶୁଦ୍ଧ ପାନୀୟ ଜଳ ମୁନ୍ଦିଏ ପାଇଁ ଏଠିକାର ଲୋକଙ୍କୁ  ସଂଘର୍ଷ କରିବାକୁ ପଡିଥାଏ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri