ଅନଗୁଳ-ଢେଙ୍କାନାଳ

ଭତ୍ତା ଆଣିବାକୁ ଯାଇ ବୃଦ୍ଧ ମୃତ, ବୃଦ୍ଧା ମେଡିକାଲରେ

ଭତ୍ତା ଆଣିବାକୁ ଯାଇ ବୃଦ୍ଧ ମୃତ, ବୃଦ୍ଧା ମେଡିକାଲରେ

ଛେଣ୍ଡିପଦା/ ପାଲଲହଡ଼ା,୧୬।୧ (ସ୍ବ.ପ୍ର.)-ଭତ୍ତା ଆଣିବାକୁ ଯାଇଥିବା ବେଳେ ମଙ୍ଗଳବାର ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କୋଶଳା ଚନ୍ଦନନଗର ଅଞ୍ଚଳର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେହିପରି ପାଲଲହଡ଼ା ବ୍ଲକ ଭୀମକାଣ୍ଡ ଗ୍ରାମର ଜଣେ ବୃଦ୍ଧା ସଂଜ୍ଞାହୀନ ହୋଇ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ,  କୋଶଳା ଚନ୍ଦନନଗର ଅଞ୍ଚଳର ଅଭିମନ୍ୟୁ ବେହେରା ଭତ୍ତା ଆଣିବାକୁ ଯାଇଥିଲେ। ସେଠାରୁ ସାଇକେଲରେ ଫେରୁଥିବା ବେଳେ ଗଁା ଛକଠାରେ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଛେଣ୍ଡିପଦା ଥାନାରେ ନଂ.୨୦/୧୯ରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ କହିଛି। ସେହିପରି ପାଲଲହଡ଼ା ବ୍ଲକ ବତିସୁଆଁ ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ପାଇଁ ଯାଇଥିବା ଭୀମକାଣ୍ଡ ଗ୍ରାମର ଚନ୍ଦ୍ରୀ ସିଂ କୁନ୍ତୀଆ (୬୮) ହଠାତ୍‌ ସେଠାରେ ସଂଜ୍ଞାହୀନ ହୋଇପଡ଼ିଥିଲେ। ସେ ଧାଡିରେ ଛିଡା ହୋଇଥିବାବେଳେ ଖସି ପଡ଼ିଥିଲେ। ପଞ୍ଚାୟତ କର୍ତ୍ତୃପକ୍ଷ ଏବଂ ଗ୍ରାମର କେତେଜଣ ଯୁବକ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି। 

All Right Reserved By

ଅନଗୁଳ-ଢେଙ୍କାନାଳ

ମହାଶ୍ୱେତା, ଶ୍ରୀତମଙ୍କ ରୋଡ୍‌ ଶୋ

ମହାଶ୍ୱେତା, ଶ୍ରୀତମଙ୍କ ରୋଡ୍‌ ଶୋ

ପାଲଲହଡ଼ା, ୨୦ା୪(ଡି.ଏନ.ଏ.)- ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ଅଶୋକ ମହାନ୍ତିଙ୍କ ପାଇଁ ଶୁକ୍ରବାର ରୋଡ୍‌ ଶୋ କରିଛନ୍ତି ଓଲିଉଡ କଳାକାର ମହାଶ୍ୱେତା ରାୟ ଓ ଶ୍ରୀତମ ଦାସ।

ଆଜି ଅନୁଗୋଳ ଆସିବେ ମୁଖ୍ୟମନ୍ତ୍ରୀ: ୪ ନିର୍ବାଚନମଣ୍ଡଳୀରେ କରିବେ ମାରାଥନ ପ୍ରଚାର

ଆଜି ଅନୁଗୋଳ ଆସିବେ ମୁଖ୍ୟମନ୍ତ୍ରୀ: ୪ ନିର୍ବାଚନମଣ୍ଡଳୀରେ କରିବେ ମାରାଥନ ପ୍ରଚାର

ଅନୁଗୋଳ ଅଫିସ/ବଇଣ୍ଡା/ଛେଣ୍ଡିପଦା ୨୦।୪ (ଡି.ଏନ୍‌.ଏ/ସ୍ବ.ପ୍ର.)- ନିର୍ବାଚନୀ ପ୍ରଚାର ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁଗୋଳ ଜିଲା ଗସ୍ତରେ ଆସୁଛନ୍ତି।

ନଦୀ ପାର ଦନ୍ତାର ନରସଂହାର

ନଦୀ ପାର ଦନ୍ତାର ନରସଂହାର

ଅନୁଗୋଳ ଜିଲାରେ ଅନେକ ସମୟରେ ହାତୀକୁ ନେଇ ଆତଙ୍କ ଦେଖାଯାଉଛି। କେତେବେଳେ ହାତୀ ଗଁ। ନିକଟକୁ ଆସି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି ତ ପୁଣି କେବେ ସହର ମଧ୍ୟକୁ ପଶି ଭୟର ବାତାବରଣ ଖେଳାଇ ଦେଉଛନ୍ତି। 

ବିଜେଡି, ଭାଜପା ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ବିଜେଡି, ଭାଜପା ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

କାମାକ୍ଷାନଗର, ୨୦।୪(ଡି.ଏନ୍‌.ଏ.)- ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ମଝିରେ  ମାତ୍ର ୩ ଦିନ ଥିବାବେଳେ ପ୍ରାର୍ଥୀମାନେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। 

ନିର୍ବାଚନ ପାଇଁ ରିକ୍ୟୁଜିଶନ ହେଲା ଦୁଇ ଚକିଆ ଯାନ: ଥାନାକୁ ବାଇକ୍‌ ଟାଣି ଆଣିଲା ପୋଲିସ

ନିର୍ବାଚନ ପାଇଁ ରିକ୍ୟୁଜିଶନ ହେଲା ଦୁଇ ଚକିଆ ଯାନ: ଥାନାକୁ ବାଇକ୍‌ ଟାଣି ଆଣିଲା ପୋଲିସ

ଅନୁଗୋଳ ଅଫିସ, ୨୦।୪- ନିର୍ବାଚନ ପାଇଁ ଦୁଇ ଚକିଆ ଯାନ ରିକ୍ୟୁଜିଶନ ଯୋଗୁ ଅନୁଗୋଳ ପୋଲିସ ଲୋକଙ୍କଠାରୁ ବାଇକ୍‌ ସଂଗ୍ରହ କରିଛି। ତେବେ ପୋଲିସ ବିନା ସୂଚନାରେ ହଠାତ୍‌ ଲୋକମାନଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କ ବାଇକ୍‌ ଥାନାକୁ ନେଇଯିବା ପ୍ରଥମେ କିଛି ବୁଝାପଡି ନ ଥିଲା।

ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର: ବିଜେଡି-ଭାଜପା ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା

ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର: ବିଜେଡି-ଭାଜପା ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା

ଢେଙ୍କାନାଳ ଅଫିସ, ୨୦।୪- ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ଢେଙ୍କାନାଳ ଲୋକସଭା କ୍ଷେତ୍ର। ହାଟ୍ରିକ୍‌ ବିଜୟ ସହ ମୋଟ ୪ ଥର ଏମ୍‌ପି ରହିଆସିଥିବା ବରିଷ୍ଠ ବିଜେଡି ନେତା ତଥାଗତ ସତପଥୀ ନିର୍ବାଚନରୁ ନିଜକୁ ଦୂରେଇ ରଖିବା ପରେ ଶାସକ ଦଳକୁ ଏବେ ଘାରିଛି ଗଡ଼ରକ୍ଷା ଚିନ୍ତା।

 କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

ବଇଣ୍ଡା,୧୯।୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ଠାରେ ଶୁକ୍ରବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ଯାତ୍ରା  ଅନୁଷ୍ଠିତ ହୋଇଛି। 

ବିଜେଡିର ମହିଳା ସମାବେଶ

ବିଜେଡିର ମହିଳା ସମାବେଶ

ବଇଣ୍ଡା,୧୯।୪(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧରଡ଼ପାଳ ଓ ଅଙ୍ଗପଡ଼ା ପଞ୍ଚାୟତରେ ଶୁକ୍ରବାର ବିଜେଡିର ନିର୍ବାଚନୀ ମହିଳା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। 

ଦନ୍ତାହାତୀର ତାଣ୍ଡବ:  ତିନି ପରିବାରର ଭାଙ୍ଗିଲା ଘର

ଦନ୍ତାହାତୀର ତାଣ୍ଡବ: ତିନି ପରିବାରର ଭାଙ୍ଗିଲା ଘର

ପରଜଙ୍ଗ,୧୯।୪(ଡି.ଏନ୍‌.ଏ. ):  ଢେଙ୍କାନାଳ ବନଖଣ୍ଡ  ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  ଜଟିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ତାଣ୍ଡବ ଦେଖିବାକୁ ମିଳିଛି।

ବଜ୍ରପାତରେ ୧୩ ବର୍ଷର ବାଳିକା ମୃତ

ବଜ୍ରପାତରେ ୧୩ ବର୍ଷର ବାଳିକା ମୃତ

ଛେଣ୍ଡିପଦା,୧୯।୪(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗ୍ରାମରେ ଶୁକ୍ରବାର ବଜ୍ରପାତରେ ଜଣେ ୧୩ ବର୍ଷର ବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶିଶିର ବାରିକଙ୍କ ଝିଅ ଜିତା(୧୩) ।

୫ ଜଣଙ୍କ ଜୀବନ ନେଲା ଦନ୍ତାହାତୀ

୫ ଜଣଙ୍କ ଜୀବନ ନେଲା ଦନ୍ତାହାତୀ

ତାଳଚେର,୧୯ା୪(ନିି.ପ୍ର): ତାଳଚେର ପୌରାଞ୍ଚଳର ଷଣ୍ଢଗାଁରେ ଗୁରୁବାର ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ୫ ଜଣଙ୍କ ଜୀବନ ଯାଇଛି। ସେମାନେ ହେଲେ କାଳିଆ ସହର, ସୁନୀତା ସେଠ୍‌, ସାରଥି ସହର, ଅନୀତା ସହର ଏବଂ ତାଳଚେର ବ୍ଲକ ସନ୍ଥପଡ଼ା ଗ୍ରାମର ଭ୍ରମରବର ସାମଲ(୭୦)।

ସର୍ଟସର୍କିଟରୁ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

ସର୍ଟସର୍କିଟରୁ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

ଭୁବନ, ୧୯ା୪(ଡି.ଏନ.ଏ) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ପରିବା ମାର୍କେଟରେ ଥିବା ନାରାୟଣ ପୋଥାଳଙ୍କ ଗ୍ରୋସରୀ ଦୋକାନରେ ବିଦ୍ୟୁତ ସର୍ଟସର୍କିଟରୁ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ସବୁ ଜଳି ପାଉଁଶ ହୋଇଯାଇଛି ।


Model This Week

କ୍ରିଷ୍ଣା
Why Dharitri